ବର୍ତ୍ତମାନ ତାଙ୍କ କଥା ଶୁଣ: ଈଶ୍ୱରୀୟ ଯୋଗାଯୋଗର ଶକ୍ତି ଉନ୍ମୋଚନ କର

ପରମାଣୁ ଯୁଦ୍ଧ, ଉଡୁଥିବା ବିମାନ ଭଳି ଆମ ପ୍ରାକ୍ ଜ୍ଞାନ କୌଶଳର ବଡ ରହସ୍ୟ କ’ଣ ପ୍ରାଚୀନ ଲେଖାରେ ଲୁଚି ରହିଛି! ଯଦି ଏହା ସତ୍ୟ, ତେବେ କ’ଣ ସେ ଆମକୁ ମାନବ ସଭ୍ୟତାର ତିଆରି ହୋଇଥିବା ନିୟତି ଆଡକୁ ନେଇ ଯିବାର ଚେତାବନୀ କି!

Jun 10, 2019 - 00:16
 0  131
ବର୍ତ୍ତମାନ ତାଙ୍କ କଥା ଶୁଣ: ଈଶ୍ୱରୀୟ ଯୋଗାଯୋଗର ଶକ୍ତି ଉନ୍ମୋଚନ କର
Power of Divine Communication

ପ୍ରାଚୀନ ଭାରତୀୟଙ୍କ ଦ୍ୱାରା ରଚିତ ବିଭିନ୍ନ ପାଣ୍ଡୁଲିପିରେ ଲୁଚି ରହିଛି ସେହି ଗୁପ୍ତ ଉପାୟ ଯାହାର ପ୍ରୟୋଗ ଦ୍ୱାରା ସର୍ବପ୍ରାଚୀନ ଇମାରତ୍ ଆଜି ଯାଏଁ ବି ଅକ୍ଷୁର୍ଣ୍ଣ ରହିଛି। ଏଥିରେ ଆକାଶରେ ନିର୍ମିତ ସହର ବିଷୟରେ ମଧ୍ୟ ବିସ୍ତୃତ ତଥ୍ୟ ରହିଛି। ପୂର୍ବ କାଳରେ ରଚିତ ‘ସୁଶ୍ରୁତସଂହିତା’ରେ ଶଲ୍ୟଚିକିତ୍ସାର ବର୍ଣ୍ଣନା କରାଯାଇଛି। ଆଜି ଆଧୁନିକ ମନୁଷ୍ୟ ମନରେ ପ୍ରଶ୍ନ ଆସୁଛି କି ତେବେ କ’ଣ ପ୍ରାଚୀନ ଭାରତ ଏହିସବୁ ଉପାୟଗୁଡିକ ଦେବୀଦେବତାଙ୍କ ଠୁଁ ଶିକ୍ଷାଲାଭ କରିଛି!

ପବିତ୍ର ଧର୍ମଗ୍ରନ୍ଥ ଶ୍ରୀମଦ୍ଭଦବଦଗୀତା ଅଧ୍ୟୟନ ପରେ ତାହାର ମାର୍ମିକ ଭାବାର୍ଥ ବିଶ୍ଳେଷଣ କରି ପଦାର୍ଥବିଜ୍ଞାନୀ କହୁଛନ୍ତି ଯେ, ଏଥିରେ ପରମାଣୁ ବୋମାର ଜ୍ଞାନ ରହିଛି। ଏସମ୍ପର୍କରେ ଆଟମିକ୍ ବୋମାର ଜନକ ଭାବେ ପରିଚିତ ଜେ.ରବର୍ଟ ଓପନହାଇମର୍ କହିଥିଲେ କି ଶ୍ରୀମଦ୍ଭଦବଦଗୀତା ଦ୍ୱାରା ସେ ପ୍ରଭାବିତ ହୋଇଥିଲେ। ଓପନହାଇମର୍ ଯେତେବେଲେ ଏକ ସଂସ୍କୃତ ଭାଷାରେ ଲିଖିତ ଗନ୍ଥରୁ ପରମାଣୁ ବୋମା ତିଆରି କରିବାର ପଦ୍ଧତି ଦେଖି ତାହାର ଭୟାବହତା ଅନୁଭବ କଲେ, ସେ ଜାଣିଗଲେ କି ସେ କେତେ ଖତରନାକ୍ କାର୍ଯ୍ୟ କରିବାକୁ ଯାଉଛନ୍ତି। ପରମାଣୁ ଯୁଦ୍ଧ, ଉଡୁଥିବା ବିମାନ ଭଳି ଆମ ପ୍ରାକ୍ ଜ୍ଞାନକୌଶଳର ବଡ ରହସ୍ୟ କ’ଣ ଆମକୁ ମାନବ ସଭ୍ୟତାର ତିଆରି ହୋଇଥିବା ନିୟତି ଆଡକୁ ନେଇଯିବାର ଚେତାବନୀ କି!

