ସିଷ୍ଟମିକ୍ ଲୁପସ୍ ଏରିଥେମାଟୋସସ୍ କୁ ବୁଝିବା: ଯେତେବେଳେ ଶରୀର ନିଜ କୋଷକୁ ଆକ୍ରମଣ କରେ
ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଲ୍ୟୁପସ୍ କମ୍ ହୋଇଥାଏ, କିନ୍ତୁ ବଂଶଗତ ଭାବେ ପୁରୁଷଙ୍କୁ ଏହା ହେବାର ଆଶଙ୍କା ମହିଳାଙ୍କ ତୁଳନାରେ ବେଶୀ। ଭାରତରେ ଲ୍ୟୁପସ୍ ର ପ୍ରଭାବ ଖୁବ କମ୍।
ଲ୍ୟୁପସ୍ ଏକପ୍ରକାର ରୋଗ ଯେଉଁଥିରେ ପ୍ରତିରୋଧକ ଶକ୍ତି ତ୍ରୁଟିପୂର୍ଣ୍ଣ ଭାବେ କାର୍ଯ୍ୟ କରେ। ଏହାକୁ ବି ସିଷ୍ଟମିକ ଲ୍ୟୁପସ୍ ଏରିଥିମାଟୋସ କୁହାଯାଏ। ଏହି ରୋଗରେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ସୁସ୍ଥ କୋଷଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଲାଟିନ୍ ଭାଷା ଲ୍ୟୁପ୍ ର ଅର୍ଥ ହେଟାବାଘ ବା ଗଧିଆ ଯେଉଁଥିରୁ ଏହି ରୋଗର ନାମ ଆସିଛି। ଏହା ଶରୀରର ଯେକୌଣସି ଅଂଶକୁ ସଂକ୍ରମିତ କରିପାରେ, ଅଙ୍ଗ ଫୁଲିଯାଏ, ଯନ୍ତ୍ରଣା ହୁଏ ଏବଂ ଅଙ୍ଗକୁ ନଷ୍ଟ କରିଦିଏ।
ଲ୍ୟୁପସ୍ ରୋଗର ଲକ୍ଷଣ ପ୍ରକାଶ ପାଇବା ପରେ ୬ ସପ୍ତାହରୁ ବର୍ଷେ ଯାଏ ରହେ। ଯେତେବେଳେ ରୋଗୀ ସୁଖଦ ଅନୁଭବ କରେ ସେତେବେଳେ ଲକ୍ଷଣରେ କିଛି ଉନ୍ନତି ପରିଲକ୍ଷିତ ହୁଏ ଏବଂ ବ୍ୟକ୍ତି ଯେତେବେଳେ ଦୁର୍ବଳ ଅନୁଭବ କରେ ସେତେବେଳେ ଅବସ୍ଥା ବିଗିଡ଼ିଯାଏ। ଏହା ସଂକ୍ରମଣ ରୋଗ ନୁହେଁ କି କ୍ୟାନସର କିମ୍ବା ଏଡ଼ସ୍ ସହ ଏହାର ସମ୍ପର୍କ ନଥାଏ। ବ୍ୟାକ୍ଟେରିଆ, ଭୂତାଣୁ ଆଦି ଶରୀରର ବାହ୍ୟଶତ୍ରୁ ଆକ୍ରମଣରୁ ଶରୀରକୁ ସୁରକ୍ଷା ଦିଏ ରୋଗ ପ୍ରତିରୋଧକ ଶକ୍ତି।
କେତେକଙ୍କ ଶରୀରରେ ଏହି ପ୍ରତିରୋଧକ ଶକ୍ତି ସାଧାରଣ କୋଷଗୁଡ଼ିକୁ ତୃଟିପୂର୍ଣ୍ଣ ଭାବେ ବାହ୍ୟଶତ୍ରୁ ବୋଲି ଚିହ୍ନଟ କରି ଏହାକୁ ଓ ଟିସ୍ୟୁ ଗୁଡ଼ିକୁ ବି ନଷ୍ଟ କରିବା ଆରମ୍ଭ କରିଦିଏ। କିନ୍ତୁ ଏମିତି କାହିଁକି ହେଉଛି ତାହା ଏଯାବତ୍ ଗବେଷଣାର ବସ୍ତୁ ହୋଇ ରହିଛି। ଏତିକି କୁହାଯାଉଛି ଯେ, ଯେଉଁ ବ୍ୟକ୍ତି ଏହି