ଅସମୟରେ ପ୍ରସବ ସମସ୍ୟା
ଶ୍ୱାସକ୍ରିୟାରେ କଷ୍ଟ, ମସ୍ତିଷ୍କରେ ରକ୍ତସ୍ରାବ, ସଂକ୍ରମଣ, ଖାଦ୍ୟ ଗିଳିବାରେ କଷ୍ଟ। ଏଭଳି ଶିଶୁ ଭବିଷ୍ୟତରେ ଦେଖିବା, ଶୁଣିବା ସମସ୍ୟାରେ ପଡ଼ିପାରନ୍ତି। ଦାନ୍ତରୋଗ, ପ୍ରମସ୍ତିଷ୍କାଘାତ ବା ସେରିବ୍ରାଲ ପାଲ୍ସି, ମାନସିକ ସମସ୍ୟା ବି ଭୋଗିପାରନ୍ତି।
ଅକାଳ ଜନ୍ମ ବା ପ୍ରିଟର୍ମ ବାର୍ଥ ଅର୍ଥ ଗର୍ଭଧାରଣର ୩୭ ସପ୍ତାହ ପୂର୍ତ୍ତି ପୂର୍ବରୁ ସନ୍ତାନ ପ୍ରସବ କରିବା। ଅସମୟରେ ପ୍ରସବ ଜନିତ କାରଣରୁ ଶିଶୁ ମୃତ୍ୟୁହାର ବଢ଼ୁଛି। ଏ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରଥମ। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତରେ ୨୦୧୫ରେ ୩୫,୧୯,୧୦୦ ଶିଶୁ ଅକାଳରେ ଜନ୍ମ ହୋଇଥିଲେ। ଏହି ତାଲିକାରେ ଭାରତ ତଳେ ଥିଲେ ଚାଇନା (୧୧,୭୨,୩୦୦), ନାଇଜେରିଆ (୭,୭୩,୬୦୦), ପାକିସ୍ତାନ (୭,୪୮,୧୦୦) ଏବଂ ତାଲିକାର ପଞ୍ଚମ ସ୍ଥାନରେ ଥିଲା ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ର। ସେଠାରେ ୫,୧୭,୪୦୦ ଶିଶୁ ଅସମୟରେ ଜନ୍ମ ହୋଇଥିଲେ। ତେଣୁ ଏଥିପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ।
ସଂକ୍ରମଣ, ପ୍ରାକ୍ ଗର୍ଭାପସ୍ମାର ବା ପ୍ରି ଏକ୍ଲେମ୍ପସିଆ, ଗର୍ଭଧାରଣକାଳୀନ ମଧୁମେହ, ଗର୍ଭାଶୟ ଗ୍ରୀବା ବା ସର୍ଭିକ୍ସରେ ସମସ୍ୟା, ଅସୁରକ୍ଷିତ ଜୀବନଶୈଳୀ, ଗର୍ଭାଶୟରେ ସମସ୍ୟା, ଅପରା ବା ପ୍ଲାସେଣ୍ଟାରେ ସମସ୍ୟା। ପୁଣି ସତର ବର୍ଷରୁ କମ୍ ତଥା ପଞ୍ଚତିରିଶ ବର୍ଷରୁ ଅଧିକ ବୟସରେ ଗର୍ଭଧାରଣ, ଗର୍ଭରେ ଏକାଧିକ ସନ୍ତାନ ଧାରଣ ବି କାରଣ ହୋଇପାରେ। ପ୍ରଥମ ଗର୍ଭଧାରଣ ବେଳେ ଅନେକଙ୍କ କ୍ଷେତ୍ରରେ ଏହା ଘଟିପାରେ।
ଶ୍ୱାସକ୍ରିୟାରେ କଷ୍ଟ, ମସ୍ତିଷ୍କରେ ରକ୍ତସ୍ରାବ, ସଂକ୍ରମଣ, ଖାଦ୍ୟ ଗିଳିବାରେ କଷ୍ଟ। ଏଭଳି ଶିଶୁ ଭବିଷ୍ୟତରେ ଦେଖିବା, ଶୁଣିବା ସମସ୍ୟାରେ ପଡ଼ିପାରନ୍ତି। ଦାନ୍ତରୋଗ, ପ୍ରମସ୍ତିଷ୍କାଘାତ ବା ସେରିବ୍ରାଲ ପାଲ୍ସି, ମାନସିକ ସମସ୍ୟା ବି ଭୋଗିପାରନ୍ତି। ତେବେ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଦ୍ୱାରା ଏମାନଙ୍କୁ ସୁରକ୍ଷିତ ରଖିବା ସହ ଏମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ାଯାଇପାରେ। ଆସନ୍ତୁ ଆଶାବାନ ହେବା ଏବଂ ଏଭଳି ଶିଶୁଙ୍କ ଯତ୍ନ ନେବାରେ ଆଦୌ ଅବହେଳା କରିବା ନାହିଁ।
ଅନେକ ଜାଣି ନଥାଇପାରନ୍ତି, ଅନେକ ବିଶ୍ୱ ପ୍ରସିଦ୍ଧ ବ୍ୟକ୍ତି ଅସମୟରେ ବା ପ୍ରି-ମେଚର ଭାବେ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ଆଲବର୍ଟ ଆଇନଷ୍ଟାଇନ୍, ୱେିନଷ୍ଟନ ଚର୍ଚ୍ଚିଲ (ନିର୍ଦ୍ଦିଷ୍ଟ ସମୟର ଦୁଇ ମାସ ପୂର୍ବରୁ), ଚାର୍ଲସ ଡାରୱିନ୍ (ପାଞ୍ଚ ସପ୍ତାହ ପୂର୍ବରୁ), ଜନ୍ କିଟ୍ସ (ତିନିମାସ ପୂର୍ବରୁ), ମାର୍କ ଟ୍ୱେନ୍ (ଦୁଇମାସ ପୂର୍ବରୁ), ଜାଁ ଜେକ୍ ରୁସୋ, ଆଇଜାକ ନିଉଟନ୍, ଜୋହାନ୍ସ କେପ୍ଲର (ତିନି ମାସ ପୂର୍ବରୁ), ଷ୍ଟିଭି ୱଣ୍ଡର (ଛଅ ସପ୍ତାହ ପୂର୍ବରୁ) ଓ ଆନା ପାଭ୍ଲୋଭା ଦୁଇମାସ ପୂର୍ବରୁ ଜନ୍ମ ହୋଇଥିଲେ।
Dr. Madhusmita Pradhan, the writer, is a distinguished Gynecologist and Obstetrician affiliated with Sriram Chandra Bhanja Medical College in Cuttack. With her extensive expertise in women's health, she specializes in providing comprehensive care related to gynecology and obstetrics. Her dedication to her profession is reflected in her commitment to patient well-being and her contributions to medical education and research at the college.


