ଖଣି ଖଳନାୟକକୁ କିଏ ପୋଷିଛି ?
ଏକଦା ସାଢେ ୪ କୋଟି ଓଡ଼ିଆଙ୍କ ବଳ କହୁଥିବା ଦଳ କାହିଁକି ଏପରି ଏକ କୃତଘ୍ନ ରାଜଦ୍ରୋହୀ ଦମ୍ପତିକୁ ଦଳରେ ରଖି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଶା ଆକାଂକ୍ଷା ନଷ୍ଟ ହେବାକୁ ଛାଡି ଦେଇଛି ।
- ଏମଏମଡିଆର ଖେଳର ଅସଲ ଖଳନାୟକ କିଏ ?
- କେନ୍ଦ୍ର ସରକାର କାହା ଈଶାରାରେ ଓଡ଼ିଶାର ଦାବିକୁ ଗୁରୁତ୍ୱ ଦେଉନାହାନ୍ତି ?
- ବିରୋଧୀ ନେତାଙ୍କ ବ୍ୟୁରୋକ୍ରାସୀ ପ୍ରେମ ଏମଏମଡିଆର ଲଢେଇକୁ ଦୁର୍ବଳ କରିଛି କି ?
ଏମଏମଡିଆର ସଂଶୋଧନ ବିଲ୍ ମାଧ୍ୟମରେ ଓଡ଼ିଶା ହରାଇବ ବାର୍ଷିକ ୧୨ ହଜାର କୋଟି ରାଜସ୍ଵ, ରାଜ୍ୟର ଅନେକ ବରିଷ୍ଠ ରାଜନୈତିକ ବ୍ୟକ୍ତିବିଶେଷ, ସାମ୍ବାଦିକ, ରାଜନୈତିକ ସମୀକ୍ଷକ ଏବଂ ସମାଲୋଚକ ଏଥିପାଇଁ ଚିନ୍ତିତ । ସେମାନେ ବିଜୁ ଜନତାଦଳର ଦୋଗଲା ନୀତି ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି, ବିଜେଡ଼ି ସୁପ୍ରିମୋଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଏବଂ ପ୍ରଶ୍ନ କରିଛନ୍ତି ଯେ ଏମଏମଡିଆର ଖେଳର ଅସଲ ଖଳନାୟକ କିଏ, ନବୀନ ଏହାର ଜବାବ ରଖିବେ କି ? ଯଦି ଏମଏମଡିଆର ସଂଶଧିତ ବିଲ୍ ୨୦୨୬ ବିରୋଧରେ ନାରା ଦେଇ ରାଜ୍ୟର ସମଗ୍ର ବିରୋଧୀ ଶକ୍ତି ଲୋୟର ପିଏମଜି ରେ ଆନ୍ଦୋଳନ କରିଥାନ୍ତି; ତେବେ, ଓଡ଼ିଶାର ସ୍ଵାର୍ଥର ଲଢେଇକୁ କେନ୍ଦ୍ର ସରକାର କାହା ଈଶାରାରେ ଗୁରୁତ୍ଵ ଦେଉନାହାନ୍ତି ?
ବିଧାନସଭାରେ ପ୍ରମୁଖ ବିରୋଧୀ ଆସନରେ ବସିଛି ବିଜୁ ଜନତାଦଳ; ଏହା ନିଶ୍ଚିତ ହୋଇଛି ଯେ ଏମଏମଡିଆର ଆନ୍ଦୋଳନର ମୁଖିଆ ବିଜେଡ଼ି ଯେଉଁ ଦଳ ୨୦୧୪ ମସିହାଠାରୁ ସଂସଦର ଉଭୟ ଗୃହରେ ସର୍ବଦା ଏନଡ଼ିଏ କୁ ଅର୍ଥାତ କେନ୍ଦ୍ର ବିଜେପି ନେତୃତ୍ଵକୁ ଦୃଢ ସମର୍ଥନ ଦେଇଆସିଛି ମାତ୍ର ଯେଉଁ ଦଳର ଦାବିଗୁଡ଼ିକୁ ଆଜି କେନ୍ଦ୍ର କର୍ଣ୍ଣପାତ କରୁନାହିଁ । ଏଭଳି ସ୍ଥିତିରେ ରାଜ୍ୟର ବୁଦ୍ଧିଜୀବୀ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମନରେ ଆନ୍ଦୋଳିତ ହେଉଥିବା ଅନ୍ୟ ଏକ ଦ୍ଵନ୍ଦକୁ ପୁଷ୍ଟି କରିଛି ରାଜ୍ୟ ବିଜେପି ମୁଖିଆଙ୍କ ପାଣ୍ଡିଆନ ପ୍ରେମ ଯେଉଁମାନେ ଭି. କେ ପାଣ୍ଡିଆନଙ୍କ କ୍ଷେତ୍ରରେ ସାତ୍ ଖୁନ୍ ମାଫ୍ ପଦ୍ଧତିର ଅନୁକରଣ କରନ୍ତି ।
