ଅମାବାସ୍ୟାର ଚନ୍ଦ୍ର
କାଉଲ ଜଣେ ଜୁଆଡ଼ି, ଗୋଟିଏ ଲମ୍ପଟ, ପୁଣି ମଦ୍ୟପ; ଯିଏ ଦରକାର ବେଳେ ରେସକୋର୍ସରେ ଅର୍ଥ ଲଗାଇପାରେ ଏବଂ ଅର୍ଥ ବଳରେ ନୀରାଙ୍କ ଭଳି ଜଣେ ବେଶ୍ୟା ସହ ରାତି କଟାଇ ତାର ବେଶ୍ୟାବୃତ୍ତିକୁ ମଧ୍ୟ ଉଚିତ୍ ସନ୍ମାନ ଦେଇପାରେ।
ସେ ଆଇନ ଜଗତରେ ଯେତିକି ପ୍ରସିଦ୍ଧ, ସାହିତ୍ୟ ଦୁନିଆରେ ମଧ୍ୟ ସେତିକି ପରିଚିତ ଥିଲେ। ‘ଅମାବାସ୍ୟାର ଚନ୍ଦ୍ର’ ତାଙ୍କର ସାହିତ୍ୟିକ ପ୍ରତିଭାର ସାର୍ଥକ ଅଭିବ୍ୟକ୍ତି। ୧୯୬୪ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା। ୨୦୦୮ରେ ତାଙ୍କର ପରଲୋକ ବେଳକୁ ଏହାର ୨୫ତମ ସଂସ୍କରଣ ବଜାରରେ ମିଳୁଥିଲା। ଆଲୋଚକ ଡ. ବାଉରୀବନ୍ଧୁ କରଙ୍କ ଭାଷାରେ ‘ଉପନ୍ୟାସଟିର ଭଗବତୀ ଚରଣ ବର୍ମାଙ୍କ ଚିତ୍ରଲେଖା ସହ ଅଦ୍ଭୁତ ଭାବେ ମେଳ ଥିଲେ ସୁଦ୍ଧା ସେ ଏହି ଉପନ୍ୟାସ ସକାଶେ ଅଗଣିତ ଓଡ଼ିଆ ପାଠକର ଶ୍ରଦ୍ଧାଭାଜନ ହୋଇଛନ୍ତି।’ ଏଥିରେ ସବୁଠାରୁ ଆକର୍ଷଣୀୟ ଚରିତ୍ର ହେଉଛି କାଉଲ୍।
କାଉଲଙ୍କ ଜୀବନବୃତ୍ତାନ୍ତ ମାଧ୍ୟମରେ ରାଜନେତାମାନଙ୍କ ଚରିତ୍ର ରୂପ ନେଇଛି। କାଉଲ୍ ଚରିତ୍ରଟି ଜଣେ ଉଚ୍ଚାକାଂକ୍ଷୀ ବ୍ୟକ୍ତିର ହାଇପ୍ରୋଫାଇଲ୍ ଜୀବନଶୈଳୀକୁ ପ୍ରତିପାଦିତ କରୁଛି। ସେ କେବେ ଜଣେ ଜୁଆଡ଼ି ତ କେବେ ଗୋଟିଏ ଲମ୍ପଟ, ପୁଣି ମଦ୍ୟପ; ଯିଏ ଦରକାର ବେଳେ ରେସକୋର୍ସରେ ଅର୍ଥ ଲଗାଇପାରେ ଏବଂ ଅର୍ଥ ବଳରେ ନୀରାଙ୍କ ଭଳି ଜଣେ ବେଶ୍ୟା ସହ ରାତି କଟାଇ ତାର ବେଶ୍ୟାବୃତ୍ତିକୁ ମଧ୍ୟ ଉଚିତ୍ ସନ୍ମାନ ଦେଇପାରେ। କାଉଲ୍ ଆଧୁନିକ୍ ନେତାଙ୍କ ଚରିତ୍ର ତୁଳନାରେ ଖୁବ୍ ଉଚ୍ଚରେ। ସମୟଚକ୍ରରେ ସେ ଦିନେ ନେତା ଆସନରେ ବସିପାରିଲେ। ଏଥିପାଇଁ ସେ ପଣ୍ଡିତଜୀଙ୍କ ଭଳି ବିଶିଷ୍ଟବ୍ୟକ୍ତିଙ୍କ ମୁଖରେ ବହୁବାର ପ୍ରଶଂସିତ ହୋଇଥିଲେ। ସାମ୍ପ୍ରତିକ ସମାଜରେ ଯେତେ ଅନୀତି, ଦୁର୍ନୀତି କଲେ ସୁଦ୍ଧା ନେତାଟିଏ ହୋଇପାରିଲେ ସବୁ ସମ୍ମାନ ଆପେ ଆପେ ଆସି ଅଜାଡ଼ି ହୋଇପଡ଼େ, ଏହାହିଁ ଏଥିରେ ସୂଚିତ।
ବାରିଷ୍ଟର ଗୋବିନ୍ଦ ଦାସଙ୍କ ଅନ୍ୟତମ କୃତି ଗୁଡିକ ମଧ୍ୟରେ ଲାସୁ, ଭଗ୍ନାଂଶ, ସୂର୍ଯ୍ୟାସ୍ତ, ଦେଶେ ଦେଶେ, ଜାତକ, ମିଶ୍ର ରାଗ ଆଦି ଶ୍ରେଷ୍ଠତା ବଜାୟ ରଖିଛି। ସାନ ଗୋଟିଏ ଜୀବନ ତାଙ୍କ ଆତ୍ମଚରିତ। ବାରିଷ୍ଟର ଦାସଙ୍କ ରଚନାଶୈଳୀର ବିଶେଷତ୍ୱ, ବାକ୍ୟବିନ୍ୟାସ କୌଶଳ ଆଦି ତାଙ୍କ ଉପନ୍ୟାସଗୁଡ଼ିକୁ ସୁଖପାଠ୍ୟ କରିଛି। ଯୌବନାବସ୍ଥାରେ ସେ ସମାଜବାଦୀ ଆଦର୍ଶ ଓ ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇଥିଲେ। ସୋସିଆଲିଷ୍ଟ ଦଳରେ ଯୋଗ ଦେବା ପରେ ଛାତ୍ର ଆନ୍ଦୋଳନରେ ସାମିଲ ହୋଇ ଜେଲ୍ ଯାଇଥିଲେ। ସମାଜବାଦୀ ବ୍ୟକ୍ତିତ୍ୱରୁ ମିଳିଥିବା ପ୍ରେରଣା କିଛି କାଳ ଧରି ଏକ କୃଷକ ପତ୍ରିକା ସଂପାଦନ କରିବାରେ ସହାୟକ ହୋଇଥିଲା। ପିତା ଚାହୁଁଥିଲେ ଗୋବିନ୍ଦ ଦାସ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହୁଅନ୍ତୁ।
ତତ୍କାଳୀନ ସମାଜରେ ଜଣେ ସୋସାଲିଷ୍ଟ ପାର୍ଟି କର୍ମକର୍ତ୍ତା ଭାବରେ ନିଜର ପ୍ରତିଷ୍ଠା ବଜାୟ ରଖିବାକୁ ଚାକିରିକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେଣୁ ବାପାଙ୍କ ପାଖରେ ସର୍ତ୍ତ ରଖିଥିଲେ କି, ଆଇଏଏସ୍ ପରୀକ୍ଷା ଦେଇ ସଫଳ ହେବେ। କିନ୍ତୁ ଚାକିରି କରିବେ ନାହିଁ। ସେ ଆଇଏଏସ୍ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତକାର ଦେବାକୁ ଯାଇନଥିଲେ। ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ସାରି ଲଣ୍ଡନ ଯାଇଥିଲେ। ପ୍ରସିଦ୍ଧ ଲିଙ୍କନସ୍ ଇନ୍ରୁ ବାରାଟ ଲ ଡିଗ୍ରୀ ଲାଭ କରି, ୧୯୫୩ ମସିହାରେ ଓଡ଼ିଶା ହାଇକୋର୍ଟ ବାରରେ ଆଇନଜୀବୀ ବୃତ୍ତି ଆରମ୍ଭ କରିଥିଲେ। ୧୯୮୦ ଓ ୧୯୯୮ରେ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ଭାବେ କାର୍ଯ୍ୟଭାର ତୁଲାଇଥିଲେ। ବ୍ୟକ୍ତିଗତ ଜୀବନରେ ଥିଲେ ଖୁବ୍ ଶୃଙ୍ଖଳିତ ଏବଂ ଶାନ୍ତ ସ୍ୱଭାବର। ୧୯୩୦ ଜୁନ୍ ୩୦ରେ ସେ ଯାଜପୁର ଅନ୍ତର୍ଗତ କଲ୍ୟାଣପୁର ସନ୍ନିକଟ ତିସାଣିଆ ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା।
Dr. Arundhati Devi is a distinguished writer, social activist, and educator dedicated to societal betterment. She serves as the director of the International School of Decency and Research in New Delhi, where she promotes values of integrity and moral education. Through her work, she actively advocates for social change, fostering a culture of respect and decency. Her multifaceted career reflects her commitment to empowering individuals and enriching society through education and activism.


