ଚିଲିକା ବିଜୁ ଜନତା ଦଳରେ ସମ୍ଭାବନାର ସୂର୍ଯ୍ୟୋଦୟ
ଛାତ୍ର ଜୀବନରୁ ବିଜୁବାବୁଙ୍କ ଆଦର୍ଶକୁ ଆଶ୍ରା କରି ରାଜନୀତିର ଖିଅ ଧରିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବେଗୁନିଆ ରେ ଓଡ଼ିଶା କଂଗ୍ରେସ ଦଳର ପିତାମହ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ବିପୁଳ ଭୋଟରେ ପରାଜିତ କରି ବିଜୁ ଜନତା ଦଳର ସମ୍ନାନ ରଖିଥିଲେ। ସେହି ଯୁବନେତା ସାମ୍ପ୍ରତିକ ରାଜନୀତିର ଜଣେ ପୋଖତ ଖେଳୁଆଡ।
ଜାନୁୟାରୀ ୧୯ରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ ନିର୍ବାଚନମଣ୍ଡଳୀ ଚିଲିକା ରେ ପହଁଚି ଲୋକଙ୍କ ସହ ସମ୍ପର୍କରେ ଆସିଥିଲେ। ତାଙ୍କର ଅଚାନକ ଗସ୍ତରେ ଦଳୀୟ କର୍ମୀ ଓ ଦଳର ସକ୍ରିୟ କର୍ମକର୍ତ୍ତାଙ୍କ ମନରେ ପୁଣି ସେହି ଉତ୍ସାହ ଉନ୍ମାଦନା। ଦୀର୍ଘଦିନର ବ୍ୟବଧାନ ପରେ ଚିଲିକା ର ସଚେତନ ଜନତା ଲୋକପ୍ରିୟ ବିଧାୟକଙ୍କୁ ବାଣପୁର ବଜାରରେ ଏକ ଚା-ଖଟିରେ ଦେଖି ଖୁବ୍ ଆନନ୍ଦିତ। ବିଧାୟକଙ୍କ ଆଗମନ ହତୋତ୍ସାହିତ ଦଳୀୟ କର୍ମକର୍ତ୍ତାଙ୍କୁ ଆଶ୍ୱସ୍ତ କରିଛି। ବିଧାୟକ ଜଗଦ୍ଦେବଙ୍କ ଉପରେ ସୁପ୍ରିମକୋର୍ଟ ଲଗାଇଥିବା କଟକଣା କେବେ ଠାରୁ ଖତମ୍ ହୋଇଛି, ହେଲେ ବେକରେ ଅସ୍ତ୍ରୋପଚାର ପରେ ଅସୁସ୍ଥତା କାରଣରୁ ବିଧାୟକ ନିଜ ନିର୍ବାଚନମଣ୍ଡଳୀକୁ ନଆସି ଭୁବନେଶ୍ୱର ବାସଭବନରେ ବିଶ୍ରାମରେ ଥିଲେ। କୌଣସି ରାଜନୈତିକ ଅଭିସନ୍ଧି ନରଖି ବିଧାୟକ, ଚିଲିକା ର ବରିଷ୍ଠ ବି-ଜେ-ଡି ନେତା ସ୍ୱର୍ଗତ ଜମିର୍ ଖାଁ ଏବଂ ଅନ୍ୟତମ ନେତା ଜୀବନ ପଣ୍ଡାଙ୍କ ପୁତ୍ରର ମୃତ୍ୟୁ ପାଇଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିବାକୁ ବାଣପୁରରେ ପହଁଚିବା କ୍ଷଣି ବିଜେଡି ସଙ୍ଗଠନ ପୁଣି ଚଳଚଞ୍ଚଳ।
୨୦୧୯ ସାଧାରଣ ନିର୍ବାଚନ ପରେ ଚିଲିକା ନିର୍ବାଚନ ମଣ୍ଡଳୀରେ ୧୨ ଶହ କୋଟି ବ୍ୟୟରେ ଶତାଧିକ ଉନୟନମୂଳକ କାର୍ଯ୍ୟ ସପର୍ଣ୍ଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନବୀନ ଓଡିଶା ଓ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପକ୍ଷରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମାଧ୍ୟମରେ ସମ୍ପାଦିତ ବିଭିନ୍ନ ବିକାଶୋମ୍ନୁଖୀ ଯୋଜନାକୁ ସ୍ୱୀକୃତି ମିଳିଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିକାଶର ମୁଖ୍ୟ କର୍ଣ୍ଣଧାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନବୀନ ଓଡିଶା ଓ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଆଦର୍ଶରେ ଅନୁପ୍ରାଣିତ। କିନ୍ତୁ, କୁ-ଚକ୍ରୀ ଗୋଷ୍ଠୀର ଚକ୍ରାନ୍ତରେ ତାଙ୍କୁ ଷଡଯନ୍ତ୍ରର ଶିକାର ହେବାକୁ ପଡିଛି, ବିଧାୟକଙ୍କୁ ଲହୁ ଲୁହାଣ କରାଯାଇଛି, ଜୀବନରେ ମାରିଦେବାକୁ ଚେଷ୍ଟା କରାଯାଇ ଗୋଦି ମିଡିଆର ଶସ୍ତା ଟ୍ରାଏଲ ଯୋଗୁ କାନୁନ ବ୍ୟବସ୍ଥା ଦିଗହରା ହୋଇଛି ଏବଂ ଆଇନ ତା' ରାସ୍ତାରେ ଯାଇଛି। ଯେଉଁଥିପାଇଁ ପ୍ରଶାନ୍ତଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିଛି।
ସତ କେବେ ଲୁଚି ରହେନି। ବିଧାୟକ ଜଗଦ୍ଦେବଙ୍କୁ ଚିଲିକା ରୁ ତଡିପାର କରିବା ପାଇଁ ବିରୋଧିଙ୍କ ଚକ୍ରାନ୍ତ ଧୂଳିସାତ୍ ହୋଇଛି, ସାଧାରଣ ଜନତାଙ୍କ ଭଲପାଇବା ପ୍ରଶାନ୍ତଙ୍କୁ ପୁନର୍ବାର ନିଜ ନିର୍ବାଚନମଣ୍ଡଳୀକୁ ଫେରାଇ ଆଣିଛି। ବୁଦ୍ଧିଜୀବୀଙ୍କ ମତରେ, ଜଣେ ଦକ୍ଷ ସଙ୍ଗଠକ ବିନା ସଙ୍ଗଠନ ଦୁର୍ବଳ। ନିକଟରେ ‘ନବୀନ ଓଡିଶା ଓ ଫାଇଭ୍-ଟି’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବାଣପୁର ଗସ୍ତ ସମୟରେ ଏହାର ପ୍ରତିକ୍ରିୟା ଦେଖିଛନ୍ତି ବୁଦ୍ଧିଜୀବୀ। ସେମାନଙ୍କ ମତରେ, ଚିଲିକାରେ ବିଧାୟକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ଆଶୀର୍ବାଦ ପାଇଁ ଡେରା ପକାଇଥିବା ଚେଲାମାନେ ଆଜି ସମସ୍ତେ ଜଣେ ଜଣେ ବିଧାୟକ ପ୍ରାର୍ଥୀ। ଏଭଳି ବୋବାଳି ପକାଇବା ନିରର୍ଥକ। ବିଧାୟକ ହେବାକୁ ସ୍ୱପ୍ନ ଦେଖିବା ପାପ ନୁହେଁ କିମ୍ବା ଦଳ ବିରୋଧି କାର୍ଯ୍ୟ ନୁହେଁ। କିନ୍ତୁ, ଦଳକୁ ବଦନାମ କରି, ଦଳୀୟ ନେତାଙ୍କୁ ମରଣାନ୍ତକ ଆକ୍ରମଣ କରି ପଦବୀ ହାତେଇବାର ପ୍ରଚେଷ୍ଟା କେତେଦୂର ଗ୍ରହଣୀୟ! ବାଣପୁର ଠାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ଘଟଣାର ପ୍ରତ୍ୟେକ୍ଷଦର୍ଶୀଙ୍କ ନିରପେକ୍ଷ ବୟାନ ଏବଂ ନିରପେକ୍ଷ ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ହେବ। ସିଂହ ଖୋଳ ପିନ୍ଧିଲେ ଶୃଗାଳ କେବେ ସିଂହ ହେଇ ପାରିବନି।
ଛାତ୍ର ଜୀବନରୁ ବିଜୁବାବୁଙ୍କ ଆଦର୍ଶକୁ ଆଶ୍ରା କରି ରାଜନୀତିର ଖିଅ ଧରିଥିଲେ ପ୍ରଶାନ୍ତ ଜଗଦ୍ଦେବ। ବେଗୁନିଆ ରେ ଓଡ଼ିଶା କଂଗ୍ରେସ ଦଳର ପିତାମହ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ବିପୁଳ ଭୋଟରେ ପରାଜିତ କରି ବିଜୁ ଜନତା ଦଳର ସମ୍ନାନ ରଖିଥିଲେ। ସେହି ଯୁବନେତା ସାମ୍ପ୍ରତିକ ରାଜନୀତିର ଜଣେ ପୋଖତ ଖେଳୁଆଡ।
