ଗିଲୟ ଓ ଗଞ୍ଜେଇ ବନାମ୍ ବାବା ରାମଦେବ

ଓଡିଶା ସରକାର ନିଜର ଅପାରଗତା ଘୋଡାଇବାକୁ ଯାଇ ଗଞ୍ଜେଇ ଭଳି ବହୁମୂଲ୍ୟ ପ୍ରାକୃତିକ ସମ୍ପଦକୁ ଜାଳିପୋଡି ପାଉଁଶ କରୁଛନ୍ତି। ଗଞ୍ଜେଇ ଚାଷକୁ ଆଇନଗତ ଅନୁମତି ମିଳିଲେ ଭାରତରେ ମହାମାରୀ ପ୍ରତିଶେଧକ ଔଷଧ ପ୍ରସ୍ତୁତି ସହ ଲକ୍ଷ ଲକ୍ଷ ରୋଗୀ ଉପକୃତ ହେବେ ଏବଂ ଗରିବ ଚାଷୀଙ୍କ ଭାଗ୍ୟ ବଦଳିବ।

Dec 6, 2023 - 23:48
Dec 12, 2025 - 08:38
 0  120
ଗିଲୟ ଓ ଗଞ୍ଜେଇ ବନାମ୍ ବାବା ରାମଦେବ

ଗିଲୟ, ଦେଶର ଏକ ଜାତୀୟ ଔଷଧ ବୋଲି ଘୋଷଣା କରିବେ କେନ୍ଦ୍ର ସରକାର, ଯାହା କୋଭିଡ-୧୯ରୁ ମୁକ୍ତି ପାଇଁ ସହାୟକ ହେବ। ସେପାଖେ ଗଞ୍ଜେଇ ଉତ୍ପାଦନର ବ୍ୟବହାର ଅନୁସନ୍ଧାନରେ ଅଗ୍ରଣୀ ଇସ୍ରାଏଲ୍ ସରକାର ଗଞ୍ଜେଇ ଗୁଣବତ୍ତା ମାଧ୍ୟମରେ କରୋନା ପ୍ରତିଶେଧକ ଉଦ୍ଭାବନ ପାଇଁ ପ୍ରତିବଦ୍ଧ। ଯେତେବେଳେ ବିଶ୍ୱର ବିକଶିତ ରାଷ୍ଟ୍ର ସମୂହ କରୋନା ମୂଳତ୍ପାଟନ ପାଇଁ ଚେଷ୍ଟିତ ସେତେବେଳେ ଭାରତ ସରକାର ବିଜନେସମ୍ୟାନ୍ ରାମଦେବ ପାଇଁ ଚିନ୍ତିତ। ଗିଲୟ ମୋଦୀ ସରକାର ପାଇଁ ହୁଏତ ଅଦ୍ଭୁତ ଉଦ୍ଭିଦ।

ଦେଶର ନିପଟ ମଫସଲ ତଥା ଆଦିବାସୀ ବହୁଳ ଗାଁଗଣ୍ଡା ଲୋକମାନେ ଏହାର ପ୍ରୟୋଗରେ ଅଭ୍ୟସ୍ତ। ପ୍ରାଚୀନ ଆୟୁର୍ବେଦ ଅନୁଗାମୀଙ୍କ ପାଇଁ ଗିଲୟ ଏକ ମାମୁଲି ଉଦ୍ଭିଦ। କିନ୍ତୁ, ପ୍ରଧାନମନ୍ତ୍ରୀ ମୋଦୀ ହଠାତ୍ ଗିଲୟ ଗବେଷଣା ପାଇଁ ତତ୍ପରତା ଦେଖାଇ ବିକଶିତ ରାଷ୍ଟ୍ରଗୁଡିକ ଠାରୁ ପଛରେ ଥିବା ସ୍ୱୀକାର କରିଛନ୍ତି। କେନ୍ଦ୍ର ସରକାରର ଗିଲୟ ପ୍ରସଙ୍ଗ ଯେତିକି ଗୁରୁତ୍ୱ ବହନ କରୁଛି, ତା'ଠାରୁ ଅଧିକ ଚର୍ଚ୍ଚାରେ ଅଛି ବିଜନେସମ୍ୟାନ୍ ରାମଦେବ ସହ ବିଜେପିର ଭାଗୀଦାରୀ ପ୍ରସଙ୍ଗ।

