ଆଇଭିଏଫ୍ ମାଧ୍ୟମରେ ସନ୍ତାନ

ଆଇ.ଭି.ଏଫ୍ ମାଧ୍ୟମରେ ଯମଜ କନ୍ୟା ସନ୍ତାନ ପାଇଥିବା ଏହି ମହିଳା କିନ୍ତୁ ଶିଶୁକୁ ସ୍ତନ୍ୟପାନ କରାଇପାରିବେ ନାହିଁ। ମିଲ୍କ ବ୍ୟାଙ୍କରେ ମିଳୁଥିବା କ୍ଷୀର ଶିଶୁଙ୍କୁ ଦିଆଯିବ।

Dec 16, 2021 - 10:00
ଆଇଭିଏଫ୍ ମାଧ୍ୟମରେ ସନ୍ତାନ
Remix : Suv Bharat Times

ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ନେଲାପର୍ତ୍ତିପାଡ଼ୁ ଗାଁର ଇ.ରାଜା ରାଓଙ୍କ ସ୍ତ୍ରୀ ଏରାମତ୍ତି ମାଙ୍ଗାୟାମ୍ମା କୋଠପେଟସ୍ଥିତ ଏକ ଘରୋଇ ହସ୍ପିଟାଲରେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ଇନ୍ଭିଟ୍ରୋ ଫର୍ଟିଲାଇଜେଶନ ପଦ୍ଧତିରେ ସେ ଗର୍ଭଧାରଣ କରିଥିଲେ। ସନ୍ତାନ ଜନ୍ମ କରିବାରେ ସେ ଭାରତର ସବୁଠୁ ବୟସ୍କା ମାଆ ବୋଲି ଡାକ୍ତର କହିଛନ୍ତି। ୭୪ ବର୍ଷୀୟା ଏହି ମହିଳା ହେଉଛନ୍ତି ସନ୍ତାନ ଜନ୍ମ କରିବାରେ ଭାରତର ସବୁଠୁ ବୟସ୍କା ମାଆ। ଏହା ପୂର୍ବରୁ ୨୦୧୬ରେ ପଞ୍ଜାବର ୭୦ ବର୍ଷୀୟା ଦଲଜିନ୍ଦର କୌର ପ୍ରଥମ ଥର ମାଆ ହୋଇଥିଲେ।

ଆଇଭିଏଫ୍ ମାଧ୍ୟମରେ ଯମଜ କନ୍ୟା ସନ୍ତାନ ପାଇଥିବା ଏହି ମହିଳା କିନ୍ତୁ ଶିଶୁକୁ ସ୍ତନ୍ୟପାନ କରାଇପାରିବେ ନାହିଁ। ମିଲ୍କ ବ୍ୟାଙ୍କରେ ମିଳୁଥିବା କ୍ଷୀର ଶିଶୁଙ୍କୁ ଦିଆଯିବ। ଅନ୍ୟ ଜଣେ ମହିଳା ଦାନ କରିଥିବା ଡିମ୍ବାଣୁ ସହ ଏହି ମହିଳାଙ୍କ ସ୍ୱାମୀ ରାଜା ରାଓଙ୍କ ଶୁକ୍ରାଣୁକୁ ଆଇଭିଏଫ୍ ପଦ୍ଧତିରେ ବିକଶିତ କରାଯାଇ ଏହି ମହିଳାଙ୍କ ଗର୍ଭାଶୟରେ ସ୍ଥାପନ କରାଯାଇଥିଲା ଓ ସେ ଜାନୁୟାରୀରେ ଗର୍ଭବତୀ ହୋଇଥିଲେ।

ଅନେକ ହୁଏତ ଜାଣିନଥାନ୍ତି ଫଲିକିଲ୍ ଷ୍ଟିମୁଲେଟିଂ ହରମୋନ ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜିରେ ଅଧିକ ବ୍ୟବହାର କରାଯାଇଥାଏ। ଫଲିକିଲ୍ ଷ୍ଟିମୁଲେଟିଂ ହର୍ମୋନ ସହିତ ସିନର୍ଜିରେ ଏଲ୍ଏଚ୍ ହରମୋନ ସାଧାରଣ ଫଲିକୁଲାର ବୃଦ୍ଧି ଓ ଓଭୁଲେସନକୁ ଉତ୍ତେଜିତ କରିଥାଏ। ଡିମ୍ବାଶୟ ମଧ୍ୟରେ ଫ୍ଲୁଇଡ୍ ଦ୍ୱାରା ପୂରଣ ହୋଇଥିବା ସିଷ୍ଟ ଭିତରେ ଡିମ୍ବଗୁଡ଼ିକ ଉତ୍ପନ୍ନ ହୋଇଥାନ୍ତି ଯାହାକୁ ଫଲିକିଲ୍ କୁହାଯାଏ।

