ପୃଥିବୀର ରହସ୍ୟମୟ ସ୍ମାରକ “ଷ୍ଟୋନହେଞ୍ଜ”
ବିଶାଳକାୟ ପ୍ରସ୍ତର ସ୍ତମ୍ଭ, ଯାହାଦ୍ୱାରା ନିର୍ମାଣ ହୋଇଥିଲା ସ୍ୱର୍ଗକୁ ଯିବା ରାସ୍ତା। ଏହି ସ୍ଥାନରେ ମନୁଷ୍ୟ ଈଶ୍ୱରଙ୍କ ସହ ମିଶିବା ଭଳି ଅନୁଭବ କରୁଥିଲା। ମନୁଷ୍ୟକୁ ଏହି ସ୍ଥାନଟି ଅଦ୍ଭୂତ ଲାଗୁଥିଲା। ବିଚିତ୍ର କଳାକୃତି, ଯେଉଁଗୁଡ଼ିକୁ ମାଟିର ଗଭୀର ଗର୍ତ୍ତ ଗୁଡ଼ିକରେ ପୋତା ଯାଇଥିଲା। ପ୍ରସ୍ତର ସ୍ମାରକର ଶୀର୍ଷ ଭାଗରେ ପ୍ରାଚୀନ ମନୁଷ୍ୟ ମୁଖାକୃତି ଲମ୍ବା ପତଳା ନାକ, ପତଳା ଓଠ ଓ ଆଖି ସାଦୃଶ୍ୟ ଖୋଦେଇ ଆଦି ଦେଖିବାକୁ ମିଳୁଥିଲା। ଏହା ଏପରି ଦୃଶ୍ୟମାନ ହେଉଥିଲା ଯେପରିକି ଗୋଟିଏ ଗୋଟିଏ ରୋବର୍ଟ।
ପୃଥିବୀ ସହ ଯୋଡ଼ି ହୋଇଥିବା କେତେକ ସ୍ପିୟର୍ସ, ଯେଉଁଥିରୁ ଉତ୍ପନ୍ନ ହେଉଥିଲା ଏଭଳି ଉର୍ଜା, ଯାହା ଯାଉଥିଲା ଅନ୍ୟ କୌଣସି ଏକ ଦୁନିଆକୁ। ହୋଇପାରେ ଏହି ପଥରକୁ ଯୋଡ଼ି ଆମେ ଏକ ଏମିତି ବ୍ରିଜ୍ ନିର୍ମାଣ କରିବା ଯାହା ଆମକୁ ନେଇଯିବ ଅଲଗା ପରିମେୟ ପରିସର ବା କୌଣସି ଡାଇମେନସନ’କୁ। ଏହି ପ୍ରାଚୀନ ପ୍ରସ୍ତର ବା ମୋନୋଲିଥ୍ସ କ’ଣ ପ୍ରାଚୀନ ମନୁଷ୍ୟର ପରିଶ୍ରମର ଫଳ ଅଥବା କୌଣସି ଜବରଦସ୍ତ ଶକ୍ତିର ଉର୍ଜାପିଣ୍ଡ! ସେହି ଯୁଗରେ ଏହି ପ୍ରକାର ଜ୍ଞାନକୌଶଳ ପ୍ରୟୋଗକାରୀ ଆଉ କେହି ନୁହଁନ୍ତି, ବରଂ ଏଲିଏନ୍ ଥିଲେ।
ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ବିଶ୍ୱାସ କରନ୍ତି ଆମ ଗ୍ରହକୁ ଏଲିଏନ୍ ଆସୁଥିଲେ। କ’ଣ ହେବ ଯଦି ଏହା ସତ୍ୟ ହୋଇଥିବ! କ'ଣ ଏହି ଏଲିଏନ୍ ଆମ ଇତିହାସକୁ ଉନ୍ନତିର ଉର୍ଜା ଦେଇଥିଲେ! ଯଦି ଏଭଳି ହୋଇଥିଲା! ତେବେ କ’ଣ ସେମାନେ କିଛି ପ୍ରମାଣ ଛାଡ଼ିଯାଇଛନ୍ତି, ଯାହା ଆଜିର ଯୁଗରେ ଏଭଳି ରହସ୍ୟମୟ ପ୍ରସ୍ତର ଆକାରରେ ଛିଡ଼ା ହୋଇଛି! ସେମାନେ କିଏ ଥିଲେ? କାହିଁକି ଆସିଥିଲେ, କ’ଣ ପ୍ରମାଣ ରଖିଛନ୍ତି ? କେଉଁ ଆଡ଼େ ଚାଲିଗଲେ, ସେମାନେ କ’ଣ ଆଉ ଫେରିବେ?