ଭାରତ, ଯାହାର ଜନସଂଖ୍ୟା ପ୍ରାୟ ୧୩୦ କୋଟି। ଏହା ବିଶ୍ୱର ଦ୍ୱିତୀୟ ଜନସଂଖ୍ୟା ବହୁଳ ଦେଶ। ଏକଥା ବି ସତ୍ୟ ଯେ, ଭାରତରେ ପ୍ରାଚୀନ ମାନବ ସଭ୍ୟତାର ଉତ୍ପତ୍ତି ଘଟିଥିଲା। କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟଙ୍କୁ ଆଧୁନିକତା ଗ୍ରାସ କରିଛି। ଏ କ୍ଷେତ୍ରରେ ବେଙ୍ଗାଲୁର ସହରକୁ ନମୂନା ଭାବେ ଗ୍ରହଣ କରାଯାଉ, ଯେଉଁଠି ହଜାର ହଜାର ସଂଖ୍ୟାରେ ଇନଫର୍ମେସନ ଟେକ୍ନୋଲୋଜି ପ୍ରଧାନ୍ୟ ବିସ୍ତାର କରିଛି ଏବଂ ଦୁନିଆର ସବୁଠାରୁ ହାଇଟେକ୍ ସହର ତାଲିକାରେ ବେଙ୍ଗାଲୁର୍ ସ୍ଥାନ ପାଇଛି। କିନ୍ତୁ ସହରର ଉନ୍ନତି ଦେଖି ଆଜି ତତ୍ତ୍ୱଦର୍ଶୀ ଅନୁଭବ କରୁଛନ୍ତି କି ଏଭଳି ପରିବର୍ତ୍ତନ ଦେଶରୁ ଉଭେଇ ଯାଇଥିବା ପ୍ରାଚୀନ ସମୃଦ୍ଧିକୁ ଧିରେ ଧିରେ ସମ୍ମୁଖକୁ ଆଣିଛି।

ଭାରତ ଜନସଂଖ୍ୟାର ୮୦ ପ୍ରତିଶତ ଅଧିବାସୀ ହିନ୍ଦୁ ଧର୍ମାବଲମ୍ବୀ। ହିନ୍ଦୁତ୍ୱ ପ୍ରତି ନିଷ୍ଠା ରଖିଥିବା ବ୍ୟକ୍ତିବିଶେଷ ବିଶ୍ୱାସ କରନ୍ତି ଯେ, ସେମାନଙ୍କ ଦେବାଦେବୀ କେବଳ ଏକ ପୌରାଣିକ ଜୀବ କିମ୍ବା ପୌରାଣିକ ତଥ୍ୟ ଓ ପୁରାଣରେ ଆବଦ୍ଧ ନଥିଲେ ବରଂ ଦେବୀଦେବତାମାନେ ଥିଲେ ଆଜିର ମନୁଷ୍ୟମାନଙ୍କ ଭଳି ଦିବ୍ୟଶକ୍ତି ସମ୍ପର୍ଣ୍ଣ ବିଶାଳ ବ୍ୟକ୍ତିତ୍ୱ। ସେମାନେ ଆବଶ୍ୟକ ସମୟରେ ଧରା ପୃଷ୍ଠରେ ପହଁଚି ଯାଉଥିଲେ। ଭାରତୀୟଙ୍କ ଜୀବନର ମୂଳ ଲକ୍ଷ୍ୟ ଧର୍ମ ଉପାସନା, ଏହି ଧର୍ମ ସହ ଦେଶବାସୀଙ୍କର ରକ୍ତଗତ ସମ୍ପର୍କ ରହିଛି।

ଏ ସମ୍ପର୍କରେ ଜୋଶେଫ୍ କ୍ୟାମ୍ପ୍ ବେଲ୍ ଆର୍କାଇଭର ଫାଉଣ୍ଡିଙ୍ଗ୍ କ୍ୟୁରେଟର୍ ଜନାଥନ୍ ୟଙ୍ଗ୍ କହିଛନ୍ତି କି, ଆଜି ମଧ୍ୟ ଅନେକ ବ୍ୟକ୍ତିବିଶେଷ ଈଶ୍ୱର ସମ୍ବନ୍ଧିତ କୌଣସି ଘଟଣାକୁ କେବଳ ଗପ ବୋଲି ବିଶ୍ୱାସ କରନ୍ତିନି, ବରଂ ଏସବୁ ତଥ୍ୟ ଭାରତର ପ୍ରାଚୀନ ସଂସ୍କୃତି ପରମ୍ପରାର ଅଙ୍ଗ ବୋଲି ବିଶ୍ୱାସ ରହିଛି। ଜନାଥନ୍ ୟଙ୍ଗଙ୍କ ମତରେ ପ୍ରାଚୀନ ଭାରତର ସେହି ଦିବ୍ୟ ଦେବତାମାନେ ମନୁଷ୍ୟଙ୍କ ନିକଟକୁ ଆସି ସେମାନଙ୍କୁ ଜ୍ଞାନ ବାଣ୍ଟୁଥିଲେ।

