ସୁରକ୍ଷା ବଳୟରେ ଷ୍ଟାର ରେପିଷ୍ଟ୍
ଭେରସୋଭା ଥାନା ପୋଲିସ ଅଭିଯୁକ୍ତ ଅନୁରାଗ କାଶ୍ୟପକୁ ସୁରକ୍ଷା ଦେଉଛି। ପୋଲିସ କୌଣସି ପଦକ୍ଷେପ ନନେବାରୁ ପାୟଲ, ପିଏମ୍ ମୋଦୀଙ୍କୁ ଟ୍ୟାଗ୍ କରି ଟ୍ଵିଟ କରିଥିଲେ।
ନରେନ୍ଦ୍ର ମୋଦୀ ଜୀ, ପ୍ଲିଜ୍ ଆକ୍ସନ ଲିଜିୟେ ଔର୍ ଦେଶ୍କୋ ଦେଖ୍ନେ ଦିଜିୟେ ଇସ୍ କ୍ରିଏଟିଭ୍ ଇନସାନ୍ କେ ପିଛେକେ ରାକ୍ଷସ କୋ। ମୁଝେ ପତାହେ କି ୟେ ମୁଝେ ନୁକସାନ୍ ପହୁଁଚା ସକ୍ତା ହେ, ମେରୀ ସୁରକ୍ଷା ଖତ୍ରେ ମେଁ ହେ। ପ୍ଲିଜ୍ ମଦତ୍ କିଜିୟେ।” ଏହି ଟ୍ଵିଟ ବାର୍ତ୍ତା, ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କର। ଅନୁରାଗ କାଶ୍ୟପ ତାଙ୍କୁ ଦୁଷ୍କର୍ମ କରିଛି। ମୁମ୍ବାଇ ଭେରସୋଭା ଥାନାରେ ଅନୁରାଗଙ୍କ ବିରୋଧରେ ଅଭିଯୋଗ କରି ଅସୁରକ୍ଷିତ ମନେ କରୁଛନ୍ତି ଅଭିନେତ୍ରୀ ପାୟଲ ଘୋଷ୍। ସୁରକ୍ଷା ପାଇଁ ଏକ ଟ୍ଵିଟ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରିବା ତାଙ୍କ ପାଇଁ ବିଡମ୍ବନା ସୃଷ୍ଟି କରିଛି।
ପାୟଲ ଘୋଷ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଭେରସୋଭା ଥାନା ପୋଲିସ ଅଭିଯୁକ୍ତ ଅନୁରାଗ କାଶ୍ୟପକୁ ସୁରକ୍ଷା ଦେଉଛି। ପୋଲିସ କୌଣସି ପଦକ୍ଷେପ ନନେବାରୁ ପାୟଲ, ପିଏମ୍ ମୋଦୀଙ୍କୁ ଟ୍ୟାଗ୍ କରି ଟ୍ଵିଟ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଅଣଦେଖା କରିବା ପରେ ପାୟଲଙ୍କୁ ଏବେ ଅପଦସ୍ତ ହେବାକୁ ପଡୁଛି। ପ୍ରଡ୍ୟୁସର ଅନୁରାଗ କାଶ୍ୟପ ଫିଲ୍ମରେ କାମ ଦେବାକୁ ଲୋଭ ଦେଖାଇ ନିଜ ଘରକୁ ଡାକି ପ୍ୟାଣ୍ଟର ଜିପ୍ ଖୋଲିଲେ।
ପାୟଲଙ୍କ ବିରୋଧ ସତ୍ୱେ ତାଙ୍କ ଇଜ୍ଜତ ଲୁଟିଲେ। ଘଟଣାକୁ ନେଇ ପାୟଲ ଅଭିଯୁକ୍ତର ମୁଖା ଖୋଲିବାକୁ ଯୈାନ ଉତ୍ପୀଡନ ମାମଲା ଦାଏର କଲେ। କିନ୍ତୁ ପୋଲିସ ଏହି ଷ୍ଟାର ରେପିଷ୍ଟ’ର ସୁରକ୍ଷାଦାତା ପାଲଟିଛି। ବଲିଉଡ୍ ଦରିନ୍ଦାମାନଙ୍କ ଭୟରେ ପାୟଲ ମୁମ୍ବାଇରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଅନୁରାଗ କାଶ୍ୟପ ବିରୋଧରେ ଯୈାନ ଉତ୍ପୀଡନ ମାମଲା ଦାଏର କରିବା ଦିନରୁ ସେ ବିଭିନ୍ନ ଅସଙ୍ଗତ ଘଟଣାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସିତ ଦେଶରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ପ୍ରକାରାନ୍ତରେ ସମାଲୋଚନାକୁ ଶାଣିତ କରିଛି।


