ସଲାମ୍ ଷ୍ଟୁଡେଣ୍ଟସ
୧୨ ବର୍ଷର ବିଜେପି ସରକାର ଇସ୍ତଫା ଦାବିକୁ ଫୁତ୍କାର ମାରୁଥିଲା, ଯେଉଁ ସରକାରରେ କେବେ କୌଣସି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡୁନଥିଲା ସେହି ମୋଦୀ ସରକାର ଦେଶର ଜେନ୍-Z ଆନ୍ଦୋଳନ ଡ଼ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ତୁରନ୍ତ ଇସ୍ତଫା ଦେବାକୁ ଚାପ ପକାଇଛି, ଆନ୍ଦୋଳନ ବନ୍ଦ କରିବାକୁ ଆଣ୍ଠେଇବାକୁ ବାଧ୍ୟ ହୋଇଛି ।
୨୫ ଜୁଲାଇ, ୨୦୨୬ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା ଭାରତର ଯୁବ ନେତୃତ୍ୱାଧୀନ କକ୍ରୋଚ୍ ଜନତା ପାର୍ଟି (ସିଜେପି), ଦେଶର ଯୁବଶକ୍ତି, ଲୋକତନ୍ତ୍ର ଏବଂ ଦେଶର ଶିକ୍ଷିତମାନଙ୍କର ବିଜୟ । ନିଟ୍-ଯୁଜି ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ବ୍ୟବସ୍ଥିତ ବିଫଳତା ଏବଂ ପେପର ଲିକ୍ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କରିଥିଲେ ସିଜେପି ସହ ଜଡ଼ିତ ଯୁବଶକ୍ତି । ପ୍ରସିଦ୍ଧ ଜଳବାୟୁ କର୍ମୀ ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ୍ ଦିଲ୍ଲୀ ଯନ୍ତର ମନ୍ତରଠାରେ ଆମରଣ ଅନଶନରେ ବସିଥିଲେ । ଦେଶରେ ଛାତ୍ର ଆନ୍ଦୋଳନର ଉଗ୍ରତାରେ ଭୟଭୀତ କେନ୍ଦ୍ର ବିଜେପି ସରକାର ଜୁଲାଇ ୧୮ରେ ସୋନମ ୱାଙ୍ଗଚୁକଙ୍କୁ ଯନ୍ତର ମନ୍ତରରେ ତାଙ୍କ ଅନଶନର ୨୧ତମ ଦିନରେ ପୋଲିସ ମାଧ୍ୟମରେ ବଳପୂର୍ବକ ହଟାଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରେ ପ୍ରତିବାଦର ତୀବ୍ରତା ଅସମ୍ଭାଳ ହେଲା ।
ଜୁଲାଇ ୨୦ରେ "ସଂସଦ ଚଲୋ" ମାର୍ଚ୍ଚ ପରିପ୍ରେକ୍ଷିରେ ସିଜେପି ମୌସୁମୀ ଅଧିବେଶନର ଉଦଘାଟନୀ ଦିନରେ ସଂସଦ ଅଭିମୁଖେ ଏକ ବିଶାଳ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲା ଯେଉଁଥିରେ ହଜାର ହଜାର ପ୍ରଦର୍ଶନକାରୀ ସାମିଲ ହୋଇଥିଲେ । କର୍ତ୍ତୃପକ୍ଷମାନେ ବିଏନଏସଏସ ର ଧାରା ୧୬୩ ଲାଗୁ କରିଥିଲେ, ଇଣ୍ଟରନେଟ୍ ପ୍ରବେଶକୁ ଅବରୋଧ କରିଥିଲେ ଏବଂ କେନ୍ଦ୍ରୀୟ ମେଟ୍ରୋ ହବ୍ ବନ୍ଦ କରିଥିଲେ । ପୋଲିସ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାଳନା କରିଥିଲା, ବିଜେପି ସରକାରର ସରକାରୀ ପୋଲିସ ଓ ନକଲି ପୋଲିସ କଣ୍ଟା ଲାଗିଥିବା ଲାଠିରେ ଶହ ଶହ ଛାତ୍ରଛାତ୍ରୀଙ୍କୁ ପିଟି କ୍ଷତାକ୍ତ କରିଥିଲେ, ଏକ୍ସପାୟାର୍ଡ ଟିୟର ଗ୍ୟାସ ପ୍ରୟୋଗ କରିଥିଲା ଯାହାର ରିଆକ୍ସନର ପ୍ରଭାବ ସାଇନାଇଡ୍ ଭଳି ପ୍ରତିକ୍ରିୟା ସୃଷ୍ଟି କରିବା ଫଳରେ ଅନେକ ଟିୟର ଗ୍ୟାସ ଲକ୍ଷସ୍ଥଳରେ ପଡିବା କ୍ଷଣି ବ୍ଲାଷ୍ଟ ହୋଇଥିଲା । ଦିଲ୍ଲୀ ପୋଲିସ ଯନ୍ତର ମନ୍ତର ଆନ୍ଦୋଳନ ସ୍ଥଳରେ କୋମଳମତି ଛାତ୍ରୀମାନଙ୍କ ଦେହରୁ ଟି-ସାର୍ଟ ଛିଣ୍ଡେଇ ଅକଥନୀୟ ଅତ୍ୟାଚାର କରିଥିଲା, ପୋଲିସର ବର୍ବରତା ସୀମା ଲଂଘିଥିଲା ଯାହା ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ହିଂସାତ୍ମକ ସଂଘର୍ଷରେ ପରିଣତ କରିଥିଲା ।
ଏହି ଆନ୍ଦୋଳନ ଏକ ଅନଲାଇନ୍ ବ୍ୟଙ୍ଗାତ୍ମକ ଅଭିଯାନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ସରକାର ବିରୁଦ୍ଧରେ ସବୁଠାରୁ ବଡ଼ ସାର୍ବଜନୀନ ଚ୍ୟାଲେଞ୍ଜ ମଧ୍ୟରୁ ଗୋଟିଏରେ ପରିଣତ ହୋଇଛି ଯାହା ଯୁବଗୋଷ୍ଠୀ ସାମ୍ନାରେ ଦେଶର ୫୬’’ ଛାତିୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଣ୍ଡ ନୂଆଁଇ ଦେଇଛି । ଯେଉଁ ୧୨ ବର୍ଷର ବିଜେପି ସରକାର ଇସ୍ତଫା ଦାବିକୁ ଫୁତ୍କାର ମାରୁଥିଲା, ଯେଉଁ ସରକାରରେ କେବେ କୌଣସି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡୁନଥିଲା ସେହି ମୋଦୀ ସରକାର ଦେଶର ଜେନ୍-Z ଆନ୍ଦୋଳନ ଡ଼ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ତୁରନ୍ତ ଇସ୍ତଫା ଦେବାକୁ ଚାପ ପକାଇଛି, ଆନ୍ଦୋଳନ ବନ୍ଦ କରିବାକୁ ଆଣ୍ଠେଇବାକୁ ବାଧ୍ୟ ହୋଇଛି ।
ସିଜେପି ଏବଂ ସିଜେପିକୁ ବିପୁଳ ମାତ୍ରାରେ ସମର୍ଥନ ଜଣାଇଥିବା ଯୁବଗୋଷ୍ଠୀଙ୍କର ଏହି ବିଜୟ ପଛରେ ଦେଶର କୋଟି କୋଟି ଜନତାଙ୍କ ଆଶୀର୍ବାଦ ରହିଛି, ଦେଶର ସଭ୍ୟ ଶିକ୍ଷାନୁରାଗୀ ବ୍ୟକ୍ତିବିଶେଷ ଯନ୍ତର ମନ୍ତର ଆନ୍ଦୋଳନକୁ ହୃଦୟରୁ ସମର୍ଥନ ଦେଇଛନ୍ତି, ଦେଶର ପ୍ରମୁଖ ନେତୃମଣ୍ଡଳୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଯୁବଗୋଷ୍ଠୀଙ୍କର ଆସ୍ଥା ଓ ବିଶ୍ବାସକୁ ଶକ୍ତି ଯୁଟାଇଛନ୍ତି, ଦେଶ ଓ ବିଦେଶର ସଂଖ୍ୟାଧିକ ସହଯୋଗୀ ଆନ୍ଦୋଳନକାରୀଙ୍କ ନିମନ୍ତେ ବିପୁଳମାତ୍ରାରେ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, ବିଭିନ୍ନ ପ୍ରକାରର ଫାଷ୍ଟଫୁଡ଼, ଡ୍ରେସ୍, ଜୋତା, ଔଷଧ ଏବଂ ନିତିଦିନ ଆବଶ୍ୟକତାର ପ୍ରତ୍ୟେକଟି ଦ୍ରବ୍ୟ ଆନ୍ଦୋଳନସ୍ଥଳକୁ ପଠାଇଛନ୍ତି ଯେଉଁଥିପାଇଁ ଦିଲ୍ଲୀର ସ୍ଵୀଗୀ, ଜୋମାଟୋ ଭଳି ବିଭିନ୍ନ ଅନଲାଇନ୍ କାରବାରରେ ଜଡ଼ିତ ସଂସ୍ଥାଗୁଡିକ ଦିନ ତମାମ୍ ପାର୍ସଲ ପହଞ୍ଚାଇବାରେ ବ୍ୟସ୍ତ ରହିଛନ୍ତି ।
ଅନେକ ସେନା ଅଧିକାରୀ ଅନଶନସ୍ଥଳରେ ଉପସ୍ଥିତ ରହି ଯୁବଗୋଷ୍ଠୀଙ୍କୁ ସାହସ ଦେଇଛନ୍ତି, ପେଷାଦାର ଡାକ୍ତରମାନେ ନିଜ ନିଜ କ୍ଲିନିକ ଛାଡି ଆନ୍ଦୋଳନକାରୀଙ୍କ ସେବା କରିଛନ୍ତି, ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ମାନ୍ୟଗଣ୍ୟ ଆଇନଜୀବୀଗଣ ପୋଲିସ ଦ୍ୱାରା ଅତ୍ୟାଚାରିତ ପୀଡ଼ିତ ଆନ୍ଦୋଳନକାରୀଙ୍କ ପାଇଁ ମାଗଣାରେ କେଶ୍ ଲଢିବା ପାଇଁ ପହଞ୍ଚି ସାରିଛନ୍ତି ।
ଏହି ଆନ୍ଦୋଳନ ଦେଶର ଗଦ୍ଦାର୍, ଘୁସଖୋର୍, ନିକମା ଓ ମୂର୍ଖ ନେତାମାନଙ୍କ ପାଇଁ ଏକ ଚାଲେଞ୍ଜ ଭାବେ ଉପନୀତ ହୋଇଛି, ଦେଶର କ୍ଷମତାସୀନ ସରକାରକୁ ହଟାଇ ଦେବା ଜାହିର କରିଛି ଯାହାର ଉତ୍ପତ୍ତି "କକ୍ରୋଚ୍" ଆକ୍ଷେପରୁ, ଏହି ନାମଟି ମେ ୨୦୨୬ ରେ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ଦିଆଯାଇଥିବା ଏକ ବିବାଦୀୟ ମନ୍ତବ୍ୟରୁ ଆସିଛି । ସେ ସକ୍ରିୟତା ଏବଂ ସାମ୍ବାଦିକତା ଆଡକୁ ପ୍ରବାହିତ ହେଉଥିବା ବେକାର ଯୁବକଯୁବତୀଙ୍କୁ "କକ୍ରୋଚ୍" ଏବଂ "ପରଜୀବୀ" ସହିତ ତୁଳନା କରିଥିଲେ । ୩୦ ବର୍ଷୀୟ ସ୍ନାତକ ଡିଗ୍ରୀଧାରୀ ଅଭିଜିତ ଦୀପକେ ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ବୟାନକୁ ଦୃଢ ଭାବରେ ବିରୋଧ କରି ଦେଶର "କକ୍ରୋଚ୍"ମାନଙ୍କୁ ଜାଗ୍ରତ କରିଥିଲେ । ଅଭିଜିତ ଦୀପକେଙ୍କ ଆହ୍ଵାନରେ ଗଠିତ ଏକ ଗୋଷ୍ଠୀ ଦେଶର ଯୁବଶକ୍ତି ପ୍ରତି ଅପମାନକୁ ସ୍ଥିରତାର ପ୍ରତୀକ ଭାବରେ ଗ୍ରହଣ କରିବା ପରେ "କକ୍ରୋଚ୍ ଜନତା ପାର୍ଟି" ଜନ୍ମ ନେଇଥିଲା ଯାହା ଶାସକ ଆକାଉଣ୍ଟେବିଲିଟି (ଉତ୍ତରଦାୟିତ୍ଵ)କୁ ଟାର୍ଗେଟ କରିବା ପାଇଁ ଛିଡା ହୋଇଛି ।


