ବିଜେଡିରେ ନେତୃତ୍ୱ ଦ୍ୱନ୍ଦ୍ୱ

ରାଗରୋଷ ଭୂଲି ବିଜୁ ଜନତାଦଳକୁ ପୁନଃ ଶକ୍ତିଶାଳୀ କରିବାର ଅଛି, ସରପଞ୍ଚ ହେବାର ଦକ୍ଷତା ନଥାଇ ରାଜ୍ୟସଭାରେ ଟହଲ ମାରୁଥିବା ଅସାମାଜିକତତ୍ଵ ଗୁଡିକୁ ଦଳରୁ ତଡିପାର କରିବାର ଅଛି।

Apr 12, 2025 - 12:54
Dec 7, 2025 - 17:10
 0  79
ବିଜେଡିରେ ନେତୃତ୍ୱ ଦ୍ୱନ୍ଦ୍ୱ
Remix : Suv Bharat Times

ସମ୍ବାଦ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ଆକର୍ଷଣୀୟ ପ୍ରଶ୍ନ ଉଠାଇଥିଲେ: ‘ନେତା ବଡ଼ ନା ସଚିବ ବଡ଼?’ ସେତେବେଳେ କ୍ଷମତାସୀନ ବିଜୁ ଜନତାଦଳ ସଦସ୍ୟଙ୍କ ମଧ୍ୟରେ ଏହି ଦ୍ଵନ୍ଦ ଉତ୍ତେଜନା ସୃଷ୍ଟି କରିଥିଲା। ସମୟାନୁକ୍ରମେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନ ଦଳୀୟ ନେତାଙ୍କ ପାଇଁ ପ୍ରହେଳିକା ଭିତରେ ରହିଯାଇଥିଲେ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର ବିଜୁ ଜନତାଦଳକୁ ଔକାତ ଦେଖାଇଦେଲେ। ପ୍ରତ୍ୟେକ କଥାରେ ସାଢେ ଚାରି କୋଟି ଓଡ଼ିଆଙ୍କ ମୁଣ୍ଡ ଜାମିନ ରଖି ବାହାସ୍ଫୋଟ ମାରୁଥିବା ବିଜେଡି, ଶେଷରେ ଭୋଟରଙ୍କ ସମର୍ଥନ ହରାଇ ଧରାଶାୟୀ ହେଲା।

ଆଜି ବିଜୁ ଜନତାଦଳର ନେତାମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି ଯେ ରାଜନୀତିରେ ସଚିବଙ୍କୁ କିଏ କ୍ଷମତାର ପଦବୀରେ ପହଞ୍ଚାଇଲା! ବର୍ତ୍ତମାନର ପରିସ୍ଥିତି ସହିତ ଲଢ଼ିବା ସମୟରେ ବିଜେଡି ନେତାମାନଙ୍କର ଅସହାୟତାକୁ ଜନତା ଉପଲବ୍ଧି କରୁଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଗରୋଷ ଭୂଲି ବିଜୁ ଜନତାଦଳକୁ ପୁନଃ ଶକ୍ତିଶାଳୀ କରିବାର ଅଛି, ସରପଞ୍ଚ ହେବାର ଦକ୍ଷତା ନଥାଇ ରାଜ୍ୟସଭାରେ ଟହଲ ମାରୁଥିବା ଅସାମାଜିକତତ୍ଵ ଗୁଡିକୁ ଦଳରୁ ତଡିପାର କରିବାର ଅଛି। ବିଜୁ ଜନତାଦଳ ପ୍ରତି ଜନ ସମର୍ଥନ ଏବେ ମଧ୍ୟ ଅତୁଟ ରହିଛି, ଏକଥା ଭୂଲିଯିବା ଅନୁଚିତ।

ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନକୁ ନେଇ ସେତେବେଳେ ବିଳିବିଳେଇ ହେଉଥିବା ନେତାମାନଙ୍କ ପାଇଁ ଆଜିର ସମୟ ଅତ୍ୟନ୍ତ ଶୁଭଙ୍କର। ଦଳରୁ ସନ୍ୟାସ ନେଇଥିବା ଭି.କେ ପାଣ୍ଡିଆନ ପ୍ରସଙ୍ଗରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ଵୀକାରୋକ୍ତି ବିଜୁ ଜନତାଦଳର ନେତାମାନଙ୍କ ସ୍ଵାଭିମାନ ରକ୍ଷା କରିଛି। ଦଳକୁ ସଜାଡିବା ଲକ୍ଷରେ ହେଉ କିମ୍ବା କାହାର ଚାପରେ ହେଉ, ଦଶ ମାସ ତଳୁ ପାଣ୍ଡିଆନ ଦଳ ଛାଡିବା ନେଇ ବିଜେଡି ସୁପ୍ରିମୋଙ୍କ ବୟାନ ରାଜ୍ୟବାସୀଙ୍କୁ ଆଶ୍ଵସ୍ତ କରିଛି। ଓଡ଼ିଶାର ସ୍ଵାର୍ଥ ଓ ବିଧାନସଭା ଗୃହରେ ଦକ୍ଷ ବିରୋଧୀଦଳ ଭାବେ ଦାୟିତ୍ଵ ତୁଲାଇବାକୁ ହେଲେ ଅବାଞ୍ଛିତ ଏବଂ ଅଲୋଡ଼ା ନେତାମାନଙ୍କ ବିରୋଧରେ ପ୍ରତିବାଦ କରିବା ପରିବର୍ତ୍ତେ ପ୍ରଗତି ଏବଂ ବିକାଶ ପାଇଁ ବିଜୁ ଜନତାଦଳ ସଶକ୍ତ ହେବା ଉଚିତ। ବିଜୁ ଜନତାଦଳର ଯୁବ, ବରିଷ୍ଠ ଓ ବୟୋଜ୍ୟେଷ୍ଠମାନେ ସମୟର ଚ୍ୟାଲେଞ୍ଜକୁ ସ୍ଵାଗତ କରିବା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରୟାସ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

What's Your Reaction?

like

dislike

love

funny

angry

sad

wow

Manoranjan Pattanaik Publisher & Editor, Suv Bharat Times