ଆଇପିଏସ୍ ଡି.ଏସ କୁଟେ: ଏକ ନିଆରା ଆଭିମୁଖ୍ୟ ସହିତ ବିଜେଡି ସେବାରେ!

ବିଜେଡ଼ି ଭୋଟ ରାଜନୀତିରେ ଅଫିସରମାନେ ସମ୍ପୃକ୍ତ। ନିର୍ବାଚନ ଜିତିବା ପାଇଁ ଦଳ କେତେକ ଲାଞ୍ଚଖୋର ଅଧିକାରୀଙ୍କୁ ଗୁମାସ୍ତା ଭଳି ବ୍ୟବହାର କରେ, ପ୍ରଚୂର ମୁନଫା ଦିଏ ଏବଂ ଫାଇଦା ନିଏ।

Apr 8, 2024 - 02:42
ଆଇପିଏସ୍ ଡି.ଏସ କୁଟେ: ଏକ ନିଆରା ଆଭିମୁଖ୍ୟ ସହିତ ବିଜେଡି ସେବାରେ!
Remix - Suv Bharat Times

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି, ଆଇପିଏସ ଡି.ଏସ କୁଟେଙ୍କ ବିରୁଦ୍ଧରେ ଭାଜପା ଆଣିଛି ସାଂଘାତିକ ଅଭିଯୋଗ। ଏପ୍ରିଲ ୯ ତାରିଖ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ଚିଫ୍ ଇଲୋକଟ୍ରାଲ୍ ଅଫିସର(ସିଇଓ)ଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ, ମଡେଲ୍ କୋଡ଼ ଅଫ୍ କଣ୍ଡକ୍ଟ(ଏମ.ସି.ସି) ଲାଗୁ ହେଲା ପରେ ଏବଂ ମୂଖ୍ୟ ନିର୍ବାଚନ ଅଧିକାରୀ ଦିଲ୍ଲୀରୁ ଚିଠି ଦେଲା ପରେ ସରକାର କୌଣସି ସରକାରୀ ଅଧିକାରୀଙ୍କୁ ନିର୍ବାଚନ କାମରେ ଲଗାଇବେ ନାହିଁ।

କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଆଇପିଏସ ଡି.ଏସ କୁଟେ, ଥାନା ଆଇ.ଆଇ.ସି ଏବଂ ବିଭିନ୍ନ ଜିଲ୍ଲାର ଏସ.ପି ମାନଙ୍କୁ ଫୋନ କରୁଛନ୍ତି, ବିଭିନ୍ନ ନେତାମାନଙ୍କୁ ଫୋନ କରୁଛନ୍ତି ଏବଂ ସମ୍ପୂର୍ଣ୍ଣ ରୂପେ ଦଳୀୟ ଆଧାରରେ କାମ କରୁଛନ୍ତି। ସରକାର ଏଥିପାଇଁ ତାଙ୍କ ଗୁମାସ୍ତା ନିୟୋଜିତ କରିଛନ୍ତି ବୋଲି ଓଡ଼ିଶାର ଲୋକ ଏବଂ ବିଜୁ ଜନତା ଦଳର କର୍ମୀମାନେ ସମସ୍ତେ ଜାଣିଛନ୍ତି।

ବିରୋଧୀଙ୍କ ଅଭିଯୋଗ, ବିଜେଡ଼ି ଭୋଟ ରାଜନୀତିରେ ଅଫିସରମାନେ ସମ୍ପୃକ୍ତ। ନିର୍ବାଚନ ଜିତିବା ପାଇଁ ଦଳ କେତେକ ଲାଞ୍ଚଖୋର ଅଧିକାରୀଙ୍କୁ ଗୁମାସ୍ତା ଭଳି ବ୍ୟବହାର କରେ, ପ୍ରଚୂର ମୁନଫା ଦିଏ ଏବଂ ଫାଇଦା ନିଏ। ୨୦୧୯ ନିର୍ବାଚନ ବେଳେ ଏଭଳି ରୋଚକ ତଥ୍ୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଚିଲିକାରୁ ବିଜେଡ଼ି ଟିକେଟରେ ଲଢିବାକୁ ସ୍ଵପ୍ନ ଦେଖୁଥିବା ଜଣେ ଖଣି ମାଫିଆ ନିଜ ଔକାତ ପରଖି ନେଲେ ଏବଂ ଟିକେଟ ଆଶା ମଉଳି ପଡିଲା।

ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ଏଠି ଯେଉଁଭଳି ଭାବରେ ଆଦର୍ଶ ଆଚରଣ ବିଧି ଉଲଂଘନ ହେଉଛି, ସେ ବିଷୟରେ ଚିଫ୍ ଇଲୋକଟ୍ରାଲ୍ ଅଫିସର(ସି.ଇ.ଓ)ଙ୍କୁ ଅବଗତ କରିଛୁ। ଆମର ଦାବି, ଆଇପିଏସ କୁଟେଙ୍କ ଫୋନକୁ ସିଜ୍ କରାଯାଉ। କୁଟେ ଯେତୋଟି ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ତାଙ୍କ ସିଡ଼ିଆରକୁ ଏକ୍ସାମିନ୍ କରାଯାଉ ଏବଂ ସେ କାହା ସହିତ କଥା ହେଉଛନ୍ତି ଏ ବିଷୟରେ ସମଗ୍ର ସାଢେ ୪ କୋଟି ଓଡ଼ିଶାବାସୀ ଜାଣନ୍ତୁ ଏବଂ ତାଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଉ। ଏସଂକ୍ରାନ୍ତରେ ପ୍ରତିକ୍ରିୟା ପାଇଁ ଶୁଭ୍ ଭାରତ ଟାଇମ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡି କୁଟେଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କାରିବା ସତ୍ଵେ ସମ୍ଭବ ହେଲାନାହିଁ।

ଅନ୍ୟପକ୍ଷରେ, ଇସିଆଇଙ୍କ ନିକଟରେ ଫେରାଦ ହୋଇଛି ବିଜେଡ଼ି। ବିଜେଡ଼ିର ଅଭିଯୋଗ ଅନୁସାରେ, ଭାଜପା ହାରିଯିବା ଭୟରେ ସରକାରୀ ଅଧିକାରୀଙ୍କୁ ବିରୋଧ କରାଯାଉଛି, ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଫୋନ କରି ଧମକ ଦିଆଯାଉଛି। ଦଳର ଜଣେ ସାଂସଦ ଏକ ପ୍ରେସମିଟରେ ଏଭଳି ବର୍ଣ୍ଣନା କରିଥିଲେ। ଏଭଳି ଆରୋପ ପ୍ରତ୍ୟାରୋପକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମମା ବୃଦ୍ଧି ପାଇଛି।       

Manoranjan Pattanaik Publisher & Editor, Suv Bharat Times