ସଂକଳ୍ପପତ୍ରର ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବ ବିଜେପି ସରକାର : ମନମୋହନ ସାମଲ

ମନ୍ତ୍ରୀମାନେ ଭଲ କାମ କରୁଛନ୍ତି। କାର୍ଯ୍ୟକାରୀ କମିଟି ସବୁ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଯିଏ ଦୁର୍ନୀତି କରିବ ତାର ଦଣ୍ଡ ସୁନିଶ୍ଚିତ। ଆଇନର ଉର୍ଦ୍ଧ୍ୱରେ କେହି ନାହାଁନ୍ତି। ଯିଏ ଓଡ଼ିଶାରେ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ।

Jul 19, 2024 - 14:31
ସଂକଳ୍ପପତ୍ରର ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବ ବିଜେପି ସରକାର : ମନମୋହନ ସାମଲ
Remix : Suv Bharat Times

ଜୁଲାଇ ୧୯ରେ ପୁରୀ ଠାରେ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନିର୍ବାଚନରେ ବିଜେପି ୨୧ ରୁ ୨୦ଟି ସାଂସଦ ଜିତିବା ସହ ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି। ନିର୍ବାଚନ ସମୟରେ କେନ୍ଦ୍ରୀୟ ନେତାମାନେ ନିର୍ବାଚନ ପରିଚାଳନା ଦାୟିତ୍ୱ ନେବା ସହିତ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ବିଶ୍ୱାସ ରଖିଥିଲେ। ଏହାସହିତ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଓ ବିଶ୍ୱାସ ଯୋଗୁଁ ବିଜେପି ସଫଳତା ପାଇଛି ବୋଲି ପୁରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଏଥିପାଇଁ ସେ କାର୍ଯ୍ୟକର୍ତ୍ତା ଓ କେନ୍ଦ୍ରୀୟ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ସାମଲ ଆହୁରି କହିଥିଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ କାମରେ ସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ସଂକଳ୍ପପତ୍ରରେ ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତିକୁ ପାଳନ କରୁଛି। ସରକାର ଗଠନ କରିବାର ମାସକ ଭିତରେ ରତ୍ନଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଧାନ କୁଇଣ୍ଟାଲ ୩୧ଶହ ଟଙ୍କା ଭଳି ନିଷ୍ପତି ନେଇଛନ୍ତି। ତା’ସହ ସଂକଳ୍ପପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ୧୦୦ଦିନ ଭିତରେ ପୂରଣ ପାଇଁ ଖସଡା ପ୍ରସ୍ତୁତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାର ଏବଂ ଦଳ ଭିତରେ ସମନ୍ୱୟ ଶକ୍ତିଶାଳୀ ହେବ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଙ୍ଗଠନ ମଜବୁତ କରିବା ପାଇଁ ଆହ୍ୱାନ ସେ ଦେଇଛନ୍ତି।

ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ ମନ୍ତ୍ରୀମାନଙ୍କ ବିଷୟରେ ଟିପ୍ପଣୀ ଦେବା ପୂର୍ବରୁ କହିଥିଲେ, ରାଜ୍ୟର ଯୁବକ, ମହିଳା, ଗରିବ ଏବଂ କୃଷକମାନଙ୍କୁ ଗୁରୁତ୍ୱ ଦେଇ କାମ କରିବାକୁ ପରାମର୍ଶ ଦିଆଯାଉଛି। ଦାଦନ ସମସ୍ୟା ଦୂର କରିବା ପାଇଁ ଯୋଜନା ପ୍ରସ୍ତୁତ ହେବ। ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବା ସହ ଶିକ୍ଷକ ନିଯୁକ୍ତି କରାଯିବ। ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଦଳ ସବୁବେଳେ ଯୋଗାଯୋଗରେ ରହିବ।

ଶ୍ରୀ ସାମଲଙ୍କ ଅନୁସାରେ, ମନ୍ତ୍ରୀମାନେ ଭଲ କାମ କରୁଛନ୍ତି। କାର୍ଯ୍ୟକାରୀ କମିଟି ସବୁ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଯିଏ ଦୁର୍ନୀତି କରିବ ତାର ଦଣ୍ଡ ସୁନିଶ୍ଚିତ। ଆଇନର ଉର୍ଦ୍ଧ୍ୱରେ କେହି ନାହାନ୍ତି। ଯିଏ ଓଡ଼ିଶାରେ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଏବଂ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ବିଜେପି ମିଡ଼ିଆ ସେଲ୍ ସୂଚନା ଦେଇଛି।     

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.