ଆର.ପି.ଆଇ ଅନୁଗୁଳ ଜିଲ୍ଲା ମହିଳା ନେତ୍ରୀ ରୁଚି ପଟ୍ଟନାୟକ
ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ନାତୁଣୀ ବୋହୂ ରୁଚି ପଟ୍ଟନାୟକ, ଆର.ପି.ଆଇ (ଆଠୱାଲେ) ଦଳ ମାଧ୍ୟମରେ ତାଙ୍କର ସକ୍ରିୟ ରାଜନୀତିରେ ପ୍ରବେଶ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆର.ପି.ଆଇ)ର ଅନୁଗୋଳ ଜିଲ୍ଲା ମହିଳା ନେତ୍ରୀ ରୁଚି ପଟ୍ଟନାୟକ। ଦଳର ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ ହାଣ୍ଡିଧୂଆ ଠାରେ ଆୟୋଜିତ ଏକ ବୈଠକରେ ଜିଲ୍ଲା ସଭାପତି ପ୍ରଦୀପ ଶତପଥି ଜିଲ୍ଲା ମହିଳା ନେତ୍ରୀ ଭାବରେ ରୁଚି ପଟ୍ଟନାୟକଙ୍କ ନାମ ଘୋଷଣା କରିଥିଲେ, ଉପସ୍ଥିତ ନେତୃବର୍ଗ ଶ୍ରୀମତୀ ପଟ୍ଟନାୟକଙ୍କୁ ଭବ୍ୟ ସ୍ଵାଗତ ଜଣାଇବା ସହ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରିଥିଲେ।
ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ନାତୁଣୀ ବୋହୂ ରୁଚି ପଟ୍ଟନାୟକ, ଆର.ପି.ଆଇ (ଆଠୱାଲେ) ଦଳ ମାଧ୍ୟମରେ ତାଙ୍କର ସକ୍ରିୟ ରାଜନୀତିରେ ପ୍ରବେଶ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ବିଶେଷ ମୁହୂର୍ତ୍ତରେ ଦଳର ଅନୁଗୋଳ ବ୍ଲକ ସଭାପତି ସନ୍ତୋଷ ସେଠୀ, ବଅଁରପାଲ ବ୍ଲକ ସଭାପତି ଅଶୋକ କୁମାର ନାଏକ, ତାଳଚେର ବ୍ଲକ ସଭାପତି ଶରତ ଚନ୍ଦ୍ର ନାଏକ, ଆଠମଲ୍ଲିକ ବ୍ଲକ ସଭାପତି କାଳୀଚରଣ ନାଏକଙ୍କ ସମେତ ଚରଣ ନାଏକ ଓ ଦୁଷ୍ମନ୍ତ ନାଏକ ପ୍ରମୁଖ କର୍ମକର୍ତ୍ତାଗଣ ଯୋଗ ଦେଇଥିଲେ।





