ଅସହଯୋଗ ମାନସିକତା ଛାଡ଼ି ଧୈର୍ଯ୍ୟ ରଖୁ ବିଜେଡି -ପୃଥ୍ୱୀରାଜ ହରିଚନ୍ଦନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ, ଅସ୍ମିତା ବଜାୟ ରଖିବାକୁ ବିଜେପି ସରକାର ଏକାଧିକ ପଦକ୍ଷେପ ନେଇ ପ୍ରଶଂସିତ ହୋଇଛି। ଏଥିପାଇଁ ୨୪ ବର୍ଷ କ୍ଷମତାରେ ଥିବା ବିଜେଡ଼ି ଆଜି ପ୍ରଥମଥର ପାଇଁ ବିରୋଧି ଦଳ ହୋଇ ବସିବାରେ ଅସହିଷ୍ଣୁ ହୋଇପଡ଼ିଛି।

Jul 22, 2024 - 11:33
ଅସହଯୋଗ ମାନସିକତା ଛାଡ଼ି ଧୈର୍ଯ୍ୟ ରଖୁ ବିଜେଡି -ପୃଥ୍ୱୀରାଜ ହରିଚନ୍ଦନ
Remix : Suv Bharat Times

ଓଡ଼ିଶାବାସୀଙ୍କ ଆର୍ଶୀବାଦରୁ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି। ଓଡିଶାବାସୀଙ୍କ ବିପୁଳ ସମର୍ଥନ ଓ ଆଶୀର୍ବାଦ ପାଇବାରେ ଜନତାଙ୍କ ସରକାର ହୋଇଛି ବିଜେପି ସରକାର। ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସରକାର ପ୍ରତିଶ୍ରୁତିବଦ୍ଧ। ଗତ ୨୪ ବର୍ଷ ଭିତରେ ପୂର୍ବ ବିଜେଡି ସରକାର ନିଜର ଅକର୍ମପଣିଆ ଯୋଗୁ ଯାହା କରି ପାରି ନଥିଲା, ବିଜେପି ସରକାର ମାତ୍ର ଏକ ମାସ ଅବଧି ଭିତରେ ତା’ଠାରୁ ଯଥେଷ୍ଠ ଅଧିକ କାମ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ, ଅସ୍ମିତା ବଜାୟ ରଖିବାକୁ ବିଜେପି ସରକାର ଏକାଧିକ ପଦକ୍ଷେପ ନେଇ ପ୍ରଶଂସିତ ହୋଇଛି।

ଏଥିପାଇଁ ୨୪ ବର୍ଷ କ୍ଷମତାରେ ଥିବା ବିଜେଡ଼ି ଆଜି ପ୍ରଥମଥର ପାଇଁ ବିରୋଧି ଦଳ ହୋଇ ବସିବାରେ ଅସହିଷ୍ଣୁ ହୋଇପଡ଼ିଛି। ବିଧାନସଭାରେ ଆଜି ଥିଲା ନୂତନ ସରକାରଙ୍କ ପ୍ରଥମ ଅଧିବେଶନ। ଏହି ଅବସରରେ ମହାମହିମ ରାଜ୍ୟପାଳ ଉପସ୍ଥାପନା କରିଥିବା ଅଭିଭାଷଣରେ ନୂତନ ସରକାରଙ୍କ ଆଗାମୀ ଦିନର ଯୋଜନା ଏବଂ ଓଡ଼ିଶା ବିକାଶର ଚିତ୍ର ପ୍ରତିଫଳିତ ହୋଇଛି। ଏହା ନଶୁଣି ବିଭିନ୍ନ ବାହାନା ଦେଖାଇ ବିଧାନସଭା ଗୃହ ପରିତ୍ୟାଗ କରିବା ଦୁର୍ଭାଗ୍ୟଜନକ ବୋଲି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ବିଜେପି ମିଡିଆ ସେଲ୍‌ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦର୍ଶାଇଥିଲେ ଯେ, ଗତ ୭ ତାରିଖ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଏହି ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଯାଞ୍ଚ କରିବାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ୧୫ ଦିନ ଭିତରେ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗତ ବିଜେଡି ସରକାର ସମୟରେ ସ୍ଥାନ, କାଳ ଓ ପାତ୍ର ଅନୁଯାୟୀ ଆଇନକୁ ତା’ ବାଟରେ ଯିବାକୁ ଦିଆଯାଉନଥିଲା। ବର୍ତ୍ତମାନ ମୋହନ ମାଝୀ ସରକାରରେ ଆଇନକାନୁନକୁ ତା’ବାଟରେ ଯିବା ପାଇଁ ସଂପୂର୍ଣ୍ଣ ଅଗ୍ରାଧିକାର ଦିଆଯିବା ସହ କୈାଣସି ପ୍ରତିବନ୍ଧକ ସୃଷ୍ଟି ନକରିବାକୁ ବିଜେପି ସରକାର ପ୍ରତିଶୃତିବଦ୍ଧ। ବିଜେପି ସରକାର ଉପରେ ରାଜ୍ୟବାସୀଙ୍କ ଭରପୁର ଭରଷା ରହିଛି। ଏଣୁ ବିରୋଧି ଦଳ ମଧ୍ୟ ରାଜ୍ୟ ସରକାରଙ୍କୁ ଅସହଯୋଗ କରିବାର ମାନସିକତା ଛାଡ଼ି ଧୈର୍ଯ୍ୟ ଧରିବା ଆବଶ୍ୟକ ବୋଲି କହିଥିଲେ ଆଇନ ମନ୍ତ୍ରୀ ହରିଚନ୍ଦନ।

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.