କାଳିଆ ସ୍କାମ : ଜେଲ୍ ଯାଇପାରନ୍ତି ସରକାରୀ କର୍ମଚାରୀ!

ବିଜେଡି ମୁଖପାତ୍ର ପ୍ରତାପ ଦେବ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ନେଇ ବିତଣ୍ଡା ଯୁକ୍ତି କରିଛନ୍ତି। କାଳିଆ ହିତାଧିକାରୀଙ୍କ ତାଲିକାରେ ୩.୪୧ ଲକ୍ଷ ସରକାରୀ ଚାକିରିଆ ଚିହ୍ନଟ ହେବା ନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତ୍ତିକୁ ଖଣ୍ଡନ କରି ଗାଲୁ ମାରୁଛନ୍ତି ପ୍ରତାପ ଦେବ।

Sep 18, 2019 - 20:57
Jul 19, 2024 - 21:09
 0  45
କାଳିଆ ସ୍କାମ : ଜେଲ୍ ଯାଇପାରନ୍ତି ସରକାରୀ କର୍ମଚାରୀ!

ଲଜ୍ଜା ଲାଗିବା କଥା, ସରକାରୀ ଚାକିରୀ କରି ମଧ୍ୟ ଖାଇଗଲେ ‘କାଳିଆ ଟଙ୍କା’। ଶହେ କିମ୍ବା ହଜାରେ ନୁହଁନ୍ତି ପୁରା ୩.୪୧ ଲକ୍ଷ ସରକାରୀ କର୍ମଚାରୀ ଗରିବଙ୍କ ପାଇଁ ଉଦ୍ଧିଷ୍ଟ କାଳିଆ ଯୋଜନା ଟଙ୍କା ଲୁଟିଛନ୍ତି। ସେପ୍ଟେମ୍ବର ୧୭, ୨୦୧୯ରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ତଥ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ମାତ୍ର ବିଜେଡ଼ି ସରକାରର ଦୋଷ ଦୁର୍ବଳତା ଘୋଡାଇବା ଲକ୍ଷରେ ପରଦିନ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଲେ, ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ୩୨ ହଜାର ସରକାରୀ କର୍ମଚାରୀ। କୃଷି ଓ ଅନ୍ୟାନ୍ୟ ବିଭାଗର ବିପୁଳ ସଂଖ୍ୟକ କାଳିଆ ଟଙ୍କା ଲୁଟେରାଙ୍କୁ ବଞ୍ଚାଇବାକୁ ଯାଇ ୩.୪୧ ଲକ୍ଷ ଚୋରଙ୍କ ସଂଖ୍ୟା ରାତାରାତି ୩୨ ହଜାରରେ ପହଞ୍ଚିଗଲା। ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଯେଉଁ ରିପୋର୍ଟ ପ୍ରକାଶ କଲେ, ସେଥିରେ କୃଷି ଏବଂ ଅନ୍ୟାନ୍ୟ ବିଭାଗର ୨୦ ହଜାର ସରକାରୀ ଚାକିରିଆଙ୍କ ସମେତ ବାକି ୧୨ ହଜାର ହେଉଛନ୍ତି ପେନସନ୍ ଭୋଗୀ। ଏଭଳି ମିଥ୍ୟା ରିପୋର୍ଟ ଜରିଆରେ ସରକାର ରାଜ୍ୟବାସୀଙ୍କୁ ଲଣ୍ଠନ ଦେଖାଇଲେ। ରାଜନୈତିକ ବିଶ୍ଲେଷକଙ୍କ ମତ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ସିଧାସଳଖ ଟଙ୍କା ବାଣ୍ଟିବା ଲକ୍ଷ୍ୟରେ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନାଟି ଗରିବ ଲୋକଙ୍କ ପାଇଁ ପୁରାପୁରି ଠିକ୍ ଥିଲା। ଏହି ମହଙ୍ଗା ଯୁଗରେ ଚାଷୀମାନଙ୍କୁ କିଛି ସରକାରୀ ସହାୟତା ମିଳିବା ଖୁସିର କଥା। କିନ୍ତୁ, କିଏ ବା ଜାଣିଥିଲା ଢୋଲ ଭିତରେ ମୂଷା। 

