ପ୍ରେମ ଜୀବନକୁ ନଷ୍ଟ କରିଦେଇପାରେ ଲଭ୍ ଫୋବିୟା
ସମସ୍ତ ଫୋବିୟା ମନୁଷ୍ୟର ଅତୀତ ଏବଂ କୌଣସି ଅନୁଭବରୁ ସୃଷ୍ଟି ହୋଇପାରେ। ଯଦି ଏହି ଫୋବିୟା ସମ୍ପର୍କକୁ ଖରାପ କରୁଛି ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରି।
ପ୍ରେମରେ ମଣିଷ ସୁସ୍ଥ ଅନୁଭବ କରେ ବୋଲି କୁହାଯାଏ। ତେବେ ଅନ୍ଧ ବି ହୋଇଯାଏ ବୋଲି କଥା ରହିଛି। କିନ୍ତୁ ପ୍ରେମରେ କେତେକ ଫୋବିୟା ମଧ୍ୟ ଆକ୍ରାନ୍ତ କରିଥାଏ ଯାହା ଅନେକଙ୍କୁ ଅଜଣା। ଏହାକୁ କୁହାଯାଏ ଲଭ୍ ଫୋବିୟା। ଏହା ବାବଦରେ ସଠିକ୍ ତଥ୍ୟ ନଜାଣିଲେ ଏଭଳି ସ୍ଥିତି ପ୍ରେମ ଜୀବନକୁ ନଷ୍ଟ କରିଦେଇପାରେ।
କମିଟମେଣ୍ଟ ଫୋବିୟା ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ଅନୁଭବ କରନ୍ତି ଯେ, ସେ ଅନ୍ୟମାନଙ୍କୁ କୌଣସି ପ୍ରକାର ପ୍ରତିଶ୍ରୁତି ଦେଇପାରିବେ ନାହିଁ। ତେଣୁ ସମ୍ପର୍କରେ କୌଣସି ପ୍ରତିଶ୍ରୁତି ଦେବାକୁ ସେମାନେ ଭୟ କରନ୍ତି। ଏହି ଫୋବିୟା ପୁରୁଷମାନଙ୍କ ଠାରେ ବେଶି ଦେଖାଯାଏ। ୨୦ରୁ ୩୦ ପ୍ରତିଶତ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଏମାନେ କୌଣସି ପ୍ରକାର ନିର୍ଣ୍ଣୟ ନେବା କିମ୍ବା ଫଳାଫଳର ସାମ୍ନା କରିବାକୁ ଭୟ କରନ୍ତି।
ଆପଣ ଯଦି ମେଟ୍ରୋଫୋବିୟାରେ ପୀଡିତ, ପ୍ରେମରେ ରୋମାଣ୍ଟିକ୍ କଥା ହେବାକୁ ଭଲ ପାଆନ୍ତି ଏବଂ ଆପଣଙ୍କ ପାର୍ଟନର ଏସବୁରୁ ଦୂରେଇ ରହିବାକୁ ଚାହାଁନ୍ତି। ତେବେ ତାଙ୍କ ଉପରେ ଚାପ ପକାନ୍ତୁ ନାହିଁ କି ଅଭିମାନ କରନ୍ତୁ ନାହିଁ। କାରଣ ସେ ମେଟ୍ରୋ ଫୋବିୟାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି। ଏଭଳି ମଣିଷ କବିତା ତଥା ରୋମାଣ୍ଟିକ୍ ଗପସପକୁ ଭୟ କରିବା ଦେଖାଯାଏ। ସ୍କୁଲ ବେଳେ ଶିକ୍ଷକମାନେ ଜବରଦସ୍ତି କରାଇଥିବା କବିତା ପାଠ ସେମାନଙ୍କର ଏହି ଭୟର କାରଣ ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ ଜଣାଇଛନ୍ତି। ଏପରିକି ସେମାନେ ନିଜ ପ୍ରେମପତ୍ର ମଧ୍ୟ ଆଉ କାହା ହାତରେ ଲେଖାନ୍ତି।
