ଅପଦାର୍ଥଙ୍କୁ ଉପାଧି
ଯାହାଙ୍କ ମୁଠାରେ ନାହିଁ ନିଜ ପଞ୍ଚାୟତ, ସିଏ ଆଜି ରାଜ୍ୟସଭା ସଦସ୍ୟ। ରାଜ୍ୟ ସରକାରର ଗଣମାଧ୍ୟମ ପରାମର୍ଶଦାତା ଭାବେ ବିଜ୍ଞାପନ ଆଳରେ ରାଜ୍ୟ ରାଜକୋଷରୁ କୋଟି କୋଟି ଲୁଟ୍ କରି ମିନେରାଲ୍ସ ଚଳାଉଥିବା ବ୍ୟକ୍ତି ରାଜ୍ୟବାସୀଙ୍କୁ କିଭଳି ଚୂନ ଲଗାନ୍ତି ତାହା ବୁଦ୍ଧିଜୀବି ଦେଖୁଛନ୍ତି।
ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ସାଙ୍ଗଠନିକ ଦକ୍ଷତା ଜିରୋ। ନିଜ ନିର୍ବାଚନମଣ୍ଡଳୀ ଚିଲିକାର ବିଜେଡି ନେତାମାନେ ମଧ୍ୟ ବିତସ୍ପୃହ। ଚିଲିକାରେ ବିଜେଡି ରାଜ୍ ଚାଲିଥିବା ସତ୍ୱେ ନବ ନିର୍ବାଚିତ ମାନସ ମଙ୍ଗରାଜଙ୍କ ମା’ଭଗବତୀ ଦର୍ଶନ ଫିକା ପଡିଲା। ସାଂସଦଙ୍କୁ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଣ୍ଡଗଣତି ୧୦୦ ରୁ ୧୫୦ ସମର୍ଥକ। ଏହି ଗୋଷ୍ଠୀରେ ଥିଲେ ସାଂସଦଙ୍କ ସଂସ୍ଥା ମଙ୍ଗରାଜ ମିନେରାଲ୍ସ କର୍ମଚାରୀ, ବନ୍ଧୁ ଓ ପରିବାର ପରିଜନ ଏବଂ ସ୍ଥାନୀୟ ଅଞ୍ଚଳର କେତେକ ସାମ୍ବାଦିକ। ୨୦୦୯ରେ ମାନସ ମଙ୍ଗରାଜ କଂଗ୍ରେସ ଟିକେଟରେ ଚିଲିକା ଆସନରେ ଲଢି ୧୧ ହଜାର ୨୦୪ ଜଣ ସମର୍ଥକଙ୍କ ଭୋଟ ସାଉଁଟି ଥିଲେ, ସେହି ସମର୍ଥନ ଏବେ କେବଳ ୨୦୪ରେ ସୀମିତ ରହିଛି। ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଗଲା ଯେ ମାନସ ମଙ୍ଗରାଜ ନେତା ହେବାକୁ ଅନଫିଟ୍। ହାଏ ହାଏ ବିଜେଡିର କାହାକୁ ପାଣି ପିଆଇ ବାବୁ ଏକା ମାଡକେ ରାଜ୍ୟସଭାରେ ବସିଲେ, ତାହା ବୁଝିବାକୁ ବାକି ନାହିଁ।
ବିଜେଡି ଶୃଙ୍ଖଳିତ ରାଜନୀତିରେ ବିଶ୍ୱାସ କରେ। ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପ୍ରତି ଦଳ ଖୁବ୍ ସଚେତନ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ନିଷ୍ପତ୍ତି ନେଇଥିଲା କେବଳ ୱିନିଂ ପସିବିଲିଟି ଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ। ଏହି ଷ୍ଟ୍ରାଟେଜୀ ମାନସ ମଙ୍ଗରାଜଙ୍କ ଚିଲିକା ବିଧାନସଭା ଆସନରୁ ଲଢିବାର ସ୍ୱପ୍ନ ଛାରଖାର କଲା। ଇଣ୍ଟେଲିଜିଏନ୍ସ ରିପୋର୍ଟ ଏବଂ ଦଳ ରଣନୀତି ସହ ମାନସଙ୍କ ରାଜନୈତିକ ଦକ୍ଷତାର ତାଳମେଳ ରହିଲାନି। କିନ୍ତୁ, ଯେକୌଣସି ଉପାୟରେ ମାନସ ମଙ୍ଗରାଜଙ୍କୁ ଦଳରେ ଥଇଥାନ କରିବାକୁ ରୀତିମତ ଚେଷ୍ଟା ପରେ ଶେଷରେ ବାବୁଙ୍କୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ଅବସ୍ଥାପିତ କରାଗଲା।
