ସୃଷ୍ଟି, ସ୍ଥିତି ଓ ଲୟର ସମଷ୍ଟି : ତ୍ରିମୂର୍ତ୍ତି

‘୩’ ସଂଖ୍ୟାର ରହସ୍ୟ ବାସ୍ତବରେ କଣ? ଏହା କଣ ପ୍ରାଚୀନ ମନୁଷ୍ୟ ସହ ଏଲିଏନଙ୍କ ସମ୍ପର୍କର ରାସ୍ତା ଖୋଲିପାରିବ! ପ୍ରାଚୀନ ଆଷ୍ଟ୍ରୋନଟ ଥିଓରିଷ୍ଟ ମାନୁଛନ୍ତି ଯେ, ଏହା ସହ ଯୋଡ଼ି ହୋଇଥିବା ଅନେକ ତଥ୍ୟ ଏକ ରହସ୍ୟମୟ କଳାକୃତିର ଅଧ୍ୟୟନରୁ ମିଳିଯିବ।

Jul 8, 2019 - 21:52
ସୃଷ୍ଟି, ସ୍ଥିତି ଓ ଲୟର ସମଷ୍ଟି : ତ୍ରିମୂର୍ତ୍ତି
The Sum of Creation State and Destruction Trinity

ବୌଦ୍ଧ ଧର୍ମର ତ୍ରିମୂର୍ତ୍ତି ଆମର ଧ୍ୟାନକୁ ସେହି ଦିଗକୁ ଆକର୍ଷିତ କରୁଛି। ଆମକୁ କିଛି କହିବାକୁ ଚାହୁଁଛି। ହିନ୍ଦୁଙ୍କର ତ୍ରିମୂର୍ତ୍ତି ଏବଂ ପ୍ରତ୍ୟେକ ଧର୍ମର ଏହି ପବିତ୍ର ତ୍ରିମୂର୍ତ୍ତି ପଛରେ ଗୁଢ ରହସ୍ୟ ଛୁପି ରହିଛି। ଏହାକୁ ଜାଣିବା ପାଇଁ ଯଦି ଧର୍ମ ପୁସ୍ତକର ପୃଷ୍ଠା ଓଲଟାଇବାକୁ ପଡ଼େ, ତେବେ ଦେଖିବା ପୁରା ମାନବ ଇତିହାସରେ ‘୩’ ସଂଖ୍ୟାର ଏକ ଅଦ୍ଭୂତ ମହତ୍ୱ ରହିଛି। ହେଲେ କାହିଁକି? ବାସ୍ତବରେ ଏହି ‘୩’ ଅଙ୍କରେ ଏପରି କ’ଣ ଅଛି, ଯେଉଁଥିରୁ ଧର୍ମ, ବାସ୍ତୁକଳା ଏବଂ ରହସ୍ୟମୟୀ ଯାଦୁବିଦ୍ୟା ପାଇଁ ଏହି ସଂଖ୍ୟାକୁ ଏତେ ଗୁରୁତ୍ୱ ଦିଆଯାଉଛି। ଏହାର କ’ଣ ପରଗ୍ରହୀଙ୍କ ସହ କିଛି ସମ୍ବନ୍ଧ ଅଛି! ଯଦି ଆମେ ‘୩’ ସଂଖ୍ୟାର ଶକ୍ତିକୁ ବୁଝି ପାରିଥାନ୍ତେ ତେବେ ଆମେ ସ୍ୱୟଂ ଈଶ୍ୱରଙ୍କ ଭଳି ସୃଷ୍ଟିକର୍ତ୍ତା ପାଲଟିଯା’ନ୍ତେ। କୌଣସି ପ୍ରାଚୀନ ସଂସ୍କୃତିକୁ ଦେଖାଯାଉ, ଭାରତରେ ମଧ୍ୟ ଭାରତୀୟଙ୍କ ପ୍ରମୁଖ ଦେବତାଙ୍କ ସଂଖ୍ୟା ‘୩’।

ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ୟୁନାନର ସାମୋସ’ର ପ୍ରସିଦ୍ଧ ୟୁନାନିୟମ୍ ଗଣିତଜ୍ଞ ଓ ଦାର୍ଶନିକ ପାଇଥାଗୋରସ୍ ନିଜର ସିଦ୍ଧାନ୍ତ ଦ୍ୱାରା ବିଶ୍ୱକୁ ନୂଆ ଦିଶା ଦେଇଥିଲେ। ‘ସି’ ସ୍କୋୟାର =‘ଏ’ ସ୍କୋୟାର + ‘ବି’ ସ୍କୋୟାର। ଏହି ସୂତ୍ର ସାରା ବ୍ରହ୍ମାଣ୍ଡ ପାଇଁ ଲାଗୁ ହୋଇଛି। ଏହି ସୂତ୍ର ଏକ ସମ୍ପୂର୍ଣ୍ଣ ତ୍ରିଭୂଜର ୩ ପାଶ୍ୱର୍ର ଆକାର ମଧ୍ୟସ୍ଥ ଗାଣିତିକ ସମ୍ବନ୍ଧର ବ୍ୟାକ୍ଷା କରିଥାଏ। ଆଉ କିଛି ଲୋକ ମାନନ୍ତି ଯେ, ଏହି ସୂତ୍ର ହୁଏତ ମିଶର ପିରାମିଡର ଆକାର ଉପରେ ଆଧାରିତ। ତେବେ କ’ଣ ‘୩’ ସଂଖ୍ୟା ତା’ର ଅବିଶ୍ୱସନୀୟ କ୍ଷମତା ପ୍ରଭାବରେ ଆମ ବ୍ରହ୍ମାଣ୍ଡର ରହସ୍ୟ ଉପରୁ ପର୍ଦ୍ଦା ହଟାଇ ପାରିବନାହିଁ!

