ପରାଜୟ ଭୟରେ ବିଚଳିତ ନବୀନ, ବବିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ କି କୋରେଇ ଫଳାଫଳ?

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୋରେଇ ଆସନ ପାଇଁ ଯେଉଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ତା’ର ଉତ୍ସ କ’ଣ ସମ୍ବଲପୁର ଲୋକସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଅଥବା ବବି ଦାସଙ୍କ ରାଜନୈତିକ ଭବିଷ୍ୟତ ନେଇ ଭୟ!

May 2, 2024 - 22:22
May 3, 2024 - 01:53
 0  56
ପରାଜୟ ଭୟରେ ବିଚଳିତ ନବୀନ, ବବିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ କି କୋରେଇ ଫଳାଫଳ?
Remix : SuvBharat Times

୬ଷ୍ଠ ଥର କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାବର୍ଷ ଶ୍ରମିକ ଦିବସ ଛୁଟି ସହିତ ମେ ୨ ତାରିଖକୁ ଷ୍ଟେଟ ହଲିଡେ ଘୋଷଣା କରିପାରନ୍ତି। ରାଜ୍ୟବାସୀ ହୁଏତ ଏହାର କାରଣ ଜାଣିବା ପାଇଁ ଇଚ୍ଛା କରୁଥିବେ। ଏହି ରୋଚକ ଚର୍ଚ୍ଚା କୋରେଇ ବିଧାନସଭା ଆସନର ବିଜେଡ଼ି ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି। ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡ଼ି କୋରେଇରୁ ଲଢିବାକୁ ଦେଇଛି। ଜନତା ଦଳର ବରିଷ୍ଠ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସନ୍ଧ୍ୟାରାଣୀ ଦାସ, ଯିଏ ରାଜନୀତି ମୈଦାନରୁ ଖୁବ୍ ଦୂରରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ ନିବିଡ଼ତା ସତ୍ଵେ ଅଶୋକ ଦାସ ପତ୍ନୀ ସନ୍ଧ୍ୟାରାଣୀଙ୍କୁ ରାଜନୀତିରେ ଭର୍ତ୍ତି କରିବାକୁ କେବେ ନିଷ୍ପତ୍ତି ନେଇଥିବାର କୌଣସି ନଜିର ନାହିଁ। ମାତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୋରେଇ ଆସନ ପାଇଁ ଯେଉଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ତା’ର ଉତ୍ସ କ’ଣ ସମ୍ବଲପୁର ଲୋକସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଅଥବା ବବି ଦାସଙ୍କ ରାଜନୈତିକ ଭବିଷ୍ୟତ ନେଇ ଭୟ! 

ଓଡ଼ିଶାରେ ୨୫ ବର୍ଷର କ୍ଷମତାସୀନ ସରକାର ଏବଂ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି, ଦଳକୁ ଘାରିଛି ପରାଜୟ ଭୟ ଶୁଣିବା ପରେ କଥାଟି ହୁଏତ ଅସହଜ ଲାଗୁଥିବ। କିନ୍ତୁ, ସାଂପ୍ରତିକ ରାଜନୀତି ବିଜୁ ଜନତା ଦଳର ଅସହାୟତାକୁ ପଦାରେ ପକାଇଛି। ଆଜି, ମେ ୨, ୨୦୨୪ରେ, ୪୩ ଡିଗ୍ରୀ ଖରାରେ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଦଳର ହେଭିୱେଟ ନେତାଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ଯେ, କୋରେଇ ବିଧାନସଭା ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ। କୋରେଇ ପାଇଁ ଆଉ କେହି ପ୍ରାର୍ଥୀ ହୋଇଥିଲେ ଅଲଗା କଥା, ମାତ୍ର ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ହୋଇ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡ଼ି କୋରେଇ ପ୍ରାର୍ଥୀ ଘୋଷଣା କରିବା ପଛରେ ଉଦ୍ଦେଶ୍ୟ କ’ଣ ଥାଇପାରେ, ଏହାକୁ ନେଇ ନାନା କଳ୍ପନାଜଳ୍ପନା ଚାଲିଛି। ସବୁଠି ଚର୍ଚ୍ଚା, ନବୀନଙ୍କ ନିଷ୍ପତ୍ତି ଦିବଙ୍ଗତ ନେତା ଅଶୋକ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହୋଇପାରେ କିମ୍ବା ତାଙ୍କୁ ସମ୍ମାନ ଦେବା ଆଳରେ ପରାଜୟ ଭୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିନ୍ନ ଢଙ୍ଗରେ ପରିବେଷଣ କରିଛନ୍ତି ସମୟ ତା’ର ଜବାବ ଦେବ। କିନ୍ତୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଦିନ ବିଜେଡ଼ି ପକ୍ଷରୁ କୋରେଇ ବିଧାନସଭା ପ୍ରାର୍ଥୀ ଘୋଷଣା ନେଇ ରାଜନୈତିକ ବ୍ୟକ୍ତିବିଶେଷ ଦ୍ଵନ୍ଦରେ। ସମ୍ବଲପୁରରେ ପ୍ରଣବଙ୍କ ପ୍ରଦର୍ଶନକୁ ନେଇ ଆଶା ଆଶଙ୍କାରେ ଥିବା ନବୀନ ତାଙ୍କ ପାଇଁ କୋରେଇ ଆସନ ଆଗରୁ ସଂରକ୍ଷିତ ରଖିବାକୁ ଏଭଳି ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି କେହି କେହି ଆଲୋଚନା କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow

Manoranjan Patnaik Publisher & Editor, SuvBharat Times