ଏନସିଏଣ୍ଟ୍ ଆଷ୍ଟ୍ରୋନଟ୍ ଥିଓରିଷ୍ଟ୍ ଓ ରିସର୍ଚ୍ଚର ପ୍ରବୀନ ମୋହନ କହିଛନ୍ତି କି, ହିନ୍ଦୁଙ୍କ ବିଶ୍ୱାସ ଆଧାରରେ ଭାରତୀୟ କୌଣସି ଦେବୀ ଦେବତାଙ୍କୁ କେବଳ ପ୍ରତିକୃତି କିମ୍ବା ପ୍ରାଚୀନ ଜୀବ ବୋଲି ମାନନ୍ତି ନାହିଁ। କିନ୍ତୁ ଦେବୀ ଦେବତାଙ୍କୁ ପ୍ରାଚୀନ ଭାରତର ଜୀବନଧାରୀ ଦିବ୍ୟ ମନୁଷ୍ୟ ରୂପେ ଗ୍ରହଣ କରିଛନ୍ତି। ଏହି କଥାକଥିତ ଦିବ୍ୟ ମନୁଷ୍ୟ ନିର୍ଦ୍ଧିଷ୍ଟ ସମୟରେ ଧରାରେ ଅବତରଣ କରି ମାନବ ଜାତି ସହ ସମ୍ପର୍କରେ ଆସିଛନ୍ତି। ହିନ୍ଦୁ ଧର୍ମର ଆଧାର ପ୍ରାଚୀନ ଗ୍ରନ୍ଥରେ ଖୁବ୍ ସୁନ୍ଦର ଭାବେ ସଂରକ୍ଷିତ ରହିଛି। ହିନ୍ଦୁ ପରମ୍ପରା ଅନୁସାରେ ଗ୍ରନ୍ଥଗୁଡିକର ଆଲ୍ଲେଖ୍ୟ ସେହି ଦେବୀ ଦେବତାଙ୍କୁ ସନ୍ତୁଷ୍ଟ କରିପାରିବା ପାଇଁ ପ୍ରେରଣା ଦେଇଥାଏ।

ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥାବଳୀ ମଧ୍ୟରେ ଆଦି ଗ୍ରନ୍ଥ ହେଉଛନ୍ତି ‘ବେଦ’। ଏହି ପ୍ରାଚୀନ ଗ୍ରନ୍ଥ ଭାରତର ଆତ୍ମା। ଅଧିକାଂଶ ଶ୍ରେଷ୍ଠ ଗ୍ରନ୍ଥ୍ଥ ‘ବେଦ’ ମଧ୍ୟରୁ ହିଁ ଉଦ୍ଧୃତ। ‘ବେଦ’, ପ୍ରାଚୀନ ସଂସ୍କୃତ ଭାଷାରେ ରଚିତ ବହୁମୂଲ୍ୟ ଗ୍ରନ୍ଥ। ‘ବେଦ’ ଅଧ୍ୟୟନରେ ମଗ୍ନ ବହୁ ବିଜ୍ଞ ବିଦ୍ୱାନ ମାନନ୍ତି ଯେ, ବାସ୍ତୁବିଦ୍ୟା, ଶିଳ୍ପ, ବିଜ୍ଞାନ ଓ ଉନ୍ନତ ଜ୍ଞାନକୌଶଳ, ଅସ୍ତ୍ରଶସ୍ତ୍ର ଓ ଚିକିତ୍ସା ପଦ୍ଧତି ସମ୍ପର୍କିତ ସାମଗ୍ରିକ ତଥ୍ୟ ‘ବେଦ’ରେ ଉଲ୍ଲିଖିତ ଏବଂ ଏସବୁ ତଥ୍ୟଜ୍ଞାନ ଖୁବ୍ ଯତ୍ନ ସହକାରେ ଭାରତରେ ସାଇତା ହୋଇରହିଛି।

କ୍ଳାରେମାଉଣ୍ଟ୍ ସ୍କୁଲ୍ ଅଫ୍ ଥିଓଲୋଜିର ପ୍ରଫେସର ଅଫ୍ ହିନ୍ଦୁ ଷ୍ଟଡିଜ୍, ଦୀପକ୍ ସିମଖଡ଼ କହିଛନ୍ତି କି, ‘ବେଦ’ର ବର୍ଣ୍ଣନା ବ୍ରହ୍ମାଣ୍ଡ ରଚନା ସମୟରେ ହିଁ କରାଯାଇ ଥିଲା। ଯାହା ଦୀର୍ଘ ହଜାର ହଜାର ବର୍ଷ ଧରି ସଂରକ୍ଷିତ ରହିଛି। ବିଶ୍ୱାସ ରହିଛି କି, ବେଦରେ ବର୍ଣ୍ଣିତ ଜ୍ଞାନ ଦେବୀ ଦେବତାଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତା। ବେଦ ସମ୍ପର୍କରେ ‘ଦ ସାଇନୋକ୍ରୋନିସିଟି କ୍ୱି’ର ଲେଖକ ଡେଭିଡ୍ ୱିଲକକ୍ କହିଛନ୍ତି କି ‘ବେଦ’ ଦେବୀ ବେବତାଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ। ଯାହା ସେହି ବୁଦ୍ଧିମାନଙ୍କର ଦେବତା, ଯିଏକି ଏଭଳି ନର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଚୀନ ଗ୍ରନ୍ଥ ମାନବ ସଭ୍ୟତାର ମଙ୍ଗଳ କରିବ। ଯଦି ବାସ୍ତବରେ ଭାରତର ପ୍ରାଚୀନ ଗ୍ରନ୍ଥ ‘ବେଦ’ ଦେବୀ ଦେବତାଙ୍କ ଦ୍ୱାରା ବର୍ଣ୍ଣିତ, ତେବେ ସେଥିରେ ଆଉ କଣ ସବୁ ସୂଚନା ରହିଛି!