ନିୟୁ ଗ୍ରେଞ୍ଜ ଆଇଲାଣ୍ଡ, ୫ ହଜାର ବର୍ଷ ପୁରୁଣା ପ୍ୟାସେଜ୍ ଟୁନ୍ ପ୍ରାଚୀରକୁ ପରସ୍ପର ମଧ୍ୟରେ ଯୋଡ଼ିଥିବା ‘୩’ଟି ବୁଢିଆଣି ଜାଲର ରହସ୍ୟମୟ ଡ଼ିଜାଇନରେ ସଜାଇ ଦିଆଯାଇଛି। ୟୁନାନ୍ ପ୍ରୋଭିନ୍ସ ଚୀନ୍, ଏଠାରେ ୧୧ଶହ ବର୍ଷ ତଳର ‘୩’ ଟି ପ୍ରାଚୀନ ବୌଦ୍ଧ ମନ୍ଦିର ଅଛି। ଯାହାକି ୩ଟି ପାଗୋଡ଼ା ନାମରେ ପରିଚିତ। ଏହି ପାଗୋଡ଼ା ତ୍ରିକୋଣ ସୃଷ୍ଟି କରେ ଏବଂ କୁହାଯାଏ ଯେ ଏହା ମନୁଷ୍ୟକୁ ପ୍ରକୃତିର ପ୍ରଳୟରୁ ବଞ୍ଚାଇଥାଏ। ପ୍ରାଚୀନ ଗ୍ରୀପ୍ସ, ପ୍ରାଚୀନ ସଂସ୍କୃତିର ଗବେଷଣାରେ ମଗ୍ନ ବିଶେଷଜ୍ଞଙ୍କ ଅନୁସାରେ ମନୁଷ୍ୟ ଏବଂ ଦେବତାଙ୍କ ଭାଗ୍ୟ ସବୁଠାରୁ ଶକ୍ତିଶାଳୀ ପ୍ରାଣୀଙ୍କ ହାତରେ ଥିଲା। ଯାହାକୁ ୩ଟି ଭାଗ୍ୟ ବୋଲି କୁହାଯାଏ।

ବିଶ୍ୱର ବହୁ ପ୍ରାଚୀନ ସଂସ୍କୃତିରେ ଯୁଗଯୁଗରୁ ଏହି ଧାରଣା ବଳବତ୍ତର ରହିଛି ଯେ, ସଂଖ୍ୟା ‘୩’ କୌଣସି ଅତ୍ୟନ୍ତ ପବିତ୍ର ରହସ୍ୟମୟୀ ଏବଂ ଅଲୌକିକ ଶକ୍ତିର ପ୍ରତୀକ। ଏ ସଂକ୍ରାନ୍ତରେ ୟୁଏସପି’ର ଆନ୍ଥ୍ରୋପୋଲୋଜି ପ୍ରଫେସର ଟକ୍ ଥମସନ୍ କହିଛନ୍ତି ଯେ, ‘ମନୁଷ୍ୟ ସଂଖ୍ୟାର ଭାଷା ଜାଣିଛି। ଆମେ ଏମିତି ଏକ ଭୌତିକ ଦୁନିଆରେ ରହୁଛେ, ଯେଉଁଠି କୌଣସି ଜିନିଷକୁ ଅଲଗା ଅଲଗା ସଂଖ୍ୟାରେ ଦେଖାଇ ଦିଆଯାଏ। ଏପରିକି ଅଲଗା ଅଲଗା ସଂସ୍କୃତିରେ ସଂଖ୍ୟାକୁ ଭିନ୍ନ ଭିନ୍ନ ପ୍ରକାରରେ ଗୁରୁତ୍ୱ ଦିଆଯାଏ। ଏହା ପଛରେ ନିଶ୍ଚୟ କିଛି ପରମ୍ପରା ଯୋଡ଼ି ହୋଇଥାଏ। ୟୁରୋପିଆନ୍ ଟ୍ରାଡିସନରେ ମଧ୍ୟ ସଂଖ୍ୟା ‘୩’କୁ ଖୁବ୍ ଗୁରୁତ୍ୱ ଦିଆଯାଇଛି ଏବଂ ବିଶ୍ୱର ଭିନ୍ନ ଭିନ୍ନ ପରମ୍ପରାରେ ମଧ୍ୟ ଏଭଳି ସାଙ୍ଖ୍ୟିକ ପରମ୍ପରା ଖୁବ୍ ଶକ୍ତିଶାଳୀ, ଯାହା ଭିନ୍ନ ଭିନ୍ନ ସଭ୍ୟତାକୁ ଯୋଡ଼ିଥାଏ।

