ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜିକରଣ ସମୟସୀମା ବୃଦ୍ଧି ନେଇ ଚାଷୀ ଆଶ୍ଵସ୍ତ

"ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା" ପଞ୍ଜୀକରଣ ଅବଧି ଜୁଲାଇ ୩୧ ପରିବର୍ତ୍ତେ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ଓଡିଶାର ଚାଷୀମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏହି ଅବଧିକୁ ଗତକାଲି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି।

Aug 1, 2024 - 11:26
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜିକରଣ ସମୟସୀମା ବୃଦ୍ଧି ନେଇ ଚାଷୀ ଆଶ୍ଵସ୍ତ
Remix : Suv Bharat Times

ବିଜେପି ସରକାର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶୃତିବଦ୍ଧ। ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିରୁ ଚାଷୀମାନଙ୍କୁ ଫସଲର ସୁରକ୍ଷା ଓ ଚିନ୍ତା ମୁକ୍ତ ରଖିବା ପାଇଁ ୨୦୧୬, ଫେବୃଆରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା"ର ଶୁଭାରମ୍ଭ କରିଥିଲେ। ବନ୍ୟା, ବାତ୍ୟା, ମରୁଡି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଚାଷୀଙ୍କୁ ଏହି ଯୋଜନାରେ ଆର୍ଥୀକ ଋଣ ସହାୟତା ମିଳିଥାଏ।

ଚଳିତ ବର୍ଷ "ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା" ପଞ୍ଜୀକରଣ ଅବଧି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଥିଲା। ମାତ୍ର ଓଡିଶା ଚାଷୀକୂଳର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ଗତକାଲି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ରାଜ୍ୟର ଅଗଣିତ ଚାଷୀ ଭାଇଭଉଣୀଙ୍କ ମନରେ ଖୁସି ଆଣିଦେଇଛି। ଏହାଦ୍ୱାରା ବଞ୍ଚିତ ହୋଇଥିବା ଚାଷୀମାନେ ନିଜ ନାମ ପଞ୍ଜିକରଣ କରିବାରେ ସଫଳ ହେବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ସାମଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଥିବା ବିଜେପି ମିଡିଆ ସେଲ୍ ସୂଚନା ଦେଇଛି।

Manoranjan Pattanaik Publisher & Editor, Suv Bharat Times