ସମସ୍ୟାରେ ପୀଡ଼ିତ ସେମାନଙ୍କ ପରିବାରର ସଦସ୍ୟ ବି ପୀଡ଼ିତ ହେବାର ଆଶଙ୍କା ରହିଛି ଓ ଏହି ପ୍ରତିଶତ କମ୍ ବୋଲି କୁହାଯାଇଛି। ଏଣୁ ବଂଶଗତ କାରଣ ଏପରି ସମସ୍ୟାରେ କିଛିଟା ଭୂମିକା ନେଉଥିବା କୁହାଯାଏ। ଏହା ବାଦ ପରିବେଶଗତ ତତ୍ୱ ଭୂତାଣୁ, ରାସାୟନିକ ସଂକ୍ରମଣ, ଅତିବାଇଗଣି ରଶ୍ମୀ ଓ ବିଷାଦ ଏବଂ ଫିମେଲ ହର୍ମୋନକୁ ଏହି ରୋଗ ଲାଗି ଦାୟୀ କରାଯାଇପାରେ।
ତଥ୍ୟରୁ ଯାହା ଜଣାଯାଏ ପରିବେଶଗତ ତତ୍ୱ ଯୋଗୁଁ ଏହା ବେଶୀ ବଢ଼ୁଛି। ଦେଖାଯାଉଛି ପ୍ରତି ୧୦ଜଣ ପୀଡ଼ିତଙ୍କ ମଧ୍ୟରୁ ୯ଜଣ ମହିଳା। ମହିଳାମାନେ ସେମାନଙ୍କ ପ୍ରଜନନକ୍ଷମ ବୟସ ୧୭-୫୦ ବର୍ଷ ମଧ୍ୟରେ ଲ୍ୟୁପସରେ ପୀଡ଼ିତ ହେବା ଲକ୍ଷ୍ୟ କରାଯାଉଛି। ଏଷ୍ଟ୍ରୋଜେନ ସହ ଲ୍ୟୁପସର ସମ୍ପର୍କ ରହିଥିବାରୁ ଋତୁସ୍ରାବ ପୂର୍ବରୁ ଏହାର ଲକ୍ଷଣ ଦେଖାଯାଏ, କାରଣ ଏହି ସମୟରେ ଏଷ୍ଟ୍ରୋଜେନ ସ୍ତର ବେଶୀ ରହିଥାଏ।
ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଲ୍ୟୁପସ୍ କମ୍ ହୋଇଥାଏ, କିନ୍ତୁ ବଂଶଗତ ଭାବେ ପୁରୁଷଙ୍କୁ ଏହା ହେବାର ଆଶଙ୍କା ମହିଳାଙ୍କ ତୁଳନାରେ ବେଶୀ। ଭାରତରେ ଲ୍ୟୁପସ୍ ର ପ୍ରଭାବ ପୁରା କମ୍। କାରଣ ଏହାକୁ ଠିକ୍ ଭାବେ ଅନୁଧ୍ୟାନ କରାଯାଏନାହିଁ। ଫାଇବ୍ରୋମାୟାଲଜିଆ, ର୍ୟୁମାଟଏଡ଼ ଆର୍ଥ୍ରାଇଟିସ୍, ଡିପ୍ରେସନ, ମେଲାଜମା, ସିରୋସିସ୍, ହାଇପୋଥାଇରଏଡିଜିମ୍ ଏବଂ ଏକଜିମା, ବ୍ୟାକ୍ଟେରିଆ ଓ ଭୂତାଣୁ ଜନିତ ସଂକ୍ରମଣ ଏବଂ ମଲ୍ଟିପୁଲ ସ୍ଲେରୋସିସର ଲକ୍ଷଣ ସହ ଏହାର ଲକ୍ଷଣ ମେଳଖାଏ।
ଲ୍ୟୁପସ୍ ଶରୀରର ଯେ କୌଣସି ଅଙ୍ଗକୁ ପ୍ରଭାବିତ କରିପାରେ। ଚର୍ମ, କିଡ଼ନୀ, ଗଣ୍ଠି, ରକ୍ତବାହିନୀ, ହାର୍ଟ ଓ ବ୍ରେନ ଏହାଦ୍ୱାରା ବେଶୀ ପ୍ରଭାବିତ ହୋଇଥାଏ। ଦୁର୍ବଳ ଅନୁଭବ ହେବା ପରେ ପ୍ରଥମଥର ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିବା ଲାଗି ଯିବାବେଳେ ଏହାର ଲକ୍ଷଣ ଠାବ କରିବାରେ ସାଧାରଣତଃ ବିଫଳ ହୋଇଥାନ୍ତି ଓ ଏହାର ସବିଶେଷ ଅନୁଧ୍ୟାନ କରାଇବାରେ ଆଗ୍ରହ ପ୍ରକାଶ ବି କରିନଥାଉ।