ସଂକଟାପର୍ଣ୍ଣ ଅବସ୍ଥାରେ ସୋନମ ୱାଙ୍ଗଚୁକ୍
ଦେଶରେ ନିଟ୍ ପ୍ରଶ୍ନପତ୍ର ଲିକ୍ ପରେ ସଂଖ୍ୟାଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶ ଭ୍ରମଣରେ ଯାଇ ପୁରସ୍କୃତ ହେବାରେ କୌଣସି ସୁଯୋଗ ଛାଡି ନାହାଁନ୍ତି ।
ଜନ୍ତର ମନ୍ତର ପ୍ରତିବାଦରେ ବଢ଼ୁଥିବା ଉତ୍ତେଜନାକୁ ପ୍ରୋତ୍ସାହିତ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶିକ୍ଷାବିଭାଗର ନୀରବତା । ଦେଶରେ ନିଟ୍ ପ୍ରଶ୍ନପତ୍ର ଲିକ୍ ପରେ ସଂଖ୍ୟାଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶ ଭ୍ରମଣରେ ଯାଇ ପୁରସ୍କୃତ ହେବାରେ କୌଣସି ସୁଯୋଗ ଛାଡି ନାହାଁନ୍ତି । ଦେଶର ଲକ୍ଷ ଲକ୍ଷ ସୋସିଆଲ ମିଡ଼ିଆ ଆକ୍ଟିଭିଷ୍ଟ ଓ ବିଭିନ୍ନ ନିରପେକ୍ଷ ଗଣମାଧ୍ୟମ ପ୍ରତିନିଧିମାନେ କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନକୁ ନ୍ୟାୟଗତ ସମର୍ଥନ ଦେଉଥିବାବେଳେ ଅନ୍ଧ କେନ୍ଦ୍ର ସରକାର ପାଟିରେ ତୁଣ୍ଡି ବାନ୍ଧି ବସିଛି ।
ପ୍ରସିଦ୍ଧ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ସେହି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି, କେନ୍ଦ୍ର ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଏହି ବିଶାଳ ଛାତ୍ର ଆନ୍ଦୋଳନର ଗୁରୁତ୍ଵକୁ ଅଣଦେଖା କରୁଥିବାରୁ ଆମରଣ ଅନଶନରେ ଥିବା ସୋନମ ୱାଙ୍ଗଚୁକଙ୍କ ସ୍ଵାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି ଯାହା କାରଣ ପ୍ରତି ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି । ୱାଙ୍ଗଚୁକଙ୍କ ଅଂଶଗ୍ରହଣ ପ୍ରଦର୍ଶନକାରୀମାନେ ବର୍ତ୍ତମାନର ସଙ୍କଟକୁ କେତେ ଗୁରୁତ୍ୱ ସହିତ ଦେଖନ୍ତି ଏବଂ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଅନ୍ତି ଏହି ଆନ୍ଦୋଳନ ତାହା ସ୍ପଷ୍ଟ କରିଛି । କିନ୍ତୁ, ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଗୁରୁତ୍ଵ ଦେଇନାହାଁନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଅଣଦେଖାରୁ ଏଭଳି ଶାସ୍ତି ମିଳିଥିଲା ୮୭ ବର୍ଷ ବୟସ୍କ ଆଇଆଇଟି ପ୍ରଫେସର ଜି ଡି ଅଗ୍ରୱାଲଙ୍କୁ, ସେ ସ୍ୱଚ୍ଛ ଗଙ୍ଗା ପାଇଁ ଉପବାସ କରି ୧୧୧ ଦିନ ପରେ ନିଜ ଜୀବନ ବଳିଦାନ ଦେଇଛନ୍ତି । ସେ ଶେଷ ଆଶା ନେଇ ମୃତ୍ୟୁବରଣ କରିଛନ୍ତି ଯେ, 'କେବଳ ମୋର ମୃତ୍ୟୁ ଗଙ୍ଗାକୁ ରକ୍ଷା କରିପାରିବ' । ଦିଲ୍ଲୀ ଜନ୍ତର ମନ୍ତରଠାରେ ଏହି ସମାଗମ ଦେଶର କୋଟି କୋଟି ଶିକ୍ଷାନୁରାଗୀଙ୍କ ପାଇଁ ଏକ ବୃହତ ପ୍ରେରଣା, ଦେଶର ଶିକ୍ଷା ବ୍ୟବସ୍ଥାକୁ ତଳିତଳାନ୍ତ କରୁଥିବା ଦୟନୀୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଦାବିରେ ଯେତେବେଳେ ଜନ୍ତର ମନ୍ତର ପ୍ରତିବାଦକାରୀଙ୍କ ଭିଡ଼ରେ କୋଳାହଳପୂର୍ଣ୍ଣ ସେତେବେଳେ ନୂଆଦିଲ୍ଲୀ ସଂସଦ ଭବନରେ ବସି ନିତିବାଣୀ ଶୁଣାଉଥିବା ନେତା ଏବଂ ସାଂସଦମାନଙ୍କଠାରୁ କ'ଣ ଅଧିକ ଆଶା କରାଯିବ, ଦେଶର ଯୁବବର୍ଗ ଏହାର ଯବାବ ମାଗୁଛନ୍ତି ।
କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନକାରୀମାନେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଜଡ଼ିତ କରୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିରୋଧରେ ସମାବେଶ କରୁଛନ୍ତି । ସେମାନଙ୍କର ଦାବି ମଧ୍ୟରେ ରହିଛି ଗୁଣବତ୍ତା ଏବଂ ସୁଗମତାକୁ ଉନ୍ନତ କରିବା ପାଇଁ ବ୍ୟାପକ ଶିକ୍ଷାଗତ ସଂସ୍କାର, ସାମ୍ପ୍ରତିକ ପରୀକ୍ଷା ପତ୍ର ଲିକ୍ ପାଇଁ କଠୋର ଦାୟିତ୍ୱ ବ୍ୟବସ୍ଥା ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଯାହାଙ୍କୁ ସେମାନେ ପ୍ରଚଳିତ ସଙ୍କଟ ପାଇଁ ଦାୟୀ ବୋଲି ମାନିଛନ୍ତି । ବିଭିନ୍ନ ଛାତ୍ର ସଂଗଠନ ଏବଂ ରାଜନୈତିକ ନେତାଙ୍କ ସମର୍ଥନରେ ପ୍ରତିବାଦ ଜୋର ଧରିଛି । ପ୍ରଦର୍ଶନକାରୀମାନେ ଅଭିଯୋଗ, ପରୀକ୍ଷା ପତ୍ରର ବାରମ୍ବାର ଲିକ୍ ହେବା ବ୍ୟବସ୍ଥାଗତ ବିଫଳତାକୁ ପ୍ରକାଶ କରେ, ଛାତ୍ରଙ୍କ ବିଶ୍ୱାସକୁ ଦୁର୍ବଳ କରେ ଏବଂ ପରୀକ୍ଷା ପ୍ରକ୍ରିୟାର ଅଖଣ୍ଡତାକୁ କ୍ଷତି ପହଞ୍ଚାଏ । ସେମାନେ ଯୁକ୍ତି ବାଢ଼ନ୍ତି ଯେ ଏହି ପ୍ରସଙ୍ଗଗୁଡ଼ିକ ଶିକ୍ଷା ନୀତିର ଶାସନ ଏବଂ ତଦାରଖରେ ଗଭୀର ତ୍ରୁଟିକୁ ଉଜାଗର କରେ, ଯାହାଦ୍ୱାରା ଜରୁରୀ ସଂସ୍କାର ଆବଶ୍ୟକ ।