ଛତିଶଗଡ ଶିରପୁର୍ ସୁରଙ୍ଗ ଟିଲା ମନ୍ଦିର ଇତିହାସ ସମ୍ପର୍କରେ ବର୍ଣ୍ଣନା ରହିଛି କି, ଏହା ସପ୍ତମ ଶତାବ୍ଦୀର ଏକ ପ୍ରାଚୀନ କିର୍ତ୍ତୀ। ପରବର୍ତ୍ତୀ କାଳରେ ଦେଖାଗଲା ଯେ, ୧୧ଶ ଶତାବ୍ଦୀରେ ଭୟଙ୍କର ଭୂକମ୍ପ ପ୍ରଭାବରେ ଏହି ମନ୍ଦିରର ଅର୍ଦ୍ଧାଧିକ ଅଂଶ ମାଟି ତଳେ ପୋତି ହୋଇଗଲା। ତା’ସହ ମନ୍ଦିରର କାରୁକାର୍ଯ୍ୟ ନଷ୍ଟ ହୋଇଗଲା। କିନ୍ତୁ, ଏହି ମନ୍ଦିରର ବହୁଳାଂଶ ଏବେବି ଅକ୍ଷୁଣ୍ଣ ରହିଛି। ଆର୍କିଓଲୋଜିଷ୍ଟ୍ ସ୍ୱୀକାର କରିଛନ୍ତି ଯେ, ଏହା ଧ୍ୱଂସ ମୁଖରୁ ବଞ୍ଚିବାର କାରଣ ହେଲା ଏହାର ନିର୍ମାଣରେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇଥିଲା। ଯାହାକୁ ଆୟୁର୍ବେଦିକ୍ ବା ବୈଦିକ ନିର୍ମାଣ ବିଧି କୁହାଯାଏ। ମନ୍ଦିର ନିର୍ମାଣରେ ଯେଉଁ ଧାତୁ ଏବଂ ସିଦ୍ଧାନ୍ତ ପ୍ରୟୋଗ କରାଯାଇ ଥିଲା, ତାହା ସେମାନଙ୍କୁ ପ୍ରାଚୀନ ବିଜ୍ଞାନରୁ ମିଳିଥିଲା ଏବଂ ଏହି ବିଜ୍ଞାନ ଶୈଳୀ ପ୍ରାଚୀନ ଗ୍ରନ୍ଥରୁ ସଂଗୃହିତ।

ମାର୍ଚ୍ଚ ୨୦୧୭, ରିସର୍ଚ୍ଚର ଓ ପ୍ରାଚୀନ ଅନ୍ତରୀକ୍ଷ ବିଚାରକ ଜର୍ଜିଓ ସ୍ୟୁକାଲୋସ୍ ଭାରତ ଆସି ଆର୍କିଓଲୋଜିଷ୍ଟ ଡଃ. ଅରୁଣ ଶର୍ମାଙ୍କୁ ସାକ୍ଷାତ କରିଥିଲେ। ଛତିଶଗଡ ଶିରପୁର୍ ସୁରଙ୍ଗ ଟିଲା ମନ୍ଦିରର ପୁନରୁଦ୍ଧାର ସମୟର ଅନୁଭୂତି ଜାଣିବାକୁ ସ୍ୟୁକାଲୋସ୍ ଆଗ୍ରହ ପ୍ରକାଶ କରିବାରେ ଡଃ. ଶର୍ମା କହିଲେ କି, ମନ୍ଦିର ନିର୍ମାଣ ବେଳେ ପଥର ସହ ପଥର ଯୋଡେଇ ସମୟରେ ଆୟୁବେର୍ଦିକ୍ ମସଲା ପେଷ୍ଟ୍ ବ୍ୟବହାର କରାଯାଇଥିଲା। ଏହି ମସଲା ପେଷ୍ଟ୍ ସିମେଣ୍ଟର ଦକ୍ଷତା ଠାରୁ ୨୦ ଗୁଣା ଅଧିକା।