ୱାସିଂଟନ୍ ମନୁମେଣ୍ଟସ୍, ଉନବିଂଶ ଶତାବ୍ଦୀରେ ଆମେରିକାରେ ପ୍ରଥମ ରାଷ୍ଟ୍ରପତିଙ୍କ ସ୍ମୃତିରେ ଏହା ନିର୍ମାଣ କରାଯାଇଥିଲା। ଏହି ୫୫୫ ଫୁଟ ଉଚ୍ଚତା ବିଶିଷ୍ଟ ଟାୱ।ର ଆମେରିକା ରାଜଧାନୀରେ ନିର୍ମାଣ ହୋଇଥିଲା। ଏହାର ଶୀର୍ଷ ଭାଗ ନିର୍ମାଣ ଶୈଳୀ ଥିଲା ସ୍ୱତନ୍ତ୍ର, ଠିକ୍ ପିରାମିଡ୍ ଭଳି। ଏଇଟି ଦୁନିଆର ସର୍ବୋଚ୍ଚ ଷ୍ଟୋନ୍ ଓବେଲିସ୍କ୍ ଭାବେ ପରିଗଣିତ। ସେତେବେଳେ ରେକ୍ଟାଙ୍ଗୁଲାର୍ ପିଲାର ନିମନ୍ତେ ଓବେଲିସ୍କ୍ ଶବ୍ଦ ବ୍ୟବହାର କରାଯାଏ। ଯାହା ସୁଉଚ୍ଚ ତୀକ୍ଷ୍ନ ପ୍ରସ୍ତର ସ୍ତମ୍ଭ। ଯେମିତିକି ପ୍ରାଚୀନ ଇଜିପ୍ଟ ଓ ରୋମରେ ଥିଲା। ସେଥିରେ ଏମିତି କିଛି ଲେଖା ଥିଲା ଯାହା ଯୁଦ୍ଧର କୀର୍ତ୍ତି ଏବଂ ସ୍ୱତନ୍ତ୍ର ଘଟଣା ବହନ କରୁଥିଲା। ଏ ସକ୍ରାଂନ୍ତରେ ‘ଟେକ୍ନୋଲୋଜି ଅଫ୍ ଗଡସ୍’ର ଲେଖକ ଡାଭିଡ୍ ଚିଲ୍ଡ୍ରେସ୍ କହିଛନ୍ତି, ୟୁନାଇଟେଡ୍ ଷ୍ଟେଟସରେ ଏଭଳି କିଛି କରାଯାଇଥିଲା।
ୱାସିଂଟନ୍ ମନୁମେଣ୍ଟସ୍ ୟୁନାଇଟେଡ୍ ଷ୍ଟେଟସର ଏକ ପ୍ରାଚୀନ ପ୍ରତିକ। ୱାସିଂଟନ୍ ମନୁମେଣ୍ଟସ୍ ହୁଏତ ପଥରର ବ୍ଲକ୍ ମାଧ୍ୟମରେ ନିର୍ମିତ, ହେଲେ ଏହା ଇଜିପ୍ଟିସିଆନ୍ ଏକ ଓବେଲିସ୍କ୍ ଭଳି ଦୃଶ୍ୟମାନ ହୁଏ। କିନ୍ତୁ ଏହି ଓବେଲିସ୍କ୍ ଏକ ଭିନ୍ନ ପଥରରେ ନିର୍ମିତ। ଜମି ଉପରେ ସିଧା ଛିଡ଼ା ହୋଇଥିବା ପଥରକୁ ମନୋଲିଥ୍ କୁହନ୍ତି। ଏଭଳି ଲକ୍ଷ ଲକ୍ଷ ପଥରରେ ପ୍ରଚୀନ ସଭ୍ୟତାରେ ଅନେକ ସୁଉଚ୍ଚ ପ୍ରସ୍ତର ସ୍ତମ୍ଭ ଥିଲା, ଯେଉଁଥିରୁ କେତେକ ତୁର୍କି, ପେରୁ ଏବଂ ଇଥୋପିୟାରେ ମହଜୁଦ୍ ଅଛି। ହେଲେ ପ୍ରାଚୀନ ମନୁଷ୍ୟ ମନରେ ଏଭଳି ବିଶାଳକାୟ ସ୍ମାରକ ନିର୍ମାଣର ଅନୁଭବ କାହିଁକି ଆସିଲ! କ'ଣ ଏହି ପଥରେ କିଛି ସ୍ୱତନ୍ତ୍ର ଊର୍ଜା ଥିଲା, ଯେଉଁଥିପାଇଁ ଏଗୁଡ଼ିକୁ ଏକତ୍ର କରି ସୁଦୀର୍ଘ ସ୍ମାରକ ନିର୍ମାଣର ଯୋଜନା କରାଯାଇଥିଲା! ଏହାର ଜବାବ ହୁଏତ ଲଣ୍ଡନରୁ ଦେଢ ଶହ କି. ମି ଦୂର କୋଷ୍ଟାରିକା ଜଙ୍ଗଲର କଣ୍ଟ୍ରିସାଇଡରେ ମିଲିଯାଇପାରେ।
ଷ୍ଟୋନହେଞ୍ଜ, ଇଂଲଣ୍ଡ। ଏଠାରେ ଦେଖିବାକୁ ମିଳିବ ଦୁନିଆର ସବୁଠାରୁ ପ୍ରାଚୀନ କଠିନ ପ୍ରଥରରେ ନିର୍ମିତ ସ୍ମାରକ। ଦକ୍ଷିଣ ଆମେରିକାର କୋଷ୍ଟାରିକା କଣ୍ଟ୍ରିସାଇଡରେ ପ୍ରାୟ ୪ ହଜାର ବର୍ଷ ପୂର୍ବରୁ ଏହାର ନିର୍ମାଣ କରାଯାଇଥିଲା। ଶହେରୁ ଉର୍ଦ୍ଧ ପଥର ବ୍ଲକରେ ନିର୍ମିତ ଏହି ମୋନୋଲିଥ୍ ସବୁଠାରୁ ବଡ଼ ସ୍ମାରକ। ଏ ସଂକ୍ରାନ୍ତରେ ‘ଦ ଲଷ୍ଟ୍ ସିଭିଲାଇଜେସନ୍ ଏନିଗ୍ମା’ର ଲେଖକ ଫିଲିପ୍ କୋପେନ୍ସ କହିଛନ୍ତି, ‘କିଛି ହଜାର ବର୍ଷ ପୂର୍ବେ ଅଥବା ମାଗାଲିଥିକ୍ ସମୟରେ ଏମିତି ଥିଲା କି, ଯେଉଁ ସଭ୍ୟତାର ଲୋକ ବଡ଼ ବଡ଼ ସ୍ମାରକ ନିର୍ମାଣ ଆରମ୍ଭ କରିଦେଇ ଥିଲେ।
ପ୍ରାଚୀନ ସଭ୍ୟତା ଯାହାକୁ ଆମେ ମାଗାଲିଥିକ୍ ସଭ୍ୟତା ବି କହୁଛେ, ଏହା ପଛରେ କିଛି ବି ତ ରହସ୍ୟ ଥିବ! ଏ ସମ୍ପର୍କରେ ‘ହାଉ ଟୁ ରିଡ୍ ପ୍ରି-ହିଷ୍ଟୋରିକ୍ ମନୁମେଣ୍ଟସ’ର ଲେଖକ ଆଲାନ୍ ବଟଲର୍ କହିଛନ୍ତି ଯେ, ‘ପ୍ରଶ୍ନ ଉଠୁଛି କି ବାସ୍ତବରେ ଏମିତି କ’ଣ ଘଟିଲା ଯେ ପୁରା ୟୁରୋପ୍ ଓ ଏସିଆର ଅଧିକାଂଶ ଲୋକ ବଡ଼ ବଡ଼ ପଥରକୁ ଏକାଠି କରିବା ଆରମ୍ଭ କଲେ ଏବଂ ସେସବୁଗୁଡ଼ିକୁ ଏକ ଖୋଲା ପଡ଼ିଆକୁ ଘୋଷାରି ଆଣିଥିଲେ! ପୁଣି ସେହି ପଥରଖଣ୍ଡ ଗୁଡିକୁ ଏକ ବିଚିତ୍ର ଢଙ୍ଗରେ ସଜାଇ ରଖିଥିଲେ!
ଷ୍ଟୋନହେଞ୍ଜ୍, ଦୁନିଆର ସବୁଠାରୁ କୌତୁହଳ ମେଗାଲିଥିକ୍ ଷ୍ଟ୍ରକଚର୍। ଏହାର ଅବସ୍ଥିତି ସମ୍ପର୍କରେ ଆମେରିକାନ୍ ୟୁନିଭରସିଟି, ବୋସନିଆର ଆନ୍ଥ୍ରୋପଲୋଜି ବିଭାଗର ଫ୍ରଫେସର ସାମ୍ ଅସ୍ମାନିଗ କହିଛନ୍ତି କି, ‘ବର୍ତ୍ତମାନ ଏହି ସ୍ମାରକର ୨୫ ପ୍ରତିଶତ ମହଜୁଦ୍ ଅଛି, ଅନ୍ୟାନ୍ୟ ୭୫ ପ୍ରତିଶତ ଧ୍ୱଂସ ପାଇଯାଇଛି। ଆରମ୍ଭରୁ ଏହା ୬୦ଟି ବଡ଼ ବ୍ଲକରେ ନିର୍ମାଣ ହୋଇଥିଲା। ନିର୍ମାଣକାରୀ ଏଗୁଡ଼ିକୁ ସଜାଇ ଏକ ପରଫେକ୍ଟ ସର୍କଲ ନିର୍ମାଣ କରିଥିଲେ। ତେବେ ପ୍ରଶ୍ନ ଉଠୁଛି ସେମାନେ କିଏ, ଯେଉଁମାନେ ଏତେ ବଡ଼ କଠିନ କାମ କରିଥିଲେ ଏବଂ ଏହାର ନିର୍ମାଣ ପଛରେ କ’ଣ କାରଣ ଥିଲା।’ ହୁଏତ ଏହାର ଅନୁସନ୍ଧାନକାରୀ ଦଳ ଏହି ପ୍ରାଚୀନ ସ୍ମାରକ ନିର୍ମାଣର ଉପଯୁକ୍ତ ସମୟ ନିର୍ଣ୍ଣୟ କରିପାରି ନାହାଁନ୍ତି। ସଭିଏଁ ସ୍ୱୀକାର କରନ୍ତି ଯେ, ଷ୍ଟୋନହେଞ୍ଜ’ର ନିର୍ମାଣ କିଛି ହଜାର ବର୍ଷ ପରେ ପୃଥକ ପୃଥକ ସମୟରେ କରାଯାଇଛି।
ଷ୍ଟୋନହେଞ୍ଜ’ ନିର୍ମାଣକୁ ନେଇ ଚାଲିଥିବା ବିତର୍କରେ ଭାଗ ନେଇ ‘ଆର୍ଥ ଗ୍ରୀଡସ୍’ର ଲେଖକ ହଗ୍ ନ୍ୟୁମାନ୍ କହିଛନ୍ତି ଯେ, ପ୍ରାଥମିକ ପର୍ଯାୟରେ ୩ଟି ବଡ଼ ବଡ଼ ପ୍ରସ୍ତର ସ୍ତମ୍ଭକୁ ନେଇ ଷ୍ଟୋନ୍ ହେଞ୍ଜ ପ୍ରସ୍ତୁତ କରାଯାଇଥିଲା। ଏହା ପ୍ରାୟ ୧୦ ହଜାର ବର୍ଷର ପୁରାତନ ସ୍ମାରକ ବୋଲି ବିଶ୍ୱାସ କରାଯାଏ। ଷ୍ଟୋନହେଞ୍ଜ’ର ପରବର୍ତ୍ତୀ କାମ ଖ୍ରୀଷ୍ଟପୂର୍ବ ୩୨୦୦ କିମ୍ବା ୩୪୦୦ ସୁଦ୍ଧା କରାଯାଇଥିଲା। ଯେତେବେଳେ ଏକ ସର୍କଲର ପ୍ରସ୍ତୁତି ପାଇଁ ଜମିର ଚାରିପାଖରେ ଚିହ୍ନ ଦିଆଯାଇଥିଲା, ସେତେବେଳେ ସେଠାରେ ଅଳ୍ପ କିଛି ପଥର ଥିଲା।
