ମହିଳାଙ୍କ ପାଇଁ ଯନ୍ତ୍ରଣାଦାୟକ ବର୍ଷାଋତୁ

ବର୍ଷାରେ ଭିଜିଥିବା ପୋଷାକ, ଅନ୍ତଃବସ୍ତ୍ର ଓ କେଶ ଶରୀର ପାଇଁ ବହୁତ ଖରାପ। ତେଣୁ ତୁରନ୍ତ ଶୁଖିଲା ପୋଷାକରେ ନିଜକୁ ପରିଷ୍କାର କରନ୍ତୁ। ପୋଷାକପତ୍ର ପରିଧାନରେ ସତର୍କ ରୁହନ୍ତୁ। ବର୍ଷାଦିନରେ ଭଲ ଭାବରେ ଶୁଖିନଥିବା ପୋଷାକ ପିନ୍ଧନ୍ତୁ ନାହିଁ।

Dec 16, 2021 - 08:29
ମହିଳାଙ୍କ ପାଇଁ ଯନ୍ତ୍ରଣାଦାୟକ ବର୍ଷାଋତୁ
The Arduous Rainy Season for Women

ମୁମ୍ବାଇର ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବା ପଡ଼ୋଶୀ ମହାଶ୍ୱେତା ମାଡ଼ାମ ହଠାତ୍ ଭେଟ ହୋଇଗଲେ। ମୁଁ ତରତର ହୋଇ ମେଡ଼ିକାଲ ବାହାରୁଥିବାରୁ ସେ କହିଲେ “ମାଡାମ୍, ବର୍ଷାଦିନେ ତ ବେଶୀ ମହିଳା ରୋଗୀ ଆସୁନଥିବେ। ଏ ସିଜିନରେ ମହିଳାମାନଙ୍କୁ ସେପରି କିଛି ତ ରୋଗ ହୋଇନଥାଏ।’ ମୁଁ ତାଙ୍କୁ କହିଲି, “ଏହା ଭୁଲ ଧାରଣା, ପ୍ରକୃତ ବର୍ଷା ଦିନରେ ହିଁ ମହିଳାମାନେ ଅନେକ ଶାରୀରିକ ସମସ୍ୟା ଓ ଜଟିଳ ରୋଗକୁ ସାମ୍ନା କରିଥାନ୍ତି। ମହିଳାଙ୍କ ପାଇଁ ବର୍ଷାଋତୁରେ ସେପରି କିଛି ନିର୍ଦ୍ଧିଷ୍ଟ ରୋଗ ନଥାଏ ବୋଲି କେତେଙ୍କ ଭିତରେ ଧାରଣା ରହିଛି। କିନ୍ତୁ ବର୍ଷାଦିନରେ ଜଳବାୟୁ ପରିବର୍ତ୍ତନ ତଥା ସନ୍ତସନ୍ତିଆ ପରିବେଶ ଓ ଆହାର ବିଶ୍ରାମର ତାରତମ୍ୟ କାରଣରୁ ମହିଳାମାନେ ବର୍ଷା ଦିନରେ ବିଭିନ୍ନ ରୋଗକୁ ସମ୍ମୁଖୀନ ହୋଇଥାନ୍ତି।

