ଗର୍ଭାଶୟ ପ୍ରତିରୋପଣ

୫ ହଜାର ମହିଳାରେ ଜଣେ ଏମ୍ଆରଏଚକେ ସିଣ୍ଡ୍ରୋମ୍ ନାମକ ଏକ ଜେନେଟିକ କଣ୍ଡିସନରେ ପୀଡ଼ିତ। ଏହି କଣ୍ଡିସନରେ ଗୋଟିଏ ଝିଅ ଗର୍ଭାଶୟ ନଥାଇ ଜନ୍ମ ହୋଇଥାଏ। ତେବେ ଗର୍ଭାଶୟ ପ୍ରତିରୋପଣ ଏଭଳି ସ୍ଥିତିରେ ପୀଡ଼ିତ ଥିବା ରୋଗୀମାନଙ୍କ ପାଇଁ ନୂଆ ଆଶା ରୂପେ ଉଦ୍ରେକ ହୋଇଛି।

Dec 21, 2019 - 09:34
ଗର୍ଭାଶୟ ପ୍ରତିରୋପଣ
Remix : Suv Bharat Times

ଗର୍ଭାଶୟ ନଥାଇ ବି ମହିଳାମାନେ ସେମାନଙ୍କ ଗର୍ଭରେ ସନ୍ତାନଙ୍କୁ ଧରିପାରିବେ ଏବଂ ଏହା ସମ୍ଭବ ହୋଇପାରିବ ଗର୍ଭାଶୟ ପ୍ରତିରୋପଣ ଦ୍ୱାରା। ସାରା ବିଶ୍ୱରେ ଏହି ଆଡ଼ଭାନ୍ସ ଟେକ୍ନୋଲୋଜି ଦ୍ୱାରା ଗର୍ଭାଶୟ ନଥାଇ ଜନ୍ମ ହୋଇଥିବା ମହିଳାମାନଙ୍କ ପାଇଁ କିମ୍ବା କୌଣସି ରୋଗ ହେତୁ ଗର୍ଭାଶୟ ହରାଇ ଦେଇଥିବା ମହିଳାମାନଙ୍କ ପାଇଁ ଗର୍ଭାଶୟ ପ୍ରତିରୋପଣ ଏକ ନୂଆ ମାଧ୍ୟମ ରୂପେ ଉଭା ହୋଇଛି। ରିପ୍ରଡକ୍ଟିଭ ମେଡ଼ିସିନ ମଧ୍ୟ ଉପଲବ୍ଧ ହେଉଛି। ମେଡ଼ିକାଲ କାଉନସିଲ ଅଫ୍ ଇଣ୍ଡିଆ ଗୋଥେନବର୍ଗ ୟୁନିଭର୍ସିଟିର ଗାଇନୋକୋଲୋଜି ଏବଂ ଅବଷ୍ଟ୍ରେଟିକ୍ସ ପ୍ରଫେସର ଡକ୍ଟର ମ୍ୟାଟ୍ସ ବ୍ରାନଷ୍ଟ୍ରମ୍ ଭାରତରେ ଏହି ପ୍ରୋସିଜିଓର ପରିଚାଳନା କରିବା ପାଇଁ ଅସ୍ଥାୟୀ ଭାବେ ପଞ୍ଜୀକୃତ କରାଇଛି।

ବ୍ରାନଷ୍ଟ୍ରମ୍ ୨୦୧୪ ଅକ୍ଟୋବରରେ ଏକ ଅପରେସନ ପରିଚାଳନା କରିଥିଲେ ଯେଉଁଥିରେ ପ୍ରଥମଥର ପାଇଁ ଜଣେ ୟୁଟେରାଇନ୍ ଟ୍ରାନ୍ସପ୍ଲାଣ୍ଟ ରେସିପିଏଣ୍ଟ ବା ଗର୍ଭାଶୟ ପ୍ରତିରୋପଣ କରିଥିବା ମହିଳାଙ୍କ ଠାରୁ ଏକ ସୁସ୍ଥ ଶିଶୁ ଜନ୍ମ ହୋଇଥିଲା। ତା’ପରେ ସେ ବେଙ୍ଗାଲୁରର ଫର୍ଟିଲିଟି ସେଣ୍ଟର ମିଲନ ଏବଂ ଏଥିସହ ଏଚସିଜି ହସପିଟାଲ ସହ ମିଶି ଏହି ୟୁଟେରସ ଟ୍ରାନ୍ସପ୍ଲାଣ୍ଟେସେନ ଟେକ୍ନୋଲୋଜି ଭାରତକୁ ଆଣିବାକୁ ଚାହିଁଛନ୍ତି। କିନ୍ତୁ ଏହି ପ୍ରକ୍ରିୟା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଚାରାଧୀନ ହୋଇରହିଛି। ଡକ୍ଟର ବ୍ରାନଷ୍ଟ୍ରନ୍ ସ୍ୱିଡ଼େନରେ ତାଙ୍କ କାର୍ଯ୍ୟର ଫଳାଫଳ ଏବଂ ଟେକନିକ୍ ବାବଦରେ ଭାରତର ଚିକିତ୍ସକମାନଙ୍କୁ ଜଣାଇବା ପାଇଁ ଭାରତରେ ଦୁଇଟି କନଫରେନ୍ସ କରିସାରିଛନ୍ତି। ୧୫ଜଣ ରୋଗୀ ଏହି ପ୍ରୋସିଜିଓରରେ ସାମିଲ ହେବା ପାଇଁ ଇଛା ପ୍ରକାଶ କରିଥିବା ଜଣାପଡ଼ିଛି।

