ଫିମେଲ୍ କଣ୍ଡୋମ: ନିରାପଦ ଏବଂ ନିୟନ୍ତ୍ରିତ ସୁରକ୍ଷା ସହିତ ମହିଳାମାନଙ୍କୁ ସଶକ୍ତ କରେ
ସମ୍ଭୋଗ ସମୟରେ ପୁରୁଷର ଧାତୁସ୍ଖଳନ ସୁଦ୍ଧା ତରବରରେ ମେଲ୍ କଣ୍ଡୋମ୍ ବାହାର କରିବା ଦରକାର ପଡ଼େ। ମାତ୍ର ଫିମେଲ୍ କଣ୍ଡୋମ୍ ବ୍ୟବହାର କଲେ ଏତେ ବ୍ୟସ୍ତ ହେବା ଦରକାର ନାହିଁ। ଦୁଇ/ଚାରି ଘଣ୍ଟା ପରେ ବି ବାହାର କଲେ ଚିନ୍ତା ନାହିଁ।
ବିଦେଶରେ ରହୁଥିବା ମୋ’ ସ୍କୁଲ ବେଳର ବାନ୍ଧବୀ ଅର୍ଚ୍ଚିତାକୁ ବହୁଦିନ ପରେ ଭୁବନେଶ୍ୱରରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଭେଟିଲି। ଅନେକ ବର୍ଷଧରି ଦୁଇ ବାନ୍ଧବୀ ଅଲଗା ହୋଇଯାଇଥିବାରୁ ଖୁସି ଗପସପ ଭିତରେ କିଏ କାହାର ବୃତ୍ତି ବିଷୟରେ ନା ଜାଣିଥିଲେ କିମ୍ବା ଥିଲା ଯୋଗାଯୋଗ। ମୁଁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗର ଡାକ୍ତରାଣୀ ଆଉ ସିଏ ଜଣେ ଆଇଟି କମ୍ପାନୀର କାର୍ଯ୍ୟନିର୍ବାହୀ ପଦବୀରେ କାର୍ଯ୍ୟରତ। ମୁଁ ମହିଳା ଡାକ୍ତରାଣୀ ବୋଲି ଜାଣିବା ପରେ ସେ କହିଲା, ‘ତୁ ଫିମେଲ୍ କଣ୍ଡୋମ୍ ବିଷୟରେ ଜାଣିଛୁ କି?
ଲଣ୍ଡନରେ ଫିମେଲ୍ କଣ୍ଡୋମର ବ୍ୟବହାର ଓ ଚାହିଦା ଅଧିକ। ଅର୍ଚ୍ଚିତାର କଥା ଶୁଣି ଟିକେ ହସିଲି ଆଉ ତାକୁ କହିଲି ମୁଁ ଯାହା କହୁଛି ତୁ ଟିକେ ଶୁଣୁ। ଏବେ ନୂଆ ପ୍ରକାର ଏକ ଜନ୍ମ ନିୟନ୍ତ୍ରଣ ସାମୟିକ ପନ୍ଥା ଚାଲୁ ହୋଇଛି। ତାହା ହେଲା ଫିମେଲ୍ କଣ୍ଡୋମ୍। ମହିଳାମାନେ ନିଜେ ଏହାର ବ୍ୟବହାର କରି ପାରିବେ। ଫଳରେ ଦୁଇଟି ଲାଭ ମିଳିବ। ପ୍ରଥମଟି ହେଲା ଗର୍ଭସଞ୍ଚାର ରୋକିବ ଏବଂ ଦ୍ୱିତୀୟରେ ଯୌନରୋଗ ସଂକ୍ରମଣକୁ ପ୍ରତିରୋଧ କରିବ। ଆପଣ ଯାହା ସହ ମିଶିବାକୁ ଚାହୁଁଛନ୍ତି, ସେ ଯଦି କଣ୍ଡୋମ୍ ବ୍ୟବହାର କରିବାକୁ ଆଗ୍ରହୀ ନୁହନ୍ତି କିମ୍ବା ଆପଣ ଯଦି ଗର୍ଭନିରୋଧକ ବଟିକା ଖାଇବାରେ ଅଥବା ଆଇ.ୟୁ.ଡ଼ି ପିନ୍ଧିବାରେ ଅସୁବିଧା ଥାଏ ତା’ହେଲେ ଏଇ ଫିମେଲ୍ କଣ୍ଡୋମ୍ ବ୍ୟବହାର କରିବା ଖୁବ୍ ଜରୁରୀ।
