୪୦ ମିନିଟରେ ବିବାହ ନିଷ୍ପତ୍ତି ନେଇଥିଲେ ଜିନପିଙ୍ଗ୍ ଓ ପେଙ୍ଗ୍ ଲ୍ୟୁୟାନ୍

୧୯୮୭ ମସିହାରେ ଜିନପିଙ୍ଗଙ୍କ ସହ ଲ୍ୟୁୟାନଙ୍କର ବିବାହ ହୋଇଥିଲା। କୁହାଯାଉଛି ୧୯୮୬ରେ ଜଣେ କମନ୍ ଫ୍ରେଣ୍ଡ ମାଧ୍ୟମରେ ଉଭୟଙ୍କର ସାକ୍ଷାତ ହୋଇଥିଲା ଏବଂ ପେଙ୍ଗ୍ ଲ୍ୟୁୟାନଙ୍କୁ ଜିନପିଙ୍ଗଙ୍କ ଜୀବନସାଥୀ ହେବାପାଇଁ ସମ୍ପର୍କ ଯୋଡ଼ିବାରେ ମାତ୍ର ୪୦ ମିନିଟ୍ ଲାଗିଥିଲା।

Nov 11, 2019 - 06:58
୪୦ ମିନିଟରେ ବିବାହ ନିଷ୍ପତ୍ତି ନେଇଥିଲେ ଜିନପିଙ୍ଗ୍ ଓ ପେଙ୍ଗ୍ ଲ୍ୟୁୟାନ୍
Xi Jinping and Peng Liyuan decided to get married in 40 minutes

ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ପତ୍ନୀ ପେଙ୍ଗ୍ ଲ୍ୟୁୟାନ୍ ଚୀନର ଜଣେ ପ୍ରଖ୍ୟାତ ଲୋକଗୀତ ଗାୟିକା। କୁହାଯାଉଛି ଯେ ଚୀନ୍ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ସମୟରେ ଜାଣିଶୁଣି ପତ୍ନୀ ଲ୍ୟୁୟାନଙ୍କୁ ଦୂରରେ ରଖାଯାଉଛି। କିନ୍ତୁ ୨୦୧୪ରେ ଲ୍ୟୁୟାନ୍ ଭାରତ ଆସି ସେହି ପରମ୍ପରା ଭାଙ୍ଗି ଦେଇଥିଲେ ଏବଂ ଚଳିତ ୨ ଦିନିଆ ଭାରତ ଗସ୍ତରେ ଜିନପିଙ୍ଗ ପତ୍ନୀଙ୍କ ବିନା ଭାରତ ଆସିଛନ୍ତି।

ଚୀନର ପୂର୍ବ ନେତା ଦେଙ୍ଗ୍ ଜ୍ୟାଓପିଙ୍ଗଙ୍କ ଠାରୁ ଆରମ୍ଭ କରି ହୁ ଜିଁତାଓଙ୍କ ପତ୍ନୀଙ୍କ ପର୍ଯ୍ୟନ୍ତ ସମସ୍ତେ ପର୍ଦ୍ଦା ଆଢୁଆଳରେ ରହି କାମ କରିଥିଲେ। ରାଷ୍ଟ୍ରପତି ଜିନପିଙ୍ଗଙ୍କ ପତ୍ନୀ ପେଙ୍ଗ୍ ଲ୍ୟୁୟାନଙ୍କ ଲୋକପ୍ରିୟତା ଆଧାରରେ ତାଙ୍କୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲସ୍ ସାର୍କୋଜୀଙ୍କ ପତ୍ନୀ କାର୍ଲା ବ୍ରୁନୀ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପତ୍ନୀ ମିଚେଲ୍ ଓବାମାଙ୍କ ସମକକ୍ଷ ତୁଳନା କରାଯାଏ। ପ୍ରାୟ ୩ ଦଶକ ଧରି ପେଙ୍ଗ୍ ଲ୍ୟୁୟାନ୍ ଥିଲେ ଜଣେ ସୁପରଷ୍ଟାର। ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ବିବାହ କରିବା ପୂର୍ବରୁ ସେ ଚୀନର ଚର୍ଚ୍ଚିତ ଗାୟିକା ଭାବେ ପରିଚିତ ଥିଲେ। ୧୯୮୭ ମସିହାରେ ଜିନପିଙ୍ଗଙ୍କ ସହ ଲ୍ୟୁୟାନଙ୍କର ବିବାହ ହୋଇଥିଲା।

