ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ

ବିଜେପି ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ -ମନମୋହନ ସାମଲ

Jul 9, 2024 - 11:37
ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ
Remix : Suv Bharat Times

ନୟାଗଡ଼ ଜିଲାର ବହୁ ପ୍ରତୀକ୍ଷିତ “ବୃତଙ୍ଗ ଜଳସେଚନ ପ୍ରକଳ୍ପ”କୁ ମୋଦି ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। କେନ୍ଦ୍ର ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ଦେଇଛି। ପ୍ରାଥମିକ ସ୍ତରରେ, ୧୫୨୪.୧୭ ହେକ୍ଟର ଅଞ୍ଚଳ ଜଙ୍ଗଲ ଜମିକୁ ମୋଦି ସରକାର ଅନୁମତି ଦେବା ଯୋଗୁଁ ୨୩ ହଜାର ୩୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଖୁବ୍‌ଶୀଘ୍ର ବୃତଙ୍ଗ ଜଳସେଚନ ଯୋଜନା ଆରମ୍ଭ ହେବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ। କେନ୍ଦ୍ରର ଅନୁମୋଦନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଖୁସି ବ୍ୟକ୍ତ କରିବା ସହ କହିଲେ, ଏହି ପ୍ରକଳ୍ପ ଦ୍ଵାରା ନୟାଗଡ଼ବାସୀଙ୍କ ୩୦ ବର୍ଷର ଆଶା ଆଙ୍କାକ୍ଷା ପୂର୍ଣ୍ଣ ହେବ।

ମନମୋହନ ଆହୁରି କହିଥିଲେ, ବିଜେପି ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ। ବିଜେଡି ସରକାର ଗତ ୨୪ ବର୍ଷର ଶାସନ ମଧ୍ୟରେ ଯାହା କରିପାରି ନଥିଲା, ବିଜେପି ସରକାରକୁ ଆସିବାର ମାସକ ଭିତରେ ତାହା କରିବାକୁ ସକ୍ଷମ ହୋଇଛି। ନୟାଗଡ଼ ଜିଲାର କୃଷକମାନେ ଦୀର୍ଘ ବର୍ଷ ଧରି ଚାଷ କାର୍ଯ୍ୟବେଳେ ବିଭିନ୍ନ ସମସ୍ୟାକୁ ସାମ୍ନା କରୁଥିଲେ। ଜଳସେଚନର ସୁବନ୍ଦୋବସ୍ତ ନଥିବାରୁ ଖରାଦିନେ ଗଜାମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା। ଏପରିକି ପାନୀୟ ଜଳର ଉତ୍କଟ ଅଭାବ ଜିଲ୍ଲାବାସୀଙ୍କ ପାଇଁ ବଡ ସମସ୍ୟା ଥିଲା। ‘ବୃତଙ୍ଗ ଜଳସେଚନ ପ୍ରକଳ୍ପ’ କୃଷକଙ୍କ ପାଇଁ ବରଦାନ।

ନୟାଗଡ଼ ଜିଲ୍ଲାର ହଜାର ହଜାର କୃଷକ ଉପକୃତ ହେବେ, ଜିଲ୍ଲାବାସୀଙ୍କ ପାଇଁ ପାନୀୟ ଜଳର ସୁବନ୍ଦୋବସ୍ତ ହୋଇପାରିବ। ଜିଲାରେ କୃଷି କ୍ଷେତ୍ରରେ ବିକାଶ ହେବା ସହ କୃଷକଙ୍କ ଆର୍ଥିକ ବିକାଶରେ ସହାୟକ ହେବ। ତେବେ ଯଥାଶୀଘ୍ର ସମସ୍ୟା ଦୂର ହେବା ଆଶାରେ ନୟାଗଡ ଜିଲ୍ଲା ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ବୁଦ୍ଧିଜୀବୀ କେନ୍ଦ୍ର ସରକାରର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଏହିକ୍ରମରେ ଅଧପନ୍ତରିଆ ହୋଇ ପଡ଼ିରହିଥିବା ସମସ୍ତ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକ ସ୍ଥଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ନୂତନ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ଗୁରୁତ୍ୱ ଦିଆଯିବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଧନ୍ୟବାଦ ଦେଇଥିବା ନେଇ ବିଜେପି ମିଡିଆ ସେଲ୍‌ ପକ୍ଷରୁ ସୂଚନା ମିଳିଛି।

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.