ଅବୈଧ ଗର୍ଭପାତ

ସୁରକ୍ଷିତ ଗର୍ଭପାତ ପ୍ରତ୍ୟେକ ମହିଳାଙ୍କର ଏକ ମାନବିକ ଅଧିକାର। ହେଲେ ଅନେକ କ୍ଷେତ୍ରରେ ଲଜ୍ଜା, ଭୟ ଓ ଡାକ୍ତରଖାନା ସୁବିଧା ଓ ସଚେତନତା ଅଭାବରୁ କେତେକ ମହିଳା ଗର୍ଭପାତ ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ମେଡ଼ିସିନ ଖାଇବା ଓ କ୍ୱାକ୍ ମାନଙ୍କ ଦ୍ୱାରା ଗର୍ଭପାତ କରାଉଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Sep 1, 2020 - 10:50
ଅବୈଧ ଗର୍ଭପାତ
Remix - Suv Bharat Times

୧୯୭୧ରେ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି ଆକ୍ଟ ବଳରେ ଗର୍ଭପାତକୁ ବୈଧ କରାଗଲା। ଯାହାର ମୂଳଲକ୍ଷ୍ୟ ଥିଲା ଜନସଂଖ୍ୟା ନିୟନ୍ତ୍ରଣ। ସ୍ୱାସ୍ଥ୍ୟଗତ ଦିଗକୁ ଲକ୍ଷ୍ୟ କରି ସନ୍ତାନ ଜନ୍ମ ବେଳେ ମା’ର ଜୀବନ ପ୍ରତି ବିପଦ ଥିଲେ ଏମଟିପି ନିୟମ ସହାୟତାରେ ଗର୍ଭପାତ କରାଯାଉଥିଲା। ଯଦ୍ୱାରା ଅସୁରକ୍ଷିତ ଗର୍ଭପାତ ଜନିତ ମାତୃ ମୃତ୍ୟୁହାର ହ୍ରାସ ପାଇଥିଲା। ତା’ଛଡା ଧର୍ଷଣର ସାମ୍ନା କରିଥିବା ମହିଳା ଗର୍ଭଧାରଣ କଲେ ଆଇନ ବଳରେ ଗର୍ଭପାତ କରାଯାଇପାରୁଥିଲା। ପରବର୍ତ୍ତୀ ସମୟରେ ଗର୍ଭପାତ ମାତ୍ରା ବଢ଼ି ଚାଲିବା ଉଦବେଗ ସୃଷ୍ଟି କରିଛି।

ସୁରକ୍ଷିତ ଗର୍ଭପାତ ପ୍ରତ୍ୟେକ ମହିଳାଙ୍କର ଏକ ମାନବିକ ଅଧିକାର। ହେଲେ ଅନେକ କ୍ଷେତ୍ରରେ ଲଜ୍ଜା, ଭୟ ଓ ଡାକ୍ତରଖାନା ସୁବିଧା ଓ ସଚେତନତା ଅଭାବରୁ କେତେକ ମହିଳା ଗର୍ଭପାତ ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ମେଡ଼ିସିନ ଖାଇବା ଓ କ୍ୱାକ୍ ମାନଙ୍କ ଦ୍ୱାରା ଗର୍ଭପାତ କରାଉଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗର୍ଭପାତ ପାଇଁ ନିର୍ଦ୍ଧାରିତ ଆଇନ କାର୍ଯ୍ୟକାରୀ କରାଯାଉନାହିଁ। ଏଥିପାଇଁ ଅଧିକାଂଶ ମହିଳା ଅସୁରକ୍ଷିତ ଗର୍ଭପାତର ଶିକାର ହେଉଛନ୍ତି। ଭାରତରେ ଗର୍ଭପାତକୁ ଆଇନ ସମ୍ମତ କରିବା ପାଇଁ ୧୯୭୧ ମସିହାରେ ଡାକ୍ତରୀ ପଦ୍ଧତି ଦ୍ୱାରା ଗର୍ଭପାତ ଅଧିନିୟମ ଗୃହୀତ ହୋଇଥିଲା। ଯଦିଓ ଏହି ଆଇନ ଗର୍ଭପାତକୁ ସମ୍ପୂର୍ଣ୍ଣ ମୁକ୍ତ କରିନାହିଁ ତଥାପି ଯେକୌଣସି ମହିଳା ନିଜ ଇଛାରେ ୨୦ସପ୍ତାହ ମଧ୍ୟରେ ଗର୍ଭପାତ ପଞ୍ଜୀକୃତ ସ୍ୱାସ୍ଥ୍ୟସେବା ସଂସ୍ଥାରେ କରାଇପାରିବେ।