ତେବେ ଜାଣିବା ଜରୁରୀ ଯେ କ’ଣ ଏହି ଫିମେଲ୍ କଣ୍ଡୋମ୍। ଏହା ହେଉଛି ଏକ ବିଶେଷ ପ୍ରକାରର ପ୍ଲାଷ୍ଟିକ୍(ପଲିୟୁରିଥେନ୍) ଦ୍ୱାରା ତିଆରି ବର୍ଣ୍ଣହୀନ, ଗନ୍ଧହୀନ ଟ୍ୟୁବ୍। ଏହାର ଉପର ପାଖ ବନ୍ଦ ଓ ତଳ ପାଖ ଖୋଲା। ଏଇ କଣ୍ଡୋମର ଦୁଇପାଖରେ ଦୁଇଟି ରିଂ ରହିଛି। ଆକାରରେ ଏହା ପ୍ରାୟ ‘ମେଲ୍ କଣ୍ଡୋମ୍’ ଭଳି। ଏହାର ଲମ୍ବା ପ୍ରାୟ ୧୭୦ ସି.ଏମ୍ ଏବଂ ସବୁଠାରୁ ଚଉଡା ଅଂଶର ଆକାର ୭୮ ମି.ମି, ଯାହା ମେଲ୍ କଣ୍ଡୋମ୍ ଠାରୁ ଟିକେ ବେଶି।
ଏହି ପନ୍ଥା ପୁରୁଷର ଇଛା ବା ମର୍ଜି ଉପରେ ନିର୍ଭରଶୀଳ ନୁହେଁ ବରଂ ସୁଖାନୁଭୂତି ଅଧିକ ଦେଇପାରିବ। କଣ୍ଡୋମର ଉପର ରିଂ ହୁଏତ କିଛିଟା ଅସ୍ୱସ୍ତିକର ଲାଗିପାରେ କିନ୍ତୁ ତଳ ରିଂ ଖୁବ୍ ଶକ୍ତ ହେବା କାରଣରୁ ମିଳନ ଆରାମଦାୟକ ହୁଏ। ଏହା ମେଲ୍ କଣ୍ଡୋମ୍ ଠାରୁ ଅଧିକ ପତଳା ବୋଲି ରତିସୁଖ ବି ଅଧିକ ମିଳେ। ମିଳନ ସମୟରେ ନାରୀ-ପୁରୁଷର ଯେକୌଣସି ଭଙ୍ଗୀରେ ସେକ୍ସ୍ କରନ୍ତୁ ନା କାହିଁକି ଅଥବା ସଙ୍ଗମ ଯେତେ ବି ଉଦ୍ଦାମ ହେଉନା କାହିଁକି, କଣ୍ଡୋମ୍ ଫାଟିଯିବାର ସମ୍ଭାବନା ମେଲ୍ କଣ୍ଡୋମ୍ ତୁଳନାରେ ଯଥେଷ୍ଟ କମ୍।
ସବୁଠାରୁ ବଡକଥା ହେଲା ଏହାକୁ ବ୍ୟବହାର କଲେ ଡିସ୍ପାରୁଇନିଆ ପାଇଁ କଷ୍ଟ ହୁଏନି। ଅନେକ କ୍ଷେତ୍ରରେ କାହାରି ରଜଃନିବୃତ୍ତି ପାଞ୍ଚ/ଦଶ ବର୍ଷ ପୂର୍ବରୁ ଦେହରେ ସ୍ତ୍ରୀ ହର୍ମୋନର ମାତ୍ରା କମିଯାଏ, ଫଳରେ ଯୋନି ପଥ କେମିତି ଶୁଷ୍କ ଲାଗେ। କେବଳ ବୟସ ହେଲେ ନୁହେଁ, ଅନେକ ଯୁବତୀ ମହିଳାଙ୍କ ମାନସିକ ଚିନ୍ତା ଯୋଗୁଁ ମିଳନ ସମୟରେ ଯୋନି ପଥ ପିଚ୍ଛିଳ ହୁଏନା। ଯାହାଫଳରେ ସେମାନେ ସବୁବେଳେ ଏକପ୍ରକାର ମଲମ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି, ଏଇଥିପାଇଁ ଯେ ସହବାସ ସମୟରେ ସେମାନେ ଅଧିକ କଷ୍ଟ ପାଇଥାଆନ୍ତି। ବିଜ୍ଞାନ ଭାଷାରେ ଏହାକୁ କୁହାଯାଏ ‘ଡ଼ିସ୍ପାରୁଇନିଆ’। ମାତ୍ର ଏଇ ନୂଆ ଫିମେଲ୍ କଣ୍ଡୋମ୍ ବ୍ୟବହାରରେ ଏହି ଭୟ ନଥାଏ।
