କଙ୍ଗାରୁ ମଦର କେୟାର କିଟ୍

ଶିଶୁ ମା’କୋଳରେ ସୁରକ୍ଷିତ ରହିଥାଏ। ହସ୍ପିଟାଲରେ ଥିବା ପିଲାଙ୍କ ଯତ୍ନ ନେବା ପାଇଁ କଙ୍ଗାରୁ ମଦର କେୟାର ଖୁବ୍ ଲାଭଦାୟକ। ମା’ବାହାରକୁ ଯିବା ସମୟରେ ମଧ୍ୟ ଶିଶୁକୁ ନିଜ ସହିତ ଆରାମରେ ଏଥିରେ ପୂରାଇ ନେଇପାରିବେ।

Feb 19, 2020 - 08:32
କଙ୍ଗାରୁ ମଦର କେୟାର କିଟ୍
Kangaroo Mother Care Kit

ମା’ କୋଳର ଉଷ୍ମତା ହିଁ ନବଜାତ ଶିଶୁର ରକ୍ଷାକବଚ। ଶିଶୁର ଅଧିକ କେୟାର ନେବା ଲାଗି କଙ୍ଗାରୁ ମଦର କେୟାର କିଟ୍ ବ୍ୟବହାର କରିବା ଦରକାର। ଏହା ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଖୁବ୍ ଲାଭଦାୟକ। କଙ୍ଗାରୁ ମଦର କେୟାର ଏଭଳି ଏକ କିଟ୍ ଯାହା ଶିଶୁ ଗର୍ଭରେ ଥିବାବେଳେ ଯେଉଁ ଉଷ୍ମତା ଅନୁଭବ କରିଥାଏ ଏହି କିଟ୍ ମଧ୍ୟରେ ମଧ୍ୟ ସେଭଳି ଅନୁଭବ କରେ। କଙ୍ଗାରୁ ମଦର କେୟାର କିଟ୍ ଭିତରେ ରଖିବା ସମୟରେ ଶିଶୁକୁ କେବଳ ଡ୍ରାଇପର ପିନ୍ଧାଯାଇଥାଏ। ମା’ ମଧ୍ୟ ଏମିତି କିଛି ପୋଷାକ ପିନ୍ଧିବା ଉଚିତ ଯାହାର ଆଗ ପାଖ ଖୋଲା ରହିଥାଏ। ଏହାଦ୍ୱାରା ମା’ର ଛାତିର ସ୍ପନ୍ଦନ ଓ ଶିଶୁକୁ ଉଷ୍ମତା ପ୍ରଦାନ କରିଥାଏ, ଫଳରେ ନବଜାତ ଶିଶୁକୁ ବହୁ ରୋଗରୁ ରକ୍ଷା ମିଳିଥାଏ। ଏଥିରେ ଇମ୍ଫେକଶନର ଭୟ ମଧ୍ୟ ଖୁବ୍ କମ୍।

ଶିଶୁ ମା’କୋଳରେ ସୁରକ୍ଷିତ ରହିଥାଏ। ହସ୍ପିଟାଲରେ ଥିବା ପିଲାଙ୍କ ଯତ୍ନ ନେବା ପାଇଁ କଙ୍ଗାରୁ ମଦର କେୟାର ଖୁବ୍ ଲାଭଦାୟକ। ମା’ବାହାରକୁ ଯିବା ସମୟରେ ମଧ୍ୟ ଶିଶୁକୁ ନିଜ ସହିତ ଆରାମରେ ଏଥିରେ ପୂରାଇ ନେଇପାରିବେ। ହସ୍ପିଟାଲରେ ବା ବାହାରକୁ ଯିବା ସମୟରେ ଶିଶୁଙ୍କୁ ନିଜ କୋଳରେ ଚାପି ଧରିବା ପାଇଁ କଙ୍ଗାରୁ ବ୍ୟାଗ ବ୍ୟବହାର କରିବାକୁ ଏକ୍ସପର୍ଟ ମଧ୍ୟ ଆଡ଼ଭାଇସ କରନ୍ତି। ଏଥିରେ ଶିଶୁ ଶରୀରକୁ ଉଷ୍ମତା ମିଳିବା ସହିତ ଶରୀରର ତାପମାତ୍ରାକୁ ସ୍ଥିର ରଖିଥାଏ। ଏଥିସହିତ ଶିଶୁର ଇମ୍ୟୁନି ସିଷ୍ଟମ ମଧ୍ୟ ଠିକ୍ ରହିଥାଏ। ଶୀତରେ ପିଲାର ସ୍ୱତନ୍ତ୍ର ଦେଖାରଖା କରିବା ପାଇଁ କଙ୍ଗାରୁ ମଦର କେୟାରର ସାହାରା ନିଆଯାଇପାରେ। ଏହା ପିଲାକୁ ଥଣ୍ଡାରୁ ରକ୍ଷା କରିବା ସହିତ ଅନ୍ୟ ରୋଗରୁ ମଧ୍ୟ ଦୂରେଇ ରଖିପାରିବ।

ଯେତେବେଳେ ନବଜାତ ଶିଶୁକୁ ଥଣ୍ଡା ଓ ଜ୍ୱର ହୋଇଥାଏ ଏହି ସମୟରେ କଙ୍ଗାରୁ ମଦର କେୟାର ଟ୍ରିଟମେଣ୍ଟ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ରିସର୍ଚ୍ଚ ଅନୁସାରେ ପୃଥିବୀରେ ପ୍ରତି ବର୍ଷ ଦୁଇ କୋଟି ପିଲା କମ ଓଜନ ହୋଇ ଜନ୍ମ ନେଉଛନ୍ତି, ଯେଉଁଥିପାଇଁ ଅଧାରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଯାଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ସହଜ ଓ କମ ଖର୍ଚ୍ଚରେ ଉପଲବ୍ଧ ହେଉଥିବା ଟେକନିକ୍ ହେଉଛି କଙ୍ଗାରୁ ମଦର କେୟାର। ସରକାରୀ ବ୍ୟବସ୍ଥାରେ ଶିଶୁ ସ୍ୱାସ୍ଥ୍ୟ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ସମସ୍ତ ସରକାରୀ ଡାକ୍ତରଖାନାରେ ମଧ୍ୟ ବିଶେଷ ଭାବେ ଏହି ପିଲାମାନଙ୍କ ପାଇଁ ସମସ୍ତ ପ୍ରକାର ମାଗଣା ପରୀକ୍ଷା ଅଭିଜ୍ଞ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଓ ବିନା ମୂଲ୍ୟରେ ଔଷଧ ପ୍ରଦାନ କରାଯାଉଛି। ଏହାର ସୁଯୋଗ ସମସ୍ତେ ନେବା ଜରୁରୀ। ଗୋଟିଏ କଥାରେ ସତର୍କତା ଜରୁରୀ ଯେ ଏ କ୍ଷେତ୍ରରେ ଦେଶୀୟ ଚିକିତ୍ସାକୁ ଆଦୌ ଗୁରୁତ୍ୱ ଦିଅନ୍ତୁ ନାହିଁ।

Dr. Jyotiranjan Champatiray is a highly dedicated and experienced Paediatrician, Consultant Physician, and Associate Professor at Sishu Bhawan, Bhubaneswar. With a profound commitment to child health and well-being, he has earned a reputation for providing compassionate and comprehensive medical care to children. His expertise spans various aspects of paediatrics, and he is actively involved in teaching and mentoring the next generation of healthcare professionals. Dr. Champatiray's dedication to advancing pediatric medicine and his compassionate approach make him a trusted figure in his field.

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.