ପରିପକ୍ୱତା ପୂର୍ବରୁ ବେଶ୍ୟାବୃତ୍ତି
ନେତାର ପୁଅ ନେତା, ବେଶ୍ୟାର ଝିଅ ବେଶ୍ୟା। ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ। ଦେଶରେ ପ୍ରଚଳିତ ବ୍ୟବସ୍ଥା ଅନେକ ଅବାନ୍ତର ପ୍ରସଙ୍ଗ ସହ ଖାପଖୁଆଇ ଆଗେଇ ଚାଲିଛି।
କଳଙ୍କିତ ସହରକୁ ପାଠକ ସାମ୍ନାକୁ ଆଣିବା ପଛରେ କୌଣସି କାରଣ ନାହିଁ। ହେଡ୍ ଲାଇନ୍’ରୁ ବୁଝି ସାରିବେଣି କ’ଣ ଜଣାଇବାକୁ ଚାହୁଁଛି। ଘଟଣାର ପୃଷ୍ଠଭୁମି ନିଛକ ସତ୍ୟ ଘଟଣାର କିୟଦଂଶ। ଏହି ପ୍ରସଙ୍ଗରେ ଖବର ପୋଷ୍ଟ୍ କରିବା ପୂର୍ବରୁ ଆମେ ପାଠକଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ରଖିବାକୁ ପ୍ରସ୍ତୁତ ଅଛୁ। ଦେଶରେ ବେଶ୍ୟାବୃତ୍ତିକୁ ଆୟୁଧ କରି ଯେଉଁ ସାମ୍ରାଜ୍ୟ ଠିଆ ହୋଇଛି, ଏହାର ସଞ୍ଚାଳକ କିଏ? ଦେହ ବ୍ୟବସାୟୀ ନା ଆମ ବ୍ୟବସ୍ଥା! ପାଠକ ଏହାର ଉତ୍ତର ଦିଅନ୍ତୁ।
ନେତାର ପୁଅ ନେତା, ବେଶ୍ୟାର ଝିଅ ବେଶ୍ୟା। ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ। ଦେଶରେ ପ୍ରଚଳିତ ବ୍ୟବସ୍ଥା ଅନେକ ଅବାନ୍ତର ପ୍ରସଙ୍ଗ ସହ ଖାପଖୁଆଇ ଆଗେଇ ଚାଲିଛି। ନିଷ୍ପାପ ଶିଶୁ କନ୍ୟାଟି ଦୁନିଆ ଦେଖିବା ପୂର୍ବରୁ ତା’ର ମୁଖ ଗହ୍ୱର ଅପବିତ୍ର ହୋଇଯାଉଛି, ତା’ର ପାଟିରୁ ଦୁର୍ଗନ୍ଧ ଭାସିଆସୁଛି। ଏସବୁର ମୁକ ସାକ୍ଷୀ ଚାକଚକ୍ୟ ମେଟ୍ରୋ ସହର କୋଲକାତାର ଅଧିବାସୀ। ଯେଉଁମାନଙ୍କ ବାସଗୃହ ଠାରୁ ଅନତି ଦୂରରେ ସୋନାଗାଚୀ। ଯେଉଁଠି ଝିଅ ହୋଇ ଜନ୍ମ ହେବା ଏକ ଅଭିଶାପ।
ଏସିଆ ମହାଦେଶର ସର୍ବବୃହତ ରେଡ୍ ଲାଇଟ୍ ଏରିଆ ସୋନାଗାଚୀ। ଏଠାରେ ପ୍ରାୟ ୧୬ ହଜାର ମହିଳା ବେଶ୍ୟାବୃତ୍ତିରେ ଲିପ୍ତ। ଅଚିହ୍ନା ନାରୀର ଦେହ ସହ ଲଟର ପଟର ହେବାରେ ଅଭ୍ୟସ୍ତ ଯୌନ ରୋଗୀ ସୋନାଗାଚିର ଜଣେ ଜଣେ ପେଶାଦାର ଗରାଖ। କୋଲକାତାର ଏହି ଇଲାକାରେ ଚାଲିଥିବା ଧନ୍ଦା କେତେଦୂର ଆଇନସମ୍ମତ, ଏବିଷୟରେ ତନ୍ନ ତନ୍ନ ବିଶ୍ଳେଷଣ ହୋଇସାରିଛି। ଶତାଧିକ ସ୍ଵେଚ୍ଛାସେବୀ ସଂସ୍ଥା ଏଥିପାଇଁ ଅନେକ କଷ୍ଟ ସହିଛନ୍ତି। କିନ୍ତୁ ସୋନାଗାଚୀର ମହକରେ ଅନ୍ଧ ସରକାରୀ କଳ ବେଶ୍ୟାବୃତ୍ତିକୁ ପ୍ରୋତ୍ସାହିତ କରିଆସିଛି।
ସୋନାଗାଚୀ ବେଶ୍ୟାବୃତ୍ତି ଉପରେ ଆଧାରିତ ମୁଭି “ବର୍ଣ୍ଣ ଇଣ୍ଟୁ ବ୍ରୋଥେଲସ’’କୁ ଓସ୍କାର ସମ୍ମାନ ମିଳିଛି। ସୋନାଗାଚୀ ଏଭଳି ଏକ ଇଲାକା ଯେଉଁଠି ଝିଅ ଜନ୍ମ ହେବା ମାତ୍ରେ ବେଶ୍ୟାରେ ଗଣାଯାଏ। ଝିଅଟି ଜ୍ଞାନ ପାଇବା ପୂର୍ବରୁ ତାକୁ ବେଶ୍ୟାବୃତ୍ତିରେ ଲିପ୍ତ ହେବାକୁ ବାଧ୍ୟ କରାଯାଏ। ସମାଜ ଏହି ନିଷ୍ପାପ ଶିଶୁ କନ୍ୟାମାନଙ୍କୁ ଉପଭୋଗ୍ୟ ସାମଗ୍ରୀ ଭଳି ଦେଖି ଆସିଛି। କୋଲକାତାର ଏହି ରେଡ୍ ଲାଇଟ୍ ଏରିଆରେ କନ୍ୟାରତ୍ନଙ୍କୁ ଝୁଣିବାରୁ ମିଳୁଥିବା ଆନନ୍ଦରେ ଆନନ୍ଦିତ ଦେହ ଦଲାଲମାନେ ଇଲାକାର ନାମ ସୋନାଗାଚୀ ରଖିଛନ୍ତି।
ଅଧିକାଂଶ କୁହନ୍ତି ସୋନାଗାଚୀରେ ପୂର୍ବରୁ କେବଳ ନୃତ୍ୟ ଓ ନୃତ୍ୟଶାଳା ଥିଲା। ଯାହାକୁ ନୃତ୍ୟକଳା ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ସମୟ ଅତିବାହିତ ହେଲା ଏବଂ ଏହି ଅଭିଶାପ କଳାର ସ୍ଥାନ ନେଇଗଲା। ଦେଶର ଅନେକ ରାଜ୍ୟର ଝିଅ ଏହି ଅଭିଶାପ ବହନ କରିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ଅନେକ ଗ୍ୟାଙ୍ଗ ଅଛନ୍ତି ଯେଉଁମାନେ ଏହି ଗଣଦୁଷ୍କର୍ମ ବ୍ୟବସାୟ ଚଳାନ୍ତି। ୧୮ ବର୍ଷରୁ କମ୍ ବୟସର ପ୍ରାୟ ୧୪ ହଜାର ଝିଅ ଏହି ବସ୍ତିରେ ଯୌନ କାରବାରରେ ଜଡିତ।