ସମ୍ଭୋଗ ସମୟରେ ପୁରୁଷର ଧାତୁସ୍ଖଳନ ସୁଦ୍ଧା ତରବରରେ ମେଲ୍ କଣ୍ଡୋମ୍ ବାହାର କରିବା ଦରକାର ପଡ଼େ। ମାତ୍ର ଫିମେଲ୍ କଣ୍ଡୋମ୍ ବ୍ୟବହାର କଲେ ଏତେ ବ୍ୟସ୍ତ ହେବା ଦରକାରନାହିଁ। ଦୁଇ/ଚାରି ଘଣ୍ଟା ପରେ ବି ବାହାର କଲେ ଚିନ୍ତା ନାହିଁ। ତେବେ ବିଛଣା ଛାଡ଼ି ଉଠିବା ଆଗରୁ ଅବଶ୍ୟ କଣ୍ଡୋମ୍ ବାହାର କରିଦେବା ଉଚିତ। ନହେଲେ ଶୁକ୍ରାଣୁ ଚହଲି ପଡ଼ି ଯାଇପାରେ ଆଉ ଶୁକ୍ରରେ ଯୌନରୋଗର ଜୀବାଣୁ ଥିଲେ ତାହା ମହିଳାର ଜନନେନ୍ଦ୍ରିୟରେ ଲାଗି ଯାଇପାରେ, ଫଳରେ ଯୌନରୋଗର ସମ୍ଭାବନା ସୃଷ୍ଟି ହୁଏ।
ଫିମେଲ୍ କଣ୍ଡୋମ୍’ ସରଭାଇକାଲ କ୍ୟାପ୍ ବା ଡାୟାଫ୍ରାମ୍ ଭଳି କେବଳ ଜଠର ମୁହଁ (ସରଭିକ୍ସ)କୁ ଢ଼ାଙ୍କି ରଖେ, ତାହା ନୁହେଁ। ଏହା ସରଭିକ୍ସ ଓ ସଂପୂର୍ଣ୍ଣ ଯୋନିପଥ ଏବଂ ସ୍ତ୍ରୀ ଜନାନାଙ୍ଗର ବାହାରର କିଛି ଅଂଶ ଘୋଡ଼େଇ ରଖେ। ଫଳରେ ଯୌନରୋଗ ପ୍ରତିରୋଧରେ ଏହା ଡାୟାଫ୍ରାମ୍ ବା ସରଭାଇକାଲ କ୍ୟାପ୍ ଠାରୁ ଅନେକ ବେଶୀ କାମ କରେ। ଏହାଛଡ଼ା ଗର୍ଭସଞ୍ଚାର ରୋକିବାରେ ଏହି କଣ୍ଡୋମ୍ ଏବେ ମୁଖ୍ୟ ଭୂମିକା ଗ୍ରହଣ କରେ।
ଯେଉଁ ମହିଳାଙ୍କର ପାର୍ଟନର ‘ମେଲ୍ କଣ୍ଡୋମ୍’ ବ୍ୟବହାର କରିବାକୁ ଅରାଜି କିନ୍ତୁ ପୁରୁଷଟି ଯୌନରୋଗରେ ଆକ୍ରାନ୍ତ ବୋଲି ମହିଳା ଜଣକ ସନ୍ଦେହ କରୁଛି, ସେ କ୍ଷେତ୍ରରେ ଏହା ଏକ ଆଦର୍ଶ ପନ୍ଥା। ଅନିୟମିତ ବା ନନରେଗୁଲାର ଯୌନସାଥୀ ପାଇଁ ମହିଳାର ମନରେ ଯଦି ସନ୍ଦେହ ଆସୁଛି, ସେ କ୍ଷେତ୍ରରେ ଏହା ଏକ ଆଦର୍ଶ ପନ୍ଥା। ଅନିୟମିତ ବା ନନରେଗୁଲାର ଯୌନସାଥୀ ପାଇଁ ଏହା ଖୁବ୍ ପ୍ରଯୁଜ୍ୟ।