‘୩’ ସଂଖ୍ୟା ପ୍ରତି ମାନବ ସଭ୍ୟତାର ଏଭଳି ଅନୁରକ୍ତି ହଜାର ହଜାର ବର୍ଷର ପୁରୁଣା। ଯାହାକୁ ନେଇ ଆଜି କଳା, ବାସ୍ତୁକଳା, ପୌରାଣିକ କାହାଣୀ, ସାହିତ୍ୟ, ବିଜ୍ଞାନ ଏବଂ ଧର୍ମ କ୍ଷେତ୍ରରେ ସଂଶ୍ଲିଷ୍ଟ କରାଯାଉଛି। କିନ୍ତୁ କାହିଁକି, ଏହି ସଂଖ୍ୟାରେ ଏଭଳି କ’ଣ ରହିଛି, ଯାହାପାଇଁ ଆଜି ‘୩’ ସଂଖ୍ୟା ମାନବ ସଭ୍ୟତାରେ ତା’ର ପ୍ରଭାବ ବଜାୟ ରଖିଛି! ଏସଂକ୍ରାନ୍ତରେ ଯୋଶେଫ କ୍ୟାମ୍ପବେଲ୍ ଆର୍କାଇଭର ଫାଉଣ୍ଡର କ୍ୟୁରେଟର ଯାନାଥନ ୟଙ୍ଗ କହିଛନ୍ତି, ‘ଯଦି ଆମେ ଆମ ଜୀବନକୁ ଦେଖିବା, ଆମର ଏକ ଅତୀତ, ବର୍ତ୍ତମାନ ଓ ଏକ ଭବିଷ୍ୟତ ଅଛି। ଆମ କାହାଣୀ ମଧ୍ୟ ‘୩’ ଭାଗରେ ବଣ୍ଟାଯାଇଛି।’ ଲୋକ ସାହିତ୍ୟ ଏବଂ ବିଭିନ୍ନ କାହାଣୀର ସମସ୍ତ କ୍ଷେତ୍ରରେ ସଂଖ୍ୟା ‘୩’ର ପ୍ରାଧାନ୍ୟ ରହିଛି। ‘୩’ ସଂଖ୍ୟାରେ ଏଭଳି କିଛି ଅଛି, ଯାହା ଆମର ଧ୍ୟାନକୁ ତା’ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି। ଆମକୁ କିଛି କହିବା ପାଇଁ ଚେଷ୍ଟା କରୁଛି। ଏନେଇ ‘ଏଲିଏନ୍ ସ୍କ୍ରିପଚର୍ସ’ ଲେଖକ ରେଭ୍ ମାଇକେଲ୍ ଜେ.ଏସ୍ କାର୍ଟର୍ କୁହନ୍ତି, ୟିହୁଦୀ ଏଜ୍ରାଇଲ୍ ଲେଖାଗୁଡ଼ିକରେ ମଧ୍ୟ ସଂଖ୍ୟା ‘୩’ର ବାରମ୍ବାର ବିଶ୍ଲେଷଣ କରାଯାଇଛି। ଯୋନାଥ୍ ‘୩’ଦିନ ଧରି ଉଇଲଙ୍କ ପେଟରେ ଥିଲେ।

ଜେନେସିସ’ ଅନୁସାରେ, ଜଳକୁ ‘୩’ଦିନ ପର୍ଯ୍ୟନ୍ତ ଭୂମିରୁ ଅଲଗା କରାଯାଇଥିଲା। ଜେସସ୍ ‘୩’ଦିନ ଧରି ସମାଧି ଗ୍ରହଣ କରିଥିଲେ। ଭଗବାନ ସାଇବାବା ମଧ୍ୟ ଏହି ‘୩’ ସଂଖ୍ୟାର ମହାନତା ପ୍ରତିପାଦିତ କରିଥିଲେ। ୧୮୮୬ ମସିହା ମାର୍ଗଶିର ପୂର୍ଣ୍ଣିମା ଠାରୁ ‘୩’ ଦିନ ଧରି ସମାଧିରେ ଲୀନ ହୋଇ ନିଶ୍ଚଳ ଅବସ୍ଥାରେ ଶୋଇରହିବା ସହ ଦୀର୍ଘ ୭୨ ଘଣ୍ଟା ପରେ ନିଶ୍ୱାସ ପ୍ରଶ୍ୱାସକୁ ପୁନଃ କ୍ରିୟାଶୀଳ କରିଥିଲେ। ‘୩’ ଦିନ ପରେ ସାଇବାବାଙ୍କ ଅଙ୍ଗପ୍ରତ୍ୟଙ୍ଗ ସ୍ୱାଭାବିକ ଭାବେ କାର୍ଯ୍ୟ କରିବା ଜଣାଗଲା। ସଂଖ୍ୟା ‘୩’କୁ ଏଠାରେ ଖୁବ୍ ଗୁରତ୍ୱ ଦିଆଯାଇଛି। ସଂଖ୍ୟା ‘୩’ ଆମକୁ ପବିତ୍ର ଦସ୍ତାବିଜରେ ଦେଖିବାକୁ ମିଳୁଛି। ଏମିତି କାହିଁକି ହେଉଛି, ଆମ ଭିତରେ କ’ଣ କିଛି ଏମିତି ଅଛି, ଯାହା ଏହାକୁ ସ୍ୱୀକାର କରିବାକୁ ଆମକୁ ବାଧ୍ୟ କରୁଛି ଯେ, ସଂଖ୍ୟା ‘୩’ ଖୁବ୍ ପବିତ୍ର! ଦ ସୋର୍ସ ଅଫ୍ ମିରାକଲ୍ସ ଲେଖିକା କାଥଲିନ୍ ମ୍ୟାକଗାଉନ ସଂଖ୍ୟା ‘୩’ ସମ୍ପର୍କରେ ଏହି ପ୍ରତିକ୍ରିୟା ରଖିଛନ୍ତି।

