ରାଜ୍ୟସ୍ତରୀୟ ଶିଶୁ ଅନନ୍ତ ଜୟନ୍ତୀ ଉତ୍ସବ

ମହାପୁରୁଷ ଶିଶୁ ଅନନ୍ତ ଦାସ, ୧୪୮୮ ମସିହା ମାର୍ଗଶୀର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ କପିଳ ମହାନ୍ତି ଏବଂ ଗୌରୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ, ସେ ଥିଲେ ଭାରତର ପଞ୍ଚ ମହାପୁରୁଷ, ଚିରନମସ୍ୟ ପଞ୍ଚସଖା ଏବଂ ସିଦ୍ଧ ସାଧକଙ୍କ ମଧ୍ୟରୁ ଜଣେ।

Dec 3, 2025 - 15:11
Dec 8, 2025 - 08:48
 0  36
ରାଜ୍ୟସ୍ତରୀୟ ଶିଶୁ ଅନନ୍ତ ଜୟନ୍ତୀ ଉତ୍ସବ
Remix : Suv Bharat Times

ମହାପୁରୁଷ ଶିଶୁ ଅନନ୍ତ ଦାସ, ୧୪୮୮ ମସିହା ମାର୍ଗଶୀର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ କପିଳ ମହାନ୍ତି ଏବଂ ଗୌରୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ, ସେ ଥିଲେ ଭାରତର ପଞ୍ଚ ମହାପୁରୁଷ, ଚିରନମସ୍ୟ ପଞ୍ଚସଖା ଏବଂ ସିଦ୍ଧ ସାଧକଙ୍କ ମଧ୍ୟରୁ ଜଣେ। ଡିସେମ୍ବର ୩, ୨୦୨୫, ମହାପୁରୁଷଙ୍କ ଜନ୍ମବାର୍ଷିକୀ ଅବସରରେ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ପୀଠ ପ୍ରାଙ୍ଗଣରେ ଶିଶୁ ଅନନ୍ତ ସ୍ମୃତି ସଂସଦ ଏବଂ ଓଡିଶା ସାହିତ୍ୟ ଏକାଡେମୀ ସହଯୋଗରେ ରାଜ୍ୟସ୍ତରୀୟ ଶିଶୁ ଅନନ୍ତ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିଲା। ଏହି ବର୍ଣ୍ଣାଢ୍ୟ ସମାରୋହରେ ବାଗ୍ମୀ, ସଂସ୍କୃତି ଗବେଷିକା ଡ. ପ୍ରତିଭା ମହାରଥୀଙ୍କୁ ଶିଶୁ ଅନନ୍ତ ସମ୍ମାନ, କଣ୍ଠଶିଳ୍ପୀ ଗୀତାରାଣୀ ଦାଶଙ୍କୁ ବାବା ମଧୁସୂଦନ ସମ୍ମାନ, ଚଳଚିତ୍ର ସମୀକ୍ଷକ ଦିଲୀପ ହାଲିଙ୍କୁ ଶ୍ରେଷ୍ଠ ସମୀକ୍ଷକ ସମ୍ମାନ, ଅବସରପ୍ରାପ୍ତ ପ୍ରଶାସକ ଅଖିଳ ବିହାରୀ ହୋତାଙ୍କୁ ବାଲିପାଟଣା ଗୌରବ ସମ୍ମାନ, କବି ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କୁ ଅଧ୍ୟାପକ ଅବଦୁଲ ୱସିଦ ସ୍ମୃତି ସମ୍ମାନ, ଡ. ଇତିରାଣୀ ସାମନ୍ତଙ୍କୁ ବଡଭାଇ ନଦୀୟା ବିହାରୀ ସ୍ମୃତି ସମ୍ମାନ ସହ ସାମ୍ବାଦିକ ବସନ୍ତ ଦାଶଙ୍କୁ ସାମ୍ବାଦିକ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏତଦବ୍ୟତୀତ ପୀଠ ମହନ୍ତ ବାବାଜୀ ପର୍ଶୁରାମ ଦାସଙ୍କ ତତ୍ତ୍ୱାବଧାନରେ, ତୀର୍ଥର ମହାପୁରୁଷ ଶିଶୁ ଅନନ୍ତ ଦାସଙ୍କ ଉଦ୍ଦେଶ୍ୟରେ ହୋମଯଜ୍ଞ ଏବଂ ନଗର କୀର୍ତ୍ତନ କରାଯାଇଥିଲା, ବ୍ରଜ କିଶୋର ଶିଶୁଗୋସ୍ୱାମୀ, ବିନୟ ଶିଶୁଗୋସ୍ୱାମୀ, ବିପିନ୍ ଶିଶୁଗୋସ୍ୱାମୀ, ଲୋଚନ ଶିଶୁଗୋସ୍ୱାମୀ, ପୁଲିନ୍ ଶିଶୁଗୋସ୍ୱାମୀ, ଆଶିଷ ଶିଶୁଗୋସ୍ୱାମୀ, ଜୟନ୍ତ ଶିଶୁଗୋସ୍ୱାମୀ, ବିଭୁଦତ୍ତ ମହାନ୍ତି ଓ ପ୍ରଶାନ୍ତ ଶିଶୁଗୋସ୍ୱାମୀ ପ୍ରମୁଖ ମହାପୁରୁଷଙ୍କ ବଂଶଧରଙ୍କ ସମେତ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ବହୁ ଧର୍ମପରାୟଣ ବ୍ୟକ୍ତିବିଶେଷ ଏଥିରେ ଅଂଶଗ୍ରହଣ କରିଥିଲେ। 

What's Your Reaction?

like

dislike

love

funny

angry

sad

wow

Jayanta Sisugoswami Special Reporter, Balipatna, Suv Bharat Times