୧୯୮୬ରେ ଜଣେ କମନ୍ ଫ୍ରେଣ୍ଡ ମାଧ୍ୟମରେ ଉଭୟଙ୍କର ସାକ୍ଷାତ ହୋଇଥିଲା ଏବଂ ପେଙ୍ଗ୍ ଲ୍ୟୁୟାନଙ୍କୁ ଜିନପିଙ୍ଗଙ୍କ ଜୀବନସାଥୀ ହେବାପାଇଁ ସମ୍ପର୍କ ଯୋଡ଼ିବାରେ ମାତ୍ର ୪୦ ମିନିଟ୍ ଲାଗିଥିଲା। ଲ୍ୟୁୟାନଙ୍କ ବଳିଷ୍ଠ ଲୋକପ୍ରିୟତା ସହ ଅନ୍ୟ ଏକ ପରିଚୟ ଥିଲା ଯେ ସେ ଥିଲେ ଚୀନ୍ ସେନାର ପିପୁଲ୍ସ ଲିବରେସନ ଆର୍ମିରେ ସର୍ବ କନିଷ୍ଠ ମେଜର ଜେନେରାଲ୍ ହେବାରେ ପ୍ରଥମ ନାଗରିକ। ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚଳିତ ଭାରତ ଗସ୍ତରେ ପତ୍ନୀ ପେଙ୍ଗ୍ ଲ୍ୟୁୟାନଙ୍କ ଅନୁପସ୍ଥିତି ନିଶ୍ଚିତ ଚର୍ଚ୍ଚାରେ ରହିଛି।

ପେଙ୍ଗ୍ ଲ୍ୟୁୟାନ୍ ଚୀନର ଜଣେ ପ୍ରସିଦ୍ଧ ଲୋକଗୀତ ଗାୟିକା। ଚୀନର ଆଧୁନିକ ରାଜନୈତିକ ଇତିହାସରେ ପେଙ୍ଗ୍ ହେଉଛନ୍ତି ଦ୍ୱିତୀୟ ଶ୍ରେଷ୍ଠ ମହିଳା, ଯାହାଙ୍କ ନାମ ପୂର୍ବରୁ ଦେଶର କମ୍ୟୁନିଷ୍ଟ୍ ପାର୍ଟିର ଅଧ୍ୟକ୍ଷ ମାଓତ୍ସେ ତୁଙ୍ଗଙ୍କ ପତ୍ନୀ ଜିୟାଙ୍ଗ୍ କିଙ୍ଗଙ୍କ ନାମ ନିଆଯାଏ। କୁହାଯାଏ ଚୀନ୍ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ସମୟରେ ଜାଣିଶୁଣି ତାଙ୍କ ପତ୍ନୀଙ୍କୁ ଦୂରରେ ରଖାଯାଉଛି।

ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଶୁକ୍ରବାର ଭାରତରେ ପହଞ୍ଚିଛନ୍ତି। ହିନ୍ଦୁସ୍ତାନରେ ଜିନପିଙ୍ଗଙ୍କର ଯେଉଁଭଳି ସ୍ୱାଗତ କରାଗଲା, ଏହା ତାଙ୍କୁ ମନ୍ତ୍ରମୁଗ୍ଧ କରିଛି। ୨୦୧୪ ସେପ୍ଟେମ୍ବରରେ ଜିଙ୍ଗପିଙ୍ଗଙ୍କ ୩ ଦିନିଆ ଭାରତ ଗସ୍ତରେ ସେ ପତ୍ନୀ ପେଙ୍ଗ୍ ଲ୍ୟୁୟାନଙ୍କ ସହ ଆସିଥିଲେ। କିନ୍ତୁ ଏଥର ଗସ୍ତରେ ଚୀନ୍ ରାଷ୍ଟ୍ରପତି ଏକା ଭାରତ ଆସିଛନ୍ତି।

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.