ଗୀଜା ପ୍ଲାଟ୍ୟୁ, ମିଶର। କାଇରୋ ଠାରୁ କିଛି ଦୂରରେ ରେଗିସ୍ତାନରେ ‘୩’ ମହାନ ପିରାମିଡ୍ ଗୋଟିଏ ଧାଡ଼ିରେ ଛିଡ଼ା ହୋଇଛନ୍ତି। ୪ ହଜାର ବର୍ଷ ପୂର୍ବରୁ ନିର୍ମିତ ଏହି ‘୩’ଟି ମହାନ ପିରାମିଡ୍ ପୁରା ବିଶ୍ୱରେ ସବୁଠାରୁ ପ୍ରସିଦ୍ଧ। ଏହି ପିରାମିଡରେ ବାସ୍ତୁକଳାରେ ତ୍ରିକୋଣର ଜବରଦସ୍ତ ପ୍ରୟୋଗ ଦେଖିବାକୁ ମିଳେ। ୟୁନିଭରସିଟି ଅଫ୍ ଫିଲୋସଫିକାଲ୍ ରିସର୍ଚ୍ଚ ପକ୍ଷରୁ ଡିନ୍ ଜେଫ୍ରେ ମିଶଲୋଭ୍ କହିଛନ୍ତି, ‘ପ୍ରାଚୀନ ମିଶରରେ ଆମକୁ ଯାହାମିଳିଛି, ତାହା ନିଶ୍ଚିତ ରୂପେ କୌଣସି ଗୁପ୍ତ ପରମ୍ପରା। ଏଠାରେ ଏମିତି ନିର୍ମାତା ଥିଲେ ଯାହାଙ୍କର ଏଭଳି ଜ୍ୟାମିତି ଜ୍ଞାନ ଥିଲା ଏବଂ ପିରାମିଡ୍ ନିର୍ମାଣର ଜ୍ଞାନ ଥିଲା। ଭିନ୍ନ ଭିନ୍ନ ଇମାରତ ଗୁଡିକୁ ଯୋଡିବା ଏବଂ ଖାସ୍ କରି ଇମାରତ୍ ନିର୍ମାଣର ଜ୍ଞାନ ଥିଲା। ସେ ନିଜେ ନିଜର ମାଧ୍ୟମ ଥିଲେ, ନୂଆ ବିଚାର ଏବଂ ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର କ୍ଷମତା ରଖିଥିଲେ।’

ଏନେଇ ‘ଫର୍ଗଟନ୍ ସିଭଲାଇଜେସନ୍ ଲେଖକ ରର୍ବଟ ସ୍କକ୍ କହିଛନ୍ତି, ‘ଗୀଜାର ପିରାମିଡ୍ ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ଏଠାରେ ୩ଟି ବିଶାଳ ପିରାମିଡ୍ ଥିଲା। ଏକ ତ୍ରିକୋଣ କ୍ଷେତ୍ରକୁ ଏହାର ପରିସୀମା ଭାବେ ନିଆଯାଇଥିଲା। ତ୍ରିକୋଣ ବିଷୟରେ ଚିନ୍ତା କରନ୍ତୁ, ଏହା ରେଖା ଗଣିତରେ ସବୁଠାରୁ ଭଲ ଏବଂ ସରଳ ଉଦାହରଣ।’ ଆମର ପୂର୍ବଜଙ୍କର ଜ୍ୟାମିତି ସହ ସମ୍ବନ୍ଧ ଥିଲା। ଜ୍ୟାମିତି ବିଶ୍ୱ ସ୍ଥାପତ୍ୟକୁ ଉନ୍ନତିର ରାସ୍ତା ଦେଖାଇଥିଲା। କୌଣସି ତ୍ରିକୋଣ ଭୂମି ନିଶ୍ଚିତ ରୂପେ ସ୍ଥାପତ୍ୟ ପ୍ରଣାଳୀ କ୍ଷେତ୍ର ମଧ୍ୟରୁ ଗୋଟିଏ। ଯାହାର ସାମର୍ଥ୍ୟ ମନୂଷ୍ୟର ଅବଚେତନା ମଧ୍ୟରେ ଲୁଚି ରହିଛି। ଏହି ଲୁକ୍କାୟିତ ଶକ୍ତି ପିରାମିଡ୍ ଭଳି ପ୍ରାଚୀନ ସ୍ମାରକ ନିର୍ମାଣରେ ପ୍ରୟୋଗ ହୋଇଛି।

