କରିନା କପୁର ଏବଂ ଅନେକ ପ୍ରବୀଣ ଗ୍ଲାମର ଷ୍ଟାର ସିନେମାକୁ ବିଦାୟ ଦେଇଛନ୍ତି ଏବଂ ଶିଳ୍ପ ଭିତରେ ଥିବା ଅନ୍ଧକାରର ସାମ୍ନା କରିଛନ୍ତି
ବଲିଉଡରେ ଅଭିନୟ ସହିତ ନଗ୍ନତା ଜରୁରୀ। ଉର୍ମିଳା ମାତୋନ୍ଦକରଙ୍କ ଭଳି ଆଗଧାଡିର ଅଭିନେତ୍ରୀ ଜୁହି ଚାଓଲା, କରୈନା କପୁର ମଧ୍ୟ ଧିରେଧିରେ ବ୍ୟାକଗିୟର୍ ପକାଇବାରେ ଲାଗିଛନ୍ତି। ଗୁଲାବ ଗ୍ୟାଙ୍ଗ ଫିଲ୍ମରେ ଜୁହିଙ୍କୁ ଜଣେ ଖଳନାୟିକା ଚରିତ୍ରରେ ଦେଖିବାକୁ ମିଳିଲା। ଯଦିଓ ତାଙ୍କ ଠାରେ ହିରୋଇନ ହେବାର ସମସ୍ତ ଦକ୍ଷତା ରହିଛି।
ସିନେମା ଜଗତରୁ ବିଦାୟ ନେଉଛନ୍ତି ଉର୍ମିଲା ମାତୋନ୍ଦକର୍, ନିଶା କୋଠାରୀ, ପାୟଲ୍ ରୋହତଗି, କରୀନା କାପୁର ଓ ଜୁହି ଚାଓଲାଙ୍କ ଭଳି କେତେକ ସେକ୍ସି ଗ୍ଳାମର। ପରିବାର କଥା ଜାଣିବା ସହଜ, ହେଲେ ଏମାନେ ପ୍ରଫେସନରେ ଅଛନ୍ତି ନା ନାହାଁନ୍ତି ସେବିଷୟରେ ଦର୍ଶକଙ୍କୁ ବେଶ ଜଣା। ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀ ହେଉ କିମ୍ବା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀ, ପ୍ରଯୋଜକ ନିର୍ଦ୍ଦେଶକଙ୍କୁ ଖୁସି ନକରିପାରି ପୂର୍ବରୁ ଅନେକ ଗ୍ଳାମର୍ ମାନଙ୍କର ସତ୍ତା ହଜିଯାଇଛି। ଯାହା ଭୋଗୁଛନ୍ତି ୯୦ ଦଶକର ଏହି ବୋଲ୍ଡ ଗ୍ଲାମର ଉର୍ମିଳା ମାତୋନ୍ଦକର୍।
ରାମ ଗୋପାଳ ବର୍ମା ପ୍ରଥମେ ନିଶା କୋଠାରୀଙ୍କୁ ବଲିଉଡରେ ବ୍ରେକ୍ ଦେଇଥିଲେ। ବଲିଉଡରେ ସେ ସର୍ବମୋଟ୍ ୧୦ ଟି ଫିଲ୍ମରେ ଅଭିନୟ କରିଥିବେ। ତନ୍ମଧ୍ୟରୁ ରାମ ଗୋପାଳ ବର୍ମାଙ୍କ ୮ ଟି ଫିଲ୍ମ ଥିଲା। ଅଭିନୟ ଅପେକ୍ଷା ଫିଲ୍ମରେ ବଡି ଏକ୍ସପୋଜ୍ କରିବାରେ ସେ ଧୁରନ୍ଧର ଥିଲେ। ଫିଲ୍ମ ‘କିଲର୍’ରେ ସେ ଇମ୍ରାନ୍ ହାସମୀଙ୍କ ସହିତ କିସ୍ ସିନ୍ ଦେଇ ବେଶି ଚର୍ଚ୍ଚିତ ହୋଇଥିଲେ। ଏହା ଛଡା ରାମ ଗୋପାଳ ବର୍ମାଙ୍କ ‘ଗୋ’ ଫିଲ୍ମରେ ସେ ଫରଦିନ୍ ଖାଁଙ୍କ ସହିତ ଅନେକ ଅଶ୍ଳୀଳ ଦୃଶ୍ୟରେ ଦେଖା ଦେଇଥିଲେ।