ଏହାର କିଛି ବର୍ଷ ପରେ ଏଠାକୁ କିଛି ବ୍ଲୁ ଷ୍ଟୋନ୍ ଆଣାଯାଇଥିଲା। ସେହି ପଥରଗୁଡ଼ିକ ମଧ୍ୟରୁ କେତୋଟିର ଓଜନ ୫୦ ଟନ୍ ଥିଲା।’ ହଜାର ହଜାର ଟନ୍ ଓଜନର ପଥରକୁ ମାଟିରୁ କାଟି ଶହ ଶହ କିଲୋମିଟର ଟାଣି ଅଣା ଯାଇଥିଲା। କ’ଣ ପ୍ରାଚୀନ ସଭ୍ୟତାର ଲୋକ ଏତେ ବିଶାଳକାୟ ପଥରକୁ ଆଣି ଷ୍ଟୋନହେଞ୍ଜ ନିର୍ମାଣର ପରିକଳ୍ପନା କରିଥିଲେ! ମନରେ ପ୍ରଶ୍ନ ଆସୁଛି କି ପ୍ରାଚୀନ ସଭ୍ୟତାର ଲୋକମାନେ ଆମେରିକା ଓଏଲ୍ସ ନିକଟରୁ ଷ୍ଟୋନହେଞ୍ଜ ଯାଏଁ ବିଶାଳକାୟ ପଥରଗୁଡିକୁ କିପରି ପହଞ୍ଚାଇଲେ? ସେମାନେ ନଦୀ, ପାହାଡ, ଜଙ୍ଗଲ ପାର କରାଇ ପଥରଗୁଡିକୁ ଷ୍ଟୋନହେଞ୍ଜ ଠାରେ କିପରି ପହଞ୍ଚାଇଲେ! ଏହି ରହସ୍ୟର ଜବାବ ‘ଲିଜେଣ୍ଡ ଅଫ୍ ଆର୍ଥର’ରେ ମିଳିଥିଲା।
ଲିଜେଣ୍ଡରୁ ମିଳିଥିବା ତଥ୍ୟ ମୁତାବକ, ଷ୍ଟୋନହେଞ୍ଜ ପଥରକୁ ମରଲିନ୍ ଆୟାରଲ୍ୟାଣ୍ଡରୁ ଆଣି ଆସିଥିଲେ। ମରଲିନ୍ ଥିଲେ କିଙ୍ଗ୍ ଆର୍ଥରର ଜଣେ ମ୍ୟାଜିକ୍ସିଆନ୍। ଯେଉଁଥିରେ ଉଲ୍ଲେଖଅଛି କି, ‘ମରଲିନ୍ ଏହି ସବୁ ପଥରକୁ ପବନରେ ଉଡ଼ାଇ ଠେଲି ଠେଲି ନିଜ ହାତରେ ଆଣିଥିଲେ। ଏଥିପାଇଁ ସେ ଓଏଲ୍ସରୁ ଷ୍ଟୋନହେଞ୍ଜ ପର୍ଯ୍ୟନ୍ତ ଲମ୍ବା ରାସ୍ତା ଚୟନ କରିଥିଲେ।
ଏହି ବିଶାଳ ଶକ୍ତିଶାଳୀ ମରଲିନଙ୍କ ସଂକ୍ରାନ୍ତରେ ‘ଦ ସୋର୍ସ ଅଫ୍ ମିରାକଲ୍ସ’ର ଲେଖକ କ୍ୟାଥେଲିନ୍ ମ୍ୟାକଗାଉନ୍ କହିଛନ୍ତି ଯେ, ‘ବିଂଶ ଶତାବ୍ଦୀର ଗ୍ରେଟ୍ ଫ୍ରେଞ୍ଚ ଫିଲୋସଫର ଏବଂ ହିଷ୍ଟୋରିଆନ ଜନ୍ ମାର୍କେଲଙ୍କ ମତରେ ମରଲିନ୍ ଏବଂ ତାଙ୍କର ମ୍ୟାଜିକ୍ ସଂକ୍ରାନ୍ତରେ ୪୦ରୁ ଉର୍ଦ୍ଧ ପୁସ୍ତକ ଲେଖିଛନ୍ତି। ମାର୍କେଲ୍ ଦୃଢତାର ସହ କହିଛନ୍ତି କି ବାସ୍ତବରେ ମରଲିନଙ୍କ ଅସ୍ତିତ୍ୱ ଥିଲା। ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ମରଲିନ୍ ଥିଲେ ବିଶାଳ ଶକ୍ତିଶାଳୀ ଏବଂ ଅଲଗା ଦୁନିଆର ପ୍ରାଣୀ। ଯିଏ ପୃଥିବୀର ଲୋକଙ୍କୁ ଆହୁରି ମଜବୁତ୍ ଓ ଶକ୍ତିଶାଳୀ କରିବା ସହ ଜୀବନକୁ ଆହୁରି ସୁଖମୟ କରିବାର ଶିକ୍ଷା ଦେବାକୁ ଆସିଥିଲେ।’ ତେବେ ଆମେ କଣ ମରଲିନ୍ ସମ୍ପର୍କିତ କାହାଣୀରୁ ପ୍ରାଚୀନ ଇତିହାସରେ ମନୁଷ୍ୟ ଏବଂ ଏଲିଏନ୍ସ ମଧ୍ୟରେ ସମ୍ପର୍କର ଏକ ପ୍ରାମାଣିକ ତଥ୍ୟ ବୋଲି ମାନି ପାରିବା!