‘ଦ ଟ୍ରିନଟି ସିକ୍ରେଟ୍’ ରଚୟିତା ମ୍ୟାରିଡ ଜୋନ୍ସ କହିଛନ୍ତି ଯେ, ଏକ ତ୍ରିକୋଣ କ୍ଷେତ୍ର ନିକଟରେ ଠିଆ ହୋଇ ଉପରୁ ଦୃଷ୍ଟି ନିକ୍ଷେପ କରିବାର ଅର୍ଥ ଏହା ବିକାଶର ପୂର୍ଣ୍ଣତା ଆଡକୁ ଅଗ୍ରସର ହେଉଥିବା ସୂଚାଉଥିଲା। ଏହା ଏକ ମାର୍ଗଦର୍ଶକ ଆକୃତି। ଏହି ଆକୃତି ଆମକୁ ଆମର ଅବଚେତନାରୁ ମିଳିଛି। ଆମେ ବୁଝିପାରିବା ଯେ, ସଂଖ୍ୟା ‘୩’ ହିଁ ତ୍ରିକୋଣ ରୂପେ ପୃଥିବୀରେ ମହଜୁଦ ଅଛି ଏବଂ ଏହାର ଆଧାରରେ ପିରାମିଡର ଶୀର୍ଷ ନିର୍ମାଣ ହୋଇଛି। ଏହା ଏକ ପୋର୍ଟାଲ, ଏକ ଗେଟ୍ ୱେ ଭଳି କ୍ଷମତାଶାଳୀ, ଯାହା ଅଲଗା ଦୁନିଆର ରାସ୍ତା ଆଡ଼କୁ ଇଶାରା କରୁଛି; ଯେଉଁଠି ଦେବତାମାନଙ୍କ ନିବାସସ୍ଥଳୀ। ତେବେ କ’ଣ ମିଶର ଗିଜାର ଏହି ‘୩’ଟି ପିରାମିଡ୍ ବାସ୍ତବରେ କୌଣସି ଅଲଗା ଆୟାମରେ ଦାଖଲ ହେବାର ହୁଏତ ପ୍ରବେଶ ଦ୍ୱାର କିମ୍ବା ତ୍ରିକୋଣ ସହ ଜଡ଼ିତ ଏଭଳି ଅନେକ ଗୁଡିଏ ପ୍ରମାଣ ପ୍ରାଚୀନ ଇତିହାସର କୌଣସି ମହାନ ଗଣିତଜ୍ଞଙ୍କ ବିଶ୍ଳେଷଣର ତଥ୍ୟ ଆଧାରରେ ମିଳି ଥାଇପାରେ।

ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ୟୁନାନର ସାମୋସ’ର ପ୍ରସିଦ୍ଧ ୟୁନାନିୟମ୍ ଗଣିତଜ୍ଞ ଓ ଦାର୍ଶନିକ ପାଇଥାଗୋରସ୍ ନିଜର ସିଦ୍ଧାନ୍ତ ଦ୍ୱାରା ବିଶ୍ୱକୁ ନୂଆ ଦିଶା ଦେଇଥିଲେ। ପାଇଥାଗୋରସଙ୍କ ସିଦ୍ଧାନ୍ତର ଚର୍ଚ୍ଚା ଆଜକୁ ଅଢେଇ ହଜାର ବର୍ଷ ପୂର୍ବର। କୁହାଯାଉଛି କି, ସେ ମିଶରର ମହାନ ଶିକ୍ଷକଙ୍କ ପାଖରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ସେହି ଜ୍ଞାନକୁ ୟୁନାନ୍ ଆଣିଥିଲେ। ମିଶରବାସୀ କହିଛନ୍ତି ପାଇଥାଗୋରସଙ୍କୁ ଏହି ଜ୍ଞାନ ମିଶରରୁ ମିଳିଥିଲା ଏବଂ ମିଶରବାସୀଙ୍କୁ ଏହା ଦେବତାମାନେ ଦେଇଥିଲେ। ତେବେ ଏହି ଜ୍ଞାନରୁ ହିଁ ୟୁନାନୀ ଦର୍ଶନର ଜନ୍ମ ହୋଇଥିଲା।

ଏସଂକ୍ରାନ୍ତରେ ଲେକଚର୍ ଅଫ୍ କ୍ଲାସିକ୍, ୟୁସିଏସବି ରିଚାର୍ଡ ରାଡାର କହିଛନ୍ତି ଯେ, ‘ପାଇଥାଗୋରସଙ୍କ ପାଇଁ ଏବଂ କେତେକ ପ୍ରାଚୀନ ଗଣିତଜ୍ଞଙ୍କ ପାଇଁ କୌଣସି ଅସାଧାରଣ ଗଣିତକୁ ବୁଝାଇବାର ସଠିକ୍ ଉପାୟ ଥିଲା। ସେମାନେ ଏହି ଗ୍ରହରେ ମନୁଷ୍ୟର ଉପଯୁକ୍ତ ସ୍ଥାନକୁ ଜାଣିବାକୁ ଚାହୁଁଥିଲେ। ଏହି ଭିତ୍ତିରେ ପ୍ରସ୍ତୁତ ଏକ ମେଜରମେଣ୍ଟକୁ ତର୍ଜମା କରିବା ଆବଶ୍ୟକ ରହିଛି। ଏହାର ନିର୍ଣ୍ଣାୟକ ତଥ୍ୟ ସାମଗ୍ରିକ ଘଟଣାର ନିର୍ଯ୍ୟାସ ବାହାର କରିପାରେ। ପାଇଥାଗୋରସଙ୍କ ଭଳି ବିଦ୍ୱାନ ଏଭଳି ବିଚାର ରଖିବା ଭଳି ଜଣେ ଦାର୍ଶନିକ ଥିଲେ। ଯାହାଙ୍କ ସିଦ୍ଧାନ୍ତ ବ୍ରହ୍ମାଣ୍ଡର ପ୍ରତ୍ୟେକ ଉଦ୍ଭାବନକୁ ‘୩’ଟି ଭାଗରେ ପରିକଳ୍ପନା କରିବାର ସାହାସ ଯୁଟାଇଥିଲା।