ଯଦିଓ ବେଶ୍ୟା ଏବଂ ବେଶ୍ୟାମାନଙ୍କ ଉପରେ ଅନେକ ପ୍ରକାରର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, ଏବଂ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୋଲକାତାର ରେଡ୍ ଲାଇଟ୍ ଅଞ୍ଚଳ ସୋନାଗାଚୀର ଥିମ୍ ସହିତ ମଧ୍ୟ ଅନେକ ଫିଲ୍ମ ପ୍ରସ୍ତୁତ କରାଯାଇଛି। ଏହାକୁ ଦୁର୍ଭାଗ୍ୟ ବୋଲି କହିବା ଭୁଲ ହେବ, କାରଣ ଏହା ଆଶାତୀତ ପ୍ରଚାରରେ ଅଛି। ଯେତେବେଳେ ମା’ ଆମକୁ ଦୁନିଆର ରୀତିନୀତି, ଲାଜ-ଶରମ ଶିଖାନ୍ତି, ଏଠାରେ ଥିବା ଝିଅମାନେ ନିଜକୁ ଦେହଭୋଗୀଙ୍କୁ ବିକ୍ରି କରିବାର ଢଙ୍ଗଢାଙ୍ଗ ଶିଖନ୍ତି। ଏଠାରେ ଯୌନ କାରବାରର ବ୍ୟାପକତା ଦୃଷ୍ଟିରୁ ସୋନାଗାଚୀ ଏସିଆର ସବୁଠୁ ବଡ ରେଡ୍ ଲାଇଟ୍ ଅଞ୍ଚଳ ଭାବେ ପରିଚିତି ପାଇଛି।
ସୋନାଗାଚୀ ବସ୍ତିର ୧୨ ରୁ ୧୭ ବର୍ଷ ବୟସରେ, ଏହି ଝିଅମାନେ ପୁରୁଷମାନଙ୍କ ସହିତ ଶୋଇବା ଶିଖନ୍ତି। ସେମାନେ ପୁରୁଷଙ୍କୁ ଖୁସି କରିବାକୁ ଶିଖନ୍ତି, ଯାହା ବଦଳରେ ସେମାନେ ଗରାଖ ପିଛା ଦୁଇ ଡଲାର ଅର୍ଥାତ୍ ୧୪୬ ଟଙ୍କା ପାଆନ୍ତି। ଏହି ଟଙ୍କା ବଦଳରେ ଖାଦ୍ୟ ହୋଇ ଏଠାରେ ଥିବା ଶିଶୁମାନେ ଯୌନ ପିପାଶୁ ପୁରୁଷଙ୍କ ଟେବୁଲରେ ବିସ୍ତାର କରନ୍ତି। ଏହି ବସ୍ତିରେ କୌଣସି ବାହାର ଲୋକ ଅନୁମତିପ୍ରାପ୍ତ ନୁହଁନ୍ତି। ଏପରିକି ସାମ୍ବାଦିକ ଏବଂ ଫଟୋଗ୍ରାଫରମାନେ ମଧ୍ୟ ଏହି ଲୋକଙ୍କ ଭିତରକୁ ଆସିପାରନ୍ତି ନାହିଁ।
ସୋନାଗାଚୀ ବସ୍ତି କେବଳ ଅର୍ଥାଭାବ, କ୍ଷୁଧା ଏବଂ ଅବଶୋଷର କରୁଣ ଇମାରତ୍। ଏଠାରେ ଅଧିକାଂଶ ଝିଅ ବିଦ୍ୟାଳୟ ଛାଡି ବର୍ତ୍ତମାନ ନିଜ ଶରୀର ବିକ୍ରୟ ପାଇଁ ଅଧ୍ୟୟନ କରୁଛନ୍ତି। କାମନାରେ ଜର୍ଜରିତ ଯୌନ ପିପାଶୁଙ୍କ ଭୋକ ମେଣ୍ଟାଇବା ପାଇଁ ସେମାନେ ଦେହକୁ ଉନ୍ମୁକ୍ତ ରଖି ଅଭିଶାପକୁ ଦେହ ସାରା ବୋଳି ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନ ମହିଳାଙ୍କ ପାଇଁ ୩ ତଲାକ ଉପରେ ଅଙ୍କୁଶ ଲଗାଇ ଇତିହାସ ସୃଷ୍ଟି କରିଛନ୍ତି; କିନ୍ତୁ, ସୋନାଗାଚିର ଦୁଃଖିନୀଙ୍କୁ ନର୍କରୁ ଉଦ୍ଧାର କରିବାକୁ କେବେ ଚେଷ୍ଟା କରିଛନ୍ତି କି?