ଆଧୁନିକ ଆର୍କିଟେକ୍ଟ୍ ଏହି ପଦ୍ଧତିକୁ ବିଶ୍ୱାସ କରୁନଥିବାବେଳେ ପ୍ରାଚୀନ ଗ୍ରନ୍ଥ ‘ମୟମ୍ତମ୍’ ଏଭଳି ନିର୍ମାଣ ପ୍ରକ୍ରିୟାର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛି। ‘ବେଦ’ରେ ତତ୍କାଳୀନ ଗୃହ ନିର୍ମାଣ ପଦ୍ଧତି, ମନ୍ଦିର ଏବଂ ବଡ ବଡ ଇମାରତ୍ ଗୁଡିକର ନିର୍ମାଣ ବେଳେ ଆୟୁର୍ବେଦ ଉପଯୋଗ ସଂକ୍ରାନ୍ତରେ ସବିଶେଷ ପ୍ରମାଣସିଦ୍ଧ ତଥ୍ୟ ବର୍ଣ୍ଣନା ହୋଇଛି। କୁହାଯାଉଛି କି, ଏହି ଗ୍ରନ୍ଥରେ ଲିଖିତ ତଥ୍ୟଜ୍ଞାନ ସମୁହକୁ ମାନବର ହିତ ସାଧନ ନିମନ୍ତେ ପହଁଚାଇଛନ୍ତି ଦେବ ନିର୍ମାତାଙ୍କ ପ୍ରାଚୀନ ରାଜା ମୟାସୁର। ତାଙ୍କ ତତ୍ୱାବଧାନରେ ପୃଥିବୀରେ ଅନେକ ଭବନର ନିର୍ମାଣ ହୋଇଥିଲା।

ବିଶ୍ୱାସ କରାଯାଏ, ଆକାଶ ବକ୍ଷରେ ମଧ୍ୟ ପ୍ରାଚୀନ ରାଜା ମୟାସୁର ତାଙ୍କର ଅମ୍ଳାନ କିର୍ତ୍ତୀ ଛାଡି ଯାଇଛନ୍ତି। ଜର୍ଜିଓ ସ୍ୟୁକାଲୋସ୍ ଏସମ୍ପର୍କରେ ଆର୍କିଓଲୋଜିଷ୍ଟ ଡଃ. ଅରୁଣ ଶର୍ମାଙ୍କ ଠାରୁ ଶୁଣିବାକୁ ପାଇଥିଲେ କି, ‘ପୃଥିବୀକୁ ଆସିଥିବା ଦେବଦୂତମାନେ ଏସବୁ ସୂଚନା ଦେଇଛନ୍ତି’। କେତେକ ପ୍ରାଚୀନ ହିନ୍ଦୁ ଗ୍ରନ୍ଥରୁ ପ୍ରମାଣିତ ହୋଇଛି କି ପୃଥିବୀ ପୃଷ୍ଠକୁ ଦେବୀ ଦେବତାମାନେ ଯାତାୟତ କରୁଥିଲେ। ବିଦେଶୀ ଆଷ୍ଟ୍ରୋନଟ୍ ଥିଓରିଷ୍ଟ୍ ଏହି ଦେବୀ ଦେବତାଙ୍କୁ ପରଗ୍ରହୀ ଆଖ୍ୟା ଦେଇଥିଲେ।

ପ୍ରାଚୀନ ଭାରତୀୟଙ୍କ ଦ୍ୱାରା ରଚିତ ବିଭିନ୍ନ ପାଣ୍ଡୁଲିପିରେ ଲୁଚି ରହିଛି ସେହି ଗୁପ୍ତ ଉପାୟ ଯାହାର ପ୍ରୟୋଗ ଦ୍ୱାରା ସର୍ବପ୍ରାଚୀନ ଇମାରତ୍ ଆଜି ଯାଏଁ ବି ଅକ୍ଷୁଣ୍ଣ ରହିଛି। ଏଥିରେ ଆକାଶରେ ନିର୍ମିତ ସହର ବିଷୟରେ ମଧ୍ୟ ବିସ୍ତୃତ ତଥ୍ୟ ରହିଛି। ପୂର୍ବ କାଳରେ ରଚିତ ‘ସୁଶ୍ରୁତ ସଂହିତା’ରେ ଶଲ୍ୟ ଚିକିତ୍ସାର ବର୍ଣ୍ଣନା କରାଯାଇଛି।