ବ୍ରହ୍ମାଣ୍ଡର ପ୍ରତ୍ୟେକ ସମସ୍ୟାକୁ ଡାଇଗ୍ରାମ୍ ମାଧ୍ୟମରେ ତ୍ରିକୋଣ ଭଳି ଛୋଟ କରାଯାଇପାରେ। ପାଇଥାଗୋରସ୍ ଏବଂ ତାଙ୍କର କାର୍ଯ୍ୟାବଳୀର ଅନୁଧ୍ୟାନକୁ ବିଶ୍ଲେଷଣ କରି ବିଶେଷଜ୍ଞମାନେ କହୁଛନ୍ତି ଯେ, ତ୍ରିକୋଣ ହେଉଛି ମୁକ୍ତିର ପ୍ରତୀକ। ତ୍ରିକୋଣ ଏବଂ ସଂଖ୍ୟା ‘୩’ ପ୍ରତ୍ୟେକ ନିଭୃତ ରହସ୍ୟକୁ ଖୋଲିବାର ଏକ ଚାବିକାଠି। ଏଥିରୁ ଏକ ଏଭଳି ସ୍ଥିତି ଦେଖାଦେଇଛି, ଯାହା ପ୍ରାଚୀନ ମିଶରବାସୀ ଏହି ଜ୍ଞାନକୁ ନନ୍ ହ୍ୟୁମାନ୍ ଇଣ୍ଟେଲିଜିଏନ୍ସ ବା କୌଣସି ଏଲିଏନ୍ ସୋର୍ସ ସହ ଜଡ଼ିତ ବୋଲି ବିଶ୍ୱାସ କରନ୍ତି। ଯାହାକୁ ସେମାନେ ହଜାର ହଜାର ବର୍ଷ ଧରି ସମ୍ଭାଳିଛନ୍ତି।

ପାଇଥାଗୋରସ୍ ପ୍ରଥମ ବ୍ୟକ୍ତି ଥିଲେ ଯିଏକି ଏହି ଜ୍ଞାନକୁ ବାହାରେ ପ୍ରସାର କରିଥିଲେ। ସେ ହିଁ ବିଶ୍ୱବାସୀଙ୍କୁ ମିଶରବାସୀଙ୍କ ଜ୍ଞାନର ପରାକାଷ୍ଠା ବାଣ୍ଟିବାର ପ୍ରୟାସ ଜାରି ରଖିଥିଲେ। ତେବେ କ’ଣ ପାଇଥାଗୋରସଙ୍କୁ ଜ୍ୟାମିତିର ଏହି ବିଲକ୍ଷଣ ଜ୍ଞାନ ଏବଂ ଏହାର ବ୍ରହ୍ମାଣ୍ଡ ସହ ଯୋଡ଼ି ହେବାର ସୂଚନା କୌଣସି ଅଲୌକିକ ଜଗତରୁ ମିଳିଥିଲା!

ଏନେଇ ‘ଦ ସୋର୍ସ ଫିଲ୍ଡ ଇନଭେଷ୍ଟିଗେସନ୍ସର ଲେଖକ ଡାଭିଡ୍ ଉଇଲକକ୍ କହିଛନ୍ତି ଯେ, ‘ପାଇଥାଗୋରିଆନ୍ ଟ୍ରାଏଙ୍ଗଲରେ ଏଭଳି ଜ୍ଞାନ ନିଶ୍ଚିତ ଥିବ। ଯାହାକୁ ଆମେ ଏପର୍ଯ୍ୟନ୍ତ ଆଦୌ ବୁଝିପାରୁନେ। ହୁଏତ ଆମ ଗ୍ରହର ଜ୍ୟାମିତି ଏମିତି ଏଲିଏନ୍ କ୍ଷେତ୍ରରେ ଯୋଡ଼ି ହୋଇପାରିବ, ଯାହା ଆମର କ୍ଷେତ୍ରରୁ ହିଁ ମିଳିଥିଲା।‘ ତେବେ କ’ଣ କେହି ଅଲଗା ଗ୍ରହର ପ୍ରାଣୀ ଆମର ପୂର୍ବଜଙ୍କୁ ଗଣିତର ଏଭଳି ବିକଶିତ ଜ୍ଞାନ ଦେଇଥିଲେ, ଯେଉଁ ଜ୍ଞାନ ସାହାଯ୍ୟରେ ବ୍ରହ୍ମାଣ୍ଡର ରହସ୍ୟ ଉପରୁ ପର୍ଦ୍ଦା ହଟାଇବା କ୍ଷମତା ରଖିଥିଲା! ଯଦି ଏହା ସତ୍ୟ, ତେବେ ଏହି ‘୩’ ସଂଖ୍ୟାର ରହସ୍ୟ ବାସ୍ତବରେ କଣ?

ଏହା କଣ ପ୍ରାଚୀନ ମନୁଷ୍ୟ ସହ ଏଲିଏନଙ୍କ ସମ୍ପର୍କର ରାସ୍ତା ଖୋଲିପାରିବ! ପ୍ରାଚୀନ ଆଷ୍ଟ୍ରୋନଟ ଥିଓରିଷ୍ଟ ମାନୁଛନ୍ତି ଯେ, ଏହା ସହ ଯୋଡ଼ି ହୋଇଥିବା ଅନେକ ତଥ୍ୟ ଏକ ରହସ୍ୟମୟ କଳାକୃତିର ଅଧ୍ୟୟନରୁ ମିଳିଯିବ। ଏହି କଳାକୃତି ଯାହା ପୁରା ଦୁନିଆକୁ ବଦଳାଇ ପାରିବ। କେମ୍ବ୍ରିଜ୍ ୟୁନିଭର୍ସିଟି, ଇଂଲଣ୍ଡ। ଏଠାରେ ୮ଶହ ବର୍ଷ ତଳର ଲାଇବ୍ରେରୀରେ ସାର୍ ଆଇଜାକ୍ ନିୟୁଟନଙ୍କ ରିସର୍ଚ୍ଚ ପେପର୍ ମହଜୁଦ୍ ଅଛି। ଯିଏ ୧୭୦୦ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ବୈଜ୍ଞାନିକଙ୍କ ମଧ୍ୟରେ ଜଣେ ଥିଲେ। ନିୟୁଟନ୍ ଦେଇଥିବା ସିଦ୍ଧାନ୍ତ ଆଧୂନିକ ଭୌତିକ ବିଜ୍ଞାନର ଆଧାର ସାଜିଛି ‘ଦ ଥ୍ରୀ ଲଜ୍ ଅଫ୍ ମୋସନ୍’।

