ସଞ୍ଜୟ ଦତ୍ତ ନୂତନ ଚଳଚ୍ଚିତ୍ର ସୁଟିଂ ସହିତ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ପତ୍ନୀ ମାନ୍ୟତା ପାରିବାରିକ ଦାୟିତ୍ୱରେ ବ୍ୟସ୍ତ
ଫିଲ୍ମ “ପ୍ରସ୍ଥାନ”ରେ ଆସୁଛନ୍ତି ସଞ୍ଜୟ। ଏହାବ୍ୟତୀତ ସଞ୍ଜୟଙ୍କ ଫିଲ୍ମ “ତୋରବାଜ୍” ଏବେ ପ୍ରଡକସନ୍ ଷ୍ଟେଜରେ ଅଛି, ଜେଲରୁ ବାହାରିବା ପରେ ସଞ୍ଜୟଙ୍କ ଦୁଇଟି ଫିଲ୍ମ ଆସିଥିଲା।
ବଲିଉଡ ଷ୍ଟାର୍ ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କର ସଞ୍ଜୟଙ୍କ ଉପରେ କ’ଣ ପ୍ରଭାବ ରହିଛି ତାହା ହୁଏତ ଫିଲ୍ମ ‘ସଂଜୁ’ରେ ଆପଣଙ୍କୁ ଦେଖିବାର ସୁଯୋଗ ମିଳିଥିବ। ସଞ୍ଜୟଙ୍କର ପ୍ରତ୍ୟେକ ଭଲ ଖରାପ ସମୟରେ ମାନ୍ୟତା ତାଙ୍କ ସହ ରହିଛନ୍ତି। ଏବେ ଯେତେବେଳେ ସବୁ ଖରାପ ସମୟରୁ ମୁକ୍ତ ହୋଇ ସଞ୍ଜୟ ତାଙ୍କର ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଛନ୍ତି, ମାନ୍ୟତା ଘର ପରିବାରର ସମସ୍ତ ଦାୟିତ୍ୱ ସହ ପିଲାମାନଙ୍କ ଦାୟିତ୍ୱ ତୁଲାଉଛନ୍ତି। ମାନ୍ୟତା ବେଳେବେଳେ ଶାହରାନ ଓ ଇକରାଙ୍କୁ ନେଇ ରେଷ୍ଟୁରାଣ୍ଟ ଯାଆନ୍ତି। ପତିଦେବ ସଞ୍ଜୟ ଦତ୍ତ ଏବେ ସୁଟିଂରେ ବ୍ୟସ୍ତ।
ଫିଲ୍ମ “ପ୍ରସ୍ଥାନ”ରେ ଆସୁଛନ୍ତି ସଞ୍ଜୟ। ଏହାବ୍ୟତୀତ ସଞ୍ଜୟଙ୍କ ଫିଲ୍ମ “ତୋରବାଜ୍” ଏବେ ପ୍ରଡକସନ୍ ଷ୍ଟେଜରେ ଅଛି। ଜେଲରୁ ବାହାରିବା ପରେ ସଞ୍ଜୟଙ୍କ ଦୁଇଟି ଫିଲ୍ମ ଆସିଥିଲା। କିନ୍ତୁ, ସଞ୍ଜୟ ଅଭିନୀତ “ଭୂମି” ଓ “ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟାର୍-ଥ୍ରୀ” ଏହି ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ସଫଳତା ପାଇନଥିଲା।