ନୀଳ ରଙ୍ଗର ବିଶାଳକାୟ ପ୍ରସ୍ତର ସ୍ତମ୍ଭ, ଯେଉଁଥିରେ ଷ୍ଟୋନହେଞ୍ଜ ର ଭିତର ଓ ବାହାରର ସର୍କଲ ନିର୍ମିତ, ଏଥିରେ କ୍ୱାର୍ଟଜ୍ ପ୍ରୋସେସ୍ ପ୍ରୟୋଗ କରାଯାଇଥିଲା। ଏହି ପଥରର ବିଶେଷତ୍ୱ ଥିଲା କି ଏହା ମନୁଷ୍ୟ ଶରୀରରେ ତା’ର ପ୍ରତିକ୍ରିୟା ଦେଖାଉଥିଲା। ଏଥିରେ ଏକ ଅଦ୍ଭୂତ ଶକ୍ତି ଥିଲା, ଏହା ଏଭଳି ଭାଇବ୍ରେସନ୍ ହେଉଥିଲା କି ଯାହାକୁ ଧରିଲେ ମନୁଷ୍ୟ ଉପରେ ତା’ର ଦିବ୍ୟ ପ୍ରଭାବ ପଡ଼ୁଥିଲା। ଏନେଇ ‘ଟେକ୍ନୋଲୋଜି ଅଫ୍ ଗଡ୍ସ’ର ଲେଖକ ଡାଭିଡ୍ ଚିଲ୍ଡ୍ରେସ୍ କହିଛନ୍ତି ଯେ, ‘ଷ୍ଟୋନହେଞ୍ଜ ଏକ ପ୍ରକାର ହିଲିଂ ପାୱ।ର ବା ଆରୋଗ୍ୟ ଲାଭକାରୀ ଶକ୍ତି ଥିଲା। ଏଠାକୁ ପ୍ରାଚୀନ ଲୋକଙ୍କର ଯାତାୟତ ଲାଗିରହିଥିଲା ଏବଂ ସେମାନେ ରୋଗରୁ ମୁକ୍ତି ପାଉଥିଲେ।'
କେତେକ ବିଶ୍ଲେଷକ ଷ୍ଟୋନହେଞ୍ଜ’ର ଏଲିଏନ୍ ସହ ସମ୍ପର୍କର ପ୍ରମାଣ ଦେଇଛନ୍ତି । ପଥର ଠାରୁ ପଥରର ନିର୍ଦ୍ଧିଷ୍ଟ ଦୁରତା ଏବଂ ତା’ର ସଠିକ୍ ପରିମାପ ଏହି ମେଗାଲିଥ୍ ଆଡ଼କୁ ଇଶାରା କରୁଛି। ଯଦି ଏହାକୁ ଉପରୁ ଦେଖିବା ତେବେ ଏହା ଆମକୁ ସୋଲାର ସିଷ୍ଟମର ଆକୃତି ଭଳି ଅନୁଭବ ହେବ। ଏସବୁ ଦୃଷ୍ଟି କେନ୍ଦ୍ରୀଭୂତ ମଣ୍ଡଳ ଆମ ସୋଲାର ସିଷ୍ଟମର ଗୋଟିଏ ଗୋଟିଏ ଗ୍ରହ। ଷ୍ଟୋନହେଞ୍ଜ ଇଲାକା ଏକ ମଣ୍ଡଳର ଘେରି ମଧ୍ୟରେ ଥିଲା । ଏହି ସ୍ଥାନକୁ ପ୍ରାଚୀନ ମନୁଷ୍ୟ ଈଶ୍ୱରଙ୍କ ବାସସ୍ଥଳ ଭାବେ ବିଶ୍ୱାସ କରୁଥିଲା।
ଏଠାକୁ କେବଳ କେତେକ ଖାସ୍ ଲୋକଙ୍କ ଯାତାୟତ ଥିଲା। ଏହି ପଥରର କେଉଁଠି ନା କେଉଁଠି ଈଶ୍ୱର ବାସ କରୁଥିଲେ ବୋଲି ସଭିଏଁ ମାନୁଥିଲେ। ସେମାନେ ଧରିନେଇ ଥିଲେ ଯେ ଏହି ମନୋଲିଥିକ୍ ଷ୍ଟୋନ୍ ମାଧ୍ୟମରେ ସେମାନେ ସିଷ୍ଟମ୍ ଅପରେଟ୍ କରିପାରିବେ। ହେଲେ ପ୍ରାଚୀନ ମନୁଷ୍ୟ ଏ ବିଷୟରେ କେମିତି ଜାଣିଲେ! ପ୍ରାଚୀନ ତଥ୍ୟ ଏବଂ ପରମ୍ପରା ସ୍ପଷ୍ଟ କରୁଛି ଯେ, ଏହି ଜ୍ଞାନ ଆମ୍ଭର ପୂର୍ବଜଙ୍କୁ ଏଲିଏନ୍ସ କିମ୍ବା ଈଶ୍ଵରଙ୍କ ଠାରୁ ମିଳିଥିଲା। ଏକଥା ମଧ୍ୟ ସ୍ପଷ୍ଟ ହେଉଛି ଯେ, ଈଶ୍ଵର ପ୍ରତ୍ୟେକ୍ଷ ଭାବେ ମହଜୁଦ ଥିଲେ ବୋଲି କହିଛନ୍ତି, ‘ଦ ଲଷ୍ଟ୍ ସିଭିଲାଇଜେସନ ଏନିଗମା’ର ଲେଖକ ଫିଲିପ୍ କୋପେନ୍ସ।
କିଛି ଲୋକ ମାନୁଛନ୍ତି କି ଏହି ଷ୍ଟୋନହେଞ୍ଜ କ୍ୟାଲେଣ୍ଡର୍ ମାର୍କର ଥିଲା। ଯେଉଁଥିରୁ ପ୍ରାଚୀନ ଲୋକଙ୍କୁ ଏକଥା ଜଣାପଡ଼ୁଥିଲା କି ଆକାଶରୁ ଖତରନାକ ଉଲ୍କା ବର୍ଷା କେବେ ହେବ। ପ୍ରାଚୀନ ମନୋଳିଥ୍ ରୁ ମନୁଷ୍ୟ ଗ୍ରୀଷ୍ମ ଓ ଶୀତ ଋତୁ ଆଗମନ ବିଷୟରେ ଜାଣିପାରୁଥିଲା। ସେମାନଙ୍କୁ ଗ୍ରହ ଚଳନ ସଂକ୍ରାନ୍ତରେ ସଙ୍କେତ ମିଳୁଥିଲା। ସେତେବେଳେ କିଏ ଥିଲେ ଯାହାଙ୍କୁ ଆଷ୍ଟ୍ରୋନମିକାଲ୍ କାଲକୁଲେସନର ଆବଶ୍ୟକତା ଥିଲା!