୧୯୭୧ ନିୟମାବଳୀର ନିୟମ-୫ରେ ଡାକ୍ତରୀ ପଦ୍ଧତି ଦ୍ୱାରା ଗର୍ଭପାତ ନିୟମ, ୧୯୭୧ ସ୍ୱାସ୍ଥ୍ୟସେବା ସଂସ୍ଥାମାନଙ୍କୁ ପଞ୍ଜୀକୃତ କରିବା ପାଇଁ ବ୍ୟବସ୍ଥା ରହିଛି। ଗର୍ଭପାତ ଆଇନକୁ ଅଧିକ କୋହଳ କରି ୨୦ସପ୍ତାହ ମଧ୍ୟରେ ଗର୍ଭପାତ କରିବା ପାଇଁ ବ୍ୟବସ୍ଥାକୁ ୨୪ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଏକ ବିଲ୍ ରାଜ୍ୟସଭାରେ ସ୍ଥଗିତ ରହିଛି। ବର୍ତ୍ତମାନ ପରିସ୍ଥିତିରେ ମହିଳାମାନେ ୨୦ସପ୍ତାହ ପରେ ଜଟିଳ ଗର୍ଭପାତ କରିବାକୁ ହେଲେ ଅଦାଲତର ଅନୁମତି ନେବାକୁ ପଡ଼ୁଛି।

କୁମାରୀ ମାତୃତ୍ୱ ହେଉ ବା ଗର୍ଭସ୍ଥ ସନ୍ତାନର ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୁଣ ହତ୍ୟା ଏପରିକି ଖୁବ୍ କମ୍ ବୟସରେ ଗର୍ଭବତୀ ହୋଇଥିବାରୁ କୁମାରୀ ମାତୃତ୍ୱ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ କେତେକ କ୍ଷେତ୍ରରେ ସ୍ୱାସ୍ଥ୍ୟଗତ କ୍ଷେତ୍ରର ଏହା ପ୍ରଭାବ ପକାଉଥିବାରୁ ପରବର୍ତ୍ତୀ ସମୟରେ ଏହି କୁମାରୀ ମାତୃତ୍ୱମାନେ ଚିର ଦିନ ପାଇଁ ମାଆ ହେବାର ସୌଭାଗ୍ୟ ହରାଇଥାନ୍ତି। ଏହି କୁମାରୀ ମାତୃତ୍ୱ ପାଇଁ ମୂଲ୍ୟବୋଧର ଅବକ୍ଷୟ ହେଉ ବା ବିଶୃଙ୍ଖଳା, ଭ୍ରଷ୍ଟାଚାର ହେଉ ବା ନୈତିକତାର ଅଧଃପତନ ପରି କାରଣ ସବୁ ଦାୟୀ। ସମାଜରେ ଲିଙ୍ଗ ଅନୁପାତର ଅସମାନତା ପାଇଁ ଅବୈଧ ଗର୍ଭପାତ ଦାୟୀ।

ୟୁରୋପରେ କନ୍ୟାଭ୍ରୁଣ ହତ୍ୟା କରୁଥିବା ଦମ୍ପତିଙ୍କ ସଂଖ୍ୟା ପ୍ରତି ହଜାରେ ନବେ ଥିଲାବେଳେ ଋଷରେ ୬୮ ଓ ଅଷ୍ଟ୍ରେଲିଆରେ ୨୨ କିନ୍ତୁ ଭାରତରେ ଏ ସଂଖ୍ୟା ଯଥେଷ୍ଟ ଅଧିକ। ପ୍ରତିବର୍ଷ ଭାରତରେ ୫୦ଲକ୍ଷରୁ ଉର୍ଦ୍ଧ୍ବ କନ୍ୟାଭ୍ରୁଣ ହତ୍ୟା ହେଉଛି। ୨୦୦୩ ମସିହାରୁ ଭାରତରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଓ ଏହାର  ବିଜ୍ଞାପନକୁ ବେଆଇନ ଘୋଷଣା କରିବା ସହ ଦଣ୍ଡବିଧାନ ବ୍ୟବସ୍ଥା ରହିଛି।

ଯେଉଁ ବିଶେଷଜ୍ଞ ଚିକିତ୍ସକମାନେ ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୁଣ ନଷ୍ଟରେ ସାହାଯ୍ୟ କରିଥାନ୍ତି ସେମାନଙ୍କୁ ଭାରତୀୟ ପିଙ୍ଗଳ କୋର୍ଡ଼ର ୩୧୨, ୩୧୩, ୩୧୬ ଓ ୩୧୮ ଧାରା ଅନୁଯାୟୀ ଦଣ୍ଡ ପ୍ରଦାନ କରାଯାଇଥାଏ। ଭ୍ରୁଣର ଲିଙ୍ଗ ନିରୂପଣ ପରୀକ୍ଷାକୁ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ରହିଥିବା ପ୍ରି-ନାଟାଲ ଡାୟଗ୍ନୋଷ୍ଟିକ ଟେକନିକ୍ ଆଇନ ଆଜି ପର୍ଯ୍ୟନ୍ତ ସଠିକ୍ ଭାବେ କାର୍ଯ୍ୟ କରିପାରୁନାହିଁ।

Dr. Subhashree Mishra, the writer, is an esteemed Associate Professor in the Department of Gynecology and Obstetrics at Sriram Chandra Bhanja Medical College, Cuttack. With her extensive expertise and dedication to women's health, she plays a vital role in advancing clinical practice, medical education, and research in her field. Her professional commitment contributes significantly to the betterment of reproductive healthcare and the training of future medical professionals.

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.