ବାଜି ରାଉତ ଆଶ୍ରମରେ ଅନିୟମିତତା, ଆର.ପି.ଆଇ ପକ୍ଷରୁ ଅନୁଗୋଳରେ ଧର୍ମଘଟ ଧମକ

ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏହି ପ୍ରାଚୀନ ଆଶ୍ରମ ଗରିବ ନିରୀହ ନିରକ୍ଷରଙ୍କ ପାଇଁ ଏକ ଅନନ୍ୟ ଅବଦାନ।

Jul 9, 2025 - 14:03
ବାଜି ରାଉତ ଆଶ୍ରମରେ ଅନିୟମିତତା, ଆର.ପି.ଆଇ ପକ୍ଷରୁ ଅନୁଗୋଳରେ ଧର୍ମଘଟ ଧମକ
Remix : Suv Bharat Times

ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଦ୍ଵାରା ଅନୁଗୋଳ ଠାରେ ପ୍ରତିଷ୍ଠିତ ବାଜି ରାଉତ ଆଶ୍ରମ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏହି ପ୍ରାଚୀନ ଆଶ୍ରମ ଗରିବ ନିରୀହ ନିରକ୍ଷରଙ୍କ ପାଇଁ ଏକ ଅନନ୍ୟ ଅବଦାନ। ସରକାରୀ ଅବହେଳା, ରକ୍ଷଣାବେକ୍ଷଣର ଅଭାବ ଏବଂ ଭିତ୍ତିଭୂମି ବିକାଶ ପ୍ରତି ଦୃଷ୍ଟି ଦିଆନଯିବାରୁ ଆଶ୍ରମରେ ଅଚଳାବସ୍ଥା ଲାଗି ରହିଛି।

ସ୍ଥାନୀୟ ଅବହେଳିତଙ୍କ ଉନ୍ନତି ଲକ୍ଷରେ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଦ୍ଵାରା ସ୍ଥାପିତ ଏହି ଅନୁଷ୍ଠାନ ତଥା ଓଡିଶାର ଦୁର୍ଲଭ ଐତିହ୍ୟଟି ଅଚିରେ ଧ୍ଵଂସ ପାଇଯିବ। ଏହାକୁ ଦୃଷ୍ଟିରେ ରଖି ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆଠୱାଲେ)ର ଅନୁଗୋଳ ଜିଲ୍ଲା ସଭାପତି ପ୍ରଦୀପ ଶତପଥିଙ୍କ ନେତୃତ୍ଵରେ ଦଳର ପ୍ରମୁଖ କର୍ମକର୍ତ୍ତାଗଣ ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। 

ଆର.ପି.ଆଇ ସ୍ପଷ୍ଟ କରିଛି, ସରକାରୀ ଅନୁଦାନରେ ଆଶ୍ରମର ଭିତ୍ତିଭୂମି ମରାମତି, ନବୀକରଣ, ସଂରକ୍ଷଣ ଏବଂ ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନନେବା ତଥା ପୂର୍ବରୁ ପ୍ରଚଳିତ ଶୈକ୍ଷିକ ଓ ସାଂସ୍କୃତିକ ପରିବେଶର ରକ୍ଷଣାବେକ୍ଷଣକୁ ଅଣଦେଖା କରାଯିବା ପ୍ରତିବାଦରେ ଅନୁଗୋଳ ଜିଲ୍ଲାପାଳଙ୍କୁ ବହୁବାର ଅବଗତ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନନେବାରୁ ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ଲାଗିରହିଛି। ଅନୁଗୋଳ ଜିଲ୍ଲାପାଳ ଘଟଣାରୁ ଗୁରୁତ୍ୱ ଦେଉନଥିବା ପ୍ରତିବାଦରେ ଆର.ପି.ଆଇ (ଆଠୱାଲେ) ଦଳ ଆନ୍ଦୋଳନ ଧମକ ଦେଇଛି। ତା'ସହ ଆସନ୍ତା ୨୦ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରାନଗଲେ ଦଳ ପକ୍ଷରୁ ଅନୁଗୋଳରେ ଧର୍ମଘଟ କରାଯିବ ବୋଲି ଚିଠିରେ ଉଲ୍ଲେଖ ଅଛି।

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.