ଆଜି ଆଧୁନିକ ମନୁଷ୍ୟ ମନରେ ପ୍ରଶ୍ନ ଆସୁଛି କି, ତେବେ କ’ଣ ପ୍ରାଚୀନ ଭାରତ ଏହିସବୁ ଉପାୟଗୁଡିକ ଦେବୀ ଦେବତାଙ୍କ ଠୁଁ ଶିକ୍ଷାଲାଭ କରିଛି! ଜୁନ୍ ୨୦୧୧ରେ ଉତ୍ତର-ପଶ୍ଚିମ ଭାରତର ସିନ୍ଧୁ ଘାଟି ଅଞ୍ଚଳ ଅଥବା ପାକିସ୍ତାନରେ ଜୀବାଷ୍ମ ବୈଜ୍ଞାନିକମାନଙ୍କୁ ୪ ହଜାର ୩ଶହ ବର୍ଷ ପୂର୍ବର ଏକ ମାନବ ଖପୁରି ମିଳିଥିଲା। ଯେଉଁଥିରେ ଏକାଧିକ ଛିଦ୍ର ଥିଲା। ଏଥିରୁ ସ୍ପଷ୍ଟ ଉତ୍ତର ମିଳିଥିଲା କି, ୪ ହଜାର ୩ ଶହ ବର୍ଷ ପୂର୍ବେ ମଧ୍ୟ ଶୈଲ୍ୟ ଚିକିତ୍ସା ଚାଲିଥିଲା, ଯାହା ସଫଳତାର ସହ କରାଯାଇ ପାରୁଥିଲା। ଏପରିକି ସେହି ଛିଦ୍ରଗୁଡିକରେ ପୁନର୍ବାର ହାଡ ଭରୁଥିବା ନେଇ ସେମାନେ ପରୀକ୍ଷାରୁ ଜାଣିପାରିଥିଲେ।

ବେଦ ବିଦ୍ୱାନ୍ ମାନନ୍ତି କି, ପ୍ରାଚୀନ ଭାରତରେ ମସ୍ତିଷ୍କର ସଫଳ ଅସ୍ତ୍ରୋପଚାର ହୋଇ ପାରୁଥିଲା ଏବଂ ଏସବୁ ଅସ୍ତ୍ରୋପଚାରରେ ଉନ୍ନତମାନର ଚିକିତ୍ସା ଉପକରଣ ବ୍ୟବହାର କରାଯାଉ ଥିଲା। ତତ୍କାଳୀନ ଚିକିତ୍ସା ବିଜ୍ଞାନ ପଦ୍ଧତି ସଂସ୍କୃତ ଭାଷାରେ ବର୍ଣ୍ଣିତ। ଏସବୁ ପଦ୍ଧତି ଯେଉଁ ପୁସ୍ତକରେ ପ୍ରକାଶିତ ତାହାର ନାମ ‘ସୁଶ୍ରୁତ ସଂହିତା’। ଯାହାର ରଚନା କାଳ ଖ୍ରୀଷ୍ଟପୂର୍ବ ୮ଶହ ଶକାବ୍ଦ ବୋଲି ଜଣାପଡିଛି। ଏହି ପୁସ୍ତକରେ ୧୧ ହଜାର ରୋଗୀଙ୍କ ଶରୀରର ଲକ୍ଷଣ ଓ ଚିକିତ୍ସା ସଂକ୍ରାନ୍ତ ତଥ୍ୟ ସ୍ଥାନ ପାଇଛି। ‘ସୁଶ୍ରୁତ ସଂହିତା’ରେ ୭ ଶହ ବହୁମୂଲ୍ୟ ବୃକ୍ଷଲତାର ସାମଗ୍ରିକ ଔଷଧୀୟ ଗୁଣ ଏବଂ ୬୪ ଆୟୁର୍ବେଦିକ ଔଷଧ ଓ ପଶୁମାନଙ୍କ ଦେହାଂଶରୁ ତିଆରି ହୋଇଥିବା ୫୪ ପ୍ରକାର ଔଷଧ ସମ୍ପର୍କରେ ଉଲ୍ଲେଖ ଅଛି। ଏସବୁ ଚିକିତ୍ସା ପଦ୍ଧତି ଆଧାରିତ ‘ସୁଶ୍ରୁତ ସଂହିତା’କୁ ଆୟୁର୍ବେଦର ଆଧାର ବୋଲି କୁହାଯାଇଛି। ତତ୍କାଳୀନ ଦେବ ଚିକିତ୍ସକ ଶୈଲ୍ୟ ଚିକିତ୍ସାକୁ ୮ଟି ଭାଗରେ ବିଭକ୍ତ କରିଥିଲେ।

ଜାନୁଆରୀ ୨୦୧୫ରେ ମୁମ୍ବାଇ ୟୁନିର୍ଭସିଟି, କଲିନା ଠାରେ ଇଣ୍ଡିଆନ୍ ସାଇନ୍ସ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେତେକ ଉନ୍ନତ ଜ୍ଞାନ କୌଶଳରେ ପାରଙ୍ଗମ ଯନ୍ତ୍ରୀମାନଙ୍କୁ ଡକାଯାଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟ ବିଷୟ ବସ୍ତୁ ଥିଲା ‘ପ୍ରାଚୀନ ଭାରତ କେ ଉଡୟନ୍ ଟେକନିକ୍’। ଏହି ଆଲୋଚନାର ନିର୍ଯ୍ୟାସ ବାହାରିଲା କି ପ୍ରାଚୀନ ଗ୍ରନ୍ଥ ‘ବେଦ’ ମଧ୍ୟରେ ଯେଉଁ ଉଡାଣ ସମ୍ପର୍କିତ ତଥ୍ୟ ରହିଛି ତାହା ଆଧୁନିକ ଉଡାଣ ପ୍ରକ୍ରିୟା ତୁଳନାରେ ଖୁବ୍ ଉନ୍ନତ।