ରାଜ୍ୟର ସାଢେ ଚାରି କୋଟି ଓଡିଆ ଜାଣନ୍ତି ନବୀନ ଓଡିଆ କହିବା, ବୁଝିବା ଏବଂ ଲେଖିବାରେ ଦୁର୍ବଳ। ଏଥିପାଇଁ କଂଗ୍ରେସରୁ ଆମଦାନି ହୋଇଥିବା ମାନସ ମଙ୍ଗରାଜଙ୍କ ସାମ୍ବାଦିକ ବୃତ୍ତି ଠିକଣା ସମୟରେ କାମରେ ଲାଗଲା। ମୁଖ୍ୟମନ୍ତ୍ରୀ ନବୀନଙ୍କ ନାମରେ ଓଡିଆଙ୍କୁ ଗା.. ମାରିବା ପାଇଁ କଂଗ୍ରେସ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏହି ଚେଲାଙ୍କୁ ଗଣମାଧ୍ୟମ ପରାମର୍ଶଦାତା ପାହ୍ୟାରେ ବସାଇ ଦେଲା ଦଳ। ପୂର୍ବରୁ ଦଳରେ ଥିବା ଗୋଟେ ବେଙ୍ଗମୁହାଁ ମିଡିଆ ବୁମ୍ ଦେଖିଲେ ଭୋ.. ଭୋ.. ହେଇ ରାଜ୍ୟସଭାକୁ ଯାଇଥିଲା ଏବଂ ଓଡିଶା ଟିଭି ଚାନାଲ ଗୁଡିକର ଦର୍ଶକ ତା’ର ଭୋ.. ଭୋ.. ରଡିରେ ଏତେ ପ୍ରଭାବିତ ହେଲେ ଯେ ନବୀନ ପଟ୍ଟନାୟକ ବେଙ୍ଗମୁହାଁକୁ ପୁନର୍ବାର ରାଜ୍ୟସଭାକୁ ପଠାଇ ଦେଲେ।
ମାନସ ମଙ୍ଗରାଜ ଦଳରେ ନିଜର ସ୍ଥିତି ବଜାୟ ରଖିବାକୁ ସେହି ବେଙ୍ଗମୁହାଁକୁ ଫଲୋ କଲେ ଏବଂ ୨ ପାଦ ଆଗକୁ ଚଢିଗଲେ। ବିଶ୍ୱର କୋଣ ଅନୁକୋଣରେ ପହଁଚି ପାରୁଥିବା ଫେସବୁକ, ଟୁଇଟର, ଲିଙ୍କଦିନ୍ ଭଳି ସୋସିଆଲ ସାଇଟରେ ପ୍ରତିଦିନ ଓଡିଶାର ପ୍ରଗତି ନାମରେ ମାନସ ମଙ୍ଗରାଜ ନୂଆ ନୂଆ ଗୁଲିଗପ ପୋଷ୍ଟ କଲେ। ପ୍ରଗତିର ମିଥ୍ୟା ଚିତ୍ର ଏଭଳି ଢଙ୍ଗରେ ପ୍ରଚାର କରାଗଲା ଯାହା ବାସ୍ତବତା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଭଳି ବାହାପିଆଗିରି ରାଜ୍ୟବାସୀଙ୍କୁ କେତେଦୂର ପ୍ରଭାବିତ କରିଛି ଆମ୍ଭେ ଅଜ୍ଞ। କିନ୍ତୁ ମାନସ ମଙ୍ଗରାଜଙ୍କ ବେଲୁନ୍ ଦକ୍ଷତାକୁ ତାଙ୍କ ନିଜ ପଞ୍ଚାୟତ ଭୋଟରମାନେ ପ୍ରତ୍ୟାଖାନ କଲେ। ଶୁଣି ଆଶ୍ଚର୍ଯ୍ୟ ହେବେ, ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ମାନସ ମଙ୍ଗରାଜ ନିଜ ପଞ୍ଚାୟତ ନାଚୁଣୀରେ ବିଜେଡି ସମର୍ଥିତ ପ୍ରାର୍ଥୀକୁ ଜିତାଇବାରେ ବିଫଳ ହୋଇଛନ୍ତି।
ଯାହାଙ୍କ ମୁଠାରେ ନାହିଁ ନିଜ ପଞ୍ଚାୟତ, ସିଏ ଆଜି ରାଜ୍ୟସଭା ସଦସ୍ୟ। ରାଜ୍ୟ ସରକାରର ଗଣମାଧ୍ୟମ ପରାମର୍ଶଦାତା ଭାବେ ବିଜ୍ଞାପନ ଆଳରେ ରାଜ୍ୟ ରାଜକୋଷରୁ କୋଟି କୋଟି ଲୁଟ୍ କରି ମିନେରାଲ୍ସ ଚଳାଉଥିବା ବ୍ୟକ୍ତି ରାଜ୍ୟବାସୀଙ୍କୁ କିଭଳି ଚୂନ ଲଗାନ୍ତି ତାହା ବୁଦ୍ଧିଜୀବି ଦେଖୁଛନ୍ତି। ଦଳ ଏଭଳି ଫମ୍ପା ମାଠିଆକୁ ସାଇତି ରଖି ପୂର୍ବତନ ସାଂସଦ ଡ.ପ୍ରଶନ୍ନ ପାଟ୍ଟଶାଣୀ ଓ ପ୍ରଶନ୍ନ ଆଚାର୍ଯ୍ୟ, ମୋ’ ସ୍କୁଲ କାର୍ଯ୍ୟକ୍ରମର ଚେୟାରପର୍ସନ ଆଇଏଏସ ସୁସ୍ମିତା ବାଗଚୀ ଏବଂ ପୋଲିସ ବିଭାଗର ଦକ୍ଷ ଅଫିସର ଅରୁପ ପଟ୍ଟନାୟକଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ରାଜ୍ୟସଭାକୁ ନପଠାଇବା କେତେଦୂର ଯଥାର୍ଥ ଆପଣମାନେ ବିଚାର କରନ୍ତୁ।
What's Your Reaction?