ଥଣ୍ଡା ପାଗ କିମ୍ବା ହଠାତ୍ ତାପମାତ୍ରାରେ ପରିବର୍ତ୍ତନ ହେଲେ ମହିଳାମାନଙ୍କୁ ଥଣ୍ଡାଜନିତ ଆଲର୍ଜିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଶ୍ୱାସରୋଗୀ ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ସାଧାରଣତଃ ଏହି ସମୟରେ ଛିଙ୍କ, ଥଣ୍ଡା, ନାକ ବନ୍ଦ୍, କାଶ, କଫ, ଜ୍ୱର, ତଣ୍ଟି ବସିଯିବା ଓ ଗଳାଜନିତ ସମସ୍ୟା ଦେଖାଯାଇଥାଏ। ସେପରି ତ କହିଲେ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ରୋଗ ସମସ୍ୟା ଦେଖାଦେଇପାର। କିନ୍ତୁ ଯେଉଁ ମହିଳାମାନଙ୍କର ଆଲର୍ଜି ଥାଏ ସେମାନେ ଶ୍ୱାସନଳୀ ଜନିତ ରୋଗରେ ବର୍ଷାଋତୁ ପ୍ରାରମ୍ଭରେ ହିଁ ପୀଡ଼ିତ ହୋଇଥାନ୍ତି। ମହିଳାମାନଙ୍କ ପାଇଁ ସ୍ୱଭାବିକ ଭାବରେ ବର୍ଷାଦିନଟି ଅତ୍ୟନ୍ତ ବ୍ୟସ୍ତତାର ଋତୁ କହିଲେ ଅତ୍ୟୁକ୍ତି ହେବନାହିଁ। ଘରସଂସାର ଦାୟିତ୍ୱର ବ୍ୟସ୍ତତା ଭିତରେ ସହଯେ ତ ବର୍ଷା ବିଭିନ୍ନ କାର୍ଯ୍ୟପାଇଁ ପ୍ରତିବନ୍ଧକ ହୋଇଥାଏ କିନ୍ତୁ ବର୍ଷାରେ ତିନ୍ତି ବି ରୋଗ ହୋଇଥାଏ। ଘର ଗୋଟାକର ଦାୟିତ୍ୱ ବୁଝି ନିଜ କଥା ବୁଝିଲା ବେଳକୁ ମହିଳା ଜଣଙ୍କ ରୁଗ୍ଣ ହୋଇସାରିଥାନ୍ତି।

ବର୍ଷାଦିନରେ ମହିଳାମାନେ ହଜମ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ହଜମ ଜନିତ ସମସ୍ୟାକୁ କୋଷ୍ଠକାଠିନ୍ୟ ପରି ଯନ୍ତ୍ରଣାଦାୟକ ରୋଗ ବି ପହଞ୍ଚିଥାଏ। ମହିଳାମାନେ ଏହି ଋତୁରେ ଖାଇବା ପୂର୍ବରୁ ହାତ ଓ ମୁହଁ ସଫା ନକଲେ ଖାଦ୍ୟନଳୀ ସଂକ୍ରମିତ ହୋଇ ପେଟ ଯନ୍ତ୍ରଣା ଭୋଗିଥାନ୍ତି। ସେହିପରି ବର୍ଷାରେ ଭିଜିଲେ ଶରୀର ଥଣ୍ଡା ହୋଇ ଜ୍ୱର ହେବାର ସମ୍ଭାବନା ଥାଏ। ପାଦ ଓ ହାତ ଦୂଷିତ ଜଳର ସଂସ୍ପର୍ଶରେ ଜୀବାଣୁ ଓ ଭୂତାଣୁଙ୍କ ଦ୍ୱାରା ସଂକ୍ରମିତ ହୋଇ ଦେହ ଖରାପ କରିଥାଏ। ବର୍ଷାଦିନେ ମଶା ବେଶୀ ହୁଅନ୍ତି ନାହିଁ। ଗାଁ ଗହଳିର ଏହି ଲୋକକଥାକୁ ସେପରି ବିଶ୍ୱାସ ନକରି ବରଂ ମଶାରୀ ଟାଙ୍ଗି ଶୁଅନ୍ତି। ବର୍ଷାଦିନେ ନିଜ ଘର ଓ ଘରର ଆଖପାଖ ପରିବେଶକୁ ସନ୍ତସନ୍ତିଆ ରଖନ୍ତୁ ନାହିଁ କିମ୍ବା ପାଣି ଜମି ରହିବା ପରି ନରଖି ତାର ନିଷ୍କାସନ କରନ୍ତୁ। ଏହି ଦୂଷିତ ସନ୍ତସନ୍ତିଆ ଜଳ ସମସ୍ତ ପ୍ରକାର ଭୂତାଣୁ ଓ ଜୀବାଣୁର ମୁଖ୍ୟ ସଂକ୍ରାମକ ସ୍ଥାନ ବର୍ଷାଦିନେ ମାଛିଙ୍କ ଉପଦ୍ରବ ଦେଖିବାକୁ ମିଳିଥାଏ।

ମହିଳାମାନେ ଖାଇବା ସମୟରେ ଗରମ ଖାଦ୍ୟ ଖାଇବା ସବୁଠାରୁ ଭଲ। ବର୍ଷାଦିନେ ଥଣ୍ଡାପାଣି କିମ୍ବା ଆଇସ୍କ୍ରିମ୍ ଖାଆନ୍ତୁ ନାହିଁ। ଏହି ଋତୁରେ ଏୟାରକଣ୍ଡିସନର ବ୍ୟବହାର ନକରିବା ସବୁଠାରୁ ଭଲ। ବର୍ଷା ଋତୁରେ ଯେତେ ଗାଧୋଇଲେ ବି ଦେହ ଖରାପ ହେବନାହିଁ। ଏମିତି ଲୋକ ଶୁଣାକଥା ବିଶ୍ୱାସ ନକରି ସର୍ବାଧିକ ୨ଥରରୁ ଅଧିକ ଗାଧାନ୍ତୁ ନାହିଁ। ସବୁବେଳେ ମନେରଖନ୍ତୁ ବର୍ଷାରେ ଭିଜିଥିବା ପୋଷାକ, ଅନ୍ତଃବସ୍ତ୍ର ଓ କେଶ ଶରୀର ପାଇଁ ବହୁତ ଖରାପ। ତେଣୁ ତୁରନ୍ତ ଶୁଖିଲା ପୋଷାକରେ ନିଜକୁ ପରିଷ୍କାର କରନ୍ତୁ। ପୋଷାକପତ୍ର ପରିଧାନରେ ସତର୍କ ରୁହନ୍ତୁ। ବର୍ଷାଦିନରେ ଭଲ ଭାବରେ ଶୁଖିନଥିବା ପୋଷାକ ପିନ୍ଧନ୍ତୁ ନାହିଁ। କାରଣ ଏଥିରେ ଥିବା ସାମାନ୍ୟ ଜଳୀୟ ବାଷ୍ପ ବି ଶରୀର ପାଇଁ ଖରାପ। ତେଣୁ ବର୍ଷାଦିନେ ନିଜ ସହ ପିଲାମାନଙ୍କ ପୋଷାକ ସଫାସୁତୁରା ରଖି ସେମାନଙ୍କୁ ପିନ୍ଧାନ୍ତୁ ଓ ନିଜେ ପିନ୍ଧନ୍ତୁ। ବର୍ଷା ଦିନେ ନିର୍ଦ୍ଧିଷ୍ଟ ମାତ୍ରାରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ।

ପାଣି ହେଉଛି ଶରୀରର ପରିଚାଳନା, ହଜମ ଓ ଶକ୍ତି ସହ ନିଷ୍କାସନର ମୁଖ୍ୟ କାରଣ। ବର୍ଷାଦିନରେ କେତେକ ମହିଳା ପେଟ ବ୍ୟଥା ବା ପେଟ ଫମ୍ପାଇବା ପରି ଅବସ୍ଥା ଅନୁଭବ କରନ୍ତି। ଯଦି ଗାଇନିଂ ସମ୍ବନ୍ଧୀୟ ସମସ୍ୟା ନଥାଏ ତେବେ ତୁରନ୍ତ ଭେଷଜ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ବର୍ଷାଦିନରେ ଯଥାସମ୍ଭବ ଫାଷ୍ଟଫୁଡ଼ ଖାଇବାରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାଙ୍କ ପାଇଁ ବର୍ଷାଦିନଟି ନିଶ୍ଚିତ ଭାବରେ ଅସୁବିଧା ଜନକ ହୋଇଥାଏ। ବର୍ଷାରେ ଭିଜି ଯିବା ଆସିବା ଓ ସନ୍ତସନ୍ତିଆ କୋହଲା ପାଗ ସ୍ୱାଭାବିକ ଦେହ ଖରାପ କରିପାରେ। ବର୍ଷାଦିନେ ସକାଳୁ ବର୍ଷା ନହେଉଥିଲେ କିଛି ବାଟ ଚାଲିବା ଅଭ୍ୟାସ ରଖନ୍ତୁ। ଏହି ଋତୁରେ ବିଭିନ୍ନ ଭିଟାମିନ୍ ତତ୍ତ୍ୱ ଥିବା ସବୁଜ ପନିପରିବା ଓ ଶାଗ ପ୍ରଚୁର ମାତ୍ରାରେ ଖାଆନ୍ତୁ। ପରିଷ୍କାର ପାଣି କିମ୍ବା ବିଶୋଧିତ ଜଳ ପିଇବା ସହ ଗରମ ଖାଦ୍ୟ ଖାଇବା ଅଭ୍ୟାସ ରଖନ୍ତୁ।