ବଲିଉଡରେ ଅଭିନୟ ସହିତ ନଗ୍ନତା ଜରୁରୀ। ଉର୍ମିଳା ମାତୋନ୍ଦକରଙ୍କ ଭଳି ଆଗଧାଡିର ଅଭିନେତ୍ରୀ ଜୁହି ଚାଓଲା, କରୀନା କାପୁର ମଧ୍ୟ ଧିରେଧିରେ ବ୍ୟାକଗିୟର୍ ପକାଇବାରେ ଲାଗିଛନ୍ତି। ଗୁଲାବ ଗ୍ୟାଙ୍ଗ ଫିଲ୍ମରେ ଜୁହିଙ୍କୁ ଜଣେ ଖଳନାୟିକା ଚରିତ୍ରରେ ଦେଖିବାକୁ ମିଳିଲା। ଯଦିଓ ତାଙ୍କ ଠାରେ ହିରୋଇନ ହେବାର ସମସ୍ତ ଦକ୍ଷତା ରହିଛି। କିନ୍ତୁ ଜୁହି ସେଥିରୁ ଓହରି ଯାଉଛନ୍ତି। ଠିକ ଯେମିତି କରୈନା କପୁର। କପୁର ଖାନଦାନର ଏହି ଲଳନା ରିଫ୍ୟୁଜି ଫିଲ୍ମିରୁ ସିନେମା କ୍ୟାରିୟର୍ ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ସମସ୍ତ ସିନେମାରେ ପ୍ରାୟ ଉଣା ଅଧିକ ବୋଲ୍ଡ ସିନ୍ସ ଥାଏ। ଏମିତିରେ ବି କରୈନା ଖୋଦ ଜଣେ ବୋଲ୍ଡ ମେଣ୍ଟାଲିଷ୍ଟ।
ଅଧିକାଂଶ ସମୟରେ ତାଙ୍କର କଷ୍ଟ୍ୟୁମ ଏମିତି ଥାଏ କି ଯାହା ସେକ୍ସି ଆସପାୟାରେସନ ରଖିଥାଏ। ତାଙ୍କ ଇମେଜକୁ ନେଇ ତୟାର ହେଉଥିବା ଫେକ୍ ନ୍ୟୁଜ୍ ବ୍ଳଗ୍ ଅଧିକ ସଂଖ୍ୟକ ଦର୍ଶକ ସ୍ୱୀକୃତି ଲାଭ କରୁଛି। ମନେହୁଏ ଅଙ୍ଗପ୍ରତ୍ୟଙ୍ଗ ଦେଖାଇବା ବୋଧେ କରୈନାଙ୍କ ଜନ୍ମଗତ ଅଧିକାର। ହେଲେ ବର୍ତ୍ତମାନ ପରିସ୍ଥିତିରେ ସିନେମା ସଂଖ୍ୟା କମିଯାଇଛି ମା’ କରୈନାଙ୍କର। କେବଳ ସ୍ୱାମୀ ସୈଫ୍ ଅଲ୍ଲୀ ଖାନ୍ ଓ ନିଜ ଶିଶୁକନ୍ୟା ପ୍ରତି ସେ ଅଧିକ ସମ୍ବେଦନଶୀଳ। ସିନେମା କ୍ରେଜ୍ ତାଙ୍କୁ ପ୍ରଭାବିତ କରିବାରେ ପଛେଇଯାଉଛି।
