ଓଡ଼ିଶାର କଳା, ସଂସ୍କୃତିକୁ ବିଶ୍ୱ ଦରବାରରେ ପହଁଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ -ମନମୋହନ ସାମଲ

ପ୍ରବାସୀ ଭାରତୀୟଙ୍କ ଆଗରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଉତ୍ତରୀୟକୁ ଇଙ୍ଗିତ କରି ଏହା ଓଡ଼ିଶାର ବୋଲି ଦର୍ଶାଇବା ଘଟଣା ସମ୍ବଲପୁରିଆଙ୍କ ସମେତ ସମଗ୍ର ଓଡ଼ିଶାବାସୀଙ୍କୁ ସମ୍ମାନିତ କରିଛି

Jul 10, 2024 - 22:05
ଓଡ଼ିଶାର କଳା, ସଂସ୍କୃତିକୁ ବିଶ୍ୱ ଦରବାରରେ ପହଁଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ -ମନମୋହନ ସାମଲ
Remix - Suv Bharat Times

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ସର୍ବଦା ପ୍ରାଧାନ୍ୟ ଦେଉଛନ୍ତି। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାକୁ ବିଶ୍ୱ ଦରବାରରେ ପହଁଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ। ପ୍ରଧାନମନ୍ତ୍ରୀ ରୁଷିଆ ଗସ୍ତରେ ଯାଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ 'ଜୟ ଜଗନ୍ନାଥ' କହିବା ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କୁ ଉତ୍ସାହିତ କରିଛି। ଓଡ଼ିଶାର ରାଜନୈତିକ ପରିବର୍ତ୍ତନ କଥା ଉଠାଇବା ସହ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ପ୍ରବାସୀ ଭାରତୀୟଙ୍କୁ ଅବଗତ କରାଇବା ନେଇ ଓଡ଼ିଆ ଗର୍ବିତ। କୌତୁହଳପୂର୍ଣ୍ଣ ଥିଲା, ପ୍ରବାସୀ ଭାରତୀୟଙ୍କ ଆଗରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଉତ୍ତରୀୟକୁ ଇଙ୍ଗିତ କରି ଏହା ଓଡ଼ିଶାର ବୋଲି ଦର୍ଶାଇବା ଘଟଣା ସମ୍ବଲପୁରିଆଙ୍କ ସମେତ ସମଗ୍ର ଓଡ଼ିଶାବାସୀଙ୍କୁ ସମ୍ମାନିତ କରିଛି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ।

ରୁଷିଆ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେଠାକାର ସରକାର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ପୂର୍ବରୁ ଫ୍ରାନ୍ସ, ଇଜିପ୍ଟ, ଭୁଟାନ୍‌, ୟୁଏଇ, ପାଲେଷ୍ଟାଇନ ଓ ସାଉଦି ଆରବ ଆଦି ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ନାନରେ ସମ୍ମାନୀତ କରିଥିଲେ। ତା'ସହ ମୋଦିଜୀ ଆମେରିକା ସଂସଦରେ ଦୁଇ ଥର ବକ୍ତବ୍ୟ ରଖିବାର ସୌଭାଗ୍ୟ ଲାଭ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀଙ୍କୁ ଋଷରେ ଯେଉଁ ସମ୍ମାନ ମିଳିଛି ଭାରତବାସୀ ଏଥିପାଇଁ ଗର୍ବିତ। ରାଜ୍ୟ ସଭାପତି ଶ୍ରୀ ସାମଲ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଦେଶ ଗସ୍ତବେଳେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଥର ଓଡ଼ିଶାର ଐତିହ୍ୟକୁ ସ୍ମରଣ କରାଇଛନ୍ତି। ୨୦୨୨ରେ ଇଣ୍ଡୋନେସିଆ ବାଲି ଠାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାକୁ ସ୍ମରଣ କରିଥିଲେ। ପ୍ରତିବର୍ଷ କଟକ ମହାନଦୀ ତଟରେ ହେଉଥିବା ବାଣିଜ୍ୟ ମେଳାର ଖୁବ୍ ପ୍ରଶଂସା କରିଥିଲେ। ଓଡ଼ିଆବାସୀଙ୍କ କଳା ଓ ସଂସ୍କୃତିକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରୁଥିବାରୁ ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ କୃତଜ୍ଞତା ଜଣାଇଥିବା ବିଜେପି ମିଡିଆ ସେଲ୍‌ ଏକ ପ୍ରେସ୍ ବିବୃତିରେ ଦର୍ଶାଇଛି।

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.