ଶ୍ରମଜିବୀ ମହିଳାଙ୍କ ପାଇଁ ଏହି ଋତୁଟି ସର୍ବାଧିକ କଷ୍ଟଦାୟକ ହୋଇଥାଏ। କାର୍ଯ୍ୟକ୍ଷେତ୍ରରେ ସେମାନେ ବର୍ଷାକୁ ସାମ୍ନା କରିଥାନ୍ତି। ସେହିପରି ବର୍ଷା ଋତୁ ସହ ସଂପୂର୍ଣ୍ଣ ରୂପେ ଜଡ଼ିତ ରହୁଥିବାରୁ ବିଭିନ୍ନ ଥଣ୍ଡାଜାତୀୟ ରୋଗ ସହ ଗୋଡ଼ର ନଖରେ ସମସ୍ୟା ବା ଯାହାକୁ ପାଣିନଖିଆ କୁହାଯାଏ, ଏସବୁ ଜନିତ ଯନ୍ତ୍ରଣାର ସମ୍ମୁଖୀନ ହୋଇଥାନ୍ତି। ଡାଇବେଟିସ୍ ଓ ରୁମାଟାଲୋଜି ସମସ୍ୟା ଥିବା ମହିଳାଙ୍କ ପାଇଁ ଏହି ଋତୁଟି ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ଏହି ଋତୁରେ ଖାଦ୍ୟ ଓ ବିଶ୍ରାମ ସହ ଶରୀର ସଂଚାଳନର ଅନିୟମିତତା ପାଇଁ କଷ୍ଟ ଅନୁଭବ କରିଥାନ୍ତି। ତେବେ ଯାହାହେଉନା କାହିଁକି ବର୍ଷା ଦିନରେ କିଛି ନିର୍ଦ୍ଧିଷ୍ଟ ରୋଗକୁ ଭାବନ୍ତୁ ନାହିଁ। ସହଜେ ତ ଅସ୍ୱାଭାବିକ ବର୍ଷା ହେଉଛି ଏଣେ ବର୍ଷାକୁ ନେଇ ରୋଗ କଥା ନଭାବି ସକରାତ୍ମକ ଚିନ୍ତା ମନ ଭିତରକୁ ଆଣନ୍ତୁ ବରଂ ବର୍ଷା ଋତୁଟି ଆପଣଙ୍କ ପାଇଁ ସବୁଠାରୁ ଭଲ ଋତୁ ହେବ।

Dr. Subhasri Mishra, the writer, is a highly qualified Gynecologist and Obstetrician dedicated to providing comprehensive women's healthcare. She holds an MBBS degree and offers expert services in gynecology and obstetrics at Shree Niloy, located on Purighat Road near Upper Telenga Bazar in Cuttack. With her expertise, compassionate approach, and commitment to patient well-being, Dr. Mishra ensures personalized care for women at every stage of life, from reproductive health to prenatal and postnatal support.

            

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.