ସରକାରୀ କଳର ଉଦାସୀନତା ଯୋଗୁଁ କାଳିଆ ଯୋଜନା ପ୍ରହସନ ପାଲଟିଛି। ସରକାରୀ ଚୋରଙ୍କୁ ଘଣ୍ଟ ଘୋଡାଇବା ପାଇଁ ଦଳ ଅଡ଼ୁଆରେ ପଡ଼ିଯାଇଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଜି ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ନେଇ ବିତଣ୍ଡା ଯୁକ୍ତି କରିଛନ୍ତି। ୩.୪୧ ଲକ୍ଷ ସରକାରୀ ଚାକିରିଆ ହିତାଧିକାରୀ ତାଲିକାରେ ଚିହ୍ନଟ ହେବା ପରେ ଘଟଣାକୁ ଗାଲୁ ମାରି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ପ୍ରତାପ ଦେବ ସଫେଇ ଦେଲେ, “ଯେଉଁ ପରିବାରରୁ ଏକାଧିକ ଲୋକ କାଳିଆ ଟଙ୍କା ପାଇଛନ୍ତି, ସେମାନେ ଅଯୋଗ୍ୟ, କାଳିଆ ଟଙ୍କା ପାଇଥିବା କେବଳ ୧୨ ହଜାର ବଡ଼ ଚାଷୀ ଓ ୨୦ ହଜାର ସରକାରୀ କର୍ମଚାରୀ ଅଯୋଗ୍ୟ। ଯେଉଁ ପରିବାରରୁ ଏକାଧିକ ଲୋକ କାଳିଆ ଟଙ୍କା ପାଇଛନ୍ତି, ସେମାନେ ଅଯୋଗ୍ୟ ନୁହଁନ୍ତି। ଯଦି ପରିବାରର ଏକାଧିକ ଲୋକେ କାଳିଆ ଟଙ୍କା ପାଇଥିବେ, ପରବର୍ତ୍ତୀ କିସ୍ତିରେ ଆଉ ଟଙ୍କା ପାଇବେନି। ସେମାନେ ପୂର୍ବରୁ ପାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ।”

ଚର୍ଚ୍ଚା ହେଉଛି ସରକାରୀ ଚାକିରୀ କରିଛନ୍ତି, ମଲା ଯାଏଁ ପେନସନ୍ ପାଇବେ ପୁଣି ଏତେ ଲୋଭ କାହିଁକି? କିଏ କହିଥିଲା ସ୍ତ୍ରୀ, ପିଲା, ଭାଇ, ଭାଉଜ, ବାପାମା, ଜେଜେ, ଜେଜିମା, ଶଳା, ଶାଳୀ, ଶାଶୁ, ଶଶୁର, ଦେଢଶାଶୂ, ଭିଣୋଇ ତଥା କୁଟୁମ୍ବରେ ଥିବା ସମ୍ପର୍କୀୟଙ୍କ ନାଁରେ ‘କାଳିଆ ଟଙ୍କା’ ଖାଇବ? ସରକାରୀ କର୍ମଚାରୀ ହୋଇ ଯେଉଁ କାଣ୍ଡ କଲେ, ବିଜେଡି ମୁଖପାତ୍ର ପ୍ରତାପ ଦେବ ଘଟଣାକୁ ଘୋଡାଇବାକୁ ଯାଇ ଖୁବ୍ ବଦନାମ ହେଲେ।

କାଳିଆ ଯୋଜନାରେ ସାମିଲ ହୋଇ ଟଙ୍କା ପାଇଥିବା ସରକାରୀ ଚାକିରିଆଙ୍କ ସଂଖ୍ୟା ବାସ୍ତବରେ ୩.୪୧ ଲକ୍ଷ। କୃଷିମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ ସଠିକ ତଥ୍ୟ ଦେଇଥିଲେ। ହେଲେ, କାହା ଚାପରେ ମୁଖପାତ୍ର ପ୍ରତାପ ଦେବ ସତ ରିପୋର୍ଟ ପ୍ରକାଶ ନକରି ଚଞ୍ଚକତା ଦେଖାଇଛନ୍ତି ତା'ର ତଦନ୍ତ ଆବଶ୍ୟକ। ମନ୍ତ୍ରୀଙ୍କ ରିପୋର୍ଟ ଏବଂ ମୁଖପାତ୍ରଙ୍କ ରିପୋର୍ଟରେ କାହିଁକି ତାଳମେଳ ରହିଲାନି ଏଥିରେ ବିଜେଡ଼ି ମୁଖ୍ୟମନ୍ତ୍ରୀ କୌଣସି ବିବୃତ୍ତି ରଖିନଥିବାବେଳେ ସାଧାରଣ ଜନତା ସ୍ତବ୍ଧ।  ବୁଦ୍ଧିଜୀବୀଙ୍କ ପ୍ରଶ୍ନ କାହା ନିର୍ଦ୍ଦେଶରେ ମିଡିଆକୁ ଭୁଲ ତଥ୍ୟ ଦେଲେ ପ୍ରତାପ ଦେବ? ଶେଷରେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ କହିଥିଲେ, “ଯେଉଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି, ସେମାନଙ୍କ ଠାରୁ ଟଙ୍କା ଫେରସ୍ତ ବ୍ୟବସ୍ଥା କରାଯାଉଛି”। ହେଲେ ପ୍ରତିକ୍ରିୟାଶୀଳ ହିତାଧିକାରୀ ଏକଥା ବୁଝିବାକୁ ନାରାଜ, ଅନେକଙ୍କ ମତ, କାଳିଆ ଟଙ୍କା ଲୁଟିଥିବା ସରକାରୀ କର୍ମଚାରୀ କ'ଣ ବିଜେଡ଼ି ସରକାରର ଗେଲ୍ହା ପୁଅ? (18.09.2019) #politics

What's Your Reaction?

like

dislike

love

funny

angry

sad

wow

Manoranjan Patnaik Publisher & Editor, SuvBharat Times