୧୮୯୫ ମସିହାରେ ରାଇଟ୍ ବ୍ରଦର୍ସ ଏରୋପ୍ଳେନ୍ ନିର୍ମାଣ କରିବାର ୮ ବର୍ଷ ପୂର୍ବରୁ ଭାରତର ଜଣେ ସଂସ୍କୃତ ବିଦ୍ୱାନ ସିଭକର୍ ତଲପଦେ ଏକ ବିମାନ ନିର୍ମାଣ କରିଥିଲେ। ଯାହା ସହଜରେ ଉଡାଣ ଭରିଥିଲା। ଏହି ନିର୍ମାତା ସଂସ୍କୃତ ଭାଷାରେ ଲିଖିତ ପୁସ୍ତକରୁ ବିମାନ ନିର୍ମାଣ ସଂକ୍ରାନ୍ତରେ ବର୍ଣ୍ଣନା ପଦ୍ଧତି ଅବଲମ୍ବନ କରି ‘ମାରୁତ ଶଖା’ ନାମକ ବିମାନ ନିର୍ମାଣ କରି ସଫଳତା ହାସଲ କରିଥିଲେ। ଦିନେ ‘ମାରୁତ ଶଖା’ ମୁମ୍ବାଇ ବିଚ୍ ଉପରେ ସ୍ଥଳଭାଗରୁ ଦେଢ ହଜାର ଫୁଟ ଉଚ୍ଚତାରେ ୩୦ ସେକେଣ୍ଡ୍ ପର୍ଯ୍ୟନ୍ତ ଉଡୁଥିବା ଦୃଶ୍ୟକୁ ସେଠାକାର ଦର୍ଶକ ଉପଭୋଗ କରିଥିଲେ। ଅଥଚ ଏହାର ୮ ବର୍ଷ ପରେ ରାଇଟ୍ ବ୍ରଦର୍ସ ଦ୍ୱାରା ନିର୍ମିତ ବିମାନ ସ୍ଥଳଭାଗରୁ ମାତ୍ର ୧୨୦ ଫୁଟ ଉଚ୍ଚରେ ୧୨ ସେକେଣ୍ଡ୍ ଯାଏଁ ଉଡାଣ ଭରିବାର କ୍ଷମତା ରଖିଥିଲା।

କାବ୍ୟା ବଡାଡି ନାମକ ଜଣେ ଏୟାରକ୍ରାଫ୍ଟ ଇଂଜିନିୟର୍ ଦିଲ୍ଲୀରେ ‘ମାରୁତ ଶଖା’ର ନକଲ କରିବାକୁ ପ୍ରୟାସ କରିଥିଲେ ଏବଂ ତଲପଦେଙ୍କ ଦ୍ୱାରା ଗ୍ରହଣୀୟ ଆଧାରରେ ସେ ଏକ ଡିଜିଟାଲ୍ ଥ୍ରୀ-ଡି ମଡେଲ୍ ତିଆରି କରିଥିଲେ। ସେହି ଥ୍ରୀ-ଡି ଫାଇଲକୁ ଆଉ ଜଣେ ଏରୋସ୍ପେସ୍ ଇଂଜିନିୟର୍ ଡ୍ରାଭସ୍ ଟେଲରଙ୍କ ନିକଟକୁ ପଠାଇଥିଲେ। ଡ୍ରାଭସ୍ ଏହି ଭାରତୀୟ ପଦ୍ଧତିରେ ନିର୍ମିତ ବିମାନର ଥ୍ରୀ-ଡି ପ୍ରିଣ୍ଟିଂ କରି ଏହାର ଏରୋଡାଇନାମିକ୍ କ୍ଷମତାକୁ ପରୀକ୍ଷା କରି ଜଣାଇଥିଲେ କି ରାଇଟ୍ ବ୍ରଦର୍ସଙ୍କ ବିମାନ ନିର୍ମାଣ ଶୈଳୀ ଠାରୁ ଏହା ଢେର ଉଚ୍ଚକୋଟିର ଥିଲା। ଏହା ପ୍ରମାଣିତ କରୁଛି ପ୍ରାଚୀନ ମାନବ ଅନ୍ତରୀକ୍ଷ ଯାନରେ ବସି ଅନ୍ୟ ଗ୍ରହ ପରିଭ୍ରମଣ କରୁଥିଲା। ପ୍ରାଚୀନ ଗ୍ରନ୍ଥ ବିଷ୍ଣୁ ପୁରାଣରେ ମଧ୍ୟ ଲେଖାଯାଇଛି କି, ଭଗବାନ ବିଷ୍ଣ ଦିନେ ଧ୍ରୁବ ନାମକ ଜଣେ ମନୁଷ୍ୟକୁ ଅନ୍ତରୀକ୍ଷରେ ବୁଲାଇବାର ଯୋଜନା କରୁଥିଲେ।