ଯେତେବେଳେ ମହିଳାମାନଙ୍କର ମାସିକ ଋତୁସ୍ରାବ ହୋଇଥାଏ, କୌଣସି ପ୍ରଜନନ ଔଷଧ ଗ୍ରହଣ କରାଯାଇନଥିବା ଏକ ପ୍ରାକୃତିକ ପ୍ରଜନନ ଚକ୍ରରେ ସମୟ ଅନୁଯାୟୀ ବିଭିନ୍ନ ଫଲିକିଲ୍ ଗୁଡ଼ିକର ବୃଦ୍ଧି ଘଟିଥାଏ। କିଛି ସପ୍ତାହ ପରେ ଏହି ଫଲିକିଲ୍ ମାନଙ୍କ ମଧ୍ୟରେ ମାତ୍ର ଗୋଟିଏ ପରିପକ୍ୱ ହେବାକୁ ଓ ଫାଟିବାକୁ ବିକଶିତ ହୋଇଥାଏ ଏବଂ ଓଭୁଲେସନ୍ ସମୟରେ ଏହାର ଡିମ୍ବାଣୁ ନିଷ୍କାସନ କରିଥାଏ। ବିକଶିତ ହେବାକୁ ଆରମ୍ଭ କରୁଥିବା ଅନ୍ୟ ସମସ୍ତ ଫଲିକିଲ୍ ଗୁଡ଼ିକ ବୃଦ୍ଧି କରନ୍ତି ନାହିଁ ଏବଂ ପୁନର୍ଗଠିତ ହୋଇଥାଆନ୍ତି। ପରିଶେଷରେ ଗର୍ଭାଶୟ ମଧ୍ୟରେ ବହୁତ କମ୍ ପରିମାଣର ଡିମ୍ବାଣୁ ମହିଳାମାନଙ୍କ ପ୍ରଜନନିକ ଜୀବନ ଅବଧି ସମୟରେ ଡିମ୍ବାଣୁ ନିଷ୍କାସିତ କରିବାକୁ ରହିଥାଆନ୍ତି।

ଏଆର୍ଟି ପୂର୍ବରୁ ଏପ୍ଏସ୍ଏଚ୍ ଥିବା ଔଷଧଗୁଡ଼ିକ ଦ୍ୱାରା ଫଲିକିଲ୍ ଓ ଡିମ୍ବାଣୁଗୁଡ଼ିକର ପୁର୍ନଃଆରମ୍ଭ ସମ୍ଭବ। ଏହାହେଉଛି ଏକ ହରମୋନ ଯେଉଁ କାରଣରୁ ପିଟ୍ୟୁଟାରୀ ଗ୍ଲାଣ୍ଡ ଗୋଟିଏ ଡିମ୍ବାଣୁ ବିକଶିତ କରିଥାଏ। ଯଦି ମହିଳାଙ୍କ ଏଫ୍ଏସ୍ଏଚ୍ର ରକ୍ତ ସ୍ତରର ବୃଦ୍ଧି ଘଟିଥାଏ, ତେବେ ମୋଟାମୋଟି ଭାବେ ସେହି ସମାନ ହାରରେ ବିଭିନ୍ନ ଫଲିକିଲ୍ ମାନଙ୍କର ବିକାଶ ହୋଇଥାଏ, ଯାହା ଏକାଧିକ ପରିପକ୍ୱ ଡିମ୍ବାଣୁକୁ ସଂଗ୍ରହ କରିବା ପାଇଁ ଅନୁମତି ପ୍ରଦାନ କରେ।

