ଓଟିଟି ପ୍ଲାଟଫର୍ମରେ ଚର୍ଚ୍ଚିତ ୭ଟି ୱେବ୍ ସିରିଜ୍

'ମ୍ୟାରେଡ୍ ଓମେନ୍', 'ବମ୍ବେ ବେଗମ୍ସ,', 'କ୍ରିମିନାଲ ଜଷ୍ଟିସ୍ ବିହାଇଣ୍ଡ କ୍ଲୋଜଡ୍ ଡୋର୍ସ', 'କ୍ରିମିନାଲ ଜଷ୍ଟିସ୍-୨, ଆର୍ଯ୍ୟ, ଦିଲ୍ଲୀ କ୍ରାଇମ୍', 'ସି' ଆଦି ୭ଟି ୱେବ୍ ସିରିଜକୁ ଚୟନ କରାଯାଇଛି, ଯେଉଁଗୁଡିକ ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ଉପଯୁକ୍ତ ପସନ୍ଦ।

Mar 5, 2023 - 23:10
ଓଟିଟି ପ୍ଲାଟଫର୍ମରେ ଚର୍ଚ୍ଚିତ ୭ଟି ୱେବ୍ ସିରିଜ୍
Remix - Suv Bharat Times

ଓଟିଟି ପ୍ଲାଟଫର୍ମରେ ଏପରି ଅନେକ ଶୋ ଅଛି, ଯେଉଁଥିରେ ମହିଳା ଚରିତ୍ର ଗୁଡିକୁ ଅଧିକ ପ୍ରାଧାନ୍ୟ ଦିଆଯାଏ। ଏହି ହିରୋଇନ୍-ବେସ୍ଡ଼ ୱେବ୍ ସିରିଜରେ ଅଭିନେତ୍ରୀମାନେ ମଧ୍ୟ ଚମତ୍କାର ଅଭିନୟ କରିଛନ୍ତି। ନିକଟରେ ଏଭଳି ୭ଟି ୱେବ୍ ସିରିଜ୍’କୁ ଚୟନ କରାଯାଇଛି, ଯେଉଁଗୁଡିକ ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ଉପଯୁକ୍ତ ପସନ୍ଦ।

ମାର୍ଚ୍ଚ ୮ ମହିଳା ଦିବସ ଅବସରରେ ଅଲ୍ଟ ବାଲାଜୀ ଏବଂ ଜି-୫ ରେ ପ୍ରସାରଣ ହେବାକୁ ଯାଉଛି “ମ୍ୟାରେଡ୍ ଓମେନ୍”। ଏହି ସିରିଜ୍’ରେ ରିଦ୍ଧି ଡୋଗ୍ରା ଏବଂ ମୋନିକା ଡୋଗ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିବେ। “ମ୍ୟାରେଡ୍ ଓମେନ୍” ମୂଳତଃ ଜଣେ ବିବାହିତା ମହିଳାଙ୍କ କାହାଣୀ ଯିଏ ନିଜର ପରିଚୟ ଖୋଜୁଛନ୍ତି। ସାହିର ରାଜା ନିର୍ଦ୍ଦେଶିତ ଏହି ସିରିଜରେ ନାସିରୁଦ୍ଦିନ ଶାହାଙ୍କ ପୁଅ ଇମାଦ ଶାହା ଏବଂ ଆୟେଶା ରାଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ନେଟଫ୍ଲିକ୍ସରେ ମାର୍ଚ୍ଚ ୮ରେ ରିଲିଜ୍ ହେବାକୁ ଯାଉଛି “ବମ୍ବେ ବେଗମ୍ସ”। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପୂଜା ଭଟ୍ଟ, ଅମୃତା ସୁଭାଷ, ଶାହାନା ଗୋସ୍ବାମୀ, ପ୍ଲାବିତା ବୋରଠାକୁର ଏବଂ ଆଦ୍ୟା ଆନନ୍ଦ। ଅଳଙ୍କ୍ରିତା ଶ୍ରୀବାସ୍ତବ ନିର୍ଦ୍ଦେଶିତ “ବମ୍ବେ ବେଗମ୍ସ”ର କଥାବସ୍ତୁ ଏହି ପାଞ୍ଚ ଜଣ ଆଧୁନିକ ଭାରତୀୟ ମହିଳାଙ୍କ ଜିବନଶୈଳୀ ଉପରେ ଆଧାରିତ ଏକ ଚମତ୍କାର ସିରିଜ୍। ଏହି ମହିଳାମାନେ ଉଚ୍ଚାଭିଳାଷୀ ଏବଂ ସମାଜରେ ସଫଳତାର ସହ ପତିଆରା ବଢାଇବାକୁ ଚେଷ୍ଟା କଲାଇଛନ୍ତି।

