୨ୟ କ୍ୟାବିନେଟ୍ ବୈଠକ : ଫୋକସରେ କୃଷି, ଶ୍ରମିକ, ଶିକ୍ଷା, ନିଯୁକ୍ତି ଏବଂ ଓଡିଆ ଅସ୍ମିତା

“ଆମ ଓଡ଼ିଶା, ଆମ ଅସ୍ମିତା, ଆମ ପରିଚୟ” ହେଉଛି ଆମ ସଂକଳ୍ପ। ଏହାର ପ୍ରତିଫଳନ ବିଜେପି ସରକାରର କ୍ୟାବେନେଟ ନିଷ୍ପତ୍ତିରେ ଦେଖିବାକୁ ମିଳିଛି।

Jul 10, 2024 - 10:02
୨ୟ କ୍ୟାବିନେଟ୍ ବୈଠକ : ଫୋକସରେ କୃଷି, ଶ୍ରମିକ, ଶିକ୍ଷା, ନିଯୁକ୍ତି ଏବଂ ଓଡିଆ ଅସ୍ମିତା
Remix : Suv Bharat Times

ଜୁଲାଇ ୧୦ରେ ଅନୁଷ୍ଠିତ ଓଡ଼ିଶା ବିଜେପି ସରକାରର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ଅସ୍ମିତା ଠାରୁ ଆରମ୍ଭ କରି ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। କୃଷି, ଶ୍ରମିକ, ଶିକ୍ଷା ଓ ନିଯୁକ୍ତି ଉପରେ ସରକାର ବିଶେଷ ଦୃଷ୍ଟି ଦେଇଥିବାବେଳେ ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କ୍ୟାବିନେଟ୍ ନିଷ୍ପତ୍ତିକୁ ଏଥିପାଇଁ ସ୍ୱାଗତ କରିବା ସହ କହିଲେ, ଓଡିଆ ଅସ୍ମିତା, ଐତିହ୍ୟ, ସଂସ୍କୃତି, କଳା ଓ ପରମ୍ପରାର ସୁରକ୍ଷା ପାଇଁ ଏଣିକି ଅର୍ଥ ବାଧକ ସାଜିବ ନାହିଁ। ତା’ସହ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ଆନ୍ତଜାର୍ତୀୟ ମାନ୍ୟତା ପ୍ରଦାନ ପାଇଁ ସରକାରଙ୍କ ଆନ୍ତରିକ ପ୍ରଚେଷ୍ଟା ମଧ୍ୟ ସ୍ୱାଗତଯୋଗ୍ୟ। 

ମନମୋହନ ଆହୁରି କହିଥିଲେ, “ଆମ ଓଡ଼ିଶା, ଆମ ଅସ୍ମିତା, ଆମ ପରିଚୟ” ହେଉଛି ଆମ ସଂକଳ୍ପ। ଏହାର ପ୍ରତିଫଳନ ବିଜେପି ସରକାରର କ୍ୟାବେନେଟ ନିଷ୍ପତ୍ତିରେ ଦେଖିବାକୁ ମିଳିଛି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ତାଳପତ୍ର ପୋଥି ସଂଗ୍ରହାଳୟ, ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଓଡ଼ିଆ ଭାଷା ଉପରେ ଅଧିକ ଗବେଷଣା କରିବା ସହଜ ହେବ। ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଲୋକେ ଅଧିକ ସଚେତନ ହୋଇପାରିବେ। ଏହି ଲକ୍ଷରେ୨ଶହ କୋଟିର କର୍ପସ ପାଣ୍ଠିକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

କୃଷି ଓ କୃଷକ କଲ୍ୟାଣ ହେଉଛି ବିଜେପି ସରକାରର ପ୍ରାଥମିକତା। ଓଡ଼ିଶାର ୩୧.୬୨ ଲକ୍ଷ ଚାଷୀ ପିଏମ-କିଶାନ ଯୋଜନାରେ ଲଭାନ୍ଵିତ ହୋଇ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପାଉଛନ୍ତି। ପୂର୍ବ ସରକାରର ତୃଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ବାଦ୍ ପଡିଥିବା ୬ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପିଏମ-କିଶାନ ଯୋଜନାରେ ସାମିଲ କରାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ ବଞ୍ଚିତ ଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଚାଷୀମାନଙ୍କ ଅସୁବିଧାକୁ ଉପଲବ୍ଧ କରି ବିଜେପି ସରକାର ଉଠା ଜଳସେଚନ ଉପରେ ଗୁରୁତ୍ୱ ଦେଇଛି। ଜଳସେଚନ ବିଭାଗ ପକ୍ଷରୁ ୨୦୬୫ଟି ଅଚଳ ପ୍ରକଳ୍ପ ସଚଳ ହେବାକୁ ନିଷ୍ପତି ହୋଇଛି। ଏନେଇ ୫ବର୍ଷ ଭିତରେ ୧୦୪୪ କୋଟି ଅର୍ଥ ବିନିଯୋଗ କରିବାକୁ ସ୍ଥିର କରାଯାଇଛି। 

ବିଭିନ୍ନ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ୧୮ ହଜାର ୭୮୮ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ବିଜେପି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶିଶୁ କାଲିର ଭବିଷ୍ୟତ। ସେମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟରେ ପିଏମଶ୍ରୀ ଯୋଜନା ଲାଗୁ କରାଯାଇଛି। ଏହି ଯୋଜନାରେ ପ୍ରତି ବ୍ଲକ ଓ ସହରାଞ୍ଚଳରେ ୨ଟି ଲେଖାଏଁ ସ୍କୁଲକୁ ବିକଶିତ କରାଯିବ। ଏସବୁ ବିଦ୍ୟାଳୟରେ ନୂତନ ପ୍ରଯୁକ୍ତି ବିଦ୍ୟା, ସ୍ମାର୍ଟ କ୍ଲାସରୁମ୍ ଓ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯିବ। ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଗୁଣବତ୍ତା ବୃଦ୍ଧି ପାଇଁ ଗୁରୁତ୍ୱ ଦିଆଯିବ ବୋଲି ସ୍ଥିର ହୋଇଛି। 

ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀଙ୍କ ମଜୁରୀ ବଢ଼ାଇବା ଉପରେ ନିଷ୍ପତ୍ତି ହୋଇଛି। ବିଜେପି ସରକାର ଆସିବା ପରଠୁ ରାଜ୍ୟର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ କରିଚାଲିଛି। ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ସହ ଧାନ କୁଇଣ୍ଟାଲ ପିଛା ସହାୟକ ମୂଲ୍ୟ ୩୧ଶହ ଟଙ୍କା, ଶ୍ରୀମନ୍ଦିର ପାଇଁ କର୍ପସ ଫଣ୍ଡ, ସୁଭଦ୍ରା ଯୋଜନା ଲାଗୁ ଭଳି ବଡ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇଥିବା ବିଜେପି ମିଡିଆ ସେଲ୍‌ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ ଅଛି।     

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.