ଲୁଟେଞ୍ଜିଂ ହରମୋନ ହେଉଛି ପିଟ୍ୟୁଟାରୀ ଗ୍ଲାଣ୍ଡରୁ ଉତ୍ପନ୍ନ ହେଉଥିବା ଏକ ପ୍ରମୁଖ ପ୍ରଜନନକାରୀ ହରମୋନ, ଯାହା ଋତୁଚକ୍ର ଓ ଓଭୁଲେସନ ସମୟକୁ ନିୟନ୍ତ୍ରଣ କରିଥାଏ। ଏଲ୍ଏଚ୍ ହରମୋନ ସ୍ତରଗୁଡ଼ିକ ବଢ଼ିବା ସହିତ ଓଭୁଲେସନ ମଧ୍ୟ ପ୍ରଭାବିତ ହୋଇଥାଏ। ସେହିପରି ଫଲିକିଲ୍ ଷ୍ଟିମୁଲେଟିଂ ହରମୋନ ହେଉଛି ପ୍ରତ୍ୟେକ ଋତୁଚକ୍ରରେ ଡିମ୍ବାଶୟରେ ଡିମ୍ବାଣୁଗୁଡ଼ିକର ପରିପକ୍ୱତା ନିମନ୍ତେ ପିଟ୍ୟୁଟାରୀ ଗ୍ଲାଣ୍ଡରୁ ଉତ୍ପନ୍ନ ହେଉଥିବା ଆଉ ଏକ ଦରକାରୀ ପ୍ରଜନନକାରୀ ହରମୋନ୍।

ଚକ୍ର ସମୟରେ ଏଫଏସ୍ଏଚ୍ ସ୍ତରଗୁଡ଼ିକ ଭିନ୍ନ ହୋଇଥାଏ କିନ୍ତୁ ଓଭୁଲେସନର କିଛି ସମୟ ପୂର୍ବରୁ ଏଗୁଡ଼ିକ ଅଧିକ ହୋଇଥାଏ। ଆଇଭିଏଫ’ ରେ ସଫଳତାର ମାତ୍ରା ଆଜିକାଲି ଅଧିକ ହେଉଥିଲେ ବି କିନ୍ତୁ କିଛି ନିର୍ଦ୍ଦିଷ୍ଟ ମହିଳାମାନଙ୍କ କ୍ଷେତ୍ରରେ ଏହା ଅଧିକ ନୁହେଁ କାରଣ ଯେଉଁମାନେ ଆବେଗିକ କ୍ଷେତ୍ର ହେଉ ବା ଶାରୀରିକ ବା ଆର୍ଥିକ ଚିନ୍ତା ଦେଇ ବାରମ୍ବାର ଗତି କରିଥାନ୍ତି ସେମାନଙ୍କ ପାଇଁ ଏହି ସଫଳତା ଉପରୋକ୍ତ ଲକ୍ଷଣକୁ ନେଇ ନିର୍ଦ୍ଧାରିତ ହୋଇଥାଏ। ଆଜିକାଲି ଆଇଭିଏଫ୍ ମାଧ୍ୟମରେ ଅନେକ ଦମ୍ପତି ସନ୍ତାନ ପ୍ରାପ୍ତିର ସୁଖ ପାଉଛନ୍ତି। ଅନେକଙ୍କ ପାଇଁ ଏହା ବଡ଼ ଧୈର୍ଯ୍ୟର କାରଣ ଓ ବ୍ୟୟ ସାପେକ୍ଷର ପ୍ରସଙ୍ଗ ହୋଇପାରେ।

ଆଇଭିଏଫ୍ ମାଧ୍ୟମରେ ସନ୍ତାନ ପ୍ରାପ୍ତି ପୂର୍ବରୁ ଦମ୍ପତିଙ୍କ ଭିତରେ ମାନସିକ ସନ୍ତୁଳନ ଜରୁରୀ। ସ୍ତ୍ରୀ ଓ ପ୍ରସୂତୀରୋଗ ବିଶେଷଜ୍ଞଙ୍କ ଉପରେ ଭରଷା କରିବା ସହ ଭଗବାନଙ୍କ ଉପରେ ପ୍ରଗାଢ଼ ଭକ୍ତି ଓ ପ୍ରାର୍ଥନାର ବିଶ୍ୱାସ ବରଦାନ ପରି କାମ କରିଥାଏ। ଉପରୋକ୍ତ ମହିଳାଙ୍କ ଖବର ସମଗ୍ର ଭାରତରେ ମହିଳାମାନଙ୍କ ଆଇଭିଏଫ୍ ପଦ୍ଧତିରେ ସନ୍ତାନ ପ୍ରାପ୍ତିର ବଡ଼ ଖବର ନିଶ୍ଚୟ।

Dr. Subhashree Mishra, the writer, is a dedicated assistant professor in the Department of Obstetrics and Gynecology at Shriram Chandra Bhanja Medical College, Cuttack. With her extensive expertise and commitment to women's health, she contributes significantly to clinical practice, medical education, and research in her field. She can be reached at phone: 9861463406 for professional consultations and collaborations. 

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.