ଗୋଟିଏ ଘଟଣା ଅଛି, ଯାହା ଆମେ ଭୂଲି ଯାଉଛେ। ନିୟୁଟନଙ୍କ ସିଦ୍ଧାନ୍ତରେ ସଂଖ୍ୟା ‘୩’କୁ ଖୁବ୍ ଶକ୍ତିଶାଳୀ ବୋଲି ପ୍ରମାଣିତ କରାଯାଇଛି। ନିୟୁଟନ୍ ଈଶ୍ୱରଙ୍କ ପ୍ରେରିତ ପ୍ରତ୍ୟେକ ପଦାର୍ଥକୁ ‘୩’ ଭାଗରେ ପରିକଳ୍ପନା କରି ‘୩’ ଭାଗରେ ବିଭକ୍ତ କରୁଥିଲେ ଏବଂ ଏହି ସିଦ୍ଧାନ୍ତ ମାଧ୍ୟମରେ ସେ ସମସ୍ତ ଉତ୍ସ ଗୁଡ଼ିକର ଆକଳନ କରିବାକୁ ପ୍ରୟାସ କରିଥିଲେ ବୋଲି ଦର୍ଶାଇଛନ୍ତି ‘ୟୁ.ସି ରାୟଭିନ’ର ଫିଜିକ୍ସ ଆଣ୍ଡ ଆଷ୍ଟ୍ରୋନୋମି ବିଭାଗ ପ୍ରଫେସର ମାଇକେଲ୍ ଡେନିନ୍।

ମନୁଷ୍ୟର ମସ୍ତିଷ୍କ କିଭଳି କାର୍ଯ୍ୟ କରୁଛି! ଏହା ସେହି ପ୍ରାଚୀନ ଜିଜ୍ଞାସା, ଯାହାକୁ ମନୁଷ୍ୟ ହଜାର ହଜାର ବର୍ଷ ଧରି ଖୋଜିବାକୁ ଚେଷ୍ଟା କରୁଛି। ହେଲେ କେତେକ ପ୍ରାଚୀନ ସଂସ୍କୃତି ଓ ଧର୍ମ ଅନୁସାରେ ମସ୍ତିଷ୍କର କାର୍ଯ୍ୟ କରିବା କୌଣସି ଶାରୀରିକ ଅଙ୍ଗର କାମ କରିବା ସହ ସମାନ ନୁହେଁ। ଏହାର ସମ୍ବନ୍ଧ କିଛି ଗଭୀର ବସ୍ତୁ ସହ ରହିଛି, କେଉଁ ଅଲୌକିକ ଜଗତ ସହ ରହିଛି। ଏହାର ପ୍ରମାଣ ଦେଉଛି ଉତ୍ତର ଭାରତର ହିମାଳୟ ପର୍ବତ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥିତ ବରଫାବୃତ ଅମରନାଥ୍ ଗୁମ୍ଫା। ଏଠାରେ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ହଜାର ହଜାର ହିନ୍ଦୁ ତୀର୍ଥ ଯାତ୍ରୀ ଏହି ଦୁର୍ମମ ଅଞ୍ଚଳରେ କଠିନ ଯାତ୍ରା କରି ଗୁମ୍ଫା ନିକଟରେ ପହଁଚି ବରଫ ଦ୍ୱାରା ଢାଙ୍କି ହୋଇ ଆବିର୍ଭୂତ ପ୍ରଭୂ ଅମରନାଥଙ୍କ ଦର୍ଶନ କରନ୍ତି। ଯାହାଙ୍କୁ ହିନ୍ଦୁ ଧର୍ମର ସବୁଠାରୁ ଶକ୍ତିଶାଳୀ ଦେବତାମାନଙ୍କ ଦେବତା ଶିବଶକ୍ତିଙ୍କ ପତୀକ ବୋଲି ସମସ୍ତେ ମାନନ୍ତି।

ପୁରାଣଶାସ୍ତ୍ର ଅନୁସାରେ, କୌଣସି ଏକ ଗୁମ୍ଫାରେ ଦେବାଧିଦେବ ମହାଦେବ ତାଙ୍କ ପତ୍ନୀ ଦେବୀ ପାର୍ବତୀଙ୍କୁ ସୃଷ୍ଟି ରଚନାର ରହସ୍ୟ ବିଷୟରେ ଶୁଣାଇଥିଲେ। ଯୋସେଫ୍ କ୍ୟାମ୍ପବେଲ୍ ଆର୍କାଇଭର ଫାଉଣ୍ଡର୍ କ୍ୟୁରେଟର୍ ଯୋନାଥନ୍ ୟଙ୍ଗ୍ ଏସମ୍ପର୍କରେ କହିଛନ୍ତି ଯେ, ‘ହିନ୍ଦୁ ପୁରାଣରେ ସୃଷ୍ଟିର ରଚନା ପଛରେ ‘୩’ ମହାନ ଦୈବିଶକ୍ତିର ହାତ ଥିଲା। ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ ବ୍ରହ୍ମା, ବିଶ୍ୱାସ ରହିଛି ଏହି ମହାନ ଦେବତା ହେଲେ ସୃଷ୍ଟିର ରଚୟିତା।