ଋତୁସ୍ରାବ ଚାଲିଥିବା ବେଳେ ଯଦି ସହବାସ ପାଇଁ ଇଛା ହେଲା, ସେତେବେଳେ ‘ଫିମେଲ୍ କଣ୍ଡୋମ୍’ ବ୍ୟବହାର କରିବା ସବୁଠୁ ଭଲ। ଯେଉଁ ପୁରୁଷମାନଙ୍କର ଲେଟେକ୍ସ କଣ୍ଡୋମରେ ଆଲର୍ଜି ରହିଛି(ପ୍ରାୟ ୮% ପୁରୁଷ) ସେ କ୍ଷେତ୍ରରେ ବି ଏକ କଥା। ଭାରତର ଅନେକ ପ୍ରଜନନକ୍ଷମ ନାରୀମାନଙ୍କର ଜରାୟୁ ମୁହଁ ବା ସରଭିକ୍ସରେ ବଡ଼ ଘା’ଥାଏ। ସେହି ମହିଳାମାନେ ଗର୍ଭନିରୋଧକ ବଟିକା ଖାଇପାରନ୍ତି ନାହିଁ। ଠିକ୍ ସେମିତି ଭାରତର ଲକ୍ଷାଧିକ ମହିଳାଙ୍କର ଜରାୟୁରେ ସଂକ୍ରମଣ ଥିବାରୁ ସେମାନେ ଆଇ.ୟୁ.ଡ଼ି. ପିନ୍ଧି ପାରନ୍ତିନାହିଁ। ଏହି ମହିଳାମାନଙ୍କ ପାଇଁ ‘ଫିମେଲ୍ କଣ୍ଡୋମ୍’ ବରଦାନ ଭଳି ସାବ୍ୟସ୍ତ ହୋଇଛି।
ଫିମେଲ୍ କଣ୍ଡୋମ୍’ ପିନ୍ଧି ନେବା ପୂର୍ବରୁ କେହି ଯଦି ମିଳନରେ ମାତିଯାଏ (ଅର୍ଥାତ୍ ଲଭ ପ୍ଲେ ବା ଫୋର୍ ପ୍ଲେ କରିବା ସମୟରେ) ତା’ହେଲେ ଗର୍ଭସଞ୍ଚାର ହୋଇପାରେ। କାରଣ ଅନେକ ଭାବନ୍ତି ଯେ, ପୁରୁଷର ଅରଗାଜମ୍ ସମୟରେ ଯେଉଁ ଧାତୁ ନିସୃତ ହୁଏ, କେବଳ ସେଥିରେ ଶୁକ୍ରାଣୁ ଥାଏ। ଏହା ଏକଦମ୍ ଭୁଲ ଧାରଣା। ତେଣୁ ରତିମିଳନ କରିବେ ବୋଲି ମନସ୍ଥ କରିବା ପରେ ଶାରୀରିକ ସମ୍ପର୍କ ଆରମ୍ଭରୁ ‘ଫିମେଲ୍ କଣ୍ଡୋମ୍’ ପିନ୍ଧି ନେବାକୁ ପଡ଼ିବ। କିଛି ସମୟ ଅସୁରକ୍ଷିତ ଯୌନକ୍ରିୟା କରି ଶେଷଆଡ଼କୁ ‘ଫିମେଲ୍ କଣ୍ଡୋମ୍’ ପିନ୍ଧିଲେ ଗର୍ଭସଞ୍ଚାର ହେବାର ସମ୍ଭାବନା ରହିଛି।
Dr. Subhashree Mishra, the writer, is a distinguished medical professional serving as an Associate Professor in the Department of Obstetrics and Gynecology at Shri Ramchandra Bhanj Medical College, Cuttack. With extensive expertise in women's health, obstetrics, and gynecology, she has contributed significantly to clinical practice, research, and academic excellence. As a dedicated educator and writer, Dr. Mishra is committed to advancing knowledge in her field and providing quality healthcare to her patients.