ପରମାଣୁ ଯୁଦ୍ଧ, ଉଡୁଥିବା ବିମାନ ଭଳି ଆମ ପ୍ରାକ୍ ଜ୍ଞାନ କୌଶଳର ବଡ ରହସ୍ୟ କ’ଣ ପ୍ରାଚୀନ ଲେଖାରେ ଲୁଚି ରହିଛି! ଯଦି ଏହା ସତ୍ୟ, ତେବେ କ’ଣ ସେ ଆମକୁ ମାନବ ସଭ୍ୟତାର ତିଆରି ହୋଇଥିବା ନିୟତି ଆଡକୁ ନେଇ ଯିବାର ଚେତାବନୀ କି! ଦକ୍ଷିଣ ଭାରତର ମହାବଳୀପୁରମ୍, ଯେଉଁଠି ପ୍ରବୀନ ମୋହନ ବିଦେଶୀ ଜିଜ୍ଞାସୁ ଜର୍ଜିଓ ସ୍ୟୁକାଲୋସଙ୍କୁ ଏକ ଲାଇବ୍ରେରୀରେ ଶ୍ରୀମଦ୍ଭଗବଦଗୀତା ଦେଖାଇବା ସମୟରେ କହିଥିଲେ କି ଐତିହାସିକମାନେ ମାନୁଛନ୍ତି ଯେ, ଅଢେଇ ହଜାର ବର୍ଷ ପୂର୍ବରୁ ଶ୍ରୀମଦ୍ଭଗବଦଗୀତାର ରଚନା ହୋଇଥିଲା।

ପୌରାଣିକ ତଥ୍ୟ ଭିତ୍ତିରେ ‘ଶ୍ରୀମଦ୍ଭଗବଦଗୀତା’ ରଚନା ପ୍ରାୟ ୧୦ ହଜାର ବର୍ଷ ପୂର୍ବରୁ ହୋଇଥିଲା। ଏହି ପବିତ୍ର ଧର୍ମଗ୍ରନ୍ଥରେ ପରମାଣୁ ବୋମାର ଜ୍ଞାନ ରହିଛି। ଏକଥା ସାଧାରଣ ଲୋକ ନୁହଁନ୍ତି, ବରଂ ଏଭଳି ବୟାନ ଦେଇଛନ୍ତି ଆଧୁନିକ ପଦାର୍ଥ ବିଜ୍ଞାନୀ। ସେମାନେ ଶ୍ରୀମଦ୍ଭଦବଦଗୀତା ଅଧ୍ୟୟନ ପରେ ତାହାର ମାର୍ମିକ ଭାବାର୍ଥ ବିଶ୍ଳେଷଣ କରି ଏଭଳି କହୁଥିବା ବିଶ୍ୱାସ କରାଯାଉଛି। ଏସମ୍ପର୍କରେ ପରମାଣୁ ବୋମାର ଜନକ ଭାବେ ପରିଚିତ ଜେ.ରବର୍ଟ ଓପନହାଇମର୍ କହିଥିଲେ, ଶ୍ରୀମଦ୍ଭଦବଦଗୀତା ଦ୍ୱାରା ସେ ପ୍ରଭାବିତ ହୋଇଥିଲେ।

ଓପନହାଇମର୍ ଯେତେବେଳେ ଏହି ସଂସ୍କୃତ ଗ୍ରନ୍ଥରୁ ପରମାଣୁ ବୋମା ତିଆରି କରିବାର ପଦ୍ଧତି ଦେଖି ତାହାର ଭୟାବହତା ଅନୁଭବ କଲେ ସେ ଜାଣିଗଲେ କି ସେ କେତେ ଖତରନାକ୍ କାର୍ଯ୍ୟ କରିବାକୁ ଯାଉଛନ୍ତି। ସଂସ୍କୃତ ଭାଷାରେ ରଚିତ ଶ୍ରୀମଦ୍ଭବଦଗୀତାର ଏକ ଶ୍ଳୋକର ଭାବାର୍ଥକୁ ନେଇ ଓପନହାଇମର୍ ଇଂରାଜୀରେ କହିଥିଲେ କି, ‘ଆଇ ଆମ୍ ବିକମ୍ ଡେଥ୍, ଦ ଡେଷ୍ଟ୍ରୟର୍ ଅଫ୍ ଦ ଓାର୍ଲଡ୍ସ’ ଅର୍ଥାତ୍ ‘ମେଁ ମୃତ୍ୟୁ ବନଛୁକା ହୁଁ, ଜଗତ୍ କା ସଂହାରକ’।

The writer, Aaditya Bikram Patnaik, is a ninth-grade student at Buxi Jagabandhu English Medium School-2, located in Satyavamapur, Bhubaneswar. In his article, he has diligently endeavored to present concise summaries of various data-driven studies in an accessible and straightforward manner.

What's Your Reaction?

like

dislike

love

funny

angry

sad

wow