ଗତ ବର୍ଷ ଡିସ୍ନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିବା “କ୍ରିମିନାଲ ଜଷ୍ଟିସ୍ ବିହାଇଣ୍ଡ କ୍ଲୋଜଡ୍ ଡୋର୍ସ”, ତା’ର ମୁଖ୍ୟ ଚରିତ୍ର ମାଧ୍ୟମରେ ବିବାହିତ ଜୀବନରେ ଦେଖାଦେଉଥିବା ଘରୋଇ ହିଂସାର ବଡ ପ୍ରସଙ୍ଗ ସାମ୍ନାକୁ ଆଣିଥିଲା। “କ୍ରିମିନାଲ ଜଷ୍ଟିସ୍-୨” ଏହାର ପରବର୍ତ୍ତୀ ସଂସ୍କରଣ, ଯାହା ଘରୋଇ ହିଂସାର ଶିକାର ହୋଇଥିବା ପୀଡିତାଙ୍କ ଦୁଃଖଭରା କାହାଣୀକୁ ନିଖୁଣ ଭାବେ ଚିତ୍ରିତ କରୁଛି। ରମେଶ ସିପି ଏବଂ ଅର୍ଜୁନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଧାରାବାହିକରେ କିର୍ତ୍ତୀ କୁଲହରି ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ପଙ୍କଜ ତ୍ରିପାଠୀ, ଅନୁପ୍ରିୟା ଗୋଏଙ୍କା ଏବଂ ଦୀପ୍ତି ନାଭାଲ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଡିସ୍ନି ପ୍ଲସ୍ ହଟଷ୍ଟାରର ନିଜସ୍ୱ ସିରିଜ୍ “ଆର୍ଯ୍ୟ”। ହିରୋଇନ୍-ପ୍ରାଧାନ୍ୟ ଏହି ଆକ୍ସନ୍-ଥ୍ରୀଲର୍ ସିରିଜ୍’ର ମୁଖ୍ୟ ଆକର୍ଷଣ ସୁସ୍ମିତା ସେନ୍। ଏହି ସିରିଜ୍’ ଜଣେ ଉଚ୍ଚାଭିଳାସୀ ନାରୀ ଙ୍କ ଦୃଢ ଇଚ୍ଛାଶକ୍ତି ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଉପରେ ଅଧାରିତ, ଯେଉଁଥିରେ ମୁଖ୍ୟ ଚରିତ୍ରରେ ଆସିଛନ୍ତି ସୁସ୍ମିତା ସେନ୍। ରାମ ମାଧବନୀଙ୍କ ନିର୍ଦ୍ଦେଶିତ ସିରିଜର ଦ୍ୱିତୀୟ ସିଜିନ ଘୋଷଣା କରାଯାଇଛି।

ଏରୋସ୍ ନାଁଓ ଆପ୍’ରେ ଉପଲବ୍ଧ ଏହି ସିରିଜରେ ସ୍ୱରା ଭାସ୍କର ଜଣେ ପୋଲିସ୍ ଅଧିକାରୀଙ୍କ ଭୂମିକାରେ ଆସିଛନ୍ତି। ଏହି ଧାରାବାହିକରେ ଓମେନ ଟ୍ରାଫିକିଙ୍ଗ ସହ ଡ୍ରଗ୍ କାରବାର ବିଷୟରେ ସୂଚିତ କରିଛି। ସ୍ୱରା ଭାସ୍କର ଜଣେ ତୀକ୍ଷ୍ଣ, ଦୃଢ ଏବଂ ସଚ୍ଚୋଟ ପୋଲିସ୍ ଅଧିକାରୀ ଭାବରେ ନିଜ ଭୁମିକା ମାଧ୍ୟମରେ ତାଙ୍କ ମିଶନ ପାଇଁ ପ୍ରତିବଦ୍ଧତା ଜାହିର କରିଛନ୍ତି।

କିଛି ବର୍ଷ ପୂର୍ବେ ଦିଲ୍ଲୀ ରାସ୍ତାରେ ଘଟିଥିବା ଅମାନବୀୟ ଘଟଣାରୁ ଅନୁପ୍ରାଣିତ “ଦିଲ୍ଲୀ କ୍ରାଇମ୍”। ସେଭଳି କିଛି ହୃଦୟ ବିଦାରକ ତଥ୍ୟ ଆଧାରରେ ପର୍ଯ୍ୟବସିତ “ଦିଲ୍ଲୀ କ୍ରାଇମ୍”ର ମୁଖ୍ୟ ଭୁମିକାରେ ଆସିଛନ୍ତି ଶେଫାଲୀ ଶାହା ଏବଂ ରସିକ ଦୁଗ୍ଗଲ। ମହିଳାଙ୍କ ପ୍ରତି ମନୋଭାବ କିଭଳି ସାମାଜିକ ବ୍ୟବସ୍ଥାକୁ ଦୋହଲାଇ ଦେଉଛି, “ଦିଲ୍ଲୀ କ୍ରାଇମ୍” ଏହାର ଉଦାହରଣ ରଖିଛି। ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସର ଏହି ସିରିଜ୍ ସର୍ବୋତ୍ତମ ବିଷୟବସ୍ତୁ ବୋଲି ଗ୍ରହଣ କରାଯାଇଥିବାବେଳେ ଏହାର ଦ୍ୱିତୀୟ ସିଜିନ ପାଇଁ ମଧ୍ୟ ଘୋଷଣା କରାଯାଇଛି।

ନେଟଫ୍ଲିକ୍ସରେ ଉପଲବ୍ଧ “ସି” ଏକ ଗୁପ୍ତଚର କାହାଣୀ ଉପରେ ପର୍ଯ୍ୟବାସିତ। ମୁମ୍ବାଇ ପୋଲିସର ଜଣେ କନଷ୍ଟେବଳଙ୍କ କାହାଣୀ, ଯିଏ ଗୁପ୍ତଚର ଭାବେ ଡ୍ରଗ୍ସ ବ୍ୟବସାୟକୁ ଉନ୍ମୋଚନ କରିବା ପାଇଁ ନିଜର ଦକ୍ଷତା ପ୍ରକାଶ କରିଥିଲେ। ଇମତିଆଜ ଅଲି ନିର୍ଦ୍ଦେଶିତ ଏହି ସିରିଜରେ ପ୍ରମୁଖ ଭୂମିକାରେ ଆସିଛନ୍ତି ଅଦିତି ପୋହନକର ଓ ବିଜୟ ବର୍ମା। “ସି” ର ଦ୍ୱିତୀୟ ସିରିଜ୍ ମଧ୍ୟ ଘୋଷଣା ସରିଛି।

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.