ସେମାନେ ଅଲଗା ଦୁନିଆର ପ୍ରାଣୀ କିମ୍ବା ଏଲିଏନ୍ସ ଥିଲେ କି! ହୁଏତ ସେତେବେଳେ କିଛି ବୁଦ୍ଧିଜୀବୀ ଥିଲେ ଯାହାଙ୍କୁ ଏଲିଏନ୍ ପୃଥିବୀରେ ପ୍ରସ୍ତୁତ କରୁଥିଲେ ଏବଂ ସେମାନଙ୍କ ପ୍ରଶିକ୍ଷଣ ଚଳାଇଥିଲେ। ଯାହାଦ୍ଵାରା ମନୁଷ୍ୟ ତାରା ଗୁଡିକ ସମ୍ପର୍କରେ ଜାଣି ପାରିବ, ଚନ୍ଦ୍ରର ଗତିକୁ ନିରୀକ୍ଷଣ କରିବ ଏବଂ ଗ୍ରହଣ ସମ୍ପର୍କରେ ସୂଚନା ପାଇପାରିବ। ତେବେ କଣ ଏଲିଏନ୍ସ ପୃଥିବୀର ପ୍ରାଚୀନ ମନୁଷ୍ୟଙ୍କୁ ଏହି ଶିକ୍ଷା ପ୍ରଦାନ ପାଇଁ ଆସୁଥଲେ, ଯାହାଦ୍ୱାରା ସେମାନେ ବ୍ରହ୍ମାଣ୍ଡ ସମ୍ପର୍କରେ ତଥ୍ୟ ରଖିପାରିବେ!
ଏଭଳି ଶିକ୍ଷା ଦେବା ପଛରେ ସେମାନଙ୍କର କ’ଣ ଉଦ୍ଦେଶ୍ୟ ଥିଲା! ପ୍ରାଚୀନ ଆଷ୍ଟ୍ରୋନଟ ଥିଓରିଷ୍ଟ ମାନୁଛନ୍ତି ଯେ, ଏହାର ଜବାବ୍ ଆମ୍ଭଙ୍କୁ ଆମେରିକାର କଣ୍ଟ୍ରିସାଇଡରେ ମିଳିପାରିବ। ଯେଉଁଠି ମହଜୁଦ ଅଛି ଏକ ୧୬ ଗୁଣା ଅଧିକ ବଡ ଆକୃତିର ମନୋଲିଥିକ ସାଇଟ୍, ଯାହା ପୂର୍ବରୁ ବର୍ଣ୍ଣିତ ଷ୍ଟୋନହେଞ୍ଜ ଠାରୁ ଅଧିକ ରହସ୍ୟମୟ। ଏହା ଦୁନିଆର ସବୁଠାରୁ ବିଶାଳ ମେଗାଲିଥିକ୍ ଷ୍ଟୋନ୍ ସର୍କଲ। କେତେକ ବିଶେଷଜ୍ଞ ମାନୁଛନ୍ତି କି ଏହି ମନୋଲିଥିକ୍ ଷ୍ଟୋନ୍ ସର୍କଲ ପ୍ରାଚୀନ ଦୁନିଆରେ ଗ୍ରେଟ୍ ବ୍ରିଟେନର ସବୁଠାରୁ ବିଶ୍ୱସନୀୟ ସ୍ଥାନ ଥିଲା।
ଦୁନିଆର ଅନେକ ଦେଶରେ ଏହିଭଳି ରହସ୍ୟମୟ ସ୍ମାରକ ଆଜି ବି ମହଜୁଦ୍ ଅଛି। ଇଷ୍ଟର୍ ଆଇଲ୍ୟାଣ୍ଡ, ପ୍ରଶାନ୍ତ ମହାସାଗରରେ ଥିବା ଏକ ଅଞ୍ଚଳ ଯାହା ଚିଲି ଠାରୁ ୩୨ ଶହ କି.ମି ପଶ୍ଚିମରେ, ଏହି ଛୋଟ ଆଇଲ୍ୟାଣ୍ଡରେ ମହଜୁଦ ପ୍ରାୟ ୯ ଶହ ସ୍ତମ୍ଭାକାର ପ୍ରସ୍ତର ସ୍ମାରକ ଗୁଡିକୁ ଦେଖିବାକୁ ମିଳିଛି। ଏଥିରୁ କେତେକ ୩୦ ଫୁଟ ବା ତା’ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ଏବଂ ପ୍ରତି ସ୍ମାରକର ଓଜନ ପ୍ରାୟ ୭୫ ଟନ୍ ହେବ। ଏହି ସ୍ମାରକ ଦେଖିବାକୁ ଯେତିକି ଉଚ୍ଚ ତା’ର ୩ ଗୁଣା ଅଂଶ ମାଟି ତଳେ ପୋତି ହୋଇରହିଛି। କେତେକ ସ୍ମାରକ ତଳମୁହାଁ ହୋଇ ରହିଥିବା ବେଳେ ଆଉ କେତେକ ସ୍ମାରକ ଆକାଶକୁ ମୁହଁ କରି ରହିଛି। ବିଶ୍ଲେଷକ ଏହାର ଗଠନ ଶୈଳୀକୁ ନେଇ ବର୍ଣ୍ଣନା କରିଛନ୍ତି ଯେ, ପ୍ରାଚୀନ ଲୋକମାନେ ଏହି ସ୍ମାରକଗୁଡ଼ିକ ମାଧ୍ୟମରେ ହୁଏତ ଆକାଶରେ ଘଟୁଥିବା ଘଟଣା ସମ୍ପର୍କରେ ଜାଣିପାରୁ ଥିଲେ।
ସାରା ବିଶ୍ୱରେ ମହଜୁଦ୍ ଥିବା ଏଭଳି ସ୍ମାରକକୁ ନେଇ କୁହାଯାଉଛି ଯେ, ଏହା ଆଧୁନିକ ଯୁଗର ଟେଲିଭିଜନ ଆଣ୍ଟେନା ଭଳି ଈଶ୍ୱର ଏବଂ ମନୁଷ୍ୟ ମଧ୍ୟରେ ସମ୍ପର୍କ ଯୋଡୁଥିବା ଏକ ପ୍ରାଚୀନ ତଥା ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ଗୋଟିଏ ଗୋଟିଏ ଉପାଦେୟ ପ୍ରସ୍ତର। ଯାହା ବ୍ରଡକାଷ୍ଟ୍ କରୁଥିଲା ଏବଂ ସ୍ୱର୍ଗଲୋକକୁ ବ୍ରଡକାଷ୍ଟ୍ ପଠାଉଥିଲା। ଏହି ପ୍ରାଚୀନ ଓବେଲିସ୍କ୍ ବିଶ୍ୱର ହଜାର ହଜାର ସ୍ଥାନରେ ନିର୍ମାଣ କରାଯାଇଥିଲା। ଯାହା ପ୍ରମାଣିତ କରୁଛି ଏହି ପଦ୍ଧତି ସାରା ଦୁନିଆରେ ବ୍ୟାପକ ଭାବେ ଖେଳାଇ ଯାଇଥିଲା ଏବଂ ଯାହା ଆଜିର ବ୍ରଡକାଷ୍ଟିଙ୍ଗ ସିଷ୍ଟମ୍ ଭାବେ ଥିଲା।
ଏହି ପ୍ରାଚୀନ ଜ୍ଞାନକୌଶଳ ପ୍ରାଚୀନ ଦୁନିଆର ରେଡିଓ, ଟେଲିଭିଜନ ଓ କମ୍ପ୍ୟୁଟର ବା ସାଟେଲାଇଟ୍ ଫୋନ୍ ଭଳି ଥିଲା, ଏଲିଏନ୍ସ ଯାହାକୁ ହଜାର ହଜାର ବର୍ଷ ତଳେ ଏଇ ପୃଥିବୀରେ ସେଟ୍ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଏହା କେବଳ ପୃଥିବୀରେ ନୁହେଁ ବରଂ ଏଭଳି ସିଷ୍ଟମ୍ ମଙ୍ଗଳ ଗ୍ରହରେ ବି ଦେଖିବାକୁ ମିଳିପାରେ ବୋଲି ବହୁ ବିଶେଷଜ୍ଞ ଆଶାବାଦୀ ଅଛନ୍ତି।
Aaditya Bikram Patnaik, the writer, is a ninth-grade student at Buxi Jagabandhu English Medium School-2, located in Satyavamapur, Bhubaneswar. In his article, he has diligently endeavored to present concise summaries of various data-driven studies in an accessible and straightforward manner.


