କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ସମସ୍ତ ଯୋଜନା ଘରେ ଘରେ ପହଁଚିବ -ଅରୁଣ ସିଂହ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଓଡ଼ିଶା ଖୁବଶୀଘ୍ର ଦେଶର ଏକ ନମ୍ବର ରାଜ୍ୟରେ ପରିଣତ ହେବ। ଓଡ଼ିଶାର ବିକାଶ ପାଇଁ ମୋଦିଜୀ ସର୍ବଦା ବଦ୍ଧପରିକର

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ସମସ୍ତ ଯୋଜନା ଘରେ ଘରେ ପହଁଚିବ -ଅରୁଣ ସିଂହ
Remix : SuvBharat Times

ଓଡ଼ିଶାରେ ନିର୍ବାଚନ ସରିଛି ଓ ବିଜେପି ଏକାକି ସରକାର ଗଠନ କରିଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର କାର୍ଯ୍ଯକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ସେମାନଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକି ସରକାର ଗଠନ କରିବାକୁ ସକ୍ଷମ ହୋଇଛି କହିଥିଲେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ।

ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନରେ ଓଡ଼ିଶା ଗସ୍ତରେ ଥିବା ଶ୍ରୀ ସିଂ ଦଳୀୟ କାର୍ଯ୍ଯକର୍ତ୍ତାଙ୍କ ସହ ଏକ ବୈଠକରେ କହିଲେ, ଏବେ ଓଡ଼ିଶାରେ “ଡବଲ ଇଞ୍ଜିନ” ସରକାର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଓଡ଼ିଶା ଖୁବଶୀଘ୍ର ଦେଶର ଏକ ନମ୍ବର ରାଜ୍ୟରେ ପରିଣତ ହେବ। ଓଡ଼ିଶାର ବିକାଶ ପାଇଁ ମୋଦିଜୀ ସର୍ବଦା ବଦ୍ଧପରିକର ବୋଲି ପୂର୍ବତନ ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ ସୂଚାଇ ଥିଲେ।

ତୃଣମୂଳସ୍ତରରେ ପାର୍ଟିକୁ ଅଧିକ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରହିଛି। କାର୍ଯ୍ଯକର୍ତ୍ତା ଓ ନେତାମାନେ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି। ସେମାନେ ଓଡ଼ିଶାବାସୀଙ୍କ ସେବାରେ ମନନିବେଶ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାଗୁଡିକ ଓଡ଼ିଶାର ଘରେ ଘରେ ପହଞ୍ଚାଇବାକୁ ଶ୍ରୀ ସିଂହ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିବା କୁହାଯାଇଛି। ତା'ସହ ଅରୁଣ ସିଂହ ଗତକାଲି ପୁରୀରେ ପହଞ୍ଚି ରଥାରୁଢ ମହାପ୍ରଭୁ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଅନେକ ବରିଷ୍ଠ ଓ ପୁରାତନ ନେତା, କର୍ମୀଙ୍କୁ ଭେଟି ସଂଗଠନ ବିଷୟରେ ଆଲୋଚନା କରିଥିବା ବିଜେପି ମିଡିଆ ସେଲ୍‌ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତ୍ତିରେ ସ୍ପଷ୍ଟ ହୋଇଛି।