ମାଡ ନୁହେଁ, ଅଫିସରଙ୍କୁ ସମ୍ମାନ ଦିଆଯାଇଥିଲା

ପଥଭ୍ରଷ୍ଟ ସରକାରୀ ଅଧିକାରୀଙ୍କୁ କିଭଳି ସମ୍ମାନ ଦିଆଯିବା ଦରକାର ଏନେଇ ଓଡ଼ିଶାର ଗୌରବ ତଥା ଓଡିଶାବାସୀଙ୍କ ଆଦର୍ଶ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଙ୍କ ରାଜତ୍ୱକାଳରେ ପରାମର୍ଶ ଦେଇଥିଲେ।

Jul 2, 2025 - 00:10
Dec 7, 2025 - 17:09
 0  38
ମାଡ ନୁହେଁ, ଅଫିସରଙ୍କୁ ସମ୍ମାନ ଦିଆଯାଇଥିଲା
Remix : Suv Bharat Times

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ନୁହେଁ, ତାଙ୍କ ଆଚରଣକୁ ସମ୍ମାନ ଦିଆଯାଇଛି। ଏକଥା ଆମେ କହୁନୁ, କ୍ୟାପିଟାଲର ବିଭିନ୍ନ ଚା-ଖଟିରେ ଏଭଳି ଆଲୋଚନା ଯୋର ଧରିଛି। ସାଧାରଣଲୋକଙ୍କ ମତ, ରାଜ୍ୟ ସରକାର ପ୍ରଥମେ ପଥଭ୍ରଷ୍ଟ ପଦସ୍ଥ ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସେମାନଙ୍କ ଆଚରଣ ଉଚ୍ଚାରଣ ଉପରେ ଧ୍ୟାନ ଦିଅନ୍ତୁ। ଉଶୃଙ୍ଖଳ ସରକାରୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ସହ ଚାକିରୀରୁ ବହିଷ୍କାର କରନ୍ତୁ। ଯେଉଁ ସରକାରୀ କର୍ମଚାରୀମାନେ ପଦପଦବୀର ଦାୟିତ୍ଵ ଏବଂ ନିଜର କର୍ତ୍ତବ୍ୟ ଭୁଲିଯାଇ ନିଜକୁ ଭାଗ୍ୟବିଧାତା ଭାବିନେଇଛନ୍ତି, ସେମାନେ ନିଶ୍ଚିନ୍ତ ହୁଅନ୍ତୁ ଯେ, ପ୍ରଥମେ ସେବା ଓ ତା'ପରେ ରାଜନୀତି।

ପଥଭ୍ରଷ୍ଟ ସରକାରୀ ଅଧିକାରୀଙ୍କୁ କିଭଳି ସମ୍ମାନ ଦିଆଯିବା ଦରକାର ଏନେଇ ଓଡ଼ିଶାର ଗୌରବ ତଥା ଓଡିଶାବାସୀଙ୍କ ଆଦର୍ଶ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଙ୍କ ରାଜତ୍ଵକାଳରେ ପରାମର୍ଶ ଦେଇଥିଲେ; ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ କ୍ଷେତ୍ରରେ ହୁଏତ ବିଜୁ ଆଦର୍ଶ ପାଳନ ହୋଇଥିବାର ସଂକେତ ଦେଇଛି। ଏହାସତ୍ଵେ ଆଜି ସତ୍ତାକୁ ଫେରିବାକୁ ଡହକବିକଳ ବିଜୁ ଜନତା ଦଳର କିଛି ନେତା ନିଜର ମନ୍ଦଉଦ୍ଦେଶ୍ୟ ସାଧନ ଲକ୍ଷରେ ପରମପିତା ବିଜୁବାବୁଙ୍କୁ ତୁଚ୍ଛ ମନେକରି, ବିଭିନ୍ନ କର୍ମଚାରୀ ସଂଘର ପାଦଚଟାଙ୍କୁ ମେଳି କରି, ସରକାରୀ କାର୍ଯ୍ୟାଳୟରେ କଲମଛାଡ ଆନ୍ଦୋଳନକୁ ପ୍ରୋତ୍ସାହନ ଦେବା କେତେଦୂର ଗ୍ରହଣୀୟ! ରାଜ୍ୟ ମୋହନ ମାଝୀ ସରକାର ଆନ୍ଦୋଳନରତ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନଚେତ ଏହି ଧାରା ଆଗକୁ ରାଜ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ଏବଂ ସରକାରକୁ ଅଡୁଆରେ ପକାଇବ।

What's Your Reaction?

like

dislike

love

funny

angry

sad

wow

Manoranjan Pattanaik Publisher & Editor, Suv Bharat Times