୨୦୧୯ରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକା ରୁ ଲଢିବାକୁ ସୁଯୋଗ ଦେଇଥିଲା ବିଜେଡି। ଦଳ ନିଷ୍ପେଷିତ ଚିଲିକାବାସୀଙ୍କ ମନରେ ଯେଉଁ ବିଶ୍ୱାସ ଜନ୍ମାଇଥିଲା, ତା’ର ମୂଲ୍ୟ ଦେଇଥିଲେ ସଚେତନ ଭୋଟର। ସେଥିପାଇଁ ୧୫ ଦିନରେ ଦଳକୁ ମିଳିଥିବା ଅସମ୍ଭବ ସଫଳତାର ଶ୍ରେୟ ପାଇଁ ହକଦାର କେବଳ ସଚେତନ ଭୋଟର। ବିଧାୟକଙ୍କ ଅନୁପସ୍ଥିତି ସେମାନଙ୍କୁ ଆଘାତ ଦେଇଛି। ଚିଲିକା ରେ ମୁଣ୍ଡି ହେବାକୁ ଦୌଡ଼ରେ ଥିବା ନେତାଙ୍କ ମନରେ ଆତ୍ମୀୟତା ଅଭାବରୁ ବିଜେଡ଼ିର ନିସ୍ଵାର୍ଥପର ସମର୍ଥକମାନେ ସାମାନ୍ୟ ଘଟଣାରେ ଥାନା, କୋର୍ଟ କଚେରୀ ଦୌଡି ନିରାଶ ହେଉଛନ୍ତି। ପ୍ରଶାନ୍ତଙ୍କ ବିରୋଧରେ ହୋଇଥିବା ଷଡଯନ୍ତ୍ର ଘଟଣା ପାଇଁ ସେମାନେ ଅନୁତପ୍ତ। ସାଧାରଣ ଭୋଟର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନୁପସ୍ଥିତିକୁ ହୃଦୟଙ୍ଗମ କରୁଛନ୍ତି।
ଆଜି ବିଧାୟକ ବାଣପୁର ଅଞ୍ଚଳର ଦୁଇଟି ଶୋକସନ୍ତପ୍ତ ପରିବାରକୁ ଭେଟି ଶାନ୍ତ୍ୱନା ଜଣାଇବାକୁ ପହଁଚିଥିଲେ। ସହକର୍ମୀଙ୍କ ପରିବାରକୁ ସମବେଦନା ଜଣାଇ ନିଜର କର୍ତ୍ତବ୍ୟ ତୁଲାଇଥିଲେ। ମାତ୍ର ନିର୍ବାଚନମଣ୍ଡଳୀରେ ବିଧାୟକ ଜଗଦ୍ଦେବଙ୍କୁ ଦେଖିବା ପରେ ବିଜେ ଡି କର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି। ନିକଟରେ ‘ନବୀନ ଓଡିଶା ଓ ଫାଇଭ୍-ଟି’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବାଣପୁର ଗସ୍ତ ବେଳେ ବିଧାୟକ ଜଗଦ୍ଦେବଙ୍କ ଅନୁପସ୍ଥିତି ଯେଉଁମାନଙ୍କୁ ନିରୁତ୍ସାହିତ କରିଥିଲା ସେମାନେ ଏବେ ଖୁସି ବ୍ୟକ୍ତ କରିଛନ୍ତି। ସେପାଖେ ଦୀର୍ଘଦିନର ବ୍ୟବଧାନରେ ବିଧାୟକଙ୍କୁ ଦେଖି ଦଳର ବୟୋଜ୍ୟେଷ୍ଠ କର୍ମୀମାନେ ପ୍ରଶାନ୍ତଙ୍କ ସହ ସାକ୍ଷାତ ଆଲୋଚନା ଆରମ୍ଭ କରି ଦେଇଛନ୍ତି। ଅନ୍ୟପକ୍ଷେ ବିଭିନ୍ନ ସୋସିଆଲ ମିଡ଼ିଆରେ ନିଜ ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ଆବିର୍ଭାବ ନେଇ ଖବର ପ୍ରସାରଣ ଜୋର ଧରିଛି। ଉତ୍ସାହିତ ଚିଲିକା ଭୋଟରଙ୍କ ଆଗ୍ରହ ଦେଖି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଗାମୀ ଯୋଜନା କ’ଣ! ଏ ସମ୍ପର୍କରେ ଜାଣିବା ପାଇଁ ତାଙ୍କୁ ୭୦୦ ୮୧ ୨୨୨୭୩ ନମ୍ବରରେ ଯୋଗାଯୋଗ କରିଥିଲୁ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ‘ଶୁଭ୍ ଭାରତ ଟାଇମ୍ସ’ ପ୍ରତିନିଧିଙ୍କୁ କହିଲେ, ‘ଦଳର ନିଷ୍ପତ୍ତି ଶିରୋଧାର୍ଯ୍ୟ’।
What's Your Reaction?