ଭଗବାନ  ବିଷ୍ଣୁ ଏହି ସୃଷ୍ଟିର ପାଳନ କରନ୍ତି ଏବଂ ଦେବାଧିଦେବ ମହାଦେବ ଆବଶ୍ୟକ ସ୍ଥଳେ ସୃଷ୍ଟିକୁ ବିନାଶ କରନ୍ତି। ଭଗବାନ ଶିବଙ୍କୁ ସର୍ବଦା ତ୍ରିଶୂଳ ସାଥିରେ ଦେଖିବାକୁ ମିଳିଥାଏ। ଯାହାର ‘୩’ଟି ଶୀର୍ଷାଂଶ ‘୩’ଟି ମୂଳଭୁତର ଶକ୍ତିକୁ ପ୍ରତିପାଦିତ କରୁଥାଏ। ଇଚ୍ଛା ଶକ୍ତି, କର୍ମ ଏବଂ ଜ୍ଞାନ ଶକ୍ତି। ଭଗବାନ ଶିବଙ୍କ ପ୍ରତିକୃତିରେ ପ୍ରଭୂଙ୍କର ଏକ ତୃତୀୟ ନେତ୍ର ମଧ୍ୟ ଦେଖିବାକୁ ମିଳେ। ଯାହା ମସ୍ତକର ଦୁଇ ଆଖି ମଝିରେ ଦୃଶ୍ୟମାନ। ଏହାପଛରେ କେଉଁ ଗୁଢ ରହସ୍ୟ ଛୁପି ରହିଛି! ତୃତୀୟ ନେତ୍ରରେ ଭଗବାନ ଶିବ ଯାହା ଦେଖିପାରନ୍ତି, ତାହା ଅନ୍ୟକୁ ଅଗୋଚର ଏବଂ ତୃତୀୟ ନେତ୍ରରୁ ଅଧିକ ଊର୍ଜା ପ୍ରକାଶିତ ହୁଏ। ମହାଦେବଙ୍କର ତୃତୀୟ ନେତ୍ର ଖୋଲିବା କ୍ଷଣି ସବୁକିଛି ସ୍ପଷ୍ଟ ହୋଇଯାଏ।

ବ୍ରହ୍ମାଣ୍ଡ ସମ୍ପର୍କିତ ବହୁ ଗୁପ୍ତ ସଂହିତାରେ ଗୋଟିଏ କଥାକୁ ବାରମ୍ବାର କୁହାଯାଇଛି ଯେ, ୨ଟି ପ୍ରାଚୀର କିମ୍ବା ଖମ୍ବକୁ ଦମ୍ଭ ଦେବା ପାଇଁ ଏହା ମଝିରେ ଏକ ତୃତୀୟ ଶକ୍ତିର ସ୍ଥିତି ଅତ୍ୟନ୍ତ ଆବଶ୍ୟକ। ଏହି ତୃତୀୟ ସୃଷ୍ଟି ସର୍ବଦା ଏକ ରହସ୍ୟମୟୀ ଅଥବା ଏକ ତୃତୀୟ ନେତ୍ର ଭଳି ଅନୁଭବ ହୁଏ। କିନ୍ତୁ କାହିଁକି ? ତେବେ ଏହା ସବୁବେଳେ ସବୁ କିଛି ଦେଖୁଥିବା କୌଣସି ଈଶ୍ୱରଙ୍କ ପ୍ରତୀକ କିମ୍ବା ଏହା ପଛରେ କୌଣସି ସତ୍ୟତା ଲୁଚି ରହିଛି କି, ଏହା କ’ଣ ମନୁଷ୍ୟର ମସ୍ତିଷ୍କ ଭିତରେ ହିଁ ମହଜୁଦ ଅଛି, ଯାହା ଈଶ୍ଵରଙ୍କ ତ୍ରିମୂର୍ତ୍ତି ସ୍ୱରୂପ ଏବଂ ସମଗ୍ର ମାନବ ଜାତି ଓ ଜୀବ ଜଗତରେ ଭରି ରହିଛି।

ଏଥିରୁ ଏହା ପ୍ରତିତ ହେଉଛି ଯେ, ସଂଖ୍ୟା ‘୩’ର ଏହି ଶକ୍ତି ମନୁଷ୍ୟକୁ ଦିବ୍ୟଲୋକରୁ ପ୍ରାପ୍ତ ହୋଇଛି। ଏହାର ପ୍ରମାଣ ନା କେବଳ ବାଇବେଲ୍ ଦେବ, ବରଂ ଏହାର ଗୁଢ ରହସ୍ୟ ଆମ ଶରୀରର ଜେନେଟିକ୍ ବ୍ଲୁ ପ୍ରିଣ୍ଟରୁ ମଧ୍ୟ ମିଳିପାରିବ ବୋଲି ପ୍ରମାଣିତ କରିବାକୁ ବିଶେଷଜ୍ଞ ଏହାର ବିଶ୍ଲେଷଣରେ ଲାଗିଛନ୍ତି।

Aaditya Bikram Patnaik, the writer, is a ninth-grade student at Buxi Jagabandhu English Medium School-2, located in Satyavamapur, Bhubaneswar. In his article, he has diligently endeavored to present concise summaries of various data-driven studies in an accessible and straightforward manner.