ବଲିଉଡରେ ପ୍ରାୟ ପ୍ରତିଦିନ ନୂଆ ମୁହଁଙ୍କ ଏଣ୍ଟ୍ରୀ ହେଉଛି। ଏମାନଙ୍କ ଧାଁଦୌଡ ଦେଖି ଲାଗୁଛି ମେଗା ଷ୍ଟାର ଅମିତାଭ ବଚନ କାହିଁକି ତାଙ୍କ ଝିଅ ଶ୍ୱେତା ବଚନଙ୍କ ଦେହରୁ ଚମକ ଯିବା ପରେ ଯାଇ ତାଙ୍କୁ ଏକ ବିଜ୍ଞାପନରେ ଲିଡ୍ ନେବାକୁ ଅନୁମତି ଦେଲେ। ବଲିଉଡର ନାମୀ ଭିଲିଆନ୍ ଭାବେ ପରିଚିତ ସ୍ୱର୍ଗତ ଅମରେଶ ପୁରୀ ମଧ୍ୟ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ, ‘ଝିଅମାନଙ୍କୁ ଅନୁରୋଧ କରୁଛି, ତୁମେମାନେ ସିନେମାକୁ ଆସନାହିଁ’। କାରଣଟି ଆଉ କିଛି ନୁହେଁ, ଯାହାର ବାସ୍ତବିକତା ସେହିମାନେ ଉପଲବ୍ଧି କରୁଛନ୍ତି, ଯେଉଁମାନଙ୍କ ହାଲତ ଦେଖି ଅମରେଶ ପୁରୀ ଏଭଳି ପ୍ରତିକ୍ରିୟା ରଖିଥିଲେ।
ସଦ୍ୟ ଉଦାହରଣ ବଲିଉଡର ଆକଟ୍ରେସ୍ ପାୟଲ ରୋହତଗି। ପାୟଲ ସିନେମାରେ ଏତେଟା ସଫଳତା ପାଇନାହାଁନ୍ତି। ‘ଚାଇନା ଟାଉନ୍’କୁ ଛାଡି ଦେଲେ ସେ ପ୍ରାୟ ଅଧିକାଂଶ ସି-ଗ୍ରେଡ୍ର ଫିଲ୍ମରେ ଅଭିନୟ କରିଛନ୍ତି। ଯେଉଁ କେତୋଟି ଫିଲ୍ମରେ ଅଭିନୟ କରିଛନ୍ତି ସବୁଗୁଡିକ ବୋଲ୍ଡ ସିନରେ ପରିପୂର୍ଣ୍ଣ। ମାତ୍ର ସେ ବଲିଉଡରେ ଖୁବ୍ କମ୍ ସମୟ ଭିତରେ ଚର୍ଚ୍ଚାକୁ ଆସିଥିଲେ। ତାହା ପୁଣି ପ୍ରେମ ବ୍ୟାପାରରେ। ପ୍ରମୋଦ ମହାଜନଙ୍କ ପୁଅ ରାହୁଲ ମହାଜନଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଥିଲା।
ପ୍ରମୋଦ ମହାଜନ ଏବଂ ରାହୁଲ ମହାଜନଙ୍କ ଭିତରେ ମନୋମାଳିନ୍ୟ ପଛରେ ପାୟଲ ଗୋଟିଏ କାରଣ ବୋଲି ପ୍ରମୋଦଙ୍କ ମୃତ୍ୟୁ ପରେ ଜଣାପଡିଥିଲା। ପରେ ଏହି ଦୁଇ ଜଣ ‘ବିଗ୍ ବସ୍’ରେ ଏକତ୍ର କାମ କରିଥିଲେ। ସେଠାରେ ରାହୁଲ ମୋନିକା ବେଦୀଙ୍କ ପଛରେ ଯେପରି ଲଟର ପଟର ହେଲେ ତା ପରଠାରୁ ପାୟଲ୍ ଆଉ ରାହୁଲଙ୍କୁ ଧରାଛୁଆଁ ଦେଇନଥିଲେ ବୋଲି ଜଣାଗଲା। ବଲିଉଡରେ ହୁଏତ ନଗ୍ନତା ଜରୁରୀ। ମାତ୍ର ଖାଲି ନଗ୍ନତାକୁ ପ୍ରଶୟ ଦେଲେ କ୍ୟାରିୟର ବେଶି ଦିନ ତିଷ୍ଠିବ ନାହିଁ ବୋଲି ଅଭିନେତ୍ରୀମାନେ ଏବେ ଅନୁଭବ କରୁଛନ୍ତି।