୫ ହଜାର ମହିଳାରେ ଜଣେ ଏମ୍ଆରଏଚକେ ସିଣ୍ଡ୍ରୋମ୍ ନାମକ ଏକ ଜେନେଟିକ କଣ୍ଡିସନରେ ପୀଡ଼ିତ। ଏହି କଣ୍ଡିସନରେ ଗୋଟିଏ ଝିଅ ଗର୍ଭାଶୟ ନଥାଇ ଜନ୍ମ ହୋଇଥାଏ। ତେବେ ଗର୍ଭାଶୟ ପ୍ରତିରୋପଣ ଏଭଳି ସ୍ଥିତିରେ ପୀଡ଼ିତ ଥିବା ରୋଗୀମାନଙ୍କ ପାଇଁ ନୂଆ ଆଶା ରୂପେ ଉଦ୍ରେକ ହୋଇଛି। ଗର୍ଭାଶୟ ସଂକ୍ରାନ୍ତ ଅନ୍ୟାନ୍ୟ ସମସ୍ୟା ଥିବା ମହିଳାଙ୍କୁ ମଧ୍ୟ ଏହି ପ୍ରୋସିଜିଓର ଖୁବ୍ ସାହାଯ୍ୟ କରିବ। ଇନଫର୍ଟିଲିଟି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିଲେ ବି ଏହାର ଚିକିତ୍ସା କରିବା ଏବେ ସହଜ ହୋଇପାରିଛି।

ବିଜ୍ଞାନ ଏବେ ବହୁ ଆଗକୁ ଯାଇଛି। ତେଣୁ କୌଣସି ଜିନିଷ ଅସମ୍ଭବ ନୁହେଁ। ଭାରତରେ ୨୦୦୧, ୧୯୯୧, ୧୯୮୧ ଜନଗଣନା ରିପୋର୍ଟକୁ ଆଧାର କରି ଆଇଆଇପିଏସ୍ ଗବେଷକମାନେ ଜାଣିପାରିଛନ୍ତି ଯେ ଭାରତରେ ସନ୍ତାନହୀନତା ୧୯୮୧ ପରଠାରୁ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ପାଞ୍ଚ ଜଣରେ ଜଣେ ଦମ୍ପତି ଏବେ ସନ୍ତାନହୀନ। ସେମାନଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ୧୯୮୧ ମସିହା ପରଠାରୁ ଭାରତର ସହରାଞ୍ଚଳରେ ଇନଫର୍ଟିଲିଟି ସମସ୍ୟା ୫୦ ପ୍ରତିଶତ ବୃଦ୍ଧି ହୋଇଛି। ତାମିଲନାଡୁରେ ଏହା ଅଧିକ ବୃଦ୍ଧି ପାଉଥିବା ଦେଖାଯାଏ।