ଇସ୍ରାଏଲର ଷ୍ଟେରୋ ବାୟୋଟେକ୍ସ ନାମକ ସଂସ୍ଥା ଗଞ୍ଜେଇର ଗୁଣବତ୍ତାକୁ ନେଇ କୋଭିଡ-୧୯ ପ୍ରତିଶେଧକ ପ୍ରସ୍ତୁତି ପାଇଁ ପ୍ରୟାସ କରୁଛି। କିନ୍ତୁ, କେନ୍ଦ୍ର ସରକାରର ଚାମଚାଗିରି କରୁଥିବା ଓଡିଶା ସରକାର ନିଜର ଅପାରଗତା ଘୋଡାଇବାକୁ ଯାଇ ଗଞ୍ଜେଇ ଭଳି ବହୁମୂଲ୍ୟ ପ୍ରାକୃତିକ ସମ୍ପଦକୁ ଜାଳିପୋଡି ପାଉଁଶ କରୁଛନ୍ତି। ଗଞ୍ଜେଇ ଚାଷକୁ ଆଇନଗତ ଅନୁମତି ମିଳିଲେ ଭାରତରେ ମହାମାରୀ ପ୍ରତିଶେଧକ ଔଷଧ ପ୍ରସ୍ତୁତି ସହ ଲକ୍ଷ ଲକ୍ଷ ରୋଗୀ ଉପକୃତ ହେବେ ଏବଂ ଗରିବ ଚାଷୀଙ୍କ ଭାଗ୍ୟ ବଦଳିବ।

ଚାଷୀ ବିରୋଧୀ ମୋଦୀ ସରକାର ବିଜନେସମ୍ୟାନ୍ ରାମଦେବ କାରବାରକୁ ବାଦ୍ ଦେଇ ଗଞ୍ଜେଇ ଚାଷକୁ ଆଦୌ ଆଇନଗତ ସମର୍ଥନ ଦେବନି। ଗିଲୟରେ ବିଭିନ୍ନ ରୋଗ ପ୍ରତିରୋଧକ ଶକ୍ତି ରହିଛି। ପ୍ରାଚୀନ ଆୟୁର୍ବେଦ ଶାସ୍ତ୍ର ପ୍ରମାଣ କରିଛି ଗିଲୟ ସ୍ୱାସ୍ଥ୍ୟ ଉପକାରିତା ଗୁଣରେ ପରିପୂର୍ଣ୍ଣ। ଗିଲୟ ସହାୟତାରେ ପ୍ରସ୍ତୁତ ଔଷଧରେ ଜ୍ୱର, ଆଲର୍ଜି ଏବଂ ଆଜମା ଇତ୍ୟାଦି ଚିକିତ୍ସା ଫଳପ୍ରଦ ହେଉଛି। କିନ୍ତୁ, ଗିଲୟ ଉପରେ ଅଧିକ ଗବେଷଣା ଆଳ ଦେଖାଇ କେନ୍ଦ୍ର ନରେନ୍ଦର ମୋଦୀ ସରକାର ବିଜନେସମ୍ୟାନ୍ ରାମଦେବଙ୍କ ଘରୋଇ ବ୍ୟବସାୟର ପ୍ରଚାରପ୍ରସାର ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଶ୍ ଚର୍ଚ୍ଚାରେ ଅଛି।

ଭାରତୀୟ ଆୟୁର୍ବେଦ ଶାସ୍ତ୍ର, ଗିଲୟ ଏବଂ ଗଞ୍ଜେଇର ଉପାଦେୟତା ବିଷୟରେ ବହୁ ରୋଚକ ତଥ୍ୟ ଉପସ୍ଥାପନ କରିଛି। ପ୍ରକୃତିର ଏହି ଉତ୍ପାଦ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇଁ ବ୍ୟବହାର ଯୋଗ୍ୟ। ଏସବୁ ଉଦ୍ଭିଦର ଗୁଣବତ୍ତା ମହାମାରୀ ସଂକ୍ରମଣ ଭଳି ବିଷମ ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ। ଦେଶରେ ଏହାର ପ୍ରୟୋଗଶାଳା ନିର୍ମାଣର ଆବଶ୍ୟକତା ରହିଛି।

ଷ୍ଟାର୍ଟଅପ୍ ନାମରେ ବିକାଶର ନାରା ଦେଉଥିବା ମୋଦୀ ସରକାର ବିଜନେସମ୍ୟାନ୍ ରାମଦେବଙ୍କ ଘରୋଇ ବ୍ୟବସାୟ ବରବାଦ ହେବା ଭଳି ଉତ୍ପାଦ ପ୍ରସ୍ତୁତି ପାଇଁ ଆଦୌ ଚେଷ୍ଟା କରିବନି। ଯଦି ଅଭିଯୋଗ ମିଛ, ମୋଦୀ ସରକାର ତେବେ କ’ଣ ଗିଲୟ ଉପକାରିତା ସଂକ୍ରାନ୍ତରେ ପୂର୍ବରୁ ଜାଣିନଥିଲେ। 

What's Your Reaction?

like

dislike

love

funny

angry

sad

wow

Manoranjan Pattanaik Publisher & Editor, Suv Bharat Times