ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଯେନ୍- ଜି ଆନ୍ଦୋଳନର ମୂଳଦୁଆ
କେନ୍ଦ୍ର ସରକାର ପ୍ରଶ୍ନପତ୍ର ଲିକ୍ ମାମଲାକୁ ରଫାଦଫା କରିବା ଲକ୍ଷରେ ନିରବତାକୁ ଅସ୍ତ୍ର କରିଛନ୍ତି ।
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଦେଶରେ ଯେନ୍- ଜି ଆନ୍ଦୋଳନର ମୂଳଦୁଆ ପକାଇ ଦେଇଛି, ବିଜେପି ବିରୁଦ୍ଧରେ ଗର୍ଜନ ଛାଡ଼ୁଛି ଅଭିଜିତ୍ ଦୀପକେଙ୍କ ଦ୍ଵାରା ପ୍ରତିଷ୍ଠିତ ସିଜେପି (କକରୋଚ୍ ଜନତା ପାର୍ଟି) । ଚୁଟକି ମାରି ଆନ୍ଦୋଳନକୁ ଦମନ କରିବାର ସମୟ ଖତମ୍, ସିଜେପି ଆଜେଣ୍ଡା ବିରୁଦ୍ଧରେ କେନ୍ଦ୍ର ସରକାରର ସିଧା ଲଢେଇ ଅର୍ଥାତ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ସରକାରର ସମ୍ପୃକ୍ତିର ଏକ ବଳିଷ୍ଠ ପ୍ରମାଣ ହୋଇପାରେ । କେନ୍ଦ୍ର ସରକାର ପ୍ରଶ୍ନପତ୍ର ଲିକ୍ ମାମଲାକୁ ରଫାଦଫା କରିବା ଲକ୍ଷରେ ନିରବତାକୁ ଅସ୍ତ୍ର କରିଛନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଯେତିକି ଯାୟାଜ୍, ୨୨ରୁ ୨୩ ମିଲିଅନ୍ ନିଟ୍ ପରିକ୍ଷାର୍ଥୀ ଏବଂ ଛାତ୍ରସମାଜର ଆନ୍ଦୋଳନ ସେତିକି ଯାୟାଜ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୁନ ୬ ରେ ଦିଲ୍ଲୀ ଯନ୍ତର ମନ୍ତରଠାରେ ଯୁବପିଢୀଙ୍କ ଆନ୍ଦୋଳନର ଯେଉଁ ଉତ୍ସାହ ସାମ୍ନାକୁ ଆସିଛି – ଭବିଷ୍ୟତରେ ଏଭଳି ଭିଡ଼ର ଆୟତନ କେତେ ବିଶାଳ ହେବ ଅନୁମାନ କରିବା ଅସମ୍ଭବ । ସିଜେପି ସମର୍ଥକଙ୍କ ସଂଖ୍ୟା ରିପୋର୍ଟ ଦେଖି ଦେଶର ବୁଦ୍ଧିଜୀବୀ ବିଭୋର, କିନ୍ତୁ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ସେମାନେ କେତେ ସମର୍ଥନ କରନ୍ତି ତା'ର ପ୍ରତିକ୍ରିୟା ଅସ୍ପଷ୍ଟ ।


