ଅଜ୍ଞାତବାସରେ ଭି. କାର୍ତ୍ତିକେୟନ ପାଣ୍ଡିଆନ

ଚକ୍ରାନ୍ତକାରୀଙ୍କ ମିଥ୍ୟା ପରାମର୍ଶ ଓ ପ୍ରରୋଚନାରେ ପଡ଼ି ଭି.କେ ପାଣ୍ଡିଆନ୍ ଭୟଭୀତ, ନିର୍ବାଚନ ବିଗୁଲ ବାଜିଲା ପରେ ପାଣ୍ଡିଆନ୍ ଅଜ୍ଞାତବାସରେ।

Apr 6, 2024 - 16:02
ଅଜ୍ଞାତବାସରେ ଭି. କାର୍ତ୍ତିକେୟନ ପାଣ୍ଡିଆନ
Remix - Suv Bharat Times

ବିଜେଡି ପାଇଁ ବୁମେରାଂ ସୃଷ୍ଟି କରିଛି ଚିଲିକା, ଖୋର୍ଦ୍ଧା ଓ ବେଗୁନିଆ ନିର୍ବାଚନମଣ୍ଡଳୀ। ୨୦୧୯ରେ ଏହି ତିନୋଟି ଆସନରେ ଦଳ ବିଜୟୀ ହୋଇଥିଲା। ଏହାସତ୍ତ୍ୱେ ବିଜେଡି ଆଜି ପ୍ରାର୍ଥୀ ଖୋଜୁଛି। କାହିଁକି ଏଭଳି ସମସ୍ୟା? ଦଳର କିଏ ସେହି ଭିଲିଆନ୍, ଯାହାଙ୍କ ପାଇଁ ବିଜେଡି ଆଜି ଖୋର୍ଦ୍ଧା ଜିଲ୍ଲାରେ ବଦନାମ ଏବଂ ଯାହାକୁ ଦଳରେ ପ୍ରାଧାନ୍ୟ ଦେବାରୁ ବିଜେଡିର ଖୋର୍ଦ୍ଧା ଜିଲ୍ଲା ସମୀକରଣ ବିଗିଡ଼ି ଯାଉଛି, ବିଜେଡି ଇଣ୍ଟେଲିଜେନ୍ସ ରିପୋର୍ଟ ମଧ୍ୟ ଫେଲ୍ ମାରିଛି!

ଦଳର କିଛି ବରିଷ୍ଠ ନେତାଙ୍କ ଅଭିଯୋଗ ଶୁଣିଲେ ପାଦ ତଳୁ ମାଟି ଖସିଯିବ। ବରିଷ୍ଠ ନେତାଙ୍କ ଅନୁସାରେ, ବିଜେଡିର ଚାରି ପାଞ୍ଚୋଟି ଭୋକିଲା ନେତା ରୀତିମତ ନୂଆ ନୂଆ ଷଡଯନ୍ତ୍ର ରଚନା କରୁଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ଧାରରେ ରଖିଛନ୍ତି। ବିଜେଡିକୁ ନିଜ ଆୟତରେ ରଖିବାକୁ ଏମାନେ ଅହରହ ଚେଷ୍ଟା କରୁଛନ୍ତି।

ନବୀନଙ୍କ ଲୋକପ୍ରିୟତା ହ୍ରାସ କରିବା ପରେ ଟାର୍ଗେଟରେ ଏବେ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନ। ଚକ୍ରାନ୍ତକାରୀଙ୍କ ମିଥ୍ୟା ପରାମର୍ଶ ଓ ପ୍ରରୋଚନାରେ ପଡ଼ି ଭି.କେ ପାଣ୍ଡିଆନ୍ ଭୟଭୀତ, ନିର୍ବାଚନ ବିଗୁଲ ବାଜିଲା ପରେ ପାଣ୍ଡିଆନ୍ ଅଜ୍ଞାତବାସରେ। ରାଜ୍ୟର ପ୍ରମୁଖ ଜିଲ୍ଲା ଗୁଡିକର ଉନ୍ନତିକରଣ ପାଇଁ ଚର୍ଚ୍ଚାରେ ଥିବା ଭି.କେ ପାଣ୍ଡିଆନ୍ ମିଡିଆ ଚର୍ଚ୍ଚାରେ ନାହାଁନ୍ତି କିମ୍ବା ଲୋକଙ୍କ ସାମ୍ନାକୁ ଆସୁନାହାଁନ୍ତି। ସାଧାରଣ ଭୋଟରଙ୍କ ମନରେ ପ୍ରଶ୍ନ ଅଦୃଶ୍ୟ ହୋଇଗଲେ କି ପାଣ୍ଡିଆନ୍?