ଦେଶର ଅନ୍ୟାନ୍ୟ ରାଜ୍ୟ ଯଥା ଓଡ଼ିଶା ଏବଂ ବିହାର ତୁଳନାରେ ତାମିଲନାଡୁରେ ଇନଫର୍ଟିଲିଟି ସଂଖ୍ୟା ଅଧିକ। ଏଠାକାର ଲୋକମାନେ ଅଧିକ ସମୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଶାରୀରିକ ଅସନ୍ତୁଳନ ଘଟି ଏମିତି ସମସ୍ୟା ଉପୁଜିଥାଏ। ସାକ୍ଷରତା ହାର ବୃଦ୍ଧି ପାଉଥିବା ହେତୁ ଲୋକମାନେ ଅଧିକ ଆଶାବାଦୀ ହୋଇପଡ଼ୁଛନ୍ତି ଏବଂ ଅଧିକାଂଶ ସମୟ କେବଳ କାମରେ ହିଁ ବ୍ୟସ୍ତ ରହୁଛନ୍ତି। ଫଳରେ ଶାରୀରିକ ଅସନ୍ତୁଳନ ଘଟି ଓଭୁଲେସନ ଡିଜଅର୍ଡ଼ର ଇନଫର୍ଟିଲିଟିର କାରଣ ହେଉଛି।

ଆଜିକାଲି ଭାରତୀୟ ଜନସଂଖ୍ୟାର ପାଖାପାଖି ୧୫ ପ୍ରତିଶତ ଉଭୟ ପୁରୁଷ ଏବଂ ମହିଳା ଇନଫର୍ଟାଇଲ। ସାଧାରଣରେ ମେଲ୍ ଇନଫର୍ଟିଲିଟି ବୃଦ୍ଧି ପାଉଥିବାବେଳେ ଏହାକୁ କିନ୍ତୁ ଆଡ଼େଇଦେଇ ହେବନି ଯେ, ଉଭୟ ପୁରୁଷ ଏବଂ ମହିଳା ଏବେ ସେମାନଙ୍କ ୱାର୍କିଂ ଷ୍ଟାଇଲ ପାଇଁ ଅଧିକ ଇନ୍ଫର୍ଟିଲିଟିର ଶିକାର ହେଉଛନ୍ତି। ସରକାରୀ ସୂତ୍ରରୁ ଜଣାଯାଇଛି ଯେ, ୧୯୮୦ ଦଶକରେ ମେଲ ଇନଫର୍ଟିଲିଟି ୪୦ ପ୍ରତିଶତ ଥିବାବେଳେ ଏବେ ଏହା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି। ଅଧ୍ୟୟନରୁ ଜଣାଯାଇଛି ଯେ କୃଷି କ୍ଷେତ୍ରରେ ପେଷ୍ଟିସାଇଡର ଅତ୍ୟଧିକ ବ୍ୟବହାର ଫଳରେ ମେଲ୍ ଇନଫର୍ଟିଲିଟି ସଂଖ୍ୟା ବେଶୀ ବୃଦ୍ଧି ପାଇଛି। ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ।

ବିଳମ୍ବିତ ବିବାହ ମଧ୍ୟ ଏହାର ଅନ୍ୟ ଏକ କାରଣ। ତେଣୁ ଚିକିତ୍ସକମାନେ କହୁଛନ୍ତି ଯଦି ମେନ ମେନଷ୍ଟରାଲ ସାଇକେଲ ବା ମାସିକ ଋତୁଚକ୍ରରେ କୌଣସି ପରିବର୍ତ୍ତନ ଦେଖାଦେଉଛି ତେବେ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ। କାରଣ ଆରମ୍ଭରୁ ଚିକିତ୍ସାରେ ରହିଲେ ଇନଫର୍ଟିଲିଟି ସମସ୍ୟା କମିଯିବ। ତେବେ ଖୁସିର କଥା ହେଉଛି ଅତ୍ୟାଧୁନିକ ଟେକନୋଲୋଜିର ପ୍ରୟୋଗ ଦ୍ୱାରା ଇନଫର୍ଟିଲିଟି ଚିକିତ୍ସାରେ ୭୦ ପ୍ରତିଶତ ସଫଳତା ମିଳିପାରିଛି। ତେଣୁ ସନ୍ତାନ ସମସ୍ୟାକୁ ନେଇ କୋଳ ଖାଲିଥିବା ମାଆ ମାନଙ୍କ ପାଇଁ ଖୁସିର ସମୟ ପହଞ୍ଚି ସାରିଛି।

Dr. Subhashree Mishra, the writer, is a distinguished medical professional serving as an Associate Professor in the Department of Obstetrics and Gynecology at Shri Ramchandra Bhanj Medical College, Cuttack. With extensive expertise in women's health, obstetrics, and gynecology, she has contributed significantly to clinical practice, research, and academic excellence. As a dedicated educator and writer, Dr. Mishra is committed to advancing knowledge in her field and providing quality healthcare to her patients.

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.