ଅନ୍ୟତ୍ର ଏମଏମଡିଆର ସଂଶୋଧିତ ବିଲ୍ ୨୦୨୬ ଓଡ଼ିଶାକୁ ବରବାଦ କରିଦେବ, ସଂଶୋଧିତ ଆଇନ୍ ର ନିଷ୍କର୍ଷ ବିଷୟରେ ଲାଗିରହିଥିବା ଚର୍ଚ୍ଚା ସମାଲୋଚକମାନଙ୍କୁ ଭ୍ରମରେ ପକାଇଛି, ସେମାନେ ଆଶଙ୍କାରେ ଅଛନ୍ତି ଯେ ଏପରି ସୈତାନ ବୁଦ୍ଧି ପଛରେ କାହାର ହାତ ଅଛି ଏବଂ କିଏ ସେହି ଖଳନାୟକ ଯିଏ ଓଡ଼ିଶା ସ୍ଵାର୍ଥକୁ କେନ୍ଦ୍ର ହାତକୁ ଟେକିଦେବାର ଷଡଯନ୍ତ୍ର କରିଥିଲେ ଏବଂ ସ୍ଵର୍ଣ୍ଣିମ ଓଡ଼ିଶାରୁ ଲୁଟପାଟ୍ ଜାରି ରଖିବା ଯୋଜନାରେ ସଫଳ ହେବାର ଲକ୍ଷ୍ୟ ରଖିଥିଲେ । କେତେକ ଏହାକୁ କେନ୍ଦ୍ର ନେତୃତ୍ୱ ଏବଂ ବିଜେଡ଼ି ପ୍ରମର୍ଶଦାତାଙ୍କ ମଧ୍ୟରେ ହୋଇଥିବା ଏକ ଗୁପ୍ତ ବୁଝାମଣା ଭାବରେ ଦେଖନ୍ତି ।
ରାଜ୍ୟର ବିଭିନ୍ନ ସାମାଜିକ ଗଣମାଧ୍ୟମଗୁଡିକର ପ୍ରତିକ୍ରିୟାରୁ ମଧ୍ୟ ଅନୁମାନ କରାଯାଇଛି ଯେ ଓଡ଼ିଶା ବିରୋଧରେ ଯାଉଥିବା ଏମଏମଡିଆର ସଂଶୋଧିତ ଆଇନ୍ ୨୦୨୬ ପଛରେ ହୁଏତ ସେହି ଦମ୍ପତିଙ୍କର ଅକୁଣ୍ଠ ସମର୍ଥନ ରହିଥିଲା, ଯେଉଁ ଦମ୍ପତି ବିଜେଡ଼ିର ନେତୃତ୍ଵ ନେଇ ଅରବପତି ହେବାର ଲକ୍ଷରେ ୨୪ ନିର୍ବାଚନ ପୂର୍ବରୁ ଆଇଏଏସ ପଦବୀରୁ ସ୍ଵଚ୍ଛାକୃତ ଅବସର ନେଇଥିଲେ । ସମ୍ପ୍ରତି ଏମଏମଡିଆର ପ୍ରସଙ୍ଗ ଆଧାରରେ ସମାଲୋଚକ ମତ ରଖିଛନ୍ତି ଯେ, ଏକଦା ସାଢେ ୪ କୋଟି ଓଡ଼ିଆଙ୍କ ବଳ କହୁଥିବା ଦଳ କାହିଁକି ଏପରି ଏକ କୃତଘ୍ନ ରାଜଦ୍ରୋହୀ ଦମ୍ପତିକୁ ଦଳରେ ରଖି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଶା ଆକାଂକ୍ଷା ନଷ୍ଟ ହେବାକୁ ଛାଡି ଦେଇଛି । ପରୋକ୍ଷରେ କିଛି ବିଜେଡ଼ି ସମର୍ଥକ ଏପରି ଆରୋପକୁ କଟାକ୍ଷ କରିଥିଲେ ଏବଂ କହିଥିଲେ ଯେ ବିଜୁ ଜନତାଦଳର ଆନ୍ଦୋଳନ ଆଗରେ ବିଜେପି ଦିନେ ମୁଣ୍ଡ ନୂଆଁଇବ ।