ଜ୍ୱର, ଗଣ୍ଠି ଯନ୍ତ୍ରଣା, ଓରାଲ ଅଲସର, ଛାତି ଯନ୍ତ୍ରଣା, ଶ୍ୱାସପ୍ରଶ୍ୱାସରେ କଷ୍ଟ, କମ୍ ପରିସ୍ରା, ଆଳସ୍ୟ ଓ କେଶ ଝଡ଼ିବା ଭଳି ଲକ୍ଷଣ ହିଁ ଏସ୍ଏଲ୍ଇ ବା ଲ୍ୟୁପସ୍। ପୀଡ଼ିତଙ୍କ ମେଡ଼ିକାଲ ହିଷ୍ଟ୍ରୀକୁ ଅନୁଧ୍ୟାନ କରାଯାଇ ଏହାକୁ ଜାଣିହୁଏ।
ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ ନୁହେଁ। ପ୍ରାରମ୍ଭିକସ୍ତରରେ ଏହା ଜଣାପଡ଼ିଲେ ଡାକ୍ତରଙ୍କ ପରାମର୍ଶକ୍ରମେ ସାଧାରଣ ଭାବେ ଜୀବନ ଜିଇଁବାରେ କିଛି ଅସୁବିଧା ରହିନଥାଏ। ପରିବାର ସହଯୋଗରେ ଜୀବନ ଆହୁରି ସହଜ ହୋଇଯାଏ। ଜୀବନଶୈଳୀ ପରିବର୍ତର ଦ୍ୱାରା ରୋଗର ପ୍ରଭାବ କମ୍ କରିହୁଏ। ଲ୍ୟୁପସ୍ ରୋଗୀମାନେ ଯୁବାବସ୍ଥାରେ ମୃତ୍ୟୁର ଶିକାର ହୋଇଥାନ୍ତି। ବେଶୀ କିଡ଼ନୀ ନଷ୍ଟ ହେବା ଯୋଗୁଁ ଏଭଳି ହୋଇଥାଏ। କିନ୍ତୁ ସତର୍କତା ଅବଲମ୍ବନ କଲେ ୮୦ ପ୍ରତିଶତ ରୋଗୀ ବଂଚି ରହିବାରେ କିଛି ବି ଅସୁବିଧା ରହେନି।
Professor Dr. Umesh Chandra Patra, the writer, is a distinguished medical professional serving as the Head of the Department of Hepatology at SCB Medical College and Hospital, Cuttack. With extensive expertise in hepatology, he has made significant contributions to the field through clinical practice, research, and education. His leadership and dedication have been instrumental in advancing liver disease management and patient care at the institution. Dr. Patra is recognized for his scholarly work, commitment to medical excellence, and his role in training future hepatologists.