ଜୋକୋଲେଟୋ ଫୋବିୟା ଏକ୍ଷେତ୍ରରେ ଭିନ୍ନ। ସାଧାରଣତଃ ପ୍ରେମିକ ପ୍ରେମିକା ପରସ୍ପରକୁ ହୃଦୟ ଆକୃତିର ଚକୋଲେଟ ବକ୍ସ ଉପହାର ଦେଇଥାନ୍ତି। ପ୍ରେମରେ ଏହା ସବୁଠାରୁ ସୁନ୍ଦର ଉପହାର। ତେବେ ଏହି ରୋମାଣ୍ଟିକ୍ ଗିଫ୍ଟ ଜୋକୋଲେଟୋ ଫୋବିୟାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୟଭୀତ କରାଇପାରେ। କାରଣ ଏମାନେ ଚକୋଲେଟକୁ ଭୟ କରନ୍ତି। ଏହା ଏକ ପ୍ରକାର ଫୁଡ଼୍ ଫୋବିୟା ହୋଇଥିବା ବେଳେ ଅଜାଣତରେ ଏଥିପାଇଁ ଏକାଧିକ ପ୍ରେମୀଯୁଗଳଙ୍କ ସମ୍ପର୍କ ଖରାପ ହୋଇଛି।
ପ୍ରେମରେ ଚୁମ୍ବନ ଏକ ସାଧାରଣ କଥା। କିନ୍ତୁ ଆପଣଙ୍କ ପାର୍ଟନର ଯଦି ଚୁମ୍ବନକୁ ଭୟ କରୁଥାନ୍ତି ଏବଂ ଦୂରେଇ ରହୁଥାନ୍ତି ତେବେ ସେ ଫିଲେମେଟୋ ଫୋବିୟାରେ ଆକ୍ରାନ୍ତ ବୋଲି ଜାଣିବେ। ଏଭଳି ବ୍ୟକ୍ତି ଭଲ ଭାବେ ଚୁମ୍ବନ ଦେଇପାରନ୍ତି ନାହିଁ। ତେଣୁ ଏମାନଙ୍କ ସମ୍ପର୍କ ବେଶି ଦିନ ତିଷ୍ଠି ରହିବା କଷ୍ଟକର ହୋଇଯାଏ। ଏମାନଙ୍କ ଭୟ ଥାଏ ଯେ, ଚୁମ୍ବନ ଦେଲେ ମୁହଁର ଜୀବାଣୁ ଆଦାନପ୍ରଦାନ ହୋଇଯିବ ଯାହା ସେମାନଙ୍କୁ ରୋଗରେ ପକାଇବ। ଅନେକ ସମୟରେ ମୁଖ ଦୁର୍ଗନ୍ଧ ବି ଏପରି ଫୋବିୟାର କାରଣ ହୋଇପାରେ।
ସମସ୍ତ ଫୋବିୟା ମନୁଷ୍ୟର ଅତୀତ ଏବଂ କୌଣସି ଅନୁଭବରୁ ସୃଷ୍ଟି ହୋଇପାରେ। ତେଣୁ ନିରାକରଣର ଉପାୟ ଫୋବିୟା ଆକ୍ରାନ୍ତ ବ୍ୟକ୍ତିଙ୍କ ପାର୍ଟନରଙ୍କ ହାତରେ ରହିଛି। ସେ ତାଙ୍କୁ ବୁଝାଶୁଝା କରି ତାଙ୍କ ମନରୁ ସେହି ଭୟ ବାହାର କରିପାରିଲେ ସମ୍ପର୍କ ସୁନ୍ଦର ଏବଂ ସୁଦୃଢ଼ ହୋଇପାରିବ। ତଥାପି ଯଦି ଏହି ଫୋବିୟା ସମ୍ପର୍କକୁ ଖରାପ କରୁଛି ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରି।
Dr. Samrat Kar, the writer, is a qualified psychiatrist practicing at The Brain clinic located on Purighat Road in Cuttack. With extensive expertise in mental health care, he specializes in diagnosing and treating a wide range of psychiatric conditions. Dr. Kar is dedicated to providing compassionate and personalized treatment plans to help his patients achieve better mental well-being. His professional approach combines the latest advancements in psychiatry with empathetic patient care, making him a trusted name in the field of mental health in Cuttack.


