ଅଣଓଡ଼ିଆଙ୍କ ରିମୋର୍ଟରେ ପରିଚାଳିତ ହେଉଥିବା ବିଜେଡି ଓଡିଆ ଅସ୍ମିତା କଥା କହିବା ହାତ୍ସ୍ୟାସ୍ପଦ -ଟଙ୍କଧର ତ୍ରିପାଠୀ

ମନ୍ତ୍ରୀମଣ୍ଡଳରେ ଥିବା ଅପରାଧୀମାନଙ୍କୁ ନବୀନ କାହିଁକି ସୁରକ୍ଷା ଦେଉଥିଲେ? ନିଜ ଅତୀତକୁ ଭୁଲି ଯାଇ ଆଜି ବିରୋଧୀ ଦଳରେ ବସିବା ପରେ ନବୀନ ବାବୁ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ହାତ୍ସ୍ୟାସ୍ପଦ।

Jul 23, 2024 - 08:52
ଅଣଓଡ଼ିଆଙ୍କ ରିମୋର୍ଟରେ ପରିଚାଳିତ ହେଉଥିବା ବିଜେଡି ଓଡିଆ ଅସ୍ମିତା କଥା କହିବା ହାତ୍ସ୍ୟାସ୍ପଦ -ଟଙ୍କଧର ତ୍ରିପାଠୀ
Remix : Suv Bharat Times

ଓଡ଼ିଶାର ବିକାଶ, ସୁରକ୍ଷା, ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାରର ପରାକାଷ୍ଠାକୁ ସମଗ୍ର ରାଜ୍ୟବାସୀ ଦେଖିଛନ୍ତି ଏବଂ ମାତ୍ର ମାସକ ଭିତରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଦଳ ଓଡିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି। ଏହାକୁ ବିରୋଧି ଦଳଗୁଡ଼ିକ ଏବଂ ବିଶେଷ ଭାବେ ବିଜେଡି ଆଦୈା ସହ୍ୟ କରିପାରୁନାହିଁ। ଗତ ୨୫ ବର୍ଷ ଧରି ଯେଉଁମାନେ ଜଣେ ଅଣଓଡ଼ିଆଙ୍କ ରିମୋର୍ଟରେ ପରିଚାଳିତ ହୋଇ ସରକାର ଚଲାଉଥିଲେ, ସେମାନେ ଆଜି ଓଡିଆ ଅସ୍ମିତା କଥା କହୁଛନ୍ତି କିପରି? ଏହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି।

ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡିଆ ଅସ୍ମିତା ଓ ଆଇନଶୃଂଖଳା ପ୍ରସଙ୍ଗରେ ଇଂରାଜୀ ଭାଷାରେ ବିବୃତି ରଖିଲେ ଓ ଯେଉଁଭଳି ଭାବେ ଗଣମାଧ୍ୟମରେ ବକ୍ତବ୍ୟ ଦେଲେ ତାହା ଆହୁରି ହାସ୍ୟାସ୍ପଦ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କ ଗତକାଲିର ଇଂରାଜୀ ବିବୃତି କେଉଁ ଓଡିଆ ଅସ୍ମିତାର ପରିଚୟ? ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରରେ ତତ୍କାଳନୀ ଆଇନ୍‌ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ହତ୍ୟା ଭଳି ମାମଲା ରୁଜୁ ହୋଇଥିଲା। ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ୧୩ ନମ୍ବର ମୁଦାଲା ହୋଇଥିବା ସତ୍ୱେ ଏଫ୍‌ଆଇଆର୍ କପିରୁ ତାଙ୍କ ନାମ ବାଦ୍ ଦିଆଯାଇଥିଲା। ତତ୍କାଳୀନ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ “ପରି ହତ୍ୟା” ଘଟଣାରେ ମାମଲା ରୁଜୁ ହୋଇଥିଲା, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ।

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ତତ୍କାଳୀନ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ ଆସିଥିବା ସତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ସେତେବେଳେ ନବୀନ ବାବୁ କାହିଁକି ଚୁପ୍ ହୋଇ ରହିଥିଲେ? ମନ୍ତ୍ରୀମଣ୍ଡଳରେ ଥିବା ଅପରାଧୀମାନଙ୍କୁ ନବୀନ କାହିଁକି ସୁରକ୍ଷା ଦେଉଥିଲେ? ନିଜ ଅତୀତକୁ ଭୁଲି ଯାଇ ଆଜି ବିରୋଧୀ ଦଳରେ ବସିବା ପରେ ନବୀନ ବାବୁ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ହାତ୍ସ୍ୟାସ୍ପଦ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ରାଜ୍ୟପାଳଙ୍କ ପୁଅଙ୍କର ଦାଦାଗିରିକୁ ନେଇ ବିଜେଡ଼ିର ଅଭିଯୋଗ ଉପରେ କହିଲେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଲୋକଙ୍କ ସରକାର। ଏଏସ୍‌ଓ ପ୍ରସଙ୍ଗରେ ତଦନ୍ତ ପ୍ରକ୍ରିୟା ଚାଲିଛି ଏବଂ ସଠିକ୍ ସମୟରେ ସଠିକ ପଦକ୍ଷେପ ନିଆଯିବ। ଏଥିପାଇଁ ବିରୋଧିଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ ବୋଲି ଶ୍ରୀ ତ୍ରିପାଠୀ ପ୍ରତିକ୍ରିୟା ରଖିଥିବା ବିଜେପି ମିଡିଆ ସେଲ୍ ଏକ ପ୍ରେସ୍ ବିବୃତ୍ତିରେ ସ୍ପଷ୍ଟ କରିଛି। 

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.