ବିଜେଡି ରସାତଳକୁ ଗଲାଣି, କିନ୍ତୁ ଭୋକିଲା ନେତାଙ୍କ ଶୋଷ ମେଣ୍ଟିନି। ବିଜେଡି ମିଶ୍ରଣ ପର୍ବରେ ଭୋକିଲା ଗୋଷ୍ଠୀର ଦୁଇ ଜଣଙ୍କୁ ସର୍ବଦା ଦେଖିବାକୁ ମିଳୁଛି। ସେଥିରୁ ଜଣେ ଫୁଲବାଣୀ ଦଙ୍ଗାର ସୂତ୍ରଧର। ଅନ୍ୟଜଣକ ୨୦୧୪ରେ କଂଗ୍ରେସ ଟିକେଟରେ ଚିଲିକାରେ ଅମାନତ ହରାଇଥିଲେ ଏବଂ ଗଳା ବାଟ ଦେଖି ବିଜେଡିରେ ଭର୍ତ୍ତି ହେଲେ। ଖୋର୍ଦ୍ଧା ଜିଲ୍ଲାରେ ବିଜେଡିକୁ ଛାରଖାର କରିଥିବା ଏହି ଚକ୍ରାନ୍ତକାରୀ ଏବେ ବିଜେଡି ମଙ୍ଗୁଆଳ ହେବାକୁ ସ୍ଵପ୍ନ ଦେଖୁଛନ୍ତି।

ବିଜେଡି ମିଶ୍ରଣ ପର୍ବରେ ଦୁଇଜଣ ବେଇମାନଙ୍କ ଦ୍ୱାରା ବିଜେଡିରେ ଯୋଗ ଦେଇଥିବା କର୍ମୀ ଓ ନେତାଙ୍କ ବେକରେ ଦଳୀୟ ଉତ୍ତରୀ ପିନ୍ଧା ହେଉଥିବା ଦେଖି ଟେଲିଭିଜନ ଦର୍ଶକ ଛି ଛି କରୁଛନ୍ତି। ଗଣମାଧ୍ୟମରେ ଏ ଦୁହିଁଙ୍କ ଚୁଗୁଲି ଚାମଚାଗିରି ପାଇଁ ବିଜୁ ଜନତା ଦଳ ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ହରାଇଲା।

ବିଜେଡି ନେତା ସ୍ୱୀକାର କରୁଛନ୍ତି, ଅର୍ଥ ରୋଜଗାର ଲୋଭରେ ଏଭଳି କେତୋଟି ଆମଦାନୀ ନେତା ଦଳ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛନ୍ତି, ବିଶୃଙ୍ଖଳାକୁ ପ୍ରୋତ୍ସାହିତ କରୁଛନ୍ତି। ନିର୍ବାଚନ ସମୟ ଆଗତ, ମାତ୍ର ଶାସକ ଦଳର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏବେବି ଅସ୍ପଷ୍ଟ। ରାଜ୍ୟ ତମାମ ବିଜେଡି ନେତା ଭର୍ତ୍ସନାର ଶିକାର ହେଉଛନ୍ତି। ସାଢେ ୪ କୋଟି ଓଡ଼ିଆଙ୍କ ବଳ 'ବିଜୁ ଜନତା ଦଳ', ଦୁର୍ଭାଗ୍ୟବଶତଃ ଛାରଖାର ହେବାକୁ ବସିଛି।

Manoranjan Pattanaik